ଆଜି ଓ୍ବାଙ୍ଖ୍‌ଡ଼େ ଟକ୍କର: ନ୍ୟୁଜିଲାଣ୍ଡ ପ୍ରତି ଭାରତ ସତର୍କ

ମୁମ୍ବାଇ,୧୫୧୧(ପି.ଟି.): ଦିନିକିଆ କ୍ରିକେଟ ବିଶ୍ୱକପ୍‌ ଏହାର ଅନ୍ତିମ ଚରଣରେ ପହଞ୍ଚିଛି। ବୁଧବାର ପ୍ରଥମ ସେମିଫାଇନାଲରେ ଆୟୋଜକ ଭାରତ ଓ ନ୍ୟୁଜିଲାଣ୍ଡ ପରସ୍ପର ମୁକାବିଲା କରିବେ। ଚମତ୍କାର ପ୍ରଦର୍ଶନ ଜରିଆରେ ଲିଗ୍‌ ପର୍ଯ୍ୟାୟରେ ସମସ୍ତ ମ୍ୟାଚ୍‌ ଜିତି ଭାରତ ସେମିଫାଇନାଲରେ ପ୍ରବେଶ କରିଥିବା ବେଳେ ନ୍ୟୁଜିଲାଣ୍ଡ ମଧ୍ୟ ଲଢୁଆ ପ୍ରଦର୍ଶନ କରିଛି। ଘରୋଇ ଦର୍ଶକଙ୍କ ସମର୍ଥନ ଓ ବର୍ତ୍ତମାନର ଫର୍ମକୁ ଦୃଷ୍ଟିରେ ରଖିଲେ ଭାରତକୁ ଏହି ମ୍ୟାଚ୍‌ ପାଇଁ ଫେଭରିଟ୍‌ ଭାବରେ ବିବେଚନା କରାଯିବ।

ତେବେ ଆଇସିସି ଟୁର୍ନାମେଣ୍ଟଗୁଡିକରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ରେକର୍ଡ ସାମାନ୍ୟ ଚିନ୍ତାଜନକ। ଭାରତ ଚତୁର୍ଥ ଥର ପାଇଁ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିବାକୁ ଲକ୍ଷ୍ୟ ରଖିଛି। ଏହାପୂର୍ବରୁ ଦଳ ୧୯୮୩, ୨୦୦୩ ଓ ୨୦୧୧ରେ ବିଶ୍ୱକପ୍‌ ଫାଇନାଲରେ ପ୍ରବେଶ କରିସାରିଛି। ୨୦୧୯ରେ ଦିନିକିଆ ବିଶ୍ୱକପ୍‌ ସେମିଫାଇନାଲ ଓ ୨୦୨୧ ବିଶ୍ୱ ଟେଷ୍ଟ ଚାମ୍ପିୟନଶିପ୍‌ରେ ଭାରତର ପରାଜୟକୁ ଫ୍ୟାନ୍‌ମାନେ ଏଯାଏ ଭୁଲିନାହାନ୍ତି। ତେବେ ଚଳିତ ବର୍ଷ ଭାରତୀୟ ଦଳ ଚମତ୍କାର ପ୍ରଦର୍ଶନ କରିଛି। ବ୍ୟାଟିଂ, ବୋଲିଂ ଓ ଫିଲ୍ଡିଂ ସବୁଥିରେ ଭାରତ ଅନ୍ୟ ଦଳମାନଙ୍କୁ ଢେର ପଛରେ ଛାଡିଛି। ତେବେ ବୁଧବାର ଓ୍ବାଙ୍ଖଡେ ଷ୍ଟାଡିୟମରେ କୌଣସି ବି ଭୁଲ ଭାରତୀୟ ଫ୍ୟାନ୍‌ଙ୍କ ପାଇଁ ଏକ ଜାତୀୟ ବିପର୍ଯ୍ୟୟ ହେବ, ତେଣୁ ଭାରତ ଏହାର ଧ୍ୟାନ ରଖିବ। ଭାରତକୁ ମ୍ୟାଚ୍‌ ଜିତିବା ସହିତ ୧୪୦ କୋଟି ଭାରତୀୟଙ୍କ ଆଶା ଓ ଭରସାର ଚାପକୁ ମଧ୍ୟ ମୁକାବିଲା କରିବାକୁ ପଡିବ। ଏହି ଚାପରୁ ଉପରକୁ ଉଠି ଭାରତୀୟ ଦଳକୁ ପ୍ରଦର୍ଶନ କରିବାକୁ ପଡିବ।

ଅଧିନାୟକ ରୋହିତ ଶର୍ମା ଓ କୋଚ୍‌ ରାହୁଲ ଡ୍ରାଭିଡ୍‌ କ୍ରିକେଟର ଦୁଇ ଭିନ୍ନ ବ୍ୟକ୍ତିତ୍ୱ। ତେବେ କେଉଁଭଳି ଚାପର ମୁକାବିଲା କରି ଶାନ୍ତ ରହିବାକୁ ହୁଏ ଉଭୟ ଏହି କଳାରେ ମାହିର। ଏହି ପଡିଆରେ ରନ୍‌ର ପିଛା କରିବା କଷ୍ଟସାଧ୍ୟ ହେଉଥିବା ବେଳେ ଭାରତୀୟ ଫ୍ୟାନ୍‌ମାନେ ରୋହିତ ଶର୍ମା ଟସ୍‌ ଜିତିବା ନେଇ ଆଶା କରିବେ। ଦ୍ୱିତୀୟ ବ୍ୟାଟିଂ କରିବା ସମୟରେ ଲାଇଟ୍‌ ଆଗରେ ବଲ୍‌ ଅଧିକ ସୁଇଂ ହୋଇଥାଏ, ଯେଉଁ କାରଣରୁ ଅନେକ ବ୍ୟାଟିଂ ବିପର୍ଯ୍ୟୟ ଘଟିଥାଏ। ଉଭୟ ଦଳରେ ବିପର୍ଯ୍ୟୟ ସୃଷ୍ଟିକାରୀ ବୋଲର ରହିଥିବା ବେଳେ ଯେଉଁ ଦଳ ଟସ୍‌ ଜିତିବ ତାହା ପ୍ରଥମେ ବ୍ୟାଟିଂ ନେବାକୁ ପ୍ରୟାସ କରିବ। ଭାରତୀୟ ଦଳର ଓପନର ନିର୍ଭୀକତାର ସହ ଆକ୍ରମଣାତ୍ମକ ବ୍ୟାଟିଂ କରୁଛନ୍ତି। ରୋହିତ ଶର୍ମା ଏହି ଟୁର୍ନାମେଣ୍ଟରେ ୫୦୩ ରନ୍‌ ସ୍କୋର କରିଥିବା ବେଳେ ଶୁବମନ୍‌ ଗିଲ୍‌ ୨୭୦ ରନ୍‌ କରିଛନ୍ତି। ବ୍ଲାକ୍‌କ୍ୟାପ୍‌ ଦଳ ବିପକ୍ଷରେ ମଧ୍ୟ ଉଭୟ ସମାନ ରଣନୀତିର ସହ ଓହ୍ଲାଇପାରନ୍ତି।

୫୯୩ ରନ୍‌ କରିଥିବା ବିରାଟ କୋହଲି ଟୁର୍ନାମେଣ୍ଟର ସର୍ବାଧିକ ସ୍କୋରର ରହିଛନ୍ତି। ଐତିହାସିକ ୫୦ତମ ଶତକରୁ ଗୋଟିଏ ପାଦ ଦୂରରେ ରହିଥିବା ବିରାଟ ଭାରତର ବିଜୟରେ ଏହି ଶତକ ସ୍କୋର କରିବାକୁ ଆଶା କରିବେ। ଅନ୍ୟପକ୍ଷରେ ୨୦୧୫ ଓ ୨୦୧୯ ଦିନିକିଆ ବିଶ୍ୱକପ୍‌ ସେମିରେ ଭାରତ ପରାଜିତ ହୋଇଥିବା ବେଳେ ଚଳିତ ବର୍ଷ ଏହାକୁ ଏଡାଇବାକୁ ପ୍ରୟାସ କରିବେ କୋହଲି। ମିଡିଲ ଅର୍ଡରରେ ଲୋକେଶ ରାହୁଲ ଓ ଶ୍ରେୟସ୍‌ ଆୟର ଫର୍ମକୁ ଫେରିବା ଭାରତ ପାଇଁ ଶୁଭ ସଙ୍କେତ। ଅନ୍ୟତମ ବ୍ୟାଟର ସୂର୍ଯ୍ୟକୁମାର ଯାଦବଙ୍କ ବ୍ୟାଟରୁ କିଛି ରନ୍‌ ଆଶା କରିବେ ଫ୍ୟାନ୍‌। ଭାରତୀୟ ବୋଲିଂରେ ଯଶପ୍ରୀତ୍‌ ବୁମ୍‌ରା ଓ କୁଲ୍‌ଦୀପ ଯାଦବ ନିୟମିତ ଭଲ ପ୍ରଦର୍ଶନ କରିଛନ୍ତି ଏହା ନିଃସନ୍ଦେହ। ତେବେ ମହମ୍ମଦ ଶାମି ଓ ମହମ୍ମଦ ସିରାଜ୍‌ ଲାଇମ୍‌ ଲାଇଟ୍‌ ନିଜ ଉପରକୁ ନେବାରେ ସମର୍ଥ ହୋଇଛନ୍ତି। ଭାରତର ବୋଲିଂ ଆକ୍ରମଣ ଚଳିତ ବିଶ୍ୱକପ୍‌ରେ ଯେଉଁଭଳି ସଫଳତା ପାଇଛି ତାହା ଅନ୍ୟ କୌଣସି ଦଳ ପାଇପାରି ନାହିଁ।

ନ୍ୟୁଜିଲାଣ୍ଡର ବୋଲିଂ ଆକ୍ରମଣ ମଧ୍ୟ ସମପରିମାଣରେ ଶକ୍ତିଶାଳୀ। ଟ୍ରେଣ୍ଟ ବୋଲ୍ଟ, ଟିମ୍‌ ସାଉଦି ଓ ଲୋକି ଫର୍ଗୁସନଙ୍କ ସହିତ ବାମହାତୀ ସ୍ପିନର ମିଚେଲ ସାଣ୍ଟନର ଦଳକୁ ଶକ୍ତିଶାଳୀ କରୁଥିଲେ ମଧ୍ୟ ଦଳର ପଞ୍ଚମ ବୋଲର ସମସ୍ୟା ରହିଛି। ବ୍ୟାଟିଂରେ ରାଚିନ୍‌ ରବୀନ୍ଦ୍ରଙ୍କୁ ଟୁର୍ନାମେଣ୍ଟର ଆବିଷ୍କାର ବୋଲି କୁହାଯାଉଛି। ଦୁଇଟି ଶତକ ସହ ସେ ୫୬୫ ରନ୍‌ ସ୍କୋର କରିଛନ୍ତି। ତେବେ ଅନ୍ୟତମ ଓପନର ଡେଭନ୍‌ କନ୍‌ଓ୍ବେ କିନ୍ତୁ ଫର୍ମରେ ନାହାନ୍ତି। ପ୍ରଥମ ମ୍ୟାଚରେ ଇଂଲଣ୍ଡ ବିପକ୍ଷରେ ୧୫୨* ରନ୍‌ର ଇନିଂସ ଖେଳିବା ପରେ ତାଙ୍କ ବ୍ୟାଟ ନୀରବ ରହିଛି। ମଧ୍ୟକ୍ରମର ଭାର ଅଧିନାୟକ କେନ୍‌ ଓ୍ବିଲିୟମସନ୍‌ ଓ ଡାରିଲ୍‌ ମିଚେଲ୍‌ଙ୍କ ଉପରେ ରହିଛି। କାଗଜକଲମରେ ଭାରତୀୟ ଦଳ ଅଧିକ ଶକ୍ତିଶାଳୀ ରହିଥିଲେ ମଧ୍ୟ ନ୍ୟୁଜିଲାଣ୍ଡ ଦଳ ପଛରେ ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

ବିବାଦ ଭିତରେ ନିର୍ବାଚନ କମିଶନରଙ୍କ ବଡ଼ ବୈଠକ: CEC ଓ ଦୁଇ କମିଶନରଙ୍କ ଉପସ୍ଥିତିରେ ନେଲେ ବଡ଼ ନିଷ୍ପତ୍ତି!

ନୂଆଦିଲ୍‌ଲୀ,୨୬।୯: ଦେଶର ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କୁ ନେଇ ଲାଗିରହିଥିବା ବିବାଦ ମଧ୍ୟରେ ନିର୍ୱାଚନ ଆୟୋଗ ଶନିବାର (୨୬ ସେପ୍ଟେମ୍ୱର, ୨୦୨୬) ଏକ ଗୁରୁତ୍ୱପୂର୍ଣ୍ଣ…

କବାଡ଼ିରେ ଭାରତକୁ ଦ୍ୱିତୀୟ ସ୍ବର୍ଣ୍ଣ

ନାଗୋୟା,୨୬।୯: ମହିଳା ପରେ ଭାରତୀୟ ପୁରୁଷ କବାଡ଼ି ଦଳ ୨୦୨୬ ଏସୀୟ କ୍ରୀଡ଼ା ଫାଇନାଲରେ ଇରାନକୁ ପରାସ୍ତ କରି ସ୍ବର୍ଣ୍ଣ ପଦକ ହାସଲ କରିଛି। ଏକ କଡ଼ା…

ଗୋଟିଏ ପରିବାରରେ ୨୮ ଡାକ୍ତର; ୩ IAS-IPS ଓ IRS, CEC ଜ୍ଞାନେଶ କୁମାରଙ୍କ ପରିବାର ବିଷୟରେ ଜାଣିଲେ ତାଜୁବ ହେବେ

ନୂଆଦିଲ୍ଲୀ,୨୬।୯: ଦେଶର ସବୁଠାରୁ ଶିକ୍ଷିତ ତଥା ପ୍ରତିଷ୍ଠିତ ପରିବାରଗୁଡ଼ିକ କଥା ବିଚାର କଲେ ମୁଖ୍ୟ ନିର୍ୱାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ପରିବାର ଏହି ତାଲିକାର ଶୀର୍ଷରେ…

‘ମୋର ଶେଷ ବିଶ୍ୱକପ…’, କ୍ରିକେଟରୁ ବିଦାୟ ନେବା ନେଇ ଭାବପ୍ରବଣ ବୟାନ ଦେଲେ ବିରାଟ କୋହଲି, ପ୍ରଶଂସକ ଜାଣିଲେ…

ନୂଆଦିଲ୍ଲୀ,୨୬।୯: ବିରାଟ କୋହଲି ନିଜେ ଘୋଷଣା କରିଛନ୍ତି ଯେ ୨୦୨୭ ODI ବିଶ୍ୱକପ ତାଙ୍କର ଶେଷ ବିଶ୍ୱକପ ଟୁର୍ଣ୍ଣାମେଣ୍ଟ ହେବ। ୨୦୧୧ ବିଶ୍ୱକପ ବିଜୟୀ ଦଳର ସଦସ୍ୟ…

ଗିଲଙ୍କ କ୍ୟାପଟେନ୍ସି ଉପରେ କୋହଲିଙ୍କ ବଡ଼ କଥା, ଭବିଷ୍ୟତକୁ ନେଇ କହିଲେ…

ନୂଆଦିଲ୍ଲୀ,୨୬।୯: ରୋହିତ ଶର୍ମାଙ୍କ ପରେ ଶୁଭମନ ଗିଲଙ୍କୁ ଭାରତର ଦିନିକିଆ ଓ ଟେଷ୍ଟ ଦଳର ଅଧିନାୟକ କରାଯାଇଛି। ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ଆସନ୍ତା ୨୭ ସେପ୍ଟେମ୍ବର…

ନିଜ ପତ୍ନୀଙ୍କ ଅପେକ୍ଷା ରୋହିତ ଶର୍ମାଙ୍କୁ ଅଧିକ ଭଲ ପାଆନ୍ତି ଧାୱନ! ଭିଡିଓ ଦେଖି ସମସ୍ତେ ଆଶ୍ଚର୍ଯ୍ୟ

ନୂଆଦିଲ୍ଲୀ,୨୬।୯: କ୍ରିକେଟ ଦୁନିିଆରେ କିଛି ଖେଳାଳି କେବଳ ସେମାନଙ୍କ ଖେଳ ପାଇଁ ନୁହେଁ, ବରଂ ସେମାନଙ୍କ ବନ୍ଧୁତା ପାଇଁ ମଧ୍ୟ ବେଶ ଜଣାଶୁଣା। ପୂର୍ବତନ ଭାରତୀୟ ଅଧିନାୟକ…

କବାଡ଼ିରେ ଭାରତକୁ ସ୍ବର୍ଣ୍ଣ: ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଇରାନକୁ ହରାଇଲା

ନାଗୋୟା,୨୬।୯:ଏସିଆନ ଗେମ୍ସ ୨୦୨୬ରେ ଭାରତୀୟ ମହିଳା କବାଡ଼ି ଦଳ ଦମଦାର ପ୍ରଦର୍ଶନ କରି ସ୍ବର୍ଣ୍ଣ ପଦକ ଜିତିଛି। ରୋମାଞ୍ଚକର ଫାଇନାଲ ମ୍ୟାଚ୍‌ରେ ଭାରତ ଇରାନକୁ ୩୭-୩୪ ପଏଣ୍ଟରେ…

ପ୍ରଥମ ଦିନିକିଆ ପାଇଁ ଟିମ ଇଣ୍ଡିଆର ମାଷ୍ଟରପ୍ଲାନ ହେଲା ଲିକ୍‌’! ବଡ଼ କଥା କହିଲେ ଭାରତୀୟ କୋଚ

ନୂଆଦିଲ୍ଲୀ,୨୬।୯: ୨୦୨୭ ଦିନିକିଆ ବିଶ୍ୱକପକୁ ନଜରରେ ରଖି ଭାରତୀୟ କ୍ରିକେଟ ଦଳ ପାଇଁ ଆଗାମୀ ପ୍ରତ୍ୟେକ ସିରିଜ ଗୁରୁତ୍ୱପୂର୍ଣ୍ଣ ହେବ। ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?