Posted inଖେଳ

ବୈଭବଙ୍କୁ ବଡ଼ ଝଟ୍‌କା: ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ T20 ମ୍ୟାଚ ପୂର୍ବରୁ ହେଲା ବଡ଼ ଅଦଳବଦଳ!

ନୂଆଦିଲ୍ଲୀ, ୨୦।୧୦: ନିକଟରେ ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ୫ ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳାଯାଇଥିଲା। ଉଭୟ ଦଳ ୨-୨ରେ ସିରିଜ ବରାବର ସ୍ଥିତିରେ ରହିଥିଲେ। ତେବେ ବର୍ଷା ଯୋଗୁ ପଞ୍ଚମ ତଥା ନିର୍ଣ୍ଣାୟକ ମ୍ୟାଚ ବାତିଲ ହୋଇଯାଇଥିଲା। ଏବେ ଟିମ ଇଣ୍ଡିଆକୁ ନ୍ୟୁଜିଲାଣ୍ଡଠାରୁ କଡ଼ା ଚ୍ୟାଲେଞ୍ଜର ସାମ୍ନା କରିବାକୁ ପଡ଼ିବ। ଅକ୍ଟୋବର ୨୨ ତାରିଖରେ ଖ୍ରୀଷ୍ଟଚର୍ଚ୍ଚରେ ଉଭୟ ଦଳ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ ଖେଳାଯିବ।

ନ୍ୟୁଜିଲାଣ୍ଡର ପରିବେଶ ଓ ପରିସ୍ଥିତି ଭାରତଠାରୁ ବେଶ ଭିନ୍ନ। ସେଠାରେ ଟିମ ଇଣ୍ଡିଆ ପାଇଁ ଚ୍ୟାଲେଞ୍ଜ ମଧ୍ୟ ଅଲଗା ରହିବ। ଏହି ସିରିଜ ପାଇଁ ଭାରତୀୟ ଦଳର ଚୂଡ଼ାନ୍ତ ଏକାଦଶରେ ପରିବର୍ତ୍ତନ ହୋଇପାରେ। ଆସନ୍ତୁ ଜାଣିବା ପ୍ରଥମ ଟି-୨୦ ମ୍ୟାଚ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ-୧୧ କିପରି ହୋଇପାରେ।

ୱେଷ୍ଟଇଣ୍ଡିଜ ବିପକ୍ଷ ୫ଟି ଯାକ ମ୍ୟାଚରେ ବୈଭବ ସୂର୍ଯ୍ୟବଂଶୀଙ୍କୁ ଖେଳିବାର ସୁଯୋଗ ମିଳିନଥିଲା। ସେ ବେଞ୍ଚ୍‌ରେ ବସି ରହିଥିଲେ। ୱେଷ୍ଟଇଣ୍ଡିଜ ସିରିଜ ପରେ ଅଧିନାୟକ ଶ୍ରେୟସ ଆୟର କହିଥିଲେ ଯେ ସୂର୍ଯ୍ୟବଂଶୀଙ୍କୁ ନିଜ ସୁଯୋଗ ପାଇଁ ଅପେକ୍ଷା କରିବାକୁ ପଡ଼ିବ। ଏଥିରୁ ସଙ୍କେତ ମିଳିଥିଲା ଯେ ନ୍ୟୁଜିଲାଣ୍ଡ ଗସ୍ତରେ ମଧ୍ୟ ତାଙ୍କୁ ବେଞ୍ଚ୍‌ରେ ବସିବାକୁ ପଡ଼ିପାରେ। ପ୍ରଥମ ଟି-୨୦ରେ ତାଙ୍କ ଖେଳିବା ସମ୍ଭାବନା କମ ରହିଛି।

ପ୍ରଥମ ଟି-୨୦ରେ ଅଭିଷେକ ଶର୍ମା ଓ ସଞ୍ଜୁ ସାମସନ ଓପନିଂ କରୁଥିବା ନଜର ଆସିପାରନ୍ତି। ଅନ୍ୟପଟେ, ତୃତୀୟ ସ୍ଥାନରେ ଈଶାନ କିଶନ ବ୍ୟାଟିଂ କରିବାକୁ ଓହ୍ଲାଇପାରନ୍ତି। ଚତୁର୍ଥ ସ୍ଥାନରେ ଶ୍ରେୟସ ଆୟରଙ୍କ ସ୍ଥାନ ପକ୍କା ଥିବା କୁହାଯାଉଛି। ପଞ୍ଚମ ସ୍ଥାନରେ ତିଳକ ବର୍ମା ଖେଳିପାରନ୍ତି। ଏହି ସ୍ଥାନରେ ବ୍ୟାଟିଂ କରି ସେ ବେଶ ପ୍ରଭାବିତ କରିଛନ୍ତି।

ଏହାପରେ ଶିବମ ଦୁବେ, ନୀତୀଶ କୁମାର ରେଡ୍ଡୀ ଓ ଅକ୍ଷର ପଟେଲଙ୍କ ପାଳି ଆସିବ। ଅନ୍ୟପଟେ, ନମନ ଧୀରଙ୍କୁ ନ୍ୟୁଜିଲାଣ୍ଡ ବିପକ୍ଷରେ ସୁଯୋଗ ମିଳିବା ସମ୍ଭାବନା କମ ରହିଛି।
ୱେଷ୍ଟଇଣ୍ଡିଜ ବିପକ୍ଷ ଶେଷ ମ୍ୟାଚରେ ଭୁବନେଶ୍ୱର କୁମାରଙ୍କୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ମିଳିଥିଲା। ଆହତ କାରଣରୁ ଅର୍ଶଦୀପ ସିଂହ ଦଳରୁ ବାଦ ପଡ଼ିଥିଲେ। ନ୍ୟୁଜିଲାଣ୍ଡ ବିପକ୍ଷ ପ୍ରଥମ ଟି-୨୦ରେ ଦ୍ରୁତ ବୋଲିଂର ଦାୟିତ୍ୱ ଭୁବନେଶ୍ୱର ଓ ଅର୍ଶଦୀପଙ୍କ କାନ୍ଧରେ ରହିପାରେ। ସେମାନଙ୍କୁ ସହଯୋଗ କରିବା ପାଇଁ ପ୍ରିନ୍ସ ଯାଦବଙ୍କୁ ମଧ୍ୟ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ। ନ୍ୟୁଜିଲାଣ୍ଡର ପିଚରେ ଦ୍ରୁତ ବୋଲରମାନେ ଅଧିକ ଫାଇଦା ପାଇଥାନ୍ତି।

ଟି-୨୦ କ୍ରିକେଟରେ ନ୍ୟୁଜିଲାଣ୍ଡ ବିପକ୍ଷରେ ଭାରତର ରେକର୍ଡ ବେଶ ଭଲ ରହିଛି। ଏପର୍ଯ୍ୟନ୍ତ ଉଭୟ ଦଳ ମଧ୍ୟରେ ୩୧ଟି ଟି-୨୦ ମ୍ୟାଚ ଖେଳାଯାଇଛି। ଏଥିରୁ ଟିମ ଇଣ୍ଡିଆ ୧୯ଟି ମ୍ୟାଚରେ ବିଜୟୀ ହୋଇଥିବା ବେଳେ ନ୍ୟୁଜିଲାଣ୍ଡ ୧୧ଟି ମ୍ୟାଚ ଜିତିଛି। ଗୋଟିଏ ମ୍ୟାଚ ଟାଇ ରହିଛି। ଏହି ପରିସଂଖ୍ୟାନରୁ ଭାରତର ପଲ୍ଲା ଭାରୀ ଥିବା ସ୍ପଷ୍ଟ ହେଉଛି।
୨୦୨୦ ପରଠାରୁ ନ୍ୟୁଜିଲାଣ୍ଡ ମାଟିରେ ଭାରତ ଗୋଟିଏ ବି ଟି-୨୦ ମ୍ୟାଚ ହାରିନାହିଁ। ଏହା ମଧ୍ୟ ଟିମ ଇଣ୍ଡିଆ ପାଇଁ ଏକ ବଡ଼ ଉପଲବ୍ଧି। ଶ୍ରେୟସ ଆୟର ଏହି ଖାସ ରେକର୍ଡକୁ ବଜାୟ ରଖିବାକୁ ଚାହିଁବେ।

ପ୍ରଥମ ଟି-୨୦ ପାଇଁ ଭାରତର ସମ୍ଭାବ୍ୟ ପ୍ଲେଇଂ-୧୧
1. ଅଭିଷେକ ଶର୍ମା
2. ସଞ୍ଜୁ ସାମସନ
3. ଈଶାନ କିଶନ
4. ଶ୍ରେୟସ ଆୟର
5. ତିଳକ ବର୍ମା
6. ନୀତୀଶ କୁମାର ରେଡ୍ଡୀ
7. ଶିବମ ଦୁବେ
8. ଅକ୍ଷର ପଟେଲ
9. ଭୁବନେଶ୍ୱର କୁମାର
10. ପ୍ରିନ୍ସ ଯାଦବ
11. ଅର୍ଶଦୀପ ସିଂହ

 

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?