Posted inଖେଳ

ସାଥୀ ଖେଳାଳିଙ୍କ ଏଭଳି କାରନାମା ଦେଖି ବିଶ୍ୱାସ କରିପାରିଲେନି ବିରାଟ କୋହଲି

ସିଡ୍‌ନୀ,୭।୧୨: ସିଡନୀ କ୍ରିକେଟ ଗ୍ରାଉଣ୍ଡ (ଏସସିଜି)ରେ ଖେଳାଯାଇଥିବା ତିନି ମ୍ୟାଚ ବିଶିଷ୍ଟ ସିରିଜର ଦ୍ୱିତୀୟ ଟି -୨୦ରେ ଭାରତ ଅଷ୍ଟ୍ରେଲିଆକୁ ୬ଟି ଉଇକେଟରେ ପରାସ୍ତ କରିଛି। ଏହା ସହ ଭାରତ ଟି-୨୦ ସିରିଜର ପ୍ରତିଶୋଧ ନେଇ ଟି -୨୦ ସିରିଜରେ ନେଇଛି। ଏହି ମ୍ୟାଚର ହିରୋ ହାର୍ଦ୍ଦିକ ପାଣ୍ଡ୍ୟା ଏବଂ ଶିଖର ଧାୱନ ଥିଲେ, କିନ୍ତୁ ଶ୍ରେୟାସ ଆୟର ମଧ୍ୟ ତାଙ୍କ ବ୍ୟାଟିଂରେ ପ୍ରଭାବିତ କରିଥିଲେ। ମ୍ୟାଚ ସମୟରେ ଶ୍ରେୟସ ଆୟର ଏତେ ଲମ୍ବା ଛକା ମାରିଥିଲେ ଯେ ଭାରତୀୟ ଅଧିନାୟକ ବିରାଟ କୋହଲି ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ୧୭.୪ ଓଭରରେ ଶ୍ରେୟସ ଆୟର ଆଦାମ ଜାମ୍ପାଙ୍କ ବଲ୍‌ରେ ୧୧୧ ମିଟର ଛକା ମାରିଥିଲେ। ଆୟରଙ୍କ ଛକା ଦେଖି ବିରାଟ କୋହଲି ଏବଂ କେ.ଏଲ ରାହୁଲ ଆଶ୍ଚର୍ଯ୍ୟ ହୋଇଯାଇଥିଲେ। ଏଥିସହିତ ଭାରତୀୟ କ୍ରିକେଟ ଦଳର ଜଣେ ସପୋର୍ଟ ଷ୍ଟାଫ ତାଙ୍କ ଆସନରୁ ଠିଆ ହୋଇ ଯାଇଥିଲେ। ଆୟରଙ୍କ ଛକା ଦେଖି ବିରାଟ କୋହଲିଙ୍କ ପାଟି ଖୋଲା ରହିଯାଇଥିଲା ଏବଂ ପୂରା ଷ୍ଟାଡିୟମ କରତାଳି ଦେଇଥିଲା। ଅଷ୍ଟ୍ରେଲିଆ ବିପକ୍ଷ ଏକଦିବସୀୟ ସିରିଜରେ ଫ୍ଲପ ହୋଇଥିବା ଶ୍ରେୟସ ଆୟର ୫ ବଲରେ ୧ ଚୌକା ଓ ୧ ଛକା ସହ ୧୨ ରନ ସଂଗ୍ରହ କରିଥିଲେ। ଏହାପୂର୍ବରୁ ଶ୍ରେୟସ ଆୟର ଏକଦିବସୀୟ ସିରିଜରେ ଖରାପ ଫ୍ଲପ କରୁଥିଲେ। ସେ ଅଷ୍ଟ୍ରେଲିଆ ବିପକ୍ଷ ୩ଟି ଏକଦିବସୀୟ ମ୍ୟାଚ୍‌ରେ ୨, ୩୮ ଏବଂ ୧୯ ରନ ସ୍କୋର କରିଥିଲେ। ଏଭଳି ପରିସ୍ଥିତିରେ ମନୀଷ ପାଣ୍ଡେଙ୍କୁ ପ୍ରଥମ ଟି -୨୦ମ୍ୟାଚରେ ତାଙ୍କୁ ବାଦ୍‌ ଦିଆଯାଇ ମନୀଷ ପାଣ୍ଡେଙ୍କୁ ଚୟନ କରାଯାଇଥିଲା। କିନ୍ତୁ ଦ୍ୱିତୀୟ ଟି -୨୦ ରେ ମନୀଷ ପାଣ୍ଡେଙ୍କ ଆଘାତ ଯୋଗୁ ଆୟାର ପୁଣି ଥରେ ଚୂଡାନ୍ତ ଏକାଦଶରେ ସାମିଲ ହୋଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

Posted inଖେଳ View All

ଧୋନୀଙ୍କୁ ବିଶ୍ୱକପ୍‌ ଲାଗି ରାଜି କରାଇବା ପ୍ରସଙ୍ଗରେ କ’ଣ କହିଲେ ରୋହିତ? ଦଳ ଘୋଷଣା ପୂର୍ବରୁ ଆସିଲା ବଡ଼ ଖବର

ନୂଆଦିଲ୍ଲୀ,୧୮।୪: ଟି୨୦ ବିଶ୍ୱକପ୍‌ ପାଇଁ ଟିମ୍‌ ଇଣ୍ଡିଆ ଘୋଷଣା କରାଯିବା ବାକି ଅଛି। ହେଲେ କେଉଁ ଖେଳାଳିଙ୍କୁ ଚୟନ କରାଯିବ, କାହାକୁ ନୁହେଁ, ତାହାକୁ ନେଇ...

ଚେନ୍ନାଇରେ ସାମିଲ ହେଲେ ଏହି ଘାତକ ବୋଲର୍‌, ୪ ବଲ୍‌ରେ ରୋହିତ-ବିରାଟ-ପନ୍ତଙ୍କ ଉଇକେଟ ନେଇ ଥିଲେ ଚର୍ଚ୍ଚାରେ

ନୂଆଦିଲ୍ଲୀ,୧୮।୪: ଆଇପିଏଲ୍‌ ମଝିରୁ ଚେନ୍ନାଇ ସୁପର କିଙ୍ଗ୍ସ(ସିଏସ୍‌କେ)ରୁ ବାଦ୍‌ ପଡ଼ିଛନ୍ତି ଷ୍ଟାର କ୍ରିକେଟର ଡିଭନ୍‌ କନଓ୍ବେ। ସର୍ବାଧିକ ରନ୍‌ ସ୍କୋର କରିଥିବା ଏହି କ୍ରିକେଟର ପୁରା...

ପଡ଼ିଆକୁ ଓହ୍ଲାଇବା ମାତ୍ରେ ଇତିହାସ ରଚିବେ ରୋହିତ ଶର୍ମା

ରୋହିତ ଶର୍ମା ପ୍ରଥମ ସିଜିନ ଅର୍ଥାତ୍‌ ୨୦୦୮ ଠାରୁ ଇଣ୍ଡିଆନ ପ୍ରିମିୟର ଲିଗ (ଆଇପିଏଲ) ର ଏକ ଅଂଶ ରହିଆସିଛନ୍ତି। ରୋହିତ ହେଉଛନ୍ତି ଆଇପିଏଲର ଅନ୍ୟତମ...

ଆଇପିଏଲ୍‌ ମଝିରେ ଚେନ୍ନାଇ ସୁପର କିଙ୍ଗସକୁ ଲାଗିଲା ବଡ଼ ଝଟ୍‌କା

ନୂଆଦିଲ୍ଲୀ,୧୮।୪: ଚେନ୍ନାଇ ସୁପର କିଙ୍ଗସ ଆଇପିଏଲ ୨୦୨୪ରେ ଏପର୍ଯ୍ୟନ୍ତ ଭଲ ପ୍ରଦର୍ଶନ କରୁଛି, କିନ୍ତୁ ଦଳକୁ ଏକ ବଡ଼ ଝଟ୍‌କା ଲାଗିଛି। ଗତ ସିଜନରେ ସିଏସ୍‌କେ...

ଟି -୨୦ ବିଶ୍ୱକପ ଚୟନ ଖବରକୁ ଖଣ୍ଡନ ରୋହିତ ଶର୍ମା, ଦେଲେ ବଡ଼ ବୟାନ

ନୂଆଦିଲ୍ଲୀ,୧୮।୪: ଭାରତୀୟ କ୍ରିକେଟ ଦଳର ଅଧିନାୟକ ରୋହିତ ଶର୍ମା ମିଡିଆ ରିପୋର୍ଟକୁ ଅସ୍ବୀକାର କରିଛନ୍ତି। ଯେଉଁଥିରେ ଦାବି କରାଯାଉଥିଲା ଯେ, ଟି -୨୦ ବିଶ୍ୱକପ ଚୟନକୁ...

ମୁମ୍ବାଇ ଇଣ୍ଡିଆନ୍ସ ସହ ଗୁଜରାଟ ଟାଇଟାନ୍ସକୁ ବି ଡୁବେଇଦେଲେ ହାର୍ଦ୍ଦିକ ପାଣ୍ଡ୍ୟା: ପୂର୍ବତନ କ୍ରିକେଟର୍‌ ଆଣିଲେ ଅଭିଯୋଗ

ନୂଆଦିଲ୍ଲୀ,୧୮।୪: ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଅଧିନାୟକତ୍ୱରେ ଗୁଜରାଟ ଟାଇଟାନ୍ସ ଆଇପିଏଲ ୨୦୨୨ ଜିତିଥିଲା। ଏହା ପରେ, ଗୁଜରାଟ ଆଇପିଏଲ ୨୦୨୩ରେ ରନର୍‌ ଅପ୍‌ ହୋଇଥିଲା। କିନ୍ତୁ ଏହି...

କୋହଲିଙ୍କଠାରୁ ପ୍ରେରଣା ପାଇ ୟୁପିଏସ୍‌ସିରେ ତୃତୀୟ ସ୍ଥାନ ହାସଲ କଲେ ଅନନ୍ୟା: ଦେଖନ୍ତୁ ଭିଡିଓ

ନୂଆଦିଲ୍ଲୀ,୧୮।୪: ଭାରତର ତାରକା ବ୍ୟାଟ୍ସମ୍ୟାନ ବିରାଟ କୋହଲି ଦୁନିଆର ଅନ୍ୟତମ ଲୋକପ୍ରିୟ ଆଥଲେଟ ଅଟନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମରେ ତାଙ୍କର ୮୦୦ ମିଲିୟନରୁ ଅଧିକ ଫଲୋଅର୍ସ...

ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ

ଅହମଦାବାଦ,୧୭ା୪: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌(ଆଇପିଏଲ)ରେ ଗୁଜରାଟ ଟାଇଟନ୍ସକୁ ୬ ଉଇକେଟରେ ହରାଇ ତୃତୀୟ ବିଜୟ ହାସଲ କରିଛି ଦିଲ୍ଲୀ କ୍ୟାପିଟାଲ୍ସ। ପ୍ରଥମେ ବ୍ୟାଟିଂ କରି ଟାଇଟନ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri