ବମକୋଇ ଠାକୁରାଣୀ ଯାତ୍ରାରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼; ପଦ୍ମଶ୍ରୀ ସିମାଞ୍ଚଳ ପାତ୍ରଙ୍କୁ ସମ୍ବର୍ଦ୍ଧିତ କଲା ଯାତ୍ରା କମିଟି

ଦିଗପହଣ୍ଡି, ୯।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଅନ୍ତର୍ଗତ ବମକୋଇ ଗ୍ରାମର ଆରାଧ୍ୟ ଦେବୀ ମା’ ବାମଦେଇ ଠାକୁରାଣୀଙ୍କ ପ୍ରସିଦ୍ଧ ଯାତ୍ରା ମହୋତ୍ସବ ଏବେ ଶୀର୍ଷରେ। ଶନିବାର ଯାତ୍ରାର ଦ୍ୱିତୀୟ ଦିନରେ ମା’ଙ୍କ ଦର୍ଶନ ପାଇଁ ଯାତ୍ରାପୀଠରେ ଶ୍ରଦ୍ଧାଳୁଙ୍କ ଅସମ୍ଭାଳ ଭିଡ଼ ଦେଖିବାକୁ ମିଳିଛି।

ଯାତ୍ରାର ଦ୍ୱିତୀୟ ଦିନରେ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ବମକୋଇ ଗ୍ରାମର ଗର୍ବ ତଥା ବିଶିଷ୍ଟ ପ୍ରହଲ୍ଲାଦ ନୃତ୍ୟଗୁରୁ ପଦ୍ମଶ୍ରୀ ସିମାଞ୍ଚଳ ପାତ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ବାହାଡାଗୁଡ଼ା ଏବଂ ସାହସପୁର ଗ୍ରାମର କଳାକାରଙ୍କ ଦ୍ୱାରା ପୌରାଣିକ ପ୍ରହଲ୍ଲାଦ ନାଟକ ପରିବେଷଣ ପୂର୍ବରୁ ଯାତ୍ରା କମିଟି ସଭାପତି ନରସିଂହ ପ୍ରଧାନ ଓ ଅନ୍ୟ କର୍ମକର୍ତ୍ତାମାନେ ଶ୍ରୀ ପାତ୍ରଙ୍କୁ ଅଙ୍ଗବସ୍ତ୍ର ଓ ମାଲ୍ୟାର୍ପଣ କରି ସମ୍ମାନିତ କରିଥିଲେ। ଏହି ଅବସରରେ ଗ୍ରାମର ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ଥିଲେ।

ସକାଳୁ ଅସ୍ଥାୟୀ ଯାତ୍ରାପୀଠରେ ମା’ଙ୍କ ସେବା ପୂୂଜା ଓ ମଣୋହି ନୀତି ସମ୍ପନ୍ନ ହୋଇଥିଲା। ସନ୍ଧ୍ୟା ସମୟରେ ମୁଖ୍ୟ ସେବାୟତଙ୍କ ଦ୍ୱାରା ମା’ଙ୍କ ସା ଆଳତି ପରେ ଘଟ ଶୋଭାଯାତ୍ରା ପାଇଁ ଆଜ୍ଞାମାଳ ପ୍ରଦାନ କରାଯାଇଥିଲା। ମା’ଙ୍କ ହୁକୁମ ପାଇବା ପରେ ପାର୍ଶ୍ୱ ଘଟଧାରୀ ମହିଳାମାନେ ମସ୍ତକରେ ଘଟ ଉଠାଇଥିଲେ।

ବାଦ୍ୟ ବାଜଣା, ଶଙ୍ଖ ଧ୍ୱନି, ପାଇକ ଆଖଡ଼ା ଓ ମା’ ଠାକୁରାଣୀ ନୃତ୍ୟର ତାଳେ ତାଳେ ମୁଖ୍ୟ ଘଟଙ୍କ ସହ ଏହି ଭବ୍ୟ ଶୋଭାଯାତ୍ରା ଗ୍ରାମର ବିଭିନ୍ନ ସାହି ପରିକ୍ରମା କରିଥିଲା। ପାରମ୍ପରିକ ବେଶଭୂଷା ଓ ଝୁଲି ଝୁଲି ଯାଉଥିବା ଘଟଙ୍କୁ ଦେଖିବା ପାଇଁ ରାସ୍ତାର ଉଭୟ ପାର୍ଶ୍ୱରେ ଶ୍ରଦ୍ଧାଳୁଙ୍କ ଗହଳି ଲାଗିଥିଲା।

ଯାତ୍ରା କମିଟିର ସଦସ୍ୟ, ସ୍ବେଚ୍ଛାସେବୀ ଏବଂ ପୋଲିସ ବାହିନୀ ସମନୱୟ ରକ୍ଷା କରି ଭିଡ଼ ନିୟନ୍ତ୍ରଣ କରିବା ସହ ଶାନ୍ତିଶୃଙ୍ଖଳାର ସହ ଯାତ୍ରା ପରିଚାଳନା କରୁଛନ୍ତି। ଗ୍ରାମବାସୀଙ୍କ ସହଯୋଗରେ ମା’ଙ୍କ ଏହି ବାର୍ଷିକ ଯାତ୍ରା ବେଶ ଉତ୍ସାହର ସହ ପାଳିତ ହେଉଛି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ବାରଣ୍ଡାରେ ଖାଉଛନ୍ତି ୧୬୯ ଛାତ୍ରୀଛାତ୍ର: ମଧ୍ୟାହ୍ନ ଭୋଜନ ପାଇଁ ଶେଡ ନିର୍ମାଣ ଦାବି

କେସିଙ୍ଗା,୨୩।୯ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ଅଧୀନସ୍ଥ ଗାଈଗା ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଖାଇବା ପାଇଁ ଶେଡ ନଥିବାରୁ ଛାତ୍ରୀଛାତ୍ରମାନେ…

କପିଳେନ୍ଦ୍ରଙ୍କୁ ବଡ଼ ଦାୟିତ୍ୱ ଦେଲା ବିଜେଡି: ଦଳକୁ ମଜଭୁତ କରିବା ଲକ୍ଷ୍ୟ

ରାଜକନିକା, ୨୩।୯ (ସଞ୍ଜୟ କୁମାର ଦାଶ): କେନ୍ଦ୍ରାପଡ଼ା ଜିଲା ରାଜକନିକା ବ୍ଲକର ନୂତନ ବିଜେଡି ସଭାପତି ଭାବେ ପ୍ରାକ୍ତନ ରାଜକନିକା ପଞ୍ଚାୟତ ସମିତି ଅଧ୍ୟକ୍ଷ କପିଳେନ୍ଦ୍ର ମଲ୍ଲିକଙ୍କୁ…

ଭୁଲ ଇଞ୍ଜେକ୍ସନ ଯୋଗୁ କିନ୍ନରଙ୍କ ମୃତ୍ୟୁ ଅଭିଯୋଗ: ହସ୍ପିଟାଲ ଘେରିଲେ କିନ୍ନର ସମାଜ

ଦେବଗଡ଼, ୨୩।୯(ଶଶାଙ୍କ ଶେଖର ଝାଙ୍କର): ଦେବଗଡ଼ ଜିଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସାଧୀନ ଅବସ୍ଥାରେ ଜଣେ କିନ୍ନରଙ୍କ ମୃତ୍ୟୁକୁ ନେଇ ମଙ୍ଗଳବାର ରାତିରେ ଉତ୍ତେଜନା ପ୍ରକାଶ ପାଇଛି। ଭୁଲ…

ଗଭୀର ଅବପାତ: ଗଞ୍ଜାମରେ ପ୍ରଶାସନର ହାଇ-ଆଲର୍ଟ, ୨୧୬ ଜଣ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର

ଛତ୍ରପୁର, ୨୨।୯(ଦିଲ୍ଲୀପ ସାମଲ): ସମ୍ଭାବ୍ୟ ଗଭୀର ଅବପାତ ଓ ପ୍ରବଳ ବର୍ଷା ଜନିତ ବିପର୍ଯ୍ୟୟର ମୁକାବିଲା ପାଇଁ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ଆଗୁଆ ସତର୍କତାମୂଳକ ପଦକ୍ଷେପ…

‘ଧରିତ୍ରୀ’ରେ ଖବର ପ୍ରସାରଣର ବଡ଼ ପ୍ରଭାବ: ଥୁଆମୂଳ ରାମପୁରରେ ଅଟକିଲା ବେଆଇନ ଦାଦନ ବସ୍, ୧୭ ହଜାରରୁ ଊର୍ଦ୍ଧ୍ୱ ଟଙ୍କା ଫାଇନ୍

ଥୁଆମୂଳ ରାମପୁର, ୨୨।୯(ଦୁର୍ଗା କୀର୍ତ୍ତି): ‘ଧରିତ୍ରୀ’ରେ ବେଆଇନ ଦାଦନ ଶ୍ରମିକ ଚାଲାଣ ସମ୍ପର୍କିତ ବିଶେଷ ଖବର ପ୍ରକାଶ ପାଇବା ପରେ ପ୍ରଶାସନିକ କଳ ତତ୍ପର ହୋଇଉଠିଛି। ଜିଲା…

୨ କିଲୋମିଟର ଘୋଷାଡ଼ି ନେଲା ପିକଅପ୍: ଅତାବିରାରେ ମର୍ମନ୍ତୁଦ ଦୁର୍ଘଟଣା, ଚାଲିଗଲା ଜଳଖିଆ ବ୍ୟବସାୟୀଙ୍କ ଜୀବନ

ଅତାବିରା, ୨୨।୯(ଯୁଧିଷ୍ଠିର ମହାପାତ୍ର): ସମ୍ବଲପୁର-ବରଗଡ଼ ୫୩ ନମ୍ବର ଜାତୀୟ ରାଜପଥର ଅତାବିରାରେ ମଙ୍ଗଳବାର ସନ୍ଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଜଣେ ଯୁବକଙ୍କର ମୃତ୍ୟୁ ହୋଇଛି। ମୃତ…

ସୁବଳୟା ମହାନଦୀରୁ ଦୁଇ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର: ଗଞ୍ଜେଇ ମାଫିଆ ହୋଇଥିବା ସନ୍ଦେହ, ପରିଚୟ ଖୋଜୁଛି…

ଅମରପାଲି, ୨୨।୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ସୁବଳୟା ମହାନଦୀ ଫେରିଘାଟ ନିକଟରୁ ମଙ୍ଗଳବାର ଅପରାହ୍ନରେ ଦୁଇଜଣ ଅଜଣା ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି।…

ପୋଷଣ ସହ ବଢ଼ିବ ମନୋବଳ: ଗୁଡ଼ାରିରେ ଯକ୍ଷ୍ମା ଆକ୍ରାନ୍ତଙ୍କୁ ପୋଷଣ ଖାଦ୍ୟ ବାସ୍କେଟ ବଣ୍ଟନ, ଏମ୍‌ସିଏଲ୍‌ର ପ୍ରଶଂସନୀୟ…

ଗୁଡ଼ାରି, ୨୨।୯(ପ୍ରମୋଦ କୁମାର ପତି): ‘ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ’ ଅନ୍ତର୍ଗତ ରାୟଗଡ଼ା ଜିଲ୍ଲା ସ୍ୱାସ୍ଥ୍ୟ ଅଧିକାରୀଙ୍କ ତତ୍ତ୍ୱାବଧାନରେ ଗୁଡ଼ାରି ବ୍ଲକରେ ଚିହ୍ନଟ ହୋଇଥିବା ୫୧…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?