ଅବିଶ୍ୱସନୀୟ ଅମଲାତନ୍ତ୍ରୀ

ସବୁ ଗଣତାନ୍ତ୍ରିକ ଦେଶରେ ସରକାରୀ ବ୍ୟବସ୍ଥା ଚାଲିବା ପାଇଁ କେତେକ ମୂଳଦୁଆ ପଡ଼ିଥାଏ। ସର୍ବୋଚ୍ଚରେ ପାର୍ଲାମେଣ୍ଟ ଅର୍ଥାତ୍‌ ବିଧାନପାଳିକା ଥିବାବେଳେ ନ୍ୟାୟପାଳିକା, କାର୍ଯ୍ୟପାଳିକା ବା ଅମଲାତନ୍ତ୍ର ଏବଂ ଅଣଆନୁଷ୍ଠାନିକ ଭାବେ ଗଣମାଧ୍ୟମକୁ ହିସାବ କରାଯାଏ। ଭାରତୀୟ ସମ୍ବିଧାନରେ ମଧ୍ୟ ସେହିଭଳି ପଦ୍ଧତି ରହିଛି। ଏହା ପଛରେ ଉଦ୍ଦେଶ୍ୟ ହେଉଛି ଯେ, ପରସ୍ପରକୁ ଉଚିତ ବାଟରେ ନେବା ପାଇଁ ସହାୟକ ହେବେ। ଯଦି କେହି ବାଟବଣା ହୁଏ, ତାହାହେଲେ ଜଗିବା ପାଇଁ ଅନ୍ୟ ଶାଖା ତତ୍ପର ହେବା କଥା। କ୍ଷୋଭର ବିଷୟ ଯେ, ଭାରତର ସେଭଳି ଭାରସାମ୍ୟ ରଖିଲା ଭଳି ସ୍ଥିତି ସୃଷ୍ଟି କରାଯାଇପାରି ନାହିଁ। ସମସ୍ତେ କହନ୍ତି ଯେ, ସମ୍ବିଧାନକୁ ମାନିବାକୁ ପଡ଼ିବ। ଏଠାରେ ମନେରଖିବାକୁ ହେବ ଯେ, ସମ୍ବିଧାନର ନିଜସ୍ବ ଜୀବନ ନାହିଁ। ମଣିଷର ପ୍ରତ୍ୟେକ ଦିଗକୁ ପରିଚାଳନା କଲା ଭଳି ସମ୍ବିଧାନର ବ୍ୟବସ୍ଥା ମଧ୍ୟ ନାହିଁ। ସେଥିପାଇଁ ସମ୍ବିଧାନକୁ ସୁରକ୍ଷିତ ରଖିବା ହେଉଛି ଏହି ତିନି ଅଙ୍ଗର ମୁଖ୍ୟ ଦାୟିତ୍ୱ। ଏମାନଙ୍କ ମାଧ୍ୟମରେ ଜନସାଧାରଣଙ୍କ ପାଖରେ ସମ୍ବିଧାନର ସୁଫଳ ପହଞ୍ଚତ୍ଥାଏ। ଯେତେବେଳେ କୌଣସି ଗୋଟିଏ ଅଙ୍ଗ ନିଜର କର୍ତ୍ତବ୍ୟଠାରୁ ନିଜର ସୁବିଧାକୁ ଅଧିକ ଗୁରୁତ୍ୱ ଦେଇଥାଏ, ସେତେବେଳେ ବିରାଟକାୟ ସମସ୍ୟା ଉପୁଜିଥାଏ। ଭାରତବର୍ଷ ପାଇଁ ଏଭଳି ଏକ ପରିସ୍ଥିତିର ପ୍ରଥମ ବଡ଼ ପରିଚୟ ମିଳିଥିଲା ୧୯୭୫ ମସିହାରେ, ଯେତେବେଳେ ଇନ୍ଦିରା ଗାନ୍ଧୀ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ସେତେବେଳେ ନ୍ୟାୟପାଳିକା ଏବଂ ଅମଲାତନ୍ତ୍ରୀ ଉଭୟ ଜରୁରିକାଳୀନ ସ୍ଥିତିର ସହଯୋଗୀ ପାଲଟିଥିଲେ। ୧୯୭୭ ମସିହାରେ ନିର୍ବାଚନ ମାଧ୍ୟମରେ ଜନସାଧାରଣଙ୍କ ମତ ସ୍ପଷ୍ଟ ହେବା ପରେ ସ୍ଥିତି ବଦଳିଥିଲା। ସେତେବେଳେ ମତ ପ୍ରକାଶ ପାଇଥିଲା ଯେ, ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍‌ ଦ୍ୱାରା ପରିବର୍ତ୍ତନ ଆସିବା ଜରୁରୀ ନୁହେଁ। ଲୋକ ସଭା କିମ୍ବା ବିଧାନସଭାଗୁଡ଼ିକର ୫ବର୍ଷିଆ ଜୀବନକାଳ ମଧ୍ୟରେ ଯଦି ରାଜନୈତିକ ନେତୃତ୍ୱ କୌଣସି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତି, ତେବେ ତାହାକୁ ତତ୍‌କ୍ଷଣାତ୍‌ ରୋକିବା ହେଉଛି ଅମଲାତନ୍ତ୍ର ଓ ନ୍ୟାୟପାଳିକାର ଗୁରୁଦାୟିତ୍ୱ। ସେତେବେଳର ଆଲୋଚନାକୁ ଭୁଲିଯିବା ପାଇଁ ବେଶି ସମୟ ଲାଗି ନ ଥିଲା। ପୁନର୍ବାର ୮ ନଭେମ୍ବର ୨୦୧୬ରେ ଏକ ସମାନ ପ୍ରକାର ସ୍ଥିତି ସୃଷ୍ଟି ହୋଇଥିଲା। ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣାକରି ଦେଶର ଦୁଇଟି ବଡ଼ କାଗଜ ଟଙ୍କାକୁ ଅଚଳ କରିଦେଲେ। ଭାରତ ଭଳି ଏକ ବିରାଟକାୟ ଦେଶର ଅର୍ଥନୈତିକ ସ୍ଥିତିକୁ ବୁଝିବା ଅତ୍ୟନ୍ତ କଷ୍ଟକର। ମୋଦିଙ୍କ ଭଳି ଜଣେ ଅଣଅର୍ଥନୀତିଜ୍ଞଙ୍କ ପାଇଁ ଏହା ଅସମ୍ଭବ। ଭୋଟ୍‌ ପାଇବା ସତ୍ତ୍ୱେ ଜଣେ ରାଜନେତା କ୍ଷମତାରେ ଅସ୍ଥାୟୀ ବୋଲି ବୁଝିବା ଦରକାର। ଅନ୍ୟପଟେ ପାର୍ଲାମେଣ୍ଟର ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ସ୍ଥାୟୀ। ବିମୁଦ୍ରୀକରଣ ବେଳେ ଯଦି ଦେଶର ବ୍ୟବସ୍ଥା ବିରୋଧ କରି ତାହାକୁ କାର୍ଯ୍ୟକାରୀ କରାଇବାରେ ବାଧକ ସାଜିଥାନ୍ତା, ତେବେ ଭାରତର ଗଣତନ୍ତ୍ର ଏହି ଅମଲାତନ୍ତ୍ରୀଙ୍କ ହାତରେ ସୁରକ୍ଷିତ ଅଛି ବୋଲି ଚିନ୍ତା କରାଯାଇଥାଆନ୍ତା। ଦୁଃଖର ବିଷୟ ଯେ, ଆମ ଦେଶର ସରକାରୀ ଚାକିରିଆ ବାସ୍ତବରେ ଚାକର ପାଲଟିଛନ୍ତି। ନିଜର କ୍ଷୁଦ୍ର ମାନସିକତାକୁ ନେଇ ଛୋଟବଡ଼ ଧରଣର ଦୁର୍ନୀତି କରୁଥିବା ଏହି ବର୍ଗଠାରୁ ମହାନ୍‌ କାର୍ଯ୍ୟ ଆଶା କରିବା ଅତ୍ୟନ୍ତ ବୃଥା। ନିଜର ସୁବିଧା ପାଇଁ ତତ୍କାଳୀନ କେନ୍ଦ୍ର ଅର୍ଥ ସଚିବଙ୍କଠାରୁ ତଳ ପାହ୍ୟା ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତେ ‘ଘଡ଼ିକେ ଘୋଡ଼ା ଛୁଟିଲା’ ଭଳି ନିଷ୍ପତ୍ତି ବଦଳାଉଥିଲେ।
୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ବିଭିନ୍ନ ଘୋଷଣା ମାଧ୍ୟମରେ ମୋଦି ସରକାର ନିଜର ବିକୃତ ମାନସିକତାକୁ ଦେଶ ଉପରେ ଲଦିଚାଲିଛି। ଭାରତର ସମ୍ଭ୍ରାନ୍ତ ଶାସକ ଗୋଷ୍ଠୀ ବୁଝିଯାଇଛି କେଉଁ ଉପାୟରେ କିଭଳି ବୈଧାନିକ ପଦକ୍ଷେପ ନେଲେ ଅମଲାତନ୍ତ୍ରକୁ ପରିଚାଳନା କରାଯାଇପାରିବ। ଗରିବଙ୍କ ମୁହଁକୁ ଦାନା ଫୋପାଡ଼ି ଧନୀଙ୍କ କାର୍ଯ୍ୟ କରିବା ଏହି ଗୋଷ୍ଠୀର ଚରିତ୍ର ପାଲଟିଗଲାଣି। ନିର୍ବାଚନକୁ ବ୍ୟୟବହୁଳ କରାଇଦେଇ ସାଧାରଣ ନାଗରିକଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ବଞ୍ଚତ୍ତ କରିବା ଏମାନଙ୍କ ଚତୁର ନୀତି ପାଲଟିଗଲାଣି। କ୍ଷମତାକୁ ଆସିଲେ ଧନୀଙ୍କ ପ୍ରତି ଧ୍ୟାନ ଦେବେ। ପ୍ରବଳମାତ୍ରାରେ ଅର୍ଥ ଅଜର୍ର୍ନ କରିବେ। ସେହି ଅର୍ଥକୁ ଗରିବଙ୍କ ମୁହଁରେ ଫୋପାଡ଼ି କୁକୁରକୁ ହାଡ଼ ଖଣ୍ଡିଏ ଦେବା ଭଳି ଭୋଟ୍‌ ନେବାର ବାଟ ଅତି ଭଲଭାବେ ଆବିଷ୍କୃତ ହୋଇଗଲାଣି। କିନ୍ତୁ ଯେତେବେଳେ ବହୁସଂଖ୍ୟକ ବିଦ୍ରୋହ ମୁଣ୍ଡ ଟେକୁଛି, ସେତେବେଳେ ଅର୍ଥ, ପୋଲିସ, ଗୁଣ୍ଡା କିମ୍ବା ଅନ୍ୟ କୌଣସି ପନ୍ଥା ଉପରେ ଶାସକ ଗୋଷ୍ଠୀ ଭରସା କରିପାରୁ ନାହାନ୍ତି। ଆଜି ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କର ସେହିଭଳି ବେଳା ଆସିଯାଇଥିବାର ମନେହେଉଛି। ୩ କୃଷି ଆଇନକୁ ଫେରସ୍ତ ନେବାର ଘୋଷଣା ମୋଦିଙ୍କ ଅନ୍ତରକୁ ନିଶ୍ଚିତ ଭାବେ ବାଧିଥିବ। କୃଷି ଆଇନ ପ୍ରତ୍ୟାହାରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଟେଲିଭିଜନ ଭାଷଣ ଅତ୍ୟନ୍ତ କୌତୂହଳପୂର୍ଣ୍ଣ ଥିଲା। ଲମ୍ବାଚଉଡ଼ା କଥା କହିବା ପରେ ମୋଦି ଏହି ପ୍ରତ୍ୟାହାର ଘୋଷଣା କରିଥିଲେ। ଏଥିରେ ବାରମ୍ବାର କହୁଥିଲେ ଯେ, ଏକ କ୍ଷୁଦ୍ର ଚାଷୀ ଗୋଷ୍ଠୀଙ୍କୁ ବୁଝାଇ ପାରି ନ ଥିବା ହେତୁ ତାଙ୍କ ତପସ୍ୟାରେ ତ୍ରୁଟି ରହିଗଲା। ତପସ୍ୟା କଥା କହିଲାବେଳେ ମନେପଡ଼େ ଯେ, ମୋଦିଙ୍କ ପ୍ରତ୍ୟେକ ନିଷ୍ପତ୍ତି ଯୋଗୁ ଅନେକ ଦେଶବାସୀଙ୍କ ପ୍ରାଣ ଯାଇଛି। ବିମୁଦ୍ରୀକରଣ ବେଳେ ଲୋକେ ମରିଥିଲେ। ସିଏଏ ଓ ଏନ୍‌ଆର୍‌ସି ଯୋଗୁ ଲୋକେ ମଲେ। କୃଷି ଆଇନ ପ୍ରଣୟନ କଲା ପରେ ୭୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ହେଲା ବୋଲି ଚାଷୀ ନେତା ଦାବି କରୁଛନ୍ତି। ଏହି ଦାବି ଅସତ୍ୟ କହିହେବ ନାହିଁ, କାରଣ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଗାଡ଼ି ମଡ଼ାଇ ଚାଷୀଙ୍କୁ ହତ୍ୟାକରି ସବୁ ଆଲୋଚନାକୁ ଟୋପି ପିନ୍ଧାଇ ଦେଇଥିଲେ। ତଥାପି ଅମଲାତନ୍ତ୍ରୀ କୌଣସି ଭାବେ ନିଜର ଚରିତ୍ର ବଦଳାଉ ନାହିଁ। ଗୋଡ଼ାଣିଆ ସାଜି ସବୁ କଥାରେ ଏକମତ ହେବା ମାରାତ୍ମକ ରୋଗ ପାଲଟିଗଲାଣି। ଭାଗ୍ୟବଶତଃ ନ୍ୟାୟପାଳିକାର ଚରିତ୍ର କିଞ୍ଚତ୍ତ୍‌ ପରିବର୍ତ୍ତନ ଘଟିଛି ବୋଲି ମନେହେବାରୁ ଅନେକ ବିଷୟ ଆପଣାଛାଏଁ ମାର୍ଜିତ ହୋଇଯାଉଛି। ପ୍ରବଳ ଚାପରେ ପଡ଼ି ମୋଦି ଅସହାୟ ହେବା ପରେ ଏହି ୩ଟି କୃଷି ଆଇନକୁ ପ୍ରତ୍ୟାହାର କରିବେ ବୋଲି ଘୋଷଣା କଲେ। ତତ୍‌ସହିତ ପ୍ରତିବାଦ କରୁଥିବା କୃଷକମାନେ ନିଜ ଘରକୁ ଫେରିଯାଆନ୍ତୁ ବୋଲି ମଧ୍ୟ ଅନୁରୋଧ କଲେ। ଦେଶବ୍ୟାପୀ ମୋଦିଙ୍କ ଅନେକ ସମର୍ଥକ ବେଲଜ୍ଜା ଭାବେ ପ୍ରତ୍ୟାହାରକୁ ଐତିହାସିକ କହିବା ସହିତ ଘରକୁ ଫେରିଯିବା ପାଇଁ କୃଷକମାନଙ୍କୁ ନିବେଦନ କଲେ। ଏଭଳି ସ୍ଥିତିରେ ଅମଲାତନ୍ତ୍ରୀର ମଧ୍ୟ କୌଣସି ଭୂମିକା ରହିଲା ନାହିଁ। ଅପରପକ୍ଷରେ, କୃଷକ ନେତାମାନେ ଖୋଲାଖୋଲି ମୋଦିଙ୍କୁ ମିଛୁଆ ଓ ଠକ କହି ଏହି ଘୋଷଣା ଉପରେ ଅବିଶ୍ୱାସ ପ୍ରକଟକଲେ। ପାର୍ଲାମେଣ୍ଟରେ ଏହି ୩ଟି ଆଇନକୁ ରଦ୍ଦ କରାଯିବା ପରେ ଧାରଣା ପ୍ରତ୍ୟାହୃତ କରିବେ ବୋଲି କହିଛନ୍ତି।
ଆଇନ ପ୍ରତ୍ୟାହାର ଘୋଷଣା ଭାରତର ମୌଳିକ ଗଣତାନ୍ତ୍ରିକ ଚରିତ୍ରକୁ ଦୃଢ଼ୀଭୂତ କରିଛି। ଯେତେବେଳେ ଜନସାଧାରଣ ମିଳିତ ଭାବେ ବିଦ୍ରୋହ କରିବେ, ସେତେବେଳେ ସବୁକିଛି ବଦଳିଯାଇପାରିବ। ଅନ୍ୟପଟେ ଭାରତୀୟ ଅମଲାତନ୍ତ୍ରୀ ଉପରେ ଲୋକଙ୍କ ବିଶ୍ୱାସ ସମ୍ପୂର୍ଣ୍ଣ ଭାବେ ତୁଟିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ମାନଗଙ୍ଗା ନଦୀକୁ ପୁନରୁଦ୍ଧାର କରି ନୂଆ ଜୀବନ ଦେଇଛନ୍ତି ମହାରାଷ୍ଟ୍ର ସୋଲାପୁର ଜିଲାର ଭଜିନାଥ ଘୋଙ୍ଗାଡେ । ଏକ ଦଶନ୍ଧି ମଧ୍ୟରେ ଲୋକମାନଙ୍କୁ ଏକାଠି କରି...

ନିର୍ବାଚନ, ନେତା ଓ ଭୋଟର

ବିଚିତ୍ର ବିଶ୍ୱାଳ     ନିର୍ବାଚନର ଉଷ୍ମତା ସମଗ୍ର ଦେଶ ସମେତ ଆମ ରାଜ୍ୟ ରାଜନୀତିରେ ଅନୁଭବ ହେଉଛି। ସାରା ଦେଶ ଗଣତନ୍ତ୍ରର ମହାପର୍ବ ପାଇଁ...

ଫ୍ୟାଟ୍‌ରୁ ଫିଟ୍‌

ଡା. ଜ୍ୟୋତିରଞ୍ଜନ ଚମ୍ପତିରାୟ   ପିଲାଙ୍କର ମେଦବହୁଳତା ସାଧାରଣତଃ ଦୁଇ ପ୍ରକାରର। ପ୍ରଥମତଃ ଜନ୍ମଜାତ ବା ଆନୁବଂଶିକ, ଦ୍ୱିତୀୟତଃ ଜୀବନଶୈଳୀ ଆଧାରିତ। ଜନ୍ମଜାତ ମେଦବହୁଳତାର କାରଣ...

ଏଆଇର ଭବିଷ୍ୟତ

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ (ଏଆଇ) ବା କୃତ୍ରିମ ବୁଦ୍ଧିମତ୍ତା ଭଲ ଚାକିରି ପ୍ରତି ବିପଦ ସୃଷ୍ଟି କରିଛି, ଯାହା ଏକ ନୂଆ ସମସ୍ୟା ପରି ମନେହୁଏ। ବ୍ରିଟିଶ...

ଦୁବାଇ ବନ୍ୟା ଓ ଜଳବାୟୁ

ଭୟଙ୍କର ମରୁଝଡ଼ ଓ ବନ୍ୟାର ପ୍ଲାବନରେ ସୌନ୍ଦର୍ଯ୍ୟମୟୀ ଦୁବାଇ ସହର ଏପ୍ରିଲ୧୬ରେ ନିମିଷକ ମଧ୍ୟରେ ଅନୁଭବ କଲା ଧ୍ବଂସର ତାଣ୍ଡବ। ନଭଶ୍ଚୁମ୍ବୀ ଅଟ୍ଟାଳିକା ଏବଂ ବିଳାସପୂର୍ଣ୍ଣ...

ଏକ ଦିବ୍ୟ ପ୍ରତିଶ୍ରୁତିର ସ୍ମାରକୀ

ଦିବ୍ୟଜନନୀ ଶ୍ରୀମା ୨୯ ମାର୍ଚ୍ଚ, ୧୯୧୪ରେ ତପୋଭୂମି ପଣ୍ଡିଚେରୀରେ ପ୍ରଥମେ ପଦାର୍ପଣ କରି ସେହିଦିନ ଅପରାହ୍ନ ପ୍ରାୟ ୩.୩୦ ମିନିଟ୍‌ ସମୟରେ ତାଙ୍କର ଆରାଧ୍ୟ ତଥା...

ଖୋଜିଲେ ଖୋଜିବେ

ଭାରତରେ ମାନବ ଅଧିକାର ଓ ନାଗରିକ ସ୍ବାଧୀନତା ଉପରେ ୟୁରୋପୀୟ ଦେଶ, କେତେକ ଅନ୍ତଃରାଷ୍ଟ୍ରୀୟ ସୂଚକାଙ୍କ ତଥା ଆମେରିକା ତୀକ୍ଷ୍‌ଣ ନଜର ରଖିଛନ୍ତି। ନିକଟରେ ୟୁନାଇଟେଡ୍‌...

ଏଇ ଭାରତରେ

ପୋଲିସ ଚାକିରିର ବ୍ୟବସ୍ଥା ଭିତରୁ ସମୟ ବାହାର କରି ଦିଲ୍ଲୀର କନ୍‌ଷ୍ଟେବଲ ଥାନ୍‌ ସିଂ ଗରିବ ପିଲାମାନଙ୍କୁ ମାଗଣାରେ ପଢାଉଛନ୍ତି। ପ୍ରଥମେ ସେ ଏଭଳି ୫...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri