ଅବିଶ୍ୱସନୀୟ ଅମଲାତନ୍ତ୍ରୀ

ସବୁ ଗଣତାନ୍ତ୍ରିକ ଦେଶରେ ସରକାରୀ ବ୍ୟବସ୍ଥା ଚାଲିବା ପାଇଁ କେତେକ ମୂଳଦୁଆ ପଡ଼ିଥାଏ। ସର୍ବୋଚ୍ଚରେ ପାର୍ଲାମେଣ୍ଟ ଅର୍ଥାତ୍‌ ବିଧାନପାଳିକା ଥିବାବେଳେ ନ୍ୟାୟପାଳିକା, କାର୍ଯ୍ୟପାଳିକା ବା ଅମଲାତନ୍ତ୍ର ଏବଂ ଅଣଆନୁଷ୍ଠାନିକ ଭାବେ ଗଣମାଧ୍ୟମକୁ ହିସାବ କରାଯାଏ। ଭାରତୀୟ ସମ୍ବିଧାନରେ ମଧ୍ୟ ସେହିଭଳି ପଦ୍ଧତି ରହିଛି। ଏହା ପଛରେ ଉଦ୍ଦେଶ୍ୟ ହେଉଛି ଯେ, ପରସ୍ପରକୁ ଉଚିତ ବାଟରେ ନେବା ପାଇଁ ସହାୟକ ହେବେ। ଯଦି କେହି ବାଟବଣା ହୁଏ, ତାହାହେଲେ ଜଗିବା ପାଇଁ ଅନ୍ୟ ଶାଖା ତତ୍ପର ହେବା କଥା। କ୍ଷୋଭର ବିଷୟ ଯେ, ଭାରତର ସେଭଳି ଭାରସାମ୍ୟ ରଖିଲା ଭଳି ସ୍ଥିତି ସୃଷ୍ଟି କରାଯାଇପାରି ନାହିଁ। ସମସ୍ତେ କହନ୍ତି ଯେ, ସମ୍ବିଧାନକୁ ମାନିବାକୁ ପଡ଼ିବ। ଏଠାରେ ମନେରଖିବାକୁ ହେବ ଯେ, ସମ୍ବିଧାନର ନିଜସ୍ବ ଜୀବନ ନାହିଁ। ମଣିଷର ପ୍ରତ୍ୟେକ ଦିଗକୁ ପରିଚାଳନା କଲା ଭଳି ସମ୍ବିଧାନର ବ୍ୟବସ୍ଥା ମଧ୍ୟ ନାହିଁ। ସେଥିପାଇଁ ସମ୍ବିଧାନକୁ ସୁରକ୍ଷିତ ରଖିବା ହେଉଛି ଏହି ତିନି ଅଙ୍ଗର ମୁଖ୍ୟ ଦାୟିତ୍ୱ। ଏମାନଙ୍କ ମାଧ୍ୟମରେ ଜନସାଧାରଣଙ୍କ ପାଖରେ ସମ୍ବିଧାନର ସୁଫଳ ପହଞ୍ଚତ୍ଥାଏ। ଯେତେବେଳେ କୌଣସି ଗୋଟିଏ ଅଙ୍ଗ ନିଜର କର୍ତ୍ତବ୍ୟଠାରୁ ନିଜର ସୁବିଧାକୁ ଅଧିକ ଗୁରୁତ୍ୱ ଦେଇଥାଏ, ସେତେବେଳେ ବିରାଟକାୟ ସମସ୍ୟା ଉପୁଜିଥାଏ। ଭାରତବର୍ଷ ପାଇଁ ଏଭଳି ଏକ ପରିସ୍ଥିତିର ପ୍ରଥମ ବଡ଼ ପରିଚୟ ମିଳିଥିଲା ୧୯୭୫ ମସିହାରେ, ଯେତେବେଳେ ଇନ୍ଦିରା ଗାନ୍ଧୀ ଜରୁରିକାଳୀନ ପରିସ୍ଥିତି ଘୋଷଣା କରିଥିଲେ। ସେତେବେଳେ ନ୍ୟାୟପାଳିକା ଏବଂ ଅମଲାତନ୍ତ୍ରୀ ଉଭୟ ଜରୁରିକାଳୀନ ସ୍ଥିତିର ସହଯୋଗୀ ପାଲଟିଥିଲେ। ୧୯୭୭ ମସିହାରେ ନିର୍ବାଚନ ମାଧ୍ୟମରେ ଜନସାଧାରଣଙ୍କ ମତ ସ୍ପଷ୍ଟ ହେବା ପରେ ସ୍ଥିତି ବଦଳିଥିଲା। ସେତେବେଳେ ମତ ପ୍ରକାଶ ପାଇଥିଲା ଯେ, ଏକ ଗଣତାନ୍ତ୍ରିକ ଦେଶରେ ଭୋଟ୍‌ ଦ୍ୱାରା ପରିବର୍ତ୍ତନ ଆସିବା ଜରୁରୀ ନୁହେଁ। ଲୋକ ସଭା କିମ୍ବା ବିଧାନସଭାଗୁଡ଼ିକର ୫ବର୍ଷିଆ ଜୀବନକାଳ ମଧ୍ୟରେ ଯଦି ରାଜନୈତିକ ନେତୃତ୍ୱ କୌଣସି ତ୍ରୁଟିପୂର୍ଣ୍ଣ ନିଷ୍ପତ୍ତି ନିଅନ୍ତି, ତେବେ ତାହାକୁ ତତ୍‌କ୍ଷଣାତ୍‌ ରୋକିବା ହେଉଛି ଅମଲାତନ୍ତ୍ର ଓ ନ୍ୟାୟପାଳିକାର ଗୁରୁଦାୟିତ୍ୱ। ସେତେବେଳର ଆଲୋଚନାକୁ ଭୁଲିଯିବା ପାଇଁ ବେଶି ସମୟ ଲାଗି ନ ଥିଲା। ପୁନର୍ବାର ୮ ନଭେମ୍ବର ୨୦୧୬ରେ ଏକ ସମାନ ପ୍ରକାର ସ୍ଥିତି ସୃଷ୍ଟି ହୋଇଥିଲା। ଆଜିର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିମୁଦ୍ରୀକରଣ ଘୋଷଣାକରି ଦେଶର ଦୁଇଟି ବଡ଼ କାଗଜ ଟଙ୍କାକୁ ଅଚଳ କରିଦେଲେ। ଭାରତ ଭଳି ଏକ ବିରାଟକାୟ ଦେଶର ଅର୍ଥନୈତିକ ସ୍ଥିତିକୁ ବୁଝିବା ଅତ୍ୟନ୍ତ କଷ୍ଟକର। ମୋଦିଙ୍କ ଭଳି ଜଣେ ଅଣଅର୍ଥନୀତିଜ୍ଞଙ୍କ ପାଇଁ ଏହା ଅସମ୍ଭବ। ଭୋଟ୍‌ ପାଇବା ସତ୍ତ୍ୱେ ଜଣେ ରାଜନେତା କ୍ଷମତାରେ ଅସ୍ଥାୟୀ ବୋଲି ବୁଝିବା ଦରକାର। ଅନ୍ୟପଟେ ପାର୍ଲାମେଣ୍ଟର ନିଷ୍ପତ୍ତି ସମ୍ପୂର୍ଣ୍ଣ ଭାବେ ସ୍ଥାୟୀ। ବିମୁଦ୍ରୀକରଣ ବେଳେ ଯଦି ଦେଶର ବ୍ୟବସ୍ଥା ବିରୋଧ କରି ତାହାକୁ କାର୍ଯ୍ୟକାରୀ କରାଇବାରେ ବାଧକ ସାଜିଥାନ୍ତା, ତେବେ ଭାରତର ଗଣତନ୍ତ୍ର ଏହି ଅମଲାତନ୍ତ୍ରୀଙ୍କ ହାତରେ ସୁରକ୍ଷିତ ଅଛି ବୋଲି ଚିନ୍ତା କରାଯାଇଥାଆନ୍ତା। ଦୁଃଖର ବିଷୟ ଯେ, ଆମ ଦେଶର ସରକାରୀ ଚାକିରିଆ ବାସ୍ତବରେ ଚାକର ପାଲଟିଛନ୍ତି। ନିଜର କ୍ଷୁଦ୍ର ମାନସିକତାକୁ ନେଇ ଛୋଟବଡ଼ ଧରଣର ଦୁର୍ନୀତି କରୁଥିବା ଏହି ବର୍ଗଠାରୁ ମହାନ୍‌ କାର୍ଯ୍ୟ ଆଶା କରିବା ଅତ୍ୟନ୍ତ ବୃଥା। ନିଜର ସୁବିଧା ପାଇଁ ତତ୍କାଳୀନ କେନ୍ଦ୍ର ଅର୍ଥ ସଚିବଙ୍କଠାରୁ ତଳ ପାହ୍ୟା ଅଫିସରଙ୍କ ପର୍ଯ୍ୟନ୍ତ ସମସ୍ତେ ‘ଘଡ଼ିକେ ଘୋଡ଼ା ଛୁଟିଲା’ ଭଳି ନିଷ୍ପତ୍ତି ବଦଳାଉଥିଲେ।
୨୦୧୬ରୁ ୨୦୨୦ ପର୍ଯ୍ୟନ୍ତ ବିଭିନ୍ନ ଘୋଷଣା ମାଧ୍ୟମରେ ମୋଦି ସରକାର ନିଜର ବିକୃତ ମାନସିକତାକୁ ଦେଶ ଉପରେ ଲଦିଚାଲିଛି। ଭାରତର ସମ୍ଭ୍ରାନ୍ତ ଶାସକ ଗୋଷ୍ଠୀ ବୁଝିଯାଇଛି କେଉଁ ଉପାୟରେ କିଭଳି ବୈଧାନିକ ପଦକ୍ଷେପ ନେଲେ ଅମଲାତନ୍ତ୍ରକୁ ପରିଚାଳନା କରାଯାଇପାରିବ। ଗରିବଙ୍କ ମୁହଁକୁ ଦାନା ଫୋପାଡ଼ି ଧନୀଙ୍କ କାର୍ଯ୍ୟ କରିବା ଏହି ଗୋଷ୍ଠୀର ଚରିତ୍ର ପାଲଟିଗଲାଣି। ନିର୍ବାଚନକୁ ବ୍ୟୟବହୁଳ କରାଇଦେଇ ସାଧାରଣ ନାଗରିକଙ୍କୁ ରାଜନୀତିରେ ପ୍ରବେଶ କରିବାକୁ ବଞ୍ଚତ୍ତ କରିବା ଏମାନଙ୍କ ଚତୁର ନୀତି ପାଲଟିଗଲାଣି। କ୍ଷମତାକୁ ଆସିଲେ ଧନୀଙ୍କ ପ୍ରତି ଧ୍ୟାନ ଦେବେ। ପ୍ରବଳମାତ୍ରାରେ ଅର୍ଥ ଅଜର୍ର୍ନ କରିବେ। ସେହି ଅର୍ଥକୁ ଗରିବଙ୍କ ମୁହଁରେ ଫୋପାଡ଼ି କୁକୁରକୁ ହାଡ଼ ଖଣ୍ଡିଏ ଦେବା ଭଳି ଭୋଟ୍‌ ନେବାର ବାଟ ଅତି ଭଲଭାବେ ଆବିଷ୍କୃତ ହୋଇଗଲାଣି। କିନ୍ତୁ ଯେତେବେଳେ ବହୁସଂଖ୍ୟକ ବିଦ୍ରୋହ ମୁଣ୍ଡ ଟେକୁଛି, ସେତେବେଳେ ଅର୍ଥ, ପୋଲିସ, ଗୁଣ୍ଡା କିମ୍ବା ଅନ୍ୟ କୌଣସି ପନ୍ଥା ଉପରେ ଶାସକ ଗୋଷ୍ଠୀ ଭରସା କରିପାରୁ ନାହାନ୍ତି। ଆଜି ନରେନ୍ଦ୍ର ଦାମୋଦରଦାସ ମୋଦିଙ୍କର ସେହିଭଳି ବେଳା ଆସିଯାଇଥିବାର ମନେହେଉଛି। ୩ କୃଷି ଆଇନକୁ ଫେରସ୍ତ ନେବାର ଘୋଷଣା ମୋଦିଙ୍କ ଅନ୍ତରକୁ ନିଶ୍ଚିତ ଭାବେ ବାଧିଥିବ। କୃଷି ଆଇନ ପ୍ରତ୍ୟାହାରକୁ ନେଇ ପ୍ରଧାନମନ୍ତ୍ରୀଙ୍କ ଟେଲିଭିଜନ ଭାଷଣ ଅତ୍ୟନ୍ତ କୌତୂହଳପୂର୍ଣ୍ଣ ଥିଲା। ଲମ୍ବାଚଉଡ଼ା କଥା କହିବା ପରେ ମୋଦି ଏହି ପ୍ରତ୍ୟାହାର ଘୋଷଣା କରିଥିଲେ। ଏଥିରେ ବାରମ୍ବାର କହୁଥିଲେ ଯେ, ଏକ କ୍ଷୁଦ୍ର ଚାଷୀ ଗୋଷ୍ଠୀଙ୍କୁ ବୁଝାଇ ପାରି ନ ଥିବା ହେତୁ ତାଙ୍କ ତପସ୍ୟାରେ ତ୍ରୁଟି ରହିଗଲା। ତପସ୍ୟା କଥା କହିଲାବେଳେ ମନେପଡ଼େ ଯେ, ମୋଦିଙ୍କ ପ୍ରତ୍ୟେକ ନିଷ୍ପତ୍ତି ଯୋଗୁ ଅନେକ ଦେଶବାସୀଙ୍କ ପ୍ରାଣ ଯାଇଛି। ବିମୁଦ୍ରୀକରଣ ବେଳେ ଲୋକେ ମରିଥିଲେ। ସିଏଏ ଓ ଏନ୍‌ଆର୍‌ସି ଯୋଗୁ ଲୋକେ ମଲେ। କୃଷି ଆଇନ ପ୍ରଣୟନ କଲା ପରେ ୭୦୦ରୁ ଅଧିକ ଲୋକଙ୍କ ପ୍ରାଣହାନି ହେଲା ବୋଲି ଚାଷୀ ନେତା ଦାବି କରୁଛନ୍ତି। ଏହି ଦାବି ଅସତ୍ୟ କହିହେବ ନାହିଁ, କାରଣ ସ୍ବରାଷ୍ଟ୍ର ରାଷ୍ଟ୍ରମନ୍ତ୍ରୀ ଅଜୟ ମିଶ୍ରାଙ୍କ ପୁଅ ଗାଡ଼ି ମଡ଼ାଇ ଚାଷୀଙ୍କୁ ହତ୍ୟାକରି ସବୁ ଆଲୋଚନାକୁ ଟୋପି ପିନ୍ଧାଇ ଦେଇଥିଲେ। ତଥାପି ଅମଲାତନ୍ତ୍ରୀ କୌଣସି ଭାବେ ନିଜର ଚରିତ୍ର ବଦଳାଉ ନାହିଁ। ଗୋଡ଼ାଣିଆ ସାଜି ସବୁ କଥାରେ ଏକମତ ହେବା ମାରାତ୍ମକ ରୋଗ ପାଲଟିଗଲାଣି। ଭାଗ୍ୟବଶତଃ ନ୍ୟାୟପାଳିକାର ଚରିତ୍ର କିଞ୍ଚତ୍ତ୍‌ ପରିବର୍ତ୍ତନ ଘଟିଛି ବୋଲି ମନେହେବାରୁ ଅନେକ ବିଷୟ ଆପଣାଛାଏଁ ମାର୍ଜିତ ହୋଇଯାଉଛି। ପ୍ରବଳ ଚାପରେ ପଡ଼ି ମୋଦି ଅସହାୟ ହେବା ପରେ ଏହି ୩ଟି କୃଷି ଆଇନକୁ ପ୍ରତ୍ୟାହାର କରିବେ ବୋଲି ଘୋଷଣା କଲେ। ତତ୍‌ସହିତ ପ୍ରତିବାଦ କରୁଥିବା କୃଷକମାନେ ନିଜ ଘରକୁ ଫେରିଯାଆନ୍ତୁ ବୋଲି ମଧ୍ୟ ଅନୁରୋଧ କଲେ। ଦେଶବ୍ୟାପୀ ମୋଦିଙ୍କ ଅନେକ ସମର୍ଥକ ବେଲଜ୍ଜା ଭାବେ ପ୍ରତ୍ୟାହାରକୁ ଐତିହାସିକ କହିବା ସହିତ ଘରକୁ ଫେରିଯିବା ପାଇଁ କୃଷକମାନଙ୍କୁ ନିବେଦନ କଲେ। ଏଭଳି ସ୍ଥିତିରେ ଅମଲାତନ୍ତ୍ରୀର ମଧ୍ୟ କୌଣସି ଭୂମିକା ରହିଲା ନାହିଁ। ଅପରପକ୍ଷରେ, କୃଷକ ନେତାମାନେ ଖୋଲାଖୋଲି ମୋଦିଙ୍କୁ ମିଛୁଆ ଓ ଠକ କହି ଏହି ଘୋଷଣା ଉପରେ ଅବିଶ୍ୱାସ ପ୍ରକଟକଲେ। ପାର୍ଲାମେଣ୍ଟରେ ଏହି ୩ଟି ଆଇନକୁ ରଦ୍ଦ କରାଯିବା ପରେ ଧାରଣା ପ୍ରତ୍ୟାହୃତ କରିବେ ବୋଲି କହିଛନ୍ତି।
ଆଇନ ପ୍ରତ୍ୟାହାର ଘୋଷଣା ଭାରତର ମୌଳିକ ଗଣତାନ୍ତ୍ରିକ ଚରିତ୍ରକୁ ଦୃଢ଼ୀଭୂତ କରିଛି। ଯେତେବେଳେ ଜନସାଧାରଣ ମିଳିତ ଭାବେ ବିଦ୍ରୋହ କରିବେ, ସେତେବେଳେ ସବୁକିଛି ବଦଳିଯାଇପାରିବ। ଅନ୍ୟପଟେ ଭାରତୀୟ ଅମଲାତନ୍ତ୍ରୀ ଉପରେ ଲୋକଙ୍କ ବିଶ୍ୱାସ ସମ୍ପୂର୍ଣ୍ଣ ଭାବେ ତୁଟିଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

ଆମେରିକାର ବିଶ୍ୱ ଅଭିଯାନ

ଚଳିତ ବର୍ଷ ଫେବୃଆରୀ ୨୮ରେ ଆମେରିକା ଓ ଇସ୍ରାଏଲ ଯୋଡ଼ି ଅଚାନକ ଇରାନ୍‌ ଉପରେ ବୋମାବର୍ଷଣ କରି ଇରାନର ଶୀର୍ଷନେତା ଆୟାତୋଲ୍ଲା ଖାମନେଇ ଓ ତାଙ୍କ ପରିବାର…

ମଞ୍ଚରେ ପାକିସ୍ତାନ

ଭାରତ ସମେତ ବିଶ୍ୱର ଅଳ୍ପ କେତେକ ଦେଶ ପାକିସ୍ତାନକୁ ଏକ ଦୁର୍ଜନ ରାଷ୍ଟ୍ର ଭାବେ ଦେଖିଥାଆନ୍ତି। ଆତଙ୍କବାଦୀଙ୍କ ପାଇଁ ଏହି ଦେଶ ପରିଚିତ ଓ ତା’ର ରାଜନୈତିକ…

ପକ୍ଷପାତିତା ଭାର

ଏକ ପରିକଳ୍ପିତ ସ୍ଥିତିର ପରିଣାମ ସମ୍ପର୍କରେ ବିଚାର କରାଯାଉ। କଳ୍ପନା କରନ୍ତୁ ଯେ ଦୁଇଟି ବଡ଼ କ୍ଷେପଣାସ୍ତ୍ର ହ୍ୱାଇଟ୍‌ ହାଉସ ଉପରେ ମାଡ଼ କଲା। ପ୍ରଥମଟି ଏପରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri