ଜୁନ୍‌ରେ ବଢ଼ିଲା, ଜୁଲାଇରେ କମିଲା

ସମ୍ବଲପୁର, ୪। ୮(ବ୍ୟୁରୋ) ମୌସୁମୀ ବର୍ଷା ଠିକ୍‌ ସମୟରେ ଆସିଥିଲେ ମଧ୍ୟ ଧୋକା ଦେଇଛି। ଓଡ଼ିଶାର ବିଭିନ୍ନ ଜିଲାରେ ଅଦ୍ୟାବଧି ବର୍ଷା ପରିମାଣ ସ୍ବାଭାବିକ ହୋଇନାହିଁ। ପଡୋଶୀ ରାଜ୍ୟ ଛତିଶଗଡ଼ରେ ମଧ୍ୟ ଜୁଲାଇ ମାସରେ ବର୍ଷା ସ୍ବାଭାବିକ ହୋଇ ନ ଥିବା ଜଣାପଡିଛି। ତେଣୁ ହୀରାକୁଦ ଜଳ ଭଣ୍ଡାରକୁ ଜୁନ୍‌ ମାସରେ ହାରାହାରି ୦.୮୯୩ ମିଲିୟନ ଏକର ଫୁଟ ଜଳ ପ୍ରବେଶ କରିବାର ଥିବାବେଳେ ୨.୨୬୩ ମିଲିୟନ ଏକର ଫୁଟ ପ୍ରବେଶ କରିଥିଲା। ସେହିପରି ଜୁଲାଇ ମାସରେ ୫.୪୧୯ ମିଲିୟନ ଏକର ଫୁଟ ଜଳ ପ୍ରବେଶ କରିବାକୁ ଥିବାବେଳେ ୪.୧୬୩ ମିଲିୟନ ଏକର ଫୁଟ ପ୍ରବେଶ କରିଛି। ହୀରାକୁଦ ଡ୍ୟାମ୍‌କୁ ଜୁନ୍‌ରେ ଜଳ ପ୍ରବେଶ ବଢ଼ିଥିବା ବେଳେ ଜୁଲାଇରେ କମିଛି। ହେଲେ ବିଗତ ବର୍ଷ ତୁଳନାରେ ସୋମବାର ସୁଦ୍ଧା ହୀରାକୁଦ ଡ୍ୟାମ୍‌ରେ ଜଳସ୍ତର ସ୍ବାଭାବିକ ରହିଛି। ଉଭୟ ମାସକୁ ମିଶାଇଲେ ମୋଟ ୬.୪୨୬ ମିଲିୟନ ଏକର ଫୁଟ ଜଳ ଡ୍ୟାମ୍‌କୁ ଆସିଥିବା ହୀରାକୁଦ ଡ୍ୟାମ୍‌ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। ଅନ୍ୟପକ୍ଷେ ହୀରାକୁଦ ଜଳଭଣ୍ଡାରର ସ୍ଥିତି ଉପର ମୁଣ୍ଡ ଛତିଶଗଡ ରାଜ୍ୟ ବର୍ଷା ଉପରେ ମୁଖ୍ୟତଃ ନିର୍ଭର କରିଥାଏ। ଛତିଶଗଡ ଜଳସେଚନ ବିଭାଗ ସହ ସମନ୍ବୟ ରଖି ହୀରାକୁଦ ଜଳ ଭଣ୍ଡାରରୁ ଜଳ ନିଷ୍କାସନ କରାଯାଇଥାଏ। ଛତିଶଗଡରେ କମ୍‌ ବର୍ଷା ହେବାରୁ ଏବେ କମ୍‌ ଗେଟରେ ଜଳ ନିଷ୍କାସନ କରାଯାଉଛି। ହେଲେ ଜଳ ଭଣ୍ଡାରର ରୁଲ କର୍ଭ ଅନୁସାରେ ଜଳସ୍ତର ରହିଛି। ଏହି ଅନୁସାରେ ଜୁନ୍‌ ମାସରେ ସର୍ବନିମ୍ନ ୫୯୦ରୁ ୫୯୫, ଜୁଲାଇ ୧ ତାରିଖରେ ସର୍ବନିମ୍ନ ୫୯୦ରୁ ୬୦୦, ଜୁଲାଇ ୨୧ରେ ୬୦୦ରୁ ୬୧୦, ଅଗଷ୍ଟ ୧୧ ତାରିଖରେ ୬୦୫ରୁ ୬୫୧ ଫୁଟ ଜଳସ୍ତର ରହିବାର ନିୟମ ରହିଛି। କିନ୍ତୁ ସୋମବାର ରିପୋର୍ଟ ଅନୁସାରେ ଡ୍ୟାମ୍‌ର ଜଳସ୍ତର ୬୦୫.୨୭ ଫୁଟ ରହିଛି। ୨୦୧୯ ଅଗଷ୍ଟ ୩ ତାରିଖରେ ମଧ୍ୟ ଜଳସ୍ତର ୬୦୭.୧୫ ଫୁଟ୍‌ ରହିଥିଲା। ଅନ୍ୟପଟେ ପ୍ରତିବର୍ଷ ବର୍ଷା ପୂର୍ବରୁ ଛତିଶଗଡ ଓ ଓଡ଼ିଶା ମଧ୍ୟରେ ଜଳ ପରିଚାଳନା ବୈଠକ ଅନୁଷ୍ଠିତ ହୋଇଥାଏ। ତେବେ ଏଯାଏ ଉଭୟ ରାଜ୍ୟ ମଧ୍ୟରେ ଏହି ବୈଠକ ଅନୁଷ୍ଠିତ ହୋଇନ ଥିବା ଜଣାପଡିଛି। ଜୁଲାଇ ଶେଷ ସପ୍ତାହରେ ବନ୍ଧ ସୁରକ୍ଷା କମିଟିକୁ ଏ ଦିଗରେ ପଦକ୍ଷେପ ନେବାକୁ ସରକାରଙ୍କ ପକ୍ଷରୁ ଚିଠି କରାଯାଇଥିଲା। ସୂଚନାଯୋଗ୍ୟ, ହୀରାକୁଦ ଜଳଭଣ୍ଡାରର ସର୍ବନିମ୍ନ ୫୯୦ ଓ ସର୍ବାଧିକ ୬୩୦ ଫୁଟ ଜଳସ୍ତର ରହିବା କ୍ଷମତା ରହିଛି। ଜଳଭଣ୍ଡାରରେ ପ୍ରତିବର୍ଷ ୨୪.୧୯୯ ମିଲିୟନ ଏକର ଫୁଟ ଜଳ ରହିଥାଏ। ଏଥିରେ ବର୍ଷ ତମାମ ବୁର୍ଲା ପାୱାର ହାଉସ, ଚିପିଲିମା ପାୱାର ହାଉସ, ଚାଷ ଓ କମ୍ପାନୀକୁ ଜଳ ଯୋଗାଇ ଦିଆଯାଇଥାଏ। ଜୁନ ମାସରେ ଜଳଭଣ୍ଡାରରୁ ୧.୮୧୧, ଜୁଲାଇରେ ୩.୦୭୮ ମିଲିୟନ ଏକର ଜଳ ନିଷ୍କାସନ ହୋଇଛି। ସେଥିମଧ୍ୟରୁ ଜୁନ ମାସରେ ପାୱାର ଜେନେରେଟ୍‌ ପାଇଁ ୦.୭୯୪ ମିଲିୟନ ଏକର ଫୁଟ, ଜୁଲାଇରେ ୦.୮୦୯ ମିଲିୟନ ଏକର ଫୁଟ ନିଷ୍କାସିତ ହୋଇଛି। ସେହିପରି କୃଷି କାର୍ଯ୍ୟ ପାଇଁ ଜୁନ ମାସରେ ଶାସନ ଓ ବରଗଡ କେନାଲରେ ୦.୦୨୮, ଜୁଲାଇ ମାସରେ ୦.୨୫୧ ମିଲିୟନ ଏକର ଫୁଟ ପାଣି ଛଡାଯାଇଛି। ଜୁନରେ ୦.୦୪୫ ଓ ଜୁଲାଇରେ ୦.୦୨୦ ମିଲିୟନ ଏକର ଫୁଟ ଜଳ ଖରାରେ ବାଷ୍ପୀଭୂତ ହୋଇଥିବା ହୀରାକୁଦ ଜଳଭଣ୍ଡାର କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri