Posted inଜାତୀୟ

ମାସକରେ ବଢ଼ିଲାଣି ୧୦୦

ନୂଆଦିଲ୍ଲୀ,୨ା୩: କରୋନା ମହାମାରୀ ଯୋଗୁ ଲୋକଙ୍କ ଆର୍ଥିକ ଅବସ୍ଥା ଅତ୍ୟନ୍ତ ଦୟନୀୟ ହୋଇପଡ଼ିଛି। ଏଭଳି ସମୟରେ ସମସ୍ତ ଅତ୍ୟାବଶ୍ୟକ ସାମଗ୍ରୀ ସମେତ ପେଟ୍ରୋଲ, ଡିଜେଲ ଓ ରନ୍ଧନ ଗ୍ୟାସ୍‌ର ଦର କ୍ରମାଗତ ଭାବେ ବଢ଼ି ଚାଲିଛି।
ଦେଶର ପ୍ରମୁଖ ଗ୍ୟାସ୍‌ ବିତରଣ କମ୍ପାନୀଗୁଡ଼ିକର ସୂଚନା ଅନୁସାରେ ସୋମବାର ୧୪.୨ କେଜି ଘରୋଇ ଲିକ୍ୟୁଫାଏଡ୍‌ ପେଟ୍ରୋଲିୟମ ଗ୍ୟାସ୍‌ (ଏଲ୍‌ପିଜି) ସିଲିଣ୍ଡର ପିଛା ୨୫ ଟଙ୍କା ବୃଦ୍ଧି ପାଇଛି। ମାର୍ଚ୍ଚ ୧ ତାରିଖରୁ ଏହି ନୂଆ ଦର ଲାଗୁ ହୋଇଛି ବୋଲି ବିତରଣ କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି। ଏହା ଫଳରେ ଭୁବନେଶ୍ୱରରେ ଅଣସବ୍‌ସିଡି ୧୪.୨ କେଜି ଏଲ୍‌ପିଜି ସିଲିଣ୍ଡର ଦାମ ୮୪୫.୫୦ ଟଙ୍କାରେ ପହଞ୍ଚତ୍ଛି। ସପ୍ତାହକ ପୂର୍ବରୁ ଏହାର ଦର ୮୨୦.୫୦ ଟଙ୍କା ରହିଥିବା ବେଳେ ଉପଭୋକ୍ତାଙ୍କୁ ମାତ୍ର ୧୩.୯୫ଟଙ୍କା ସବ୍‌ସିଡି ଆକାରରେ ମିଳୁଛି।
ଗତ ବର୍ଷ ଡିସେମ୍ବରରୁ ଚଳିତ ବର୍ଷର ମାର୍ଚ୍ଚ ପହିଲା ମଧ୍ୟରେ ମୋଟ ୫ ଥର ଗ୍ୟାସ୍‌ ଦର ବୃଦ୍ଧି ପାଇଛି। ଏହି ସମୟ ମଧ୍ୟରେ ଗ୍ରାହକଙ୍କୁ ଅତିରିକ୍ତ ୨୨୫ ଟଙ୍କା ଦେବାକୁ ପଡୁଛି। ଡିସେମ୍ବରରେ ୧୪.୨କେଜି ଗ୍ୟାସ୍‌ ସିଲିଣ୍ଡର ଉପରେ ୧୦୦ଟଙ୍କା ବୃଦ୍ଧି ହୋଇଥିଲା। ସେହିଭଳି ଜାନୁୟାରୀରେ ଦର ସ୍ଥିର ରହିଥିବା ବେଳେ ଫେବୃୟାରୀରେ ସର୍ବାଧିକ ୩ଥର ବଢ଼ିଛି। ଫେବୃୟାରୀ ୪ରେ ୨୫ ଟଙ୍କା ବଢିଥିବା ବେଳେ ଫେବୃୟାରୀ ୧୪ରେ ୫୦ ଟଙ୍କା ଏବଂ ସେହି ମାସ ୨୫ ତାରିଖରେ ୨୫ ଟଙ୍କା ବୃଦ୍ଧି ପାଇଛି। ଅନୁରୂପ ଭାବେ ମାର୍ଚ୍ଚ ୧ରେ ପୁଣି ଥରେ ୨୫ ଟଙ୍କା ବଢି ବର୍ତ୍ତମାନ ଦର ୮୪୫.୫୦ଟଙ୍କାକୁ ଛୁଇଁଛି।
ଦିଲ୍ଲୀରେ ବର୍ତ୍ତମାନ ଅଣସବ୍‌ସିଡି ସିଲିଣ୍ଡର ପିଛା ୨୫ ଟଙ୍କା ବଢି ୮୧୯ ଟଙ୍କାରେ ପହଞ୍ଚତ୍ଛି। ସେହିପରି ମୁମ୍ବାଇରେ ମଧ୍ୟ ଘରୋଇ ସିଲିଣ୍ଡର ମୂଲ୍ୟ ୮୧୯ ଟଙ୍କା ରହିଥିବା ବେଳେ କୋଲକାତାରେ ୮୪୫.୫୦ ଟଙ୍କା ଏବଂ ଚେନ୍ନାଇରେ ୮୩୫ ଟଙ୍କାରେ ବିକ୍ରି ହେଉଥିବା ଜଣାପଡିଛି।
ଅନ୍ୟପଟରେ ଭୁବନେଶ୍ୱରରେ କମର୍ସିଆଲ ଗ୍ୟାସ୍‌ ଦର ମଧ୍ୟ ୯୨ ଟଙ୍କା ବଢ଼ଛି। ଏହି ଦର ବୃଦ୍ଧି ଫଳରେ ଏଠାରେ ୧୯ କେଜି କମର୍ସିଆଲ ଗ୍ୟାସ୍‌ ଦର ୧,୬୧୨ ଟଙ୍କାରୁ ବଢି ୧,୭୦୨ ଟଙ୍କାରେ ବିକ୍ରି ହେଉଛି। ସେହିଭଳି ଦିଲ୍ଲୀରେ ୧୯ କେଜି କମର୍ସିଆଲ ସିଲିଣ୍ଡର ଦାମ ୯୦.୫୦ ଟଙ୍କା ବୃଦ୍ଧି ପାଇ ୧,୬୨୪ ଟଙ୍କାକୁ ଛୁଇଁଛି। ଦେଶର ଅନ୍ୟ ମେଟ୍ରୋ ସହର ମୁମ୍ବାଇ, କୋଲକାତା ଏବଂ ଚେନ୍ନାଇରେ ଗ୍ୟାସ୍‌ ଦର ଯଥାକ୍ରମେ ୧,୫୬୩.୫୦ ଟଙ୍କା, ୧,୬୮୧.୫୦ ଟଙ୍କା ଏବଂ ୧,୭୩୦ ଟଙ୍କାକୁ ବୃଦ୍ଧି ଘଟିଛି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ବଞ୍ଚିଗଲା ସମସ୍ତ ସ୍କୁଲ ପିଲା, ଶିକ୍ଷକଙ୍କ ଜୀବନ, କେମିତି ଜାଣନ୍ତୁ…

କାଠମାଣ୍ଡୁ,୩୦ା୮: ନେପାଳରେ ପ୍ରଳୟଙ୍କରୀ ବନ୍ୟା ମାଡ଼ିଆସିବା ବେଳେ ଜଣେ ସ୍କୁଲ ପ୍ରିନି୍ସପାଲଙ୍କ ଉପସ୍ଥିତ ବୁଦ୍ଧି ଯୋଗୁ ୧,୬୪୩ ଜଣ ପିଲାଙ୍କ ଜୀବନ ବଞ୍ଚତ୍ୟାଇଛି। ନୁଓ୍ବାକୋଟ୍‌ ଜିଲା ତ୍ରିଭୁବନ…

ସ୍ବୟଂ ସହାୟିକା ଗୋଷ୍ଠୀ ଟଙ୍କା ଆତ୍ମାସତ କରି ମହିଳା ଗିରଫ, ମୁଖ୍ୟ ଅଭିଯୁକ୍ତ ଫେରାର

ପାରଳାଖେମୁଣ୍ଡି,୩୦ା୮(ଗିରିଧାରୀ ପରିଚ୍ଛା): ସ୍ବୟଂ ସହାୟକ ଗୋଷ୍ଠୀ ଜଟଙ୍କା ଓ ସୁନା ସଂଗ୍ରହ କରି ଆତ୍ମସାତ୍‌ କରିବା ଅଭିଯୋଗରେ ପାରଳାଖେମୁଣ୍ଡି ପୋଲିସ ଜଣଙ୍କୁ ହାଇଦ୍ରାବାଦରୁ ଗିରଫ କରିଛି। ଗିରଫ…

ହକି ବିଶ୍ୱକପ୍‌: ନେଦରଲାଣ୍ଡ୍ସକୁ ହରାଇ ବ୍ରୋଞ୍ଜ ପଦକ ଜିତିଲା ଆର୍ଜେଣ୍ଟିନା

ବେଲଫିଅସ,୩୦ା୮: ଚଳିତ ଏଫ୍‌ଆଇଏଚ୍‌ ପୁରୁଷ ହକି ବିଶ୍ୱକପ୍‌ରେ ଆର୍ଜେଣ୍ଟିନା ବ୍ରୋଞ୍ଜ ପଦକ ହାସଲ କରିଛି। ରବିବାର ଅନୁଷ୍ଠିତ ମ୍ୟାଚ୍‌ରେ ଆର୍ଜେଣ୍ଟିନା ୨-୧ ଗୋଲରେ ହକି ପାଓ୍ବରହାଉସ୍‌ ତଥା…

ଛତ୍ରପୁରରେ ଚାଞ୍ଚଲ୍ୟ: ଚିକିତ୍ସାଳୟରୁ ମୂକ ଶିଶୁକନ୍ୟା ଚୋରି, ସିସିଟିଭି ଯାଞ୍ଚ କରୁଛି ପୋଲିସ

ଛତ୍ରପୁର,୩୦ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ଗୋଟିଏ ୫ ବର୍ଷର ମୂକ ଶିଶୁକନ୍ୟାକୁ ଜଣେ ବ୍ୟକ୍ତି ଚୋରି…

ଇମ୍ରାନ ମାମଲା: ପାକିସ୍ତାନ କ୍ରିକେଟରଙ୍କୁ ମୁହଁ ନ ଖୋଲିବାକୁ ପିସିବିର ବଡ଼ ତାଗିଦ

କରାଚୀ,୩୦ା୮: ଜେଲରେ ଥିବା ଇମ୍ରାନ ଖାନ୍‌ଙ୍କ ସମ୍ପର୍କରେ ଚଳିତ ଇଂଲଣ୍ଡ ବିପକ୍ଷରେ ଟେଷ୍ଟ ସିରିଜ୍‌ ଖେଳୁଥିବା ପାକିସ୍ତାନ କ୍ରିକେଟ ଦଳର ସଦସ୍ୟଙ୍କୁ କୌଣସି ମତାମତ ନ ଦେବାକୁ…

ଘରେ ପଶି ମୂକ ଯୁବତୀଙ୍କୁ ବଳାତ୍କାର ଉଦ୍ୟମ, ଜେଲ୍‌ ଗଲେ ଯୁବକ

ଦିଗପହଣ୍ଡି,୩୦ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ଥାନା ଅଧୀନ ଏକ ଗାଁରେ ଶନିବାର ମଧ୍ୟାହ୍ନରେ ଘରେ ପଶି ଜଣେ ମାନସିକ ଅନଗ୍ରସର ଓ ମୂକ ଯୁବତୀ(୨୧)ଙ୍କୁ…

ଶାଳକଙ୍କୁ ଏସିଡ୍‌ ଫିଙ୍ଗି ବନ୍ଧା ହେଲେ ଭିଣୋଇ

ବ୍ରହ୍ମପୁର,୩୦ା୮(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଟାଉନ ଥାନା ପୋଲିସ ଏସିଡ ମାଡ ଘଟଣାରେ ଅଭିଯୁକ୍ତଙ୍କୁ ଗିରଫ କରିଛି l ସେ ହେଲେ ପାଟପୁର ଥାନା ପୋଡାମାରି ବଜାର…

ନାବାଳିକା ଛାତ୍ରୀଙ୍କୁ ଅପହରଣ କରିନେଲେ ୨୨ ବର୍ଷୀୟ ଯୁବକ, ଗାଁରେ ଉତ୍ତେଜନା ପରେ…

ହାଟଡିହୀ/ଛେନାପଦୀ,୩୦ା୮(ଶୁଭକାନ୍ତ ନାୟକ/ନିରାକାର): କେନ୍ଦୁଝର ଜିଲା ହାଟଡିହୀ ବ୍ଲକ ନନ୍ଦିପଦା ଥାନା ଅଞ୍ଚଳରେ ଜଣେ ନାବାଳିକା ଦଶମ ଶ୍ରେଣୀ ଛାତ୍ରୀକୁ ଅପହରଣ କରାଯାଇଥିବା ଥାନାରେ ଅଭିଯୋଗ ହୋଇଛି। ଏହାକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri