୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ ଦିଆଯାଇଛି। ପୃଷ୍ଠା ସଂଖ୍ୟା-୩୧ର ପାରା-୩ ଓ ପାରା-୫ରେ ଭାରତ ଛାଡ଼ ଆନ୍ଦୋଳନ ପରିପ୍ରେକ୍ଷୀରେ ଅବିଭକ୍ତ ବାଲେଶ୍ୱର ଜିଲା ତଥା ବର୍ତ୍ତମାନର ଭଦ୍ରକ ଜିଲାର ଶହୀଦନଗର ଓ ଇରମରେ ଶହୀଦ ହୋଇଥିବା ଶହୀଦମାନଙ୍କ ସଂଖ୍ୟା, ଗୁଳିକାଣ୍ଡର ସ୍ଥାନ, ତାରିଖ ସମ୍ପର୍କରେ ସମ୍ପୂର୍ଣ୍ଣ ଭୁଲ୍‌ ଲେଖା ହୋଇଛି। ଭାରତର ଛାତ୍ର ଫେଡେରେଶନ (ଏସ୍‌ଏଫ୍‌ଆଇ)ର ପୂର୍ବତନ ରାଜ୍ୟ ସଭାପତି ତଥା ସିପିଏମ୍‌ ଭଦ୍ରକ ଜିଲା କମିଟି ସଭ୍ୟ ବିକାଶ ନାଥ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଏହି ଭୁଲ୍‌ ତଥ୍ୟକୁ ଖୁବ୍‌ଶୀଘ୍ର ପରିବର୍ତ୍ତନ କରି ଠିକ୍‌ ତଥ୍ୟ ପ୍ରକାଶିତ କରିବାକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଓ ରାଜ୍ୟ ଗଣଶିକ୍ଷା ବିଭାଗକୁ ଗଣମାଧ୍ୟମ ଜରିଆରେ ସେ ଶନିବାର ନିବେଦନ କରିଛନ୍ତି।
୧୯୪୨ ସେପ୍ଟେମ୍ବର ୨୨ରେ ଅବିଭକ୍ତ ବାଲେଶ୍ୱର ଜିଲା ତଥା ବର୍ତ୍ତମାନ ଭଦ୍ରକ ଜିଲାର ଲୁଣିଆ ଗାଁ  ସଂଲଗ୍ନ ଚାନ୍ଦିଆପୋଷିଠାରେ ବ୍ରିଟିଶ ଗୁଳିରେ ୯ଜଣ ଆନ୍ଦୋଳନକାରୀ ଶହୀଦ ହୋଇଥିଲେ। କିନ୍ତୁ ଦଶମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ ୧୯୪୨ ସେପ୍ଟେମ୍ବର ୨୧ରେ ଶ୍ରୀଜଙ୍ଗ ଗାଁରେ ୧୦ ବା ୧୧ଜଣ ବ୍ୟକ୍ତି ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ ବୋଲି ଭୁଲ୍‌ ତଥ୍ୟ ପ୍ରକାଶିତ ହୋଇଛି। ଗୁଳିକାଣ୍ଡର ସ୍ଥାନ, ତାରିଖ ଓ ଶହୀଦଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ଭୁଲ୍‌ ଥିବାରୁ ଏହା ଭଦ୍ରକ ଜିଲାବାସୀ ଓ ଶହୀଦମାନଙ୍କ ସ୍ମୃତି ପ୍ରତି ଉପହାସ ବୋଲି ବିକାଶ କହିଛନ୍ତି। ସେହିଭଳି ୧୯୪୨ ସେପ୍ଟେମ୍ବର ୨୮ରେ ବିଦେଇପୁରରୁ ଇରମ ୧୯ ବର୍ଗ ମାଇଲ ସ୍ବାଧୀନ ବାଞ୍ଛାନିଧି ଚକଡ଼ାରେ ଧାନ ଫସଲ ଓ ସାମୁଦ୍ରିକ ଲୁଣର କର ନ ଦେବା ପାଇଁ ସାଧାରଣ ଜନତା ଏକତ୍ରିତ ହୋଇ ଇରମ ମେଳନ ପଡ଼ିଆରେ ବୈଠକ କରୁଥିବା ବେଳେ ବାସୁଦେବପୁରର ପାଢ଼ୀ ଜମିଦାରର ଖବରକ୍ରମେ ତତ୍କାଳୀନ ପୋଲିସ ଅଫିସର କୁଞ୍ଜବିହାରୀଙ୍କ ସମେତ ବ୍ରିଟିଶ ପୋଲିସ ସେଠାରେ ପହଞ୍ଚତ୍ ଅତି ନିଷ୍ଠୁର ଭାବେ ଗୁଳି ଚାଳନା କରିଥିଲେ। ଏହି ରକ୍ତତୀର୍ଥ ଇରମରେ ମହିଳା ଶହୀଦ ପରୀ ବେୱାଙ୍କ ସମେତ ମୋଟ ୨୯ଜଣ ଶହୀଦ ହୋଇଥିଲେ। ଭାରତର ପୁରାତନ ରାଜଧାନୀ କୋଲକାତାଠାରେ ପ୍ରତିଷ୍ଠିତ ନ୍ୟାଶନାଲ ଲାଇବ୍ରେରିରେ ଏହି ଉଭୟ ଗୁଳିକାଣ୍ଡ ସମ୍ପର୍କରେ ବ୍ରିଟିଶ ସରକାରଙ୍କ ତଥ୍ୟକୁ ଭାରତ ସରକାର ସାଇତି ରଖିଛନ୍ତି। କିନ୍ତୁ ଭୁଲ୍‌ ଭାବେ ଏହି ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ ଇରମରେ ୨୮ଜଣ ଶହୀଦ ହୋଇଛନ୍ତି ବୋଲି ପ୍ରକାଶିତ ହୋଇଛି। ଦୀର୍ଘ ୧୨ ବର୍ଷ ଧରି ଏହି ଭୁଲ୍‌ ତଥ୍ୟକୁ ଛାତ୍ରୀଛାତ୍ରଙ୍କୁ ପଢ଼ାଯାଉଛି। ଇତିହାସ ଶିକ୍ଷୟିତ୍ରୀ ଶିକ୍ଷକମାନେ କାହିଁକି ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଏହି ବିଷୟ ଆଣିନାହାନ୍ତି ବୋଲି ବିକାଶ ପ୍ରଶ୍ନ ଉଠାଇଛନ୍ତି। ଏହି ତ୍ରୁଟିକୁ ୨୦୨୬ ଫେବୃଆରୀରେ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ସଂଶୋଧନ କରା ନ ଗଲେ ଭଦ୍ରକ ଜିଲାରୁ ଛାତ୍ର ଆନ୍ଦୋଳନ ଆରମ୍ଭ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ସରକାରଙ୍କ ବଡ଼ ଘୋଷଣା: ଏଣିକି ୩ୟ ସନ୍ତାନ ହେଲେ ମିଳିବ ୩୦ ହଜାର, ୪ର୍ଥରେ ୪୦ ହଜାର ଟଙ୍କା

ଅମରାବତି,୧୬।୫: ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଏନ୍‌. ଚନ୍ଦ୍ରବାବୁ ନାଇଡୁ ଶନିବାର ଏକ ବଡ଼ ଘୋଷଣା କରିଛନ୍ତି। ରାଜ୍ୟରେ କ୍ରମାଗତ ଭାବେ ହ୍ରାସ ପାଉଥିବା ଜନସଂଖ୍ୟାକୁ ରୋକିବା ପାଇଁ ସରକାର…

ବଚସାରୁ ଯୁବକଙ୍କୁ ଓଭରବ୍ରିଜ୍‌ ଉପରୁ ତଳକୁ ଠେଲିଦେଲେ ଦୁର୍ବୃତ୍ତ

ଗୋପାଳପୁର, ୧୬ା୫(ନବୀନ ରାଜ ଆଚାରୀ)- ବ୍ରହ୍ମପୁର ପୋଲିସ ଜିଲା ଗତ କିଛି ମାସ ହେଲା ଅଶାନ୍ତ ହୋଇପଡିଛି। ପ୍ରତ୍ୟହ କିଛି ନା କିଛି ଅପରାଧମୂଳକ ଘଟଣା ଘଟି…

ପ୍ରଶ୍ନପତ୍ର ଲିକ୍‌, ଦରବୃଦ୍ଧି ପ୍ରତିବାଦରେ ଗର୍ଜିଲା ବିଜେଡି

ବରଗଡ଼,୧୬।୫(ପ୍ରେମାନନ୍ଦ ଖମାରୀ): ଦେଶରେ ବାରମ୍ବାର ବିଭିନ୍ନ ପରୀକ୍ଷାର ପ୍ରଶ୍ନପତ୍ର ଲିକ୍‌ ହୋଇ ପରୀକ୍ଷା ବାତିଲ ହେଉଥିବା ବେଳେ କିଛି ଦିନ ତଳେ ଏନ୍‌ଇଇଟି ପରୀକ୍ଷାର ପ୍ରଶ୍ନପତ୍ର ଲିକ…

ଆନନ୍ଦପୁରରେ ବିଜେପି SC ମୋର୍ଚ୍ଚାର ନୂତନ ନିଯୁକ୍ତି, ଶାନ୍ତନୁ ସେଠୀଙ୍କୁ ଜିଲା କମିଟିରେ ଦାୟିତ୍ୱ…

ବାଞ୍ଚୋ ,୧୬ା୫(ପ୍ରଦୋଷ କୁମାର ବିଶ୍ୱାଳ ): ଭାରତୀୟ ଜନତା ପାର୍ଟି(ଭାଜପା) କେନ୍ଦୁଝର ଜିଲା ଏସ୍‌.ସି ମୋର୍ଚ୍ଚା କମିଟିରେ ଆନନ୍ଦପୁର ଅଞ୍ଚଳର ଯୁବ ନେତା ଶାନ୍ତନୁ ସେଠୀଙ୍କୁ ଆଜି…

ଗ୍ରାମାଞ୍ଚଳରେ ତୈଳ ସଙ୍କଟ ଉଗ୍ର: ଥୁଆମୂଳ ରାମପୁର ବ୍ଲକର ୩ଟି ପେଟ୍ରୋଲ ପମ୍ପ ଶୂନ୍ୟ, ଯାତାୟାତ ବିପର୍ଯ୍ୟସ୍ତ

ଥୁଆମୂଳ ରାମପୁର, ୧୬।୫ (ଦୁର୍ଗା କୀର୍ତ୍ତି): ବିଶ୍ୱ ବଜାରରେ ତୈଳ ଅସ୍ଥିରତା ଓ ଆନ୍ତର୍ଜାତିକ ରାଜନୈତିକ ହଲଚଲର ପ୍ରଭାବ ଏବେ ସୁଦୂର ମଫସଲରେ ଅନୁଭୂତ ହେଲାଣି। କଳାହାଣ୍ଡି…

ସୁନା ପରେ ଏବେ ରୁପା! ସରକାର ଲଗାଇଲେ ବଡ଼ କଟକଣା, ଏଣିକି ଆଉ…

ନୂଆଦିଲ୍ଲୀ,୧୬।୫: ରୁପା ଆମଦାନୀକୁ ନେଇ କେନ୍ଦ୍ର ସରକାର ଲଗାଇଛନ୍ତି କଟକଣା। ସରକାର ଏହାର ଅନେକ ଶ୍ରେଣୀ କୁ ମୁକ୍ତ ତାଲିକା (Free List)ରୁ ହଟାଇ ପ୍ରତିବନ୍ଧିତ ତାଲିକା…

ବଡ଼ ଭାଇଙ୍କ ସହ ଘରକୁ ଫେରୁଥିଲେ, ହଠାତ ହେଲା ବଜ୍ରପାତ; ଚାଲିଗଲା…

ଥୁଆମୂଳ ରାମପୁର, ୧୬ା୫ (ଦୁର୍ଗା କୀର୍ତ୍ତି): ଭାଇକୁ ଖୋଜି ବଡ଼ ଭାଇଙ୍କ ସହ ଘରକୁ ଫେରିବା ସାଜିଲା କାଳ। କାଳବୈଶାଖୀ ଜନିତ ପ୍ରବଳ ପବନ ଓ ବର୍ଷା…

ପରକୀୟା ପ୍ରୀତିକୁ କେନ୍ଦ୍ରକରି ଯୁବକଙ୍କୁ ହତ୍ୟା ଉଦ୍ୟମ: କାତି ଜବତ, ଅଭିଯୁକ୍ତ ଗଲେ ଜେଲ   

ଦିଗପହଣ୍ଡି,୧୬|୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଉଡ଼ିଆ ଗ୍ରାମରେ ପରକୀୟା ପ୍ରୀତିକୁ କେନ୍ଦ୍ରକରି ଶୁକ୍ରବାର ସନ୍ଧ୍ୟାରେ ଗ୍ରାମର ବଳରାମ ପ୍ରଧାନ(୨୬)ଙ୍କ ବେକକୁ କାତିରେ ଚୋଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri