୧୦ମ ଶ୍ରେଣୀ ଇତିହାସ, ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ

ଭଦ୍ରକ,୨୮।୧୨(ସନାତନ ରାଉତ): ୨୦୧୩ ମସିହାରେ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ମୁଦ୍ରିତ ଓ ପ୍ରକାଶିତ ୧୦ମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ ଭୁଲ୍‌ ତଥ୍ୟ ଦିଆଯାଇଛି। ପୃଷ୍ଠା ସଂଖ୍ୟା-୩୧ର ପାରା-୩ ଓ ପାରା-୫ରେ ଭାରତ ଛାଡ଼ ଆନ୍ଦୋଳନ ପରିପ୍ରେକ୍ଷୀରେ ଅବିଭକ୍ତ ବାଲେଶ୍ୱର ଜିଲା ତଥା ବର୍ତ୍ତମାନର ଭଦ୍ରକ ଜିଲାର ଶହୀଦନଗର ଓ ଇରମରେ ଶହୀଦ ହୋଇଥିବା ଶହୀଦମାନଙ୍କ ସଂଖ୍ୟା, ଗୁଳିକାଣ୍ଡର ସ୍ଥାନ, ତାରିଖ ସମ୍ପର୍କରେ ସମ୍ପୂର୍ଣ୍ଣ ଭୁଲ୍‌ ଲେଖା ହୋଇଛି। ଭାରତର ଛାତ୍ର ଫେଡେରେଶନ (ଏସ୍‌ଏଫ୍‌ଆଇ)ର ପୂର୍ବତନ ରାଜ୍ୟ ସଭାପତି ତଥା ସିପିଏମ୍‌ ଭଦ୍ରକ ଜିଲା କମିଟି ସଭ୍ୟ ବିକାଶ ନାଥ ଏହାକୁ ତୀବ୍ର ନିନ୍ଦା କରିଛନ୍ତି। ଏହି ଭୁଲ୍‌ ତଥ୍ୟକୁ ଖୁବ୍‌ଶୀଘ୍ର ପରିବର୍ତ୍ତନ କରି ଠିକ୍‌ ତଥ୍ୟ ପ୍ରକାଶିତ କରିବାକୁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଓ ରାଜ୍ୟ ଗଣଶିକ୍ଷା ବିଭାଗକୁ ଗଣମାଧ୍ୟମ ଜରିଆରେ ସେ ଶନିବାର ନିବେଦନ କରିଛନ୍ତି।
୧୯୪୨ ସେପ୍ଟେମ୍ବର ୨୨ରେ ଅବିଭକ୍ତ ବାଲେଶ୍ୱର ଜିଲା ତଥା ବର୍ତ୍ତମାନ ଭଦ୍ରକ ଜିଲାର ଲୁଣିଆ ଗାଁ  ସଂଲଗ୍ନ ଚାନ୍ଦିଆପୋଷିଠାରେ ବ୍ରିଟିଶ ଗୁଳିରେ ୯ଜଣ ଆନ୍ଦୋଳନକାରୀ ଶହୀଦ ହୋଇଥିଲେ। କିନ୍ତୁ ଦଶମ ଶ୍ରେଣୀ ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ ୧୯୪୨ ସେପ୍ଟେମ୍ବର ୨୧ରେ ଶ୍ରୀଜଙ୍ଗ ଗାଁରେ ୧୦ ବା ୧୧ଜଣ ବ୍ୟକ୍ତି ପୋଲିସ ଗୁଳିରେ ପ୍ରାଣ ହରାଇଥିଲେ ବୋଲି ଭୁଲ୍‌ ତଥ୍ୟ ପ୍ରକାଶିତ ହୋଇଛି। ଗୁଳିକାଣ୍ଡର ସ୍ଥାନ, ତାରିଖ ଓ ଶହୀଦଙ୍କ ସଂଖ୍ୟା ସମ୍ପୂର୍ଣ୍ଣ ଭୁଲ୍‌ ଥିବାରୁ ଏହା ଭଦ୍ରକ ଜିଲାବାସୀ ଓ ଶହୀଦମାନଙ୍କ ସ୍ମୃତି ପ୍ରତି ଉପହାସ ବୋଲି ବିକାଶ କହିଛନ୍ତି। ସେହିଭଳି ୧୯୪୨ ସେପ୍ଟେମ୍ବର ୨୮ରେ ବିଦେଇପୁରରୁ ଇରମ ୧୯ ବର୍ଗ ମାଇଲ ସ୍ବାଧୀନ ବାଞ୍ଛାନିଧି ଚକଡ଼ାରେ ଧାନ ଫସଲ ଓ ସାମୁଦ୍ରିକ ଲୁଣର କର ନ ଦେବା ପାଇଁ ସାଧାରଣ ଜନତା ଏକତ୍ରିତ ହୋଇ ଇରମ ମେଳନ ପଡ଼ିଆରେ ବୈଠକ କରୁଥିବା ବେଳେ ବାସୁଦେବପୁରର ପାଢ଼ୀ ଜମିଦାରର ଖବରକ୍ରମେ ତତ୍କାଳୀନ ପୋଲିସ ଅଫିସର କୁଞ୍ଜବିହାରୀଙ୍କ ସମେତ ବ୍ରିଟିଶ ପୋଲିସ ସେଠାରେ ପହଞ୍ଚତ୍ ଅତି ନିଷ୍ଠୁର ଭାବେ ଗୁଳି ଚାଳନା କରିଥିଲେ। ଏହି ରକ୍ତତୀର୍ଥ ଇରମରେ ମହିଳା ଶହୀଦ ପରୀ ବେୱାଙ୍କ ସମେତ ମୋଟ ୨୯ଜଣ ଶହୀଦ ହୋଇଥିଲେ। ଭାରତର ପୁରାତନ ରାଜଧାନୀ କୋଲକାତାଠାରେ ପ୍ରତିଷ୍ଠିତ ନ୍ୟାଶନାଲ ଲାଇବ୍ରେରିରେ ଏହି ଉଭୟ ଗୁଳିକାଣ୍ଡ ସମ୍ପର୍କରେ ବ୍ରିଟିଶ ସରକାରଙ୍କ ତଥ୍ୟକୁ ଭାରତ ସରକାର ସାଇତି ରଖିଛନ୍ତି। କିନ୍ତୁ ଭୁଲ୍‌ ଭାବେ ଏହି ଇତିହାସ ଓ ରାଜନୀତି ବିଜ୍ଞାନ ବହିରେ ଇରମରେ ୨୮ଜଣ ଶହୀଦ ହୋଇଛନ୍ତି ବୋଲି ପ୍ରକାଶିତ ହୋଇଛି। ଦୀର୍ଘ ୧୨ ବର୍ଷ ଧରି ଏହି ଭୁଲ୍‌ ତଥ୍ୟକୁ ଛାତ୍ରୀଛାତ୍ରଙ୍କୁ ପଢ଼ାଯାଉଛି। ଇତିହାସ ଶିକ୍ଷୟିତ୍ରୀ ଶିକ୍ଷକମାନେ କାହିଁକି ରାଜ୍ୟ ସରକାରଙ୍କ ଦୃଷ୍ଟିକୁ ଏହି ବିଷୟ ଆଣିନାହାନ୍ତି ବୋଲି ବିକାଶ ପ୍ରଶ୍ନ ଉଠାଇଛନ୍ତି। ଏହି ତ୍ରୁଟିକୁ ୨୦୨୬ ଫେବୃଆରୀରେ ହେବାକୁ ଥିବା ମାଟ୍ରିକ୍‌ ପରୀକ୍ଷା ପୂର୍ବରୁ ସଂଶୋଧନ କରା ନ ଗଲେ ଭଦ୍ରକ ଜିଲାରୁ ଛାତ୍ର ଆନ୍ଦୋଳନ ଆରମ୍ଭ ହେବ ବୋଲି ସେ ଚେତାବନୀ ଦେଇଛନ୍ତି।

Dharitri – Odisha’s No.1 Odia Daily

Enter your email to get our daily news in your inbox.

All Right Reserved By Dharitri.Com

ଗରିମା ଦିବସ: ସଫେଇ କର୍ମୀ ପ୍ରତାପ ଦଳେଇଙ୍କ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କାର ବୀମା ରାଶି

ଭୁବନେଶ୍ୱର, ୨୨।୮: ସଫେଇ କର୍ମୀଙ୍କ ସୁରକ୍ଷା, ସାମାଜିକ ସୁରକ୍ଷା ଓ ମର୍ଯ୍ୟାଦା ବୃଦ୍ଧି ଲକ୍ଷ୍ୟରେ ଆଜି ଗରିମା ଦିବସ ୨୦୨୬ ପାଳିତ ହୋଇଛି। ଏହି ଅବସରରେ ଲୋକସେବା…

କାମ କରୁଥିବାବେଳେ ଶ୍ରମିକଙ୍କୁ ଶୁଭିଲା ସାପର ଗର୍ଜନ, ପାଖକୁ ଯାଇ ଦେଖିବା ପରେ…

ଦିଗପହଣ୍ଡି,୨୨ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ଉପକଣ୍ଠ ୧ ନଂ ଓ୍ବାର୍ଡ ଘୋଡ଼ାହାଡ଼ ଡ଼୍ୟାମ ରାସ୍ତାକଡ଼ରେ ନିର୍ମାଣାଧୀନ ମେଡିକାଲ କୋଠା ପରିସରରୁ ପ୍ରାୟ ୭…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା ୩୦ ଲାଗୁ, ଜାଣନ୍ତୁ ଏହା କ’ଣ, କାହିଁକି ହୁଏ…

ଗଞ୍ଜାମ,୨୨ା୮(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ପୋଲିସ ଆଇନ ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ୯୦ ଦିନ ପାଇଁ କଟକଣା ଲଗାଇଛି ଗଞ୍ଜାମ ପୋଲିସ। ସଭା, ସମିତି ଓ…

ପୁଣି ଏକ ମାଈ ହାତୀର ମୃତଦେହ ଠାବ: ବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ….

ରିଆମାଳ, ୨୨/୮ (ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ବନାଞ୍ଚଳ କୁଣ୍ଢେଇଗୋଳା ସେକ୍ସନ ଅନ୍ତର୍ଗତ ଚେଢ଼ଇମରା ଗ୍ରାମ ପଞ୍ଚାୟତର ଝରାବେରେଣୀ ଗ୍ରାମ ନିକଟସ୍ଥ ସଂରକ୍ଷିତ ଜଙ୍ଗଲରୁ ବନ…

ଜୁଆ ଆଡ୍ଡାରେ ଚଢାଉ: ପୋଲିସ କର୍ମଚାରୀଙ୍କୁ ହତ୍ୟା ଉଦ୍ୟମ କରି ଗଲେ ଜେଲ୍

ଦିଗପହଣ୍ଡି,୨୨|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା କେ.ନୂଆଗାଁ ଥାନା ଡ଼ଭାର ଗ୍ରାମ ମା ‘ କାଳୀ ମନ୍ଦିର ନିକଟ ଆମ୍ବ ତୋଟାରେ ଚାଲିଥିବା ଜୁଆଆଡ୍ଡାରେ ପୋଲିସ ଟିମ୍…

ପୁଣି ଲଘୁଚାପ ସମ୍ଭାବନା: ୨୪ ଘଣ୍ଟାରେ ସ୍ପଷ୍ଟ ହେବ ଚିତ୍ର

ଭୁବନେଶ୍ୱର, ୨୨।୮: ଉତ୍ତର ବଙ୍ଗୋପସାଗର ଉପରେ ପୁଣି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଦେଖାଦେଇଛି। ଉତ୍ତର ବଙ୍ଗୋପସାଗର ସଂଲଗ୍ନ ପଶ୍ଚିମବଙ୍ଗ ଅଞ୍ଚଳରେ ଏକ ଘୂର୍ଣ୍ଣିବଳୟ…

୪ ବର୍ଷରୁ କମ ବୟସର ପିଲାମାନଙ୍କୁ ଦିଆଯିବ ନାହିଁ ଏହି ଥଣ୍ଡା-କାଶ ଔଷଧ: କେନ୍ଦ୍ର ସରକାରଙ୍କ ବଡ଼ ନିଷ୍ପତ୍ତି

ନୂଆଦିଲ୍ଲୀ,୨୨।୮: କେନ୍ଦ୍ର ସରକାର ଛୋଟ ପିଲାମାନଙ୍କ ସ୍ବାସ୍ଥ୍ୟ ସୁରକ୍ଷା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି। ସରକାର ୪ ବର୍ଷରୁ କମ ବୟସର ପିଲାମାନଙ୍କ ପାଇଁ ଉଦ୍ଦିଷ୍ଟ…

ଏହି ୫୨ ନେତା ପିନ୍ଧିବେ ୧୦ ଲକ୍ଷ ଟଙ୍କାର ଜ୍ୟାକେଟ୍‌: ପଛରେ ରହିଛି ଏମିତି କାରଣ

ଲକ୍ଷ୍ନୌ,୨୨।୮: ଉତ୍ତର ପ୍ରଦେଶରେ ରାଜନୈତିକ ନେତାଙ୍କ ସୁରକ୍ଷା ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନିଆଯାଇଛି। ରାଜ୍ୟର ୫୨ ନେତାଙ୍କୁ ବୁଲେଟପ୍ରୁଫ ଜ୍ୟାକେଟ ଯୋଗାଇ ଦିଆଯାଇଛି। ଏହି ସୁରକ୍ଷା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri