ପେନ୍‌ସନ ପ୍ରଦାନରେ ଅସଙ୍ଗତି ଓ ସରକାରଙ୍କ କ୍ଷତି

ହରିଶଙ୍କର ମିଶ୍ର

୨୦୦୫ ମସିହା ଓ ପରେ ନିଯୁକ୍ତ ସରକାରୀ କର୍ମଚାରୀଙ୍କ ପାଇଁ ନୂତନ ପେନ୍‌ସନ ନୀତି ହୋଇଥିଲେ ହେଁ ଏବେ ରାଜ୍ୟରେ ପୂର୍ବ ପ୍ରଚଳିତ ନିୟମରେ ପ୍ରାୟ ଚାରି ଲକ୍ଷ ପେନ୍‌ସନ ଭୋଗୀ ରହିଛନ୍ତି। ପେନ୍‌ସନଭୋଗୀଙ୍କ ବୟସ ୮୦, ୮୫, ୯୦, ୯୫, ୧୦୦ ବର୍ଷ ହେଲେ ଯଥାକ୍ରମେ ୨୦, ୩୦, ୪୦, ୫୦ ଓ ୧୦୦ ଶତାଂଶ ଅଧିକ ପ୍ରାପ୍ୟ ମିଳିବାର ନିୟମ କରାଯାଇଛି। ପେନ୍‌ସନଭୋଗୀଙ୍କ ମୃତ୍ୟୁ ପରେ ଜୀବିତ ପତିି ବା ପତ୍ନୀଙ୍କୁ ଓ ତାଙ୍କ ଅନ୍ତେ ବେରୋଜଗାରୀ ପୁଅକୁ ୨୫ ବର୍ଷ ହେବାଯାଏ ଓ ଅବିବାହିତ ଝିଅକୁ ବିବାହ ପର୍ଯ୍ୟନ୍ତ ପରିବାର ପେନ୍‌ସନ ମିଳିଥାଏ। ସ୍ବାମୀ ପରିତ୍ୟକ୍ତା ଝିଅକୁ ବା ମାନସିକ ଅନଗ୍ରସର ପୁଅ ବା ଝିଅଙ୍କୁ ମଧ୍ୟ ଆଜୀବନ ପେନ୍‌ସନ ବ୍ୟବସ୍ଥା ରହିଛି। ଆଗେ ପ୍ରାୟତଃ ପୁରୁଷମାନେ ସରକାରୀ ଚାକିରି କରୁଥିଲେ। ସେମାନଙ୍କର ପତ୍ନୀଙ୍କ ପ୍ରତିପୋଷଣ ଉଦ୍ଦେଶ୍ୟରେ ଏହି ବ୍ୟବସ୍ଥା କରାଯାଇ ଥିଲା। ଏବେ ଅନେକ ସ୍ଥଳରେ ପତିପତ୍ନୀ ସରକାରୀ କର୍ମଚାରୀ ଏବଂ ସ୍ଥଳ ବିଶେଷରେ ଉଚ୍ଚ ବେତନଭୋଗୀ ରହୁଥିବା ବେଳେ କେତେକ ସ୍ଥଳରେ ଜଣେ ସରକାରୀ ଓ ଅନ୍ୟ ଜଣେ ବେସରକାରୀ କର୍ମଚାରୀ ହୋଇଥାନ୍ତି। ସେଭଳି କ୍ଷେତ୍ରରେ ଜଣଙ୍କର ମୃତ୍ୟୁରେ ଜୀବିତ ପତି ବା ପତ୍ନୀ ଆୟକରଦାତା ହୋଇଥିଲେ ବି ତେଲିଆ ମୁଣ୍ଡରେ ତେଲ ସଦୃଶ ତାଙ୍କୁ ପରିବାର ପେନ୍‌ସନ ଦିଆଯାଇ ଥାଏ। ସରକାରଙ୍କର ଅନେକ କର୍ମଚାରୀ କଲ୍ୟାଣ ନିୟମ କିଛି ବ୍ୟକ୍ତିଙ୍କ ପାଇଁ ଅହେତୁକ ବରଦାନ ହେଉଛି। ଚାକିରିରେ ଥାଇ ମୃତ୍ୟୁ ହେଲେ ପରିବାରର ଜଣକୁ ପୁନର୍ବାସ ଯୋଜନାରେ ଚାକିରି ସହ ଜୀବିତ ପତି ବା ପତ୍ନୀକୁ ପେନ୍‌ସନ ଦେବାର ନିୟମ ରହିଛି। ନିକଟ ଅତୀତରେ କେବଳ ୪ର୍ଥ ଶ୍ରେଣୀ ପଦବୀରେ ଏହି ନିଯୁକ୍ତିକୁ ସୀମିତ କରାଯାଇଛି। ଏହା ପୂର୍ବରୁ ପିତାଙ୍କ ମୂଳ ପଦବୀ ବା ରାଜ୍ୟ ଅଧସ୍ତନ ସେବାରେ ପୁଅ ବା ଝିଅଙ୍କୁ ନିଯୁକ୍ତି ସହ ମାଆଙ୍କୁ ଦୀର୍ଘଦିନ ପୂର୍ଣ୍ଣ ଓ ପରେ ପରିବାର ପେନ୍‌ସନ ଦିଆଯାଇଛି। ଏହାଦ୍ବାରା ମୃତକ କର୍ମଚାରୀଙ୍କ ଦାୟାଦ ଦୈତ ସୁଯୋଗ ପାଉଛନ୍ତି। ଗତ ଶତାବ୍ଦୀର ଶେଷ ଦଶନ୍ଧିରେ ଅନେକ କର୍ମଚାରୀ ନିଜକୁ ରୁଗ୍ଣ ଓ ଅକ୍ଷମ କରାଇ ପୁଅମାନଙ୍କୁ ତାଙ୍କ ମୂଳ ବା ରାଜ୍ୟ ଅଧସ୍ତନ ସେବାରେ ନିଯୁକ୍ତ କରାଇଛନ୍ତି। ସେମାନେ ଏବେ ପଦୋନ୍ନତିଭିତ୍ତିକ ବେତନ ସହ ପୂର୍ବ ରୁଗ୍ଣ କର୍ମଚାରୀ ବୟସଭିତ୍ତିକ ବର୍ଦ୍ଧିତ ପେନ୍‌ସନ ବି ପାଉଛନ୍ତି।
ପ୍ରଯୁକ୍ତି ବିଦ୍ୟା ମାଧ୍ୟମରେ ୨୦୦୮ରୁ ମାସ ଶେଷରେ ବ୍ୟାଙ୍କ ଖାତାରେ ପେନ୍‌ସନ ଟଙ୍କା ଜମାହୋଇ ଯାଉଛି। ପୂର୍ବରୁ ପେନ୍‌ସନଭୋଗୀମାନେ ଟ୍ରେଜେରିରୁ ଟୋକନ ନେଇ ବ୍ୟାଙ୍କରୁ ଟଙ୍କା ନେଉଥିବାରୁ ସେମାନଙ୍କୁ ବର୍ଗୀକରଣ କରାଯାଇ ବିଭିନ୍ନ ତାରିଖ ନିର୍ଦ୍ଧାରିତ ହେଉଥିଲା ସେତେବେଳେ ସମ୍ପୃକ୍ତ ବ୍ୟାଙ୍କ ପେନ୍‌ସନଭୋଗୀଙ୍କୁ ଋଣ ଦେବା ପାଇଁ ସେମାନଙ୍କ ପେନ୍‌ସନ ବ୍ୟାଙ୍କ ଅଧୀନକୁ ନେବାରେ ସକ୍ଷମ ହେଲେ। ଦାରିଦ୍ର୍ୟ ଦୂରୀକରଣ ଯୋଜନାରେ ଋଣ ଦେଉଥିବାରୁ ଅନ୍ୟ ବ୍ୟାଙ୍କ ମଧ୍ୟ ସରକାରଙ୍କ ଉପରେ ଚାପ ପକାଇ ପ୍ରାୟ ଦେଢଲକ୍ଷ ପେନ୍‌ସନ ଦେଉ ଥିବାରୁ ସରକାରଙ୍କଠାରୁ ବାର୍ଷିକ ୩୦କୋଟିରୁ ଅଧିକ କମିଶନ ନେଉଛନ୍ତି। ମାତ୍ର ବ୍ୟାଙ୍କ ଦେଉଥିବା ଅର୍ଥର ଅଡିଟ୍‌ ସରକାରୀ ନିୟନ୍ତ୍ରଣାଧୀନ ହୋଇ ନ ଥିବାରୁ ବ୍ୟାଙ୍କର ଦାବି ସରକାର ମାନିବାକୁ ବାଧ୍ୟ ହେଉଛନ୍ତି। ଅବଶ୍ୟ ଟ୍ରେଜେରି ନିର୍ଦ୍ଦେଶକଙ୍କ ବଳିଷ୍ଠ ପଦକ୍ଷେପ ଯୋଗୁ ୨୦୧୯ରୁ ବ୍ୟାଙ୍କକୁ ପେନ୍‌ସନ ସ୍ଥାନାନ୍ତକରଣ ବନ୍ଦ ରହିଛି।
ପୂର୍ବରୁ ପେନ୍‌ସନଭୋଗୀ ପ୍ରତିବର୍ଷ ମେ ଓ ନଭେମ୍ବର ମାସରେ ବ୍ୟକ୍ତିଗତ ହାଜିରା ଦେଇ ଜୀବିତ ପ୍ରମାଣ ପତ୍ର ଦେଉଥିଲେ। ପରେ କେବଳ ନଭେମ୍ବର ମାସରେ ଏହା ଦେବାସହ ୨୦୧୫ରୁ ଡିଜିଟାଲ ପଦ୍ଧତିରେ ଦିଆଯାଉଥିବାରୁ ଭାରତର ଯେକୌଣସି ସ୍ଥାନରୁ ଏହା ଦିଆଯାଇପାରିବ। ରାଜ୍ୟ ସରକାର କରୋନା ମହାମାରୀ ଯୋଗୁ ଏବର୍ଷ ସମୟସୀମା ଆଗାମୀ ମେ ମାସ ପର୍ୟ୍ୟନ୍ତ ବୃଦ୍ଧି କରିଛନ୍ତି। ଏହାଦ୍ବାରା ପ୍ରତ୍ୟେକ ଟ୍ରେଜେରି ଓ ସବ୍‌ଟ୍ରେଜେରି ନଭେମ୍ବର ୨୦୧୯ରେ ଜୀବିତ ପ୍ରମାଣପତ୍ର ଦାଖଲ କରିଥିବା ପେନ୍‌ସନଭୋଗୀଙ୍କୁ ଏପ୍ରିଲ ୨୦୨୧ ପର୍ଯ୍ୟନ୍ତ ବିନା ବାଧାରେ ପେନ୍‌ସନ ଦେବାକୁ ବାଧ୍ୟ ହେବେ। ଏହା ମଧ୍ୟରେ କୌଣସି ପରିବାର ପେନ୍‌ସନଭୋଗୀ ବା ପରିବାର ପେନ୍‌ସନ ନ ଥିବା ପେନ୍‌ସନଭୋଗୀଙ୍କ ମୃତ୍ୟୁ ହେଲେ ତାହା ସରକାରଙ୍କର କ୍ଷତି ହିଁ ହେବ।
ଏ ସମ୍ପର୍କରେ ବ୍ୟାଙ୍କର ଗୋଟିଏ ଓ୍ବେବ୍‌ସାଇଟ ରହିଛି। ସେଥିରେ ଆଧାର ଓ ମୋବାଇଲ ଫୋନ ନମ୍ବର ଦେଲେ ଓଟିପି ମିଳିବ। ତାହାକୁ ଦର୍ଶାଇଦେଲେ ଜୀବିତ ପ୍ରମାଣପତ୍ର ଗୃହୀତ ହୋଇଯିବ। ଉପକୋଷାଗାର ଅଧିକାରୀଙ୍କ ଅଭିଜ୍ଞତା ଓ ସାଧାରଣ ଚଳଣିରୁ ଲେଖକ ନିଶ୍ଚିତ ଯେ ଅନୂ୍ୟନ ୫୦ ଶତାଂଶ ପେନ୍‌ସନଭୋଗୀଙ୍କର ଏଟିଏମ୍‌ କାର୍ଡ ଅନ୍ୟଦ୍ବାରା ପରିଚାଳିତ ହୁଏ। ତେଣୁ ପେନ୍‌ସନଭୋଗୀଙ୍କ ମୃତ୍ୟୁ ସତ୍ତ୍ୱେ ଆଧାର ଓ ମୋବାଇଲ ନମ୍ବର ବ୍ୟବହାର କରାଯାଇ ବର୍ଷ ବର୍ଷ ଧରି ପେନ୍‌ସନ ଅର୍ଥ ବାଟମାରଣା ହୋଇଚାଲିଥିବ। ସରକାର ବୟସ୍କ ନାଗରିକଙ୍କ ପ୍ରତି ସମ୍ବେଦନଶୀଳ ହେବା ସ୍ବାଗତ ଯୋଗ୍ୟ। ୪/୫ ବର୍ଷ ପୂର୍ବରୁ ପୁରୀ ଜିଲାର ଗୋଟିଏ ଉପକୋଷାଗାରରେ ମତଲବୀ ବା ଅପାରଗ କର୍ମଚାରୀଙ୍କ ଯୋଗୁ ୪୦ ଲକ୍ଷରୁ ଅଧିକ ଅର୍ଥ କେତେକ ଅସାଧୁ ପେନ୍‌ସନ ଭୋଗୀ ନେଇଯାଇଥିଲେ; ଯାହା କି ଏଜିଙ୍କ ଅଡିଟର୍‌ ବି ଧରାପଡି ନ ଥିଲା। ତେଣୁ ପେନ୍‌ସନଭୋଗୀ ରହୁଥିବା ଅଞ୍ଚଳର ଯେକୌଣସି ସରକାରୀ କାର୍ଯ୍ୟାଳୟରେ ଜୀବିତ ପ୍ରମାଣପତ୍ର ଦାଖଲ କରିବେ ଏବଂ ତାହା ସେହି କାର୍ଯ୍ୟାଳୟ ମାଧ୍ୟମରେ ସମ୍ପୃକ୍ତ ଟ୍ରେଜେରିକୁ ପଠାଗଲେ ସରକାରୀ ଅର୍ଥର କ୍ଷତି ହେବନାହିଁ। ଏବେ କରୋନା ମହାମାରୀ ଯୋଗୁ ରାଜ୍ୟର ଆର୍ଥିକ ସ୍ଥିତି ଭଲ ନାହିଁ। ସରକାର ଏହାକୁୁ ଗୁରୁତ୍ୱ ଦେବାସହ ବ୍ୟାଙ୍କ ଦ୍ବାରା ପ୍ରଦତ୍ତ ଗତ ଅନୂ୍ୟନ ପାଞ୍ଚ ବର୍ଷର ପ୍ରଦତ୍ତ ପେନ୍‌ସନର ସ୍ବତନ୍ତ୍ର ଅଡିଟ କଲେ ବହୁ ଅନିୟମିତତା ପର୍ଦ୍ଦାଫାଶର ଶତପ୍ରତିଶତ ନିଶ୍ଚିତତା ରହିଛି। ଏଥିସହ କଠୋର ନିଷ୍ପତ୍ତି ନେଇପାରିଲେ ଆଲୋଚିତ ଅସଂଗତି ମଧ୍ୟ ଦୂରସହ ସରକାରଙ୍କ ଆର୍ଥିକ କ୍ଷତି ରକ୍ଷା ପାଇପାରିବ।
୧୧୩, ଗୁଣ୍ଡିଚା ବିହାର, ପୁରୀ,
ମୋ-୭୯୭୮୭୮୫୪୭୮


Enter your email to get our daily news in your inbox.

All Right Reserved By Dharitri.Com

ଆଦ୍ୟ ମନ୍ଦିର

ଭାରତୀୟ ପରମ୍ପରାରେ ଗଛର ଭୂମିକା ରହିଛି। ବିଭିନ୍ନ ଦେବଦେବୀଙ୍କୁ ନେଇ ପାଳନ କରାଯାଉଥିବା ପର୍ୱ ସହ ଗଛର ସମ୍ପର୍କ ଅଛି। ବିଶେଷକରି ନବରାତ୍ରି, ଗୌରୀପୂଜା ଓ ତେଜ୍‌…

ଆସନ୍ତୁ, ଆମ ନାରୀ ଶକ୍ତିକୁ ସଶକ୍ତ କରିବା

ଉ କିଛିଦିନ ପରେ, ସମଗ୍ର ଭାରତବର୍ଷ ଉତ୍ସବମୁଖର ହୋଇଉଠିବ ଏବଂ ଦେଶର କୋଣ ଅନୁକୋଣରେ ହର୍ଷୋଲ୍ଲାସର ସହ ପାର୍ୱଣର ପରିବେଶ ଦେଖିବାକୁ ମିଳିବ। ଆସାମର ଲୋକମାନେ ରଙ୍ଗାଲି…

ଆହ୍ବାନକାରୀ ଜେନ୍‌ ଜି ପ୍ରାର୍ଥୀ

ଚଳିତ ମାସ ୯ ତାରିଖରେ ଆସାମ ବିଧାନସଭାର ୧୨୬ ଆସନ ପାଇଁ ନିର୍ବାଚନ ଅନୁଷ୍ଠିତ ହେବ। ସେଠାକାର ଯେଉଁ କେତୋଟି ହାଇପ୍ରୋଫାଇଲ ଆସନ ରହିଛି ତନ୍ମଧ୍ୟରୁ ଚର୍ଚ୍ଚିତ…

ସଭ୍ୟତାର ସୁରକ୍ଷା, ଜଳର ଗୁଣବତ୍ତା

କୌଣସି ସଭ୍ୟତାର ଅଭ୍ୟୁଦୟ ଓ ବିନାଶର କାହାଣୀ ସେହି ସମୟର ଜଳସମ୍ପଦ ସହିତ ଜଡ଼ିତ। ମାନବ ଜାତିର ଅସ୍ତିତ୍ୱ ତଥା ସରଂକ୍ଷଣ ପାଇଁ ଜଳର ଗୁଣବତ୍ତା (ଶୁଦ୍ଧ…

ମଣିପୁର ପାଇଁ ସମୟ ନାହିଁ

କିଛି ଦିନର ବ୍ୟବଧାନ ପରେ ଭାରତର ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ମଣିପୁରରେ ସଦ୍ୟ ହିଂସା ଦେଖାଦେଇଛି। ବିଷ୍ଣୁପୁର ଜିଲାର ମୋଇରାଙ୍ଗ ତ୍ରୋଙ୍ଗଲାଓବି ଅଞ୍ଚଳରେ ୬ ଏପ୍ରିଲରେ ଉଗ୍ରବାଦୀଙ୍କ ବୋମା…

ଏଇ ଭାରତରେ

ଗାର୍ବେଜ କ୍ଲିନିକ୍‌ ବା ବର୍ଜ୍ୟ କ୍ଲିନିକ୍‌ କଥା ଶୁଣିଛନ୍ତି କି। ହଁ, ଏମିତିକା କ୍ଲିନିକ୍‌ ଚାଲିଛି ଦିଲ୍ଲୀରେ। ପ୍ରବୀଣ ନାୟକ ଇଞ୍ଜିନିୟରିଂ କ୍ୟାରିୟର ଛାଡ଼ି ଦିଲ୍ଲୀକୁ ସବୁଜ…

ଶିକ୍ଷକଙ୍କ ରୂପାନ୍ତରଣକାରୀ ଭୂମିକା

‘ଶିକ୍ଷା’ କେବଳ ଜ୍ଞାନର ହସ୍ତାନ୍ତରଣ ନୁହେଁ। ଏହା ମନ, ମସ୍ତିଷ୍କକୁ ଗଢ଼ି ତୋଳେ। କୌଶଳ ଉଦ୍ଭାବନ କରେ। ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ସମ୍ଭାବନା ଓ କ୍ଷମତାର ବିକାଶ…

ପରମାଣୁ ଶକ୍ତିର ମୋହ

ପ୍ରାୟତଃ ଦୀର୍ଘ ଦିନ ଧରି ମଧ୍ୟ ପ୍ରାଚ୍ୟରେ ଯେଉଁ ସମସ୍ୟା ସୃଷ୍ଟି ହୋଇଛି ତାହାର ପ୍ରମୁଖ କାରଣ ତୈଳ, ଉଗ୍ରବାଦ, ଧର୍ମ କିମ୍ବା ରାଜନୈତିକ ଆଭିମୁଖ୍ୟ ନୁହେଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri