ଅପୂର୍ଣ୍ଣ ମେଡିକାଲ ଆୟୋଗ

Dillip Cherian

ଡାକ୍ତରୀ ଶିକ୍ଷା, ବୃତ୍ତି ଓ ଅନୁଷ୍ଠାନର ସମସ୍ତ ଦିଗର ବିକାଶ ତଥା ନିୟନ୍ତ୍ରଣ ପାଇଁ ପୂର୍ବର ଦୁର୍ନୀତିଗ୍ରସ୍ତ ମେଡିକାଲ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆ (ଏମ୍‌ସିଆଇ)କୁ ବଦଳାଇ ଗତବର୍ଷ ଜାତୀୟ ମେଡିକାଲ ଆୟୋଗ (ଏନ୍‌ଏମ୍‌ସି) ଗଠନ କରାଯାଇଥିଲା। ତଥାପି ନୂତନ ନିୟାମକ ଗଠନ କରିବାରେ ସରକାର ତତ୍ପରତା ଦେଖାଇଥିଲେ ମଧ୍ୟ ଆୟୋଗର ଅଧ୍ୟକ୍ଷ ନିଯୁକ୍ତି ସମ୍ପର୍କରେ ଏପର୍ଯ୍ୟନ୍ତ ବିଜ୍ଞପ୍ତି ଜାରି କରିନାହାନ୍ତି। ଛଅ ମାସ ପୂର୍ବେ ସରକାର ଅଖିଳ ଭାରତୀୟ ଆୟୁର୍ବିଜ୍ଞାନ ପ୍ରତିଷ୍ଠାନ (AIIMS)ର ପ୍ରଫେସର ଏସ୍‌.ସି. ଶର୍ମାଙ୍କୁ ତିନିବର୍ଷ ପାଇଁ ନୂତନ ଆୟୋଗର ଅଧ୍ୟକ୍ଷ ଭାବରେ ମନୋନୀତ କରିଥିଲେ। ତଥାପି ତାଙ୍କ ନିଯୁକ୍ତି ନେଇ ଏପର୍ଯ୍ୟନ୍ତ ବିଜ୍ଞପ୍ତି ଜାରି କରି ନାହାନ୍ତି। ଏହି ଅଯଥା ବିଳମ୍ବକୁ ନେଇ ସରକାରଙ୍କ ଉଦ୍ଦେଶ୍ୟ ବିଷୟରେ ବାବୁ ମହଲରେ ନାନା ପ୍ରକାର ଟୁପୁରୁଟାପୁରୁ ଚାଲିଛି। ସୂଚନାନୁସାରେ, ବିଳମ୍ବର କାରଣ ହେଉଛି ଆୟୋଗ ନିଜେ ଏପର୍ଯ୍ୟନ୍ତ ପୂର୍ଣ୍ଣତଃ ଗଠିତ ହୋଇପାରି ନାହିଁ (ଏହା କେବଳ କାଗଜକଲମରେ ସୀମିତ ଅଛି କହିଲେ ଚଳେ)। କାରଣ ଅନ୍ୟ ପଦବୀଗୁଡ଼ିକ ପାଇଁ ଚୟନ କମିଟିର ସୁପାରିସ ତଥାପି ସ୍ବାସ୍ଥ୍ୟ ମନ୍ତ୍ରଣାଳୟର ବିଚାରାଧୀନ ରହିଛି। ତେଣୁ ସେମାନଙ୍କ ମତରେ, ଆୟୋଗ ଗଠନ ଶେଷ ହେବା ପରେ ହିଁ ଏହାର ଅଧ୍ୟକ୍ଷ ନିଯୁକ୍ତି ସମ୍ପର୍କରେ ବିଜ୍ଞପ୍ତି ପ୍ରକାଶ କରାଯାଇପାରିବ। ଜାତୀୟ ମେଡିକାଲ ଆୟୋଗ ଅଧିନିୟମ, ୨୦୧୯ ଅନୁଯାୟୀ ଆୟୋଗର ଜଣେ ଅଧ୍ୟକ୍ଷ, ୧୦ ଜଣ ଏକ୍ସ-ଅଫିସିଓ (ପଦପ୍ରଯୁକ୍ତ) ସଦସ୍ୟ ଏବଂ ୨୨ ଜଣ ପାର୍ଟଟାଇମ୍‌ ସଦସ୍ୟ ରହିବେ। ପ୍ରଫେସର ଶର୍ମାଙ୍କ ବ୍ୟତୀତ ଏପର୍ଯ୍ୟନ୍ତ ନିଯୁକ୍ତ ଏକମାତ୍ର ବ୍ୟକ୍ତି ହେଉଛନ୍ତି ମେଡିକାଲ୍‌ କାଉନସିଲ୍‌ ଅଫ୍‌ ଇଣ୍ଡିଆର ଗଭର୍ନର ବୋର୍ଡର ମହାସଚିବ ଆର୍‌.କେ. ବତ୍ସ। ସେ ମଧ୍ୟ ତିନିବର୍ଷ ପାଇଁ ଆୟୋଗର ସଚିବ ଭାବରେ ନିଯୁକ୍ତ ହୋଇଥିଲେ।

ସେବିରେ ଉତ୍ତରାଧିକାରୀ ଖୋଜା
ଭାରତୀୟ ପ୍ରତିଭୂତି ଓ ବିନିମୟ ବୋର୍ଡ (ସେବି) ଅଧ୍ୟକ୍ଷ ଅଜୟ ତ୍ୟାଗୀଙ୍କ କାର୍ଯ୍ୟକାଳ ଆସନ୍ତା ମାସରେ ଶେଷ ହେବାକୁ ଯାଉଥିବା ବେଳେ ତାଙ୍କ ଉତ୍ତରାଧିକାରୀ ଖୋଜା ଜୋର୍‌ସୋର୍‌ରେ ଆରମ୍ଭ ହୋଇଛି। ହିମାଚଳ ପ୍ରଦେଶ କ୍ୟାଡରର ୧୯୮୪-ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ତ୍ୟାଗୀଙ୍କ କାର୍ଯ୍ୟକାଳ ଗତ ଫେବୃୟାରୀରେ ପୂରୁଥିଲା। କିନ୍ତୁ ଜାରି ରହିଥିବା କୋଭିଡ୍‌-୧୯ ମହାମାରୀ ଜନିତ ସଂକଟ ହେତୁ ନିୟାମକଙ୍କ ନିରନ୍ତରତା ରକ୍ଷା କରିବାକୁ ଯାଇ ତାଙ୍କ କାର୍ଯ୍ୟକାଳ ଛଅମାସ ବୃଦ୍ଧି କରାଯାଇଥିଲା। ସୂଚନାନୁସାରେ, ତ୍ୟାଗୀଙ୍କ ସମ୍ଭାବ୍ୟ ଉତ୍ତରାଧିକାରୀ ଭାବରେ ଅନେକ ନାମ ଚର୍ଚ୍ଚାକୁ ଆସୁଛି। ସେମାନଙ୍କ ମଧ୍ୟରେ ଇନ୍ସଲଭେନ୍ସି ଆଣ୍ଡ୍‌ ବ୍ୟାଙ୍କ୍‌ରପ୍ସି ବୋର୍ଡ ଅଫ୍‌ ଇଣ୍ଡିଆ (ଆଇବିବିଆଇ) ଅଧ୍ୟକ୍ଷ ମଧୁସୂଦନ ସାହୁ ଏବଂ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ଥିବା ମାଧବୀ ପୁରୀ ବୁଚ୍‌ ଅଛନ୍ତି। ତା’ଛଡ଼ା ପୂର୍ବତନ କର୍ପୋରେଟ୍‌ ବ୍ୟାପାର ସଚିବ ଇଞ୍ଜେଟି ଶ୍ରୀନିବାସଙ୍କ ସହ ଅର୍ଥ ଓ କର୍ପୋରେଟ୍‌ ବ୍ୟାପାର ମନ୍ତ୍ରଣାଳୟର କିଛି ଅଧିକାରୀ ମଧ୍ୟ ଅଛନ୍ତି। ପ୍ରକାଶ ଥାଉକି, ସରକାର ତ୍ୟାଗୀଙ୍କ କାର୍ଯ୍ୟକାଳ ବୃଦ୍ଧି କରିବାକୁ ନିଷ୍ପତ୍ତି ନେବା ପୂର୍ବରୁ ଫେବୃୟାରୀରେ କେତେକ ସମ୍ଭାବ୍ୟ ପ୍ରାର୍ଥୀଙ୍କ ଆଶା ଧୂଳିସାତ୍‌ କରିଦେଇଥିଲେ। ସେ ତାଲିକା ବର୍ତ୍ତମାନ ପୁଣି ସଂଶୋଧିତ ହେବ କି? ଏଥିରେ କେବଳ ବାବୁମାନେ ଅନ୍ତର୍ଭୁକ୍ତ ହେବେ କି? ତେବେ ଏସବୁ ଜାଣିବା ପାଇଁ ଆମକୁ ଅପେକ୍ଷା କରିବାକୁ ପଡିବ।

ମେଣ୍ଟରେ ଫାଟ ନା ଆଉ କିଛି
ମୁମ୍ବାଇ ପୋଲିସ ମୁଖ୍ୟ ପରମବୀର ସିଂ ନିକଟରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେଙ୍କୁ କୌଣସି ସୂଚନା ନ ଦେଇ ୧୦ ଜଣ ଡେପୁଟି କମିଶନରଙ୍କୁ ବଦଳି କରିଥିଲେ। ଏହି ପଦକ୍ଷେପ ବିଷୟରେ ଜାଣିବା ପରେ ଠାକ୍‌ରେ ତୁରନ୍ତ ରାଜ୍ୟ ଗୃହ ବିଭାଗକୁ ବଦଳି ବାତିଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ କହିଛି ଯେ, ମୁଖ୍ୟମନ୍ତ୍ରୀଙ୍କ ଅବଗତି ବିନା ଏତେ ସଂଖ୍ୟକ ଡିସିପିଙ୍କୁ ବଦଳି କରିବା ପରମବୀରଙ୍କ ପକ୍ଷେ ଅନୁଚିତ ଥିଲା। କିନ୍ତୁ ପରେ ଜଣାପଡିଲା ଯେ, ପରମବୀର ଗୃହମନ୍ତ୍ରୀ ଅନିଲ ଦେଶ୍‌ମୁଖଙ୍କୁ ବଦଳି ବାବଦରେ ସୂଚନା ଦେଇଥିଲେ। କିନ୍ତୁ ସେ ଠାକ୍‌ରେଙ୍କୁ ଏହା ଜଣାଇ ନ ଥିଲେ। ଠାକ୍‌ରେଙ୍କ ମେଣ୍ଟ ସହଯୋଗୀ ଜାତୀୟ କଂଗ୍ରେସ ପାର୍ଟି ମୁଖ୍ୟ ଶରଦ ପାୱାରଙ୍କୁ କ୍ରୋଧିତ ମୁଖ୍ୟମନ୍ତ୍ରୀଙ୍କୁ ଶାନ୍ତ କରିବାର ଥିଲା। ସୂଚନାନୁସାରେ, ଏନ୍‌ସିପି ମୁଖ୍ୟ ଶରଦ ପାୱାରଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀଙ୍କ ସହ ଏକ ବୈଠକରେ ଦେଶ୍‌ମୁଖ ଯୁକ୍ତି ବାଢ଼ିଛନ୍ତି ଯେ, ମୁଖ୍ୟମନ୍ତ୍ରୀଙ୍କୁ ନ ଜଣାଇ ଅଧିକାରୀଙ୍କୁ ସ୍ଥାନାନ୍ତର କରିବା ମୁମ୍ବାଇ ପୋଲିସ କମିଶନରଙ୍କ କ୍ଷମତା ମଧ୍ୟରେ ଅଛି। କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ମତ ପ୍ରକାଶ କରିଛି ଯେ, ଏହା ରୁଲ୍‌ବୁକ୍‌ ନୁହେଁ ବରଂ ପରମ୍ପରା ଯାହା ଅଧିକ ଗୁରୁତ୍ୱପୂର୍ଣ୍ଣ, ଅର୍ଥାତ୍‌ ଘୋଷଣା ପୂର୍ବରୁ ଠାକ୍‌ରେଙ୍କ ସହ ବଦଳି ବିଷୟରେ ଆଲୋଚନା କରିବା ଉଚିତ। ତେବେ ଏହା କ’ଣ ସୂଚାଇ ଦେଉଛି କି ମହାରାଷ୍ଟ୍ରରେ ଶିବସେନା-ଏନ୍‌ସିପି-କଂଗ୍ରେସ ମେଣ୍ଟ ସରକାରରେ ଭାଗୀଦାରି ଦଳଗୁଡ଼ିକ ଭିତରେ ଫାଟ ସୃଷ୍ଟି ହୋଇଛି, ଯେଉଁଥିପାଇଁ ଭାଗୀଦାରମାନେ ଶାସନର ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଉ ପରସ୍ପର ଆଖି ସହ ଆଖି ମିଳାଇ ଆଲୋଚନା କରୁ ନାହାନ୍ତି?
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦନ୍ତ ଚିକିତ୍ସକ ଡ. ଶାନ୍ତି ତୁମ୍ମାଲା ଚାକିରି ଛାଡ଼ି ବେଙ୍ଗାଲୁରୁରେ ବର୍ଜ୍ୟ ସମସ୍ୟାର ସମାଧାନ ପାଇଁ ପଦକ୍ଷେପ ନେଇଛନ୍ତି। ଥରେ ଜଣେ ମହିଳା ଏକ ଅଳିଆଗଦା ନିକଟରେ…

ତଳ ଅଫିସର

ଆଜିର ଦିନରେ ସବୁଠି ଗହଳଚହଳ ଅଧିକ। ହାଟରେ ଯେମିତି ଘୋ ଘୋ, ନାହିଁ ନ ଥିବା ଭିଡ଼, ଠିକ୍‌ ସେମିତି ଭିଡ଼ ଦେଖାଯାଏ ସବୁଠି। ଟ୍ରେନ୍‌ରେ ଯାତ୍ରୀଙ୍କ…

ବିଶ୍ୱ ପାଇଁ ଚେତାବନୀ

ମଣିଷ ବିଜ୍ଞାନ-ସଭ୍ୟତାର ଶୀର୍ଷରେ ପହଞ୍ଚତ୍ଥିଲେ ମଧ୍ୟ ଯୁଦ୍ଧ ଓ ହିଂସାକୁ ଛାଡ଼ିପାରିନାହିଁ। ଏବେ ସମଗ୍ର ବିଶ୍ୱରେ ଯେମିତି ସଂଘର୍ଷ, ହିଂସା, ପ୍ରତିଶୋଧର ବାତାବରଣ ସୃଷ୍ଟି ହୋଇଛି ତାହା…

ଜୈନଧର୍ମରେ ମହିଳା

ଜୈନଧର୍ମରେ ୨୪ ସନ୍ନ୍ୟାସୀ (ତୀର୍ଥଙ୍କର)ଙ୍କ ପ୍ରଦର୍ଶିତ ପଥ ଜୈନଧର୍ମ ଅନୁସରଣ କରେ। ଜୈନଧର୍ମର ଶ୍ୱେତାମ୍ବର ବିଚାରରେ ପଶ୍ଚିମ ଭାରତରେ ପାର୍ଶ୍ୱନାଥ ଏବଂ ମହାବୀର ଯଥାକ୍ରମେ ୨୩ ଓ…

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri