ପ୍ରେମ ଆଗରେ ହାର ମାନିଲା ସୀମା ବିବାଦ:  ବିଦେଶିନୀଙ୍କ ହାତ ଧରିଲେ କ୍ଷୀରୋଦ

ଖଇରା, ୧୧ା୭(ଡି.ଏନ.ଏ.)-ଭାରତ-ନେପାଳ ସୀମା ବିବାଦ ହେଉ କି କରୋନା ଲକଡାଉନ କଟକଣା ସବୁ ସମସ୍ୟା ପ୍ରେମ ଆଗରେ ହାର ମାନିଛି। ପ୍ରତିକୂଳ ପରିସ୍ଥିତି ସତ୍ତ୍ୱେ ବାଲେଶ୍ବର ଜିଲା ଖଇରା ବ୍ଲକ ଗୋଳିହା ଗ୍ରାମର କ୍ଷିରୋଦ ସିଅ ନାମକ ଯୁବକ ତାଙ୍କ ପ୍ରେମିକା ନେପାଳ ଯୁବତୀଙ୍କୁ ଜୀବନସାଥୀ ଭାବେ ଗ୍ରହଣ କରିଛନ୍ତି। ଏଥିରେ ମୁଖ୍ୟ ଭୂମିକା ନିଭାଇଛନ୍ତି ସ୍ଥାନୀୟ ସରପଞ୍ଚ ପୁଷ୍ପଲତା ଘଡେଇ ତାଙ୍କ ସ୍ବାମୀ ସମ୍ପଦ। ସରପଞ୍ଚ ଦମ୍ପତିଙ୍କ ପ୍ରତ୍ୟକ୍ଷ ସହଯୋଗରେ ଏହି ପ୍ରେମୀଯୁଗଳ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି।
କ୍ଷିରୋଦ ସିଅ ବମ୍ବେରେ କାମ କରୁଥିବା ବେଳେ ୨୩ ବର୍ଷୀୟା ନେପାଳ ଯୁବତୀ ପ୍ରଣିଶା ବିସ୍ତାଙ୍କ ସହ ପ୍ରେମ ସମ୍ପର୍କ ଗଢି ଉଠିଥିଲା। ଏହି ଯୁବତୀ ଜଣକ ବମ୍ବେରେ ତାଙ୍କ ଭଉଣୀ ଭିଣୋଇଙ୍କ ପାଖରେ ରହୁଥିଲେ। ମାର୍ଚ୍ଚରେ ଲକ୍‌ଡାଉନ ଘୋଷଣା ହେବା ପରେ କ୍ଷୀରୋଦ ଘରକୁ ଆସିବାକୁ ବ୍ୟଗ୍ର ହୋଇପଡିଥିଲେ। ହେଲେ ନିଜର ପ୍ରେମିକାଙ୍କ କଥା ଭାବି ଦୋଛକିରେ ପଡିଯାଇଥିଲେ। ମେ’ ବେଳକୁ ଭାରତ ଓ ନେପାଳ ମଧ୍ୟରେ ସୀମା ବିବାଦକୁ ନେଇ ତିକ୍ତତା ଆରମ୍ଭ ହୋଇଯିବା ପରେ କ୍ଷୀରୋଦ ଅଡୁଆରେ ପଡିଯାଇଥିଲେ। ପ୍ରଣିଶାଙ୍କ ଭଉଣୀ ଭିଣୋଇ ନିଜ ଦେଶକୁ ପଳାଇଯାଇଥିଲେ ହେଁ ସେ କ୍ଷୀରୋଦଙ୍କୁ ଛାଡି ଯାଇ ନ ଥିଲେ। କ୍ଷୀରୋଦ ନିଜ ମନକୁ ଦୃଢ କରି ପ୍ରଣିଶାଙ୍କୁ ସାଙ୍ଗରେ ଧରି ଗୋଳିହା ଗ୍ରାମକୁ ପଳାଇ ଆସିଥିଲେ। ହେଲେ ବାହାରୁ ଆସିଥିବାରୁ ଘର ଲୋକ ଗ୍ରହଣ କରିବାକୁ ସାହସ କରି ନ ଥିଲେ। ଏହି ଖବର ସରପଞ୍ଚ ଓ ତାଙ୍କ ସ୍ବାମୀ ଜାଣିବା ପରେ ସେମାନଙ୍କୁ ସ୍ଥାନୀୟ ଗୋଳିହା ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ସଙ୍ଗରୋଧ କେନ୍ଦ୍ରରେ ରଖାଇଥିଲେ। ଶେଷରେ ଖଇରା ଆଇଆଇସି ଓ ବିଡିଓଙ୍କ ପରାମର୍ଶକ୍ରମେ ଶୁକ୍ରବାର ସଙ୍ଗରୋଧ କେନ୍ଦ୍ର ସଂଲଗ୍ନ ଚଣ୍ଡି ମନ୍ଦିରରେ ବିବାହ କାର୍ଯ୍ୟ ସମ୍ପନ୍ନ ହୋଇଛି। ସରପଞ୍ଚ ଓ ତାଙ୍କ ସ୍ବାମୀ କନ୍ୟାଦାନ କରିବା ସହ ସରକାରଙ୍କ ଗାଇଡଲାଇନ ମୁତାବକ ଗ୍ରାମବାସୀଙ୍କୁ ଭୋଜି ଖୁଆଇଥିଲେ। ଉଭୟ କନ୍ୟା ବର ଖୁବ୍‌ ଖୁସି ଥିବା କହିଛନ୍ତି। ପଣ୍ଡିତ ନୃସିଂହ ଦ୍ବିବେଦୀ, ମନୋରଞ୍ଜନ ଶୁକ୍ଳ, ରାଧାକାନ୍ତ ମିଶ୍ର, ମଧୁସୂଦନ ପଣ୍ଡାଙ୍କ ସମେତ ଭାଗିରଥି ଶିଅ, ରାମଚନ୍ଦ୍ର ବାରିକ ପ୍ରମୁଖ ବିବାହ କାର୍ଯ୍ୟରେ ସହଯୋଗ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କାଦୁଅ ପାଇଁ ହନ୍ତସନ୍ତ ରୋଗୀ, ଥୁଆମୂଳ ରାମପୁର CHC ରାସ୍ତାରେ ଅଟକୁଛି ଆମ୍ବୁଲାନ୍ସ

ଥୁଆମୂଳ ରାମପୁର,୨୯।୭(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ମୁଖ୍ୟ ରାସ୍ତା ଓ ଗେଟ୍ ସମ୍ମୁଖରେ ଏବେ ସ୍ଥିତି ଶୋଚନୀୟ ହୋଇପଡିଛି ।…

ଭୟଙ୍କର ବାଇକ୍ ଦୁର୍ଘଟଣା, ଚାଲିଗଲା ୨ଜଣଙ୍କ ଜୀବନ

ବଞ୍ଚୋ,୨୯।୭(ପ୍ରଦୋଷ ବିଶ୍ୱାଳ): ଆନନ୍ଦପୁର ଉପଖଣ୍ଡ ଅନ୍ତର୍ଗତ ସିଙ୍ଗଡୋଭ ଗ୍ରାମ ନିକଟରେ ଏକ ମର୍ମନ୍ତୁଦ ଦୁର୍ଘଟଣା ହୋଇଛି । ବୁଧବାର ସନ୍ଧ୍ୟାରେ ଘଟିଥିବା ଏକ ଭୟଙ୍କର ବାଇକ୍‌ ଦୁର୍ଘଟଣାରେ…

ଚିକିତ୍ସା ଅବହେଳାରୁ ପ୍ରସୂତୀ ମୃତ୍ୟୁ ଘଟଣା, ସିଲ୍ ହେଲା ନର୍ସିଂହୋମ

ବରଗଡ଼,୨୯।୭(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁରର ଏକ ଘରୋଇ ନର୍ସିଂହୋମକୁ ସିଲ୍ କଲା ଜିଲା ପ୍ରଶାସନ । ଅମୃତଧାରା ଘରୋଇ ନର୍ସିଂହୋମକୁ ବୁଧବାର ଜିଲା ପ୍ରଶାସନ ପକ୍ଷରୁ…

ରିଙ୍ଗ ରୋଡ଼ ଭାଙ୍ଗି ଆନନ୍ଦପୁରରେ ବନ୍ୟା: ପାଣିରେ ଭାସିଲା ଗାଁ, ନିଖୋଜ ଯୁବକ

ଆନନ୍ଦପୁର,୨୯।୭(ସୁଶାନ୍ତ କୁମାର ସାହୁ): ଲଘୁଚାପଜନିତ ଲଗାଣ ବର୍ଷା ଓ ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ କେନ୍ଦୁଝର ଜିଲାର ଆନନ୍ଦପୁର ଅଞ୍ଚଳରେ ଭୟାବହ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।…

ପୁଣି ଚର୍ଚ୍ଚାରେ ଭବାନୀପାଟଣାର କୁନି ଝିଅ କଶିସ୍‌, ବହୁମୁଖୀ ପ୍ରତିଭାର ଅଧିକାରିଣୀ ହୋଇ…

ଭବାନୀପାଟଣା,୨୯ା୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣା ସହରର ୩ ବର୍ଷର କୁନି ଝିଅ କଶିସ୍‌ ଅଗ୍ରଓ୍ବାଲ ପୁଣି ଚର୍ଚ୍ଚାକୁ ଆସିଛନ୍ତି। ଗତ ଏପ୍ରିଲ ମାସରେ ୨…

ଖେମୁଣ୍ଡି କଲେଜରେ ପ୍ରବେଶ ଉତ୍ସବ, ଶୃଙ୍ଖଳା-ନୈତିକ ମୂଲ୍ୟବୋଧ ପାଇଁ ପରାମର୍ଶ

ଦିଗପହାଣ୍ଡି,୨୯।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଖେମୁଣ୍ଡି କଲେଜରେ ବୁଧବାର ଯୁକ୍ତ ୨ ପ୍ରଥମ ବର୍ଷର ନବାଗତ ଛାତ୍ରୀଛାତ୍ରଙ୍କୁ ସ୍ୱାଗତ ଜଣାଇ “ପ୍ରବେଶ ଉତ୍ସବ–୨୦୨୬”…

ଘରକୁ ଫେରୁଥିବା ବେଳେ କେନାଲରେ ଭାସିଗଲେ ଚାଷୀ, ତାପରେ ଘଟିଲା….

ଦେବଗଡ,୨୯।୭(ଶଶାଙ୍କ ଶେଖର ଝାଙ୍କର): ବାରକୋଟ ଥାନା ସରୁଆଳି ଗ୍ରାମ ପଂଚାୟତ ଅନ୍ତର୍ଗତ ମାଦଲିଆ ଗ୍ରାମରେ ଜଣେ ଚାଷୀ ମଙ୍ଗଳବାର କେନାଲରେ ଭାସି ଯାଇଥିଲେ । ଏହାପରେ ଅଗ୍ନିଶମ…

ପ୍ରବଳ ବର୍ଷାରେ ବୁଡ଼ିଗଲାଣି ଧାନଜମି, ଚାଷକାର୍ଯ୍ୟ ବ୍ୟାହତ, ଚାଷୀ ମୁଣ୍ଡରେ ଚଡ଼କ

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳହାଣ୍ଡି ଜିଲାର କେସିଙ୍ଗା ବ୍ଲକ ଅଞ୍ଚଳରେ ଦୀର୍ଘ ୪ଦିନ ହେଲା ଲଗାଣ ବର୍ଷା ଲାଗି ରହିଥିବାରୁ ଚାଷଜମିରେ ବର୍ଷାଜଳ ଭରି ଯାଇଥିବାରୁ ଧାନଗଜା ବୁଡି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri