Posted inଜାତୀୟ

ବରଯାତ୍ରୀ ସାଜି ଆୟକର ଚଢ଼ାଉ

ମୁମ୍ବାଇ,୧୨।୮:ଆୟକର ବିଭାଗର ଅଧିକାରୀମାନେ ଜଣେ ଶିଳ୍ପପତିଙ୍କ ମହାରାଷ୍ଟ୍ରର ଜଲ୍‌ନା ଏବଂ ଔରଙ୍ଗାବାଦରେ ଥିବା କାର୍ଯ୍ୟାଳୟ ଓ ଘର ଉପରେ ଚଢ଼ାଉ କରି ନଗଦ ୫୮ କୋଟି ଟଙ୍କା, ୩୨ କିଲୋଗ୍ରାମ ସୁନା ସମେତ ୩୯୦ କୋଟି ଟଙ୍କା ମୂଲ୍ୟର ବେଆଇନ ସମ୍ପତ୍ତି ଜବତ କରିଛନ୍ତି। ଆୟକର ବିଭାଗ ନାସିକ୍‌ ଶାଖାର ଅଧିକାରୀମାନେ ବରଯାତ୍ରୀ ଗାଡ଼ିରେ ଆସି ଅଚାନକ ଇସ୍ପାତ ଓ ପୋଷାକ ବ୍ୟବସାୟୀ ତଥା ରିଅଲ ଇଷ୍ଟେଟ ଡେଭେଲପର ବିମଲ ରାଜ ବୋରା ଓ ଡିଲର ପ୍ରଦୀପ ବୋରାଙ୍କ ଘର ଉପରେ ଅଗଷ୍ଟ ପ୍ରଥମ ସପ୍ତାହରୁ ଚଢ଼ାଉ ଜାରି ରଖିଥିଲେ। ଜବତ ଟଙ୍କାକୁ ଗଣିବା ପାଇଁ ୧୩ ଘଣ୍ଟା ସମୟ ଲାଗିଥିଲା ଓ ଏଥିରେ ୧୨ଟି ମେଶିନ୍‌କୁ ନିୟୋଜିତ କରାଯାଇଥିଲା। ୨୬୦ ଜଣ ଅଫିସର ଓ କର୍ମଚାରୀ ୫ଟି ଗ୍ରୁପ୍‌ରେ ଆସି ଏକସଙ୍ଗେ ବିଭିନ୍ନ ସ୍ଥାନରେ ଖାନ୍‌ତଲାସି ଚଳାଇଥିଲେ। ଚଢ଼ାଉରେ ୧୨୦ରୁ ଅଧିକ ଗାଡ଼ି ନିୟୋଜିତ ଥିଲା। ଫାଇନାନ୍ସର ବିମଲ ରାଜ ବୋରା ଏବଂ ଡିଲର ପ୍ରଦୀପ ବୋରାଙ୍କର ଏସ୍‌ଆର୍‌ ଷ୍ଟିଲ୍‌, କାଲିକା ଷ୍ଟିଲ, ଗୋଟିଏ କୋ-ଅପରେଟିଭ୍‌ ବ୍ୟାଙ୍କ ରହିଛି। ଜବତ ହୋଇଥିବା ଟଙ୍କାକୁ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଅର ନାସିକ୍‌ ଶାଖାକୁ ନିଆଯାଇଥିଲା। ସେଠାରେ ସକାଳ ୧୧ଟାରୁ ଟଙ୍କା ଗଣା ଆରମ୍ଭ ହୋଇ ରାତି ୧ଟା ପର୍ଯ୍ୟନ୍ତ ଚାଲିଥିଲା। ଷ୍ଟିଲ୍‌ କମ୍ପାନୀଗୁଡ଼ିକରେ ଅନିୟମିତତା ଚାଲିଥିବା ଖବର ମିଳିବା ପରେ ଚଢ଼ାଉ କରାଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?