ଆୟକର ଫାଙ୍କିଛନ୍ତି ବେଜୋସ୍‌, ମସ୍କ

ଓ୍ବାଶିଂଟନ,୧୦ା୬ : ବିଶ୍ୱର ଆର୍ଥିକ ଢାଞ୍ଚା ଏପରି ହୋଇଯାଇଛି ଯେ, ପ୍ରତିବର୍ଷ ଗରିବ ଓ ଧନୀଙ୍କ ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଛି। ଏହା ଦୀର୍ଘ ବର୍ଷ ଧରି ବିତର୍କର ବିଷୟ ହୋଇଥିବାବେଳେ ଆମେରିକାର ଅଣଲାଭକାରୀ ମିଡିଆ ସଂସ୍ଥା ପ୍ରୋପବ୍ଲିକାର ଏକ ସଦ୍ୟ ଅନୁସନ୍ଧାନକାରୀ ରିପୋର୍ଟ ଏଥିରେ ଆହୁରି ଉଷ୍ମତା ଭରିଦେବା ଭଳି ତଥ୍ୟ ସାମ୍ନାକୁ ଆଣିଛି। ବିଶ୍ଳେଷକଙ୍କ ମତରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିମାନଙ୍କ ସମ୍ପତ୍ତି, ଆୟ ଓ ଟିକସ ପଇଠରେ ବଡ଼ ଧରଣର ଫରକ୍‌ ରହିଛି। ଆମାଜନ ମାଲିକ ଜେଫ୍‌ ବେଜୋସ୍‌ ଓ ଟେସ୍‌ଲା ମାଲିକ ଏଲନ୍‌ ମସ୍କଙ୍କ ସମେତ ଆମେରିକାର ସବୁଠୁ ଧନୀ ୨୫ ବ୍ୟକ୍ତି ଗତ କିଛି ବର୍ଷରେ ଅମାପ ସମ୍ପତ୍ତି ବଢ଼ାଇଛନ୍ତି। କିନ୍ତୁ ସମ୍ପତ୍ତି ତୁଳନାରେ ଆବଶ୍ୟକ ଆୟକର ପଇଠ କରିନାହାନ୍ତି। ଆମେରିକାର ଇଣ୍ଟର୍ନାଲ ରେଭିନ୍ୟୁ ସର୍ଭିସ ବା ଆଭ୍ୟନ୍ତରୀଣ ରାଜସ୍ବ ସେବା (ଆଇଆର୍‌ଏସ୍‌) ତଥ୍ୟ ଆଧାରରେ ପ୍ରଘଟ ଉକ୍ତ ରିପୋର୍ଟ ସମସ୍ତଙ୍କୁ ଚକିତ କରିଦେଇଛି।
ଆମାଜନ୍‌ ଡଟ୍‌ କମ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜେଫ୍‌ ବେଜୋସ୍‌, ବ୍ଲୁମ୍‌ବର୍ଗ ଏଲ୍‌ପି ପ୍ରତିଷ୍ଠାତା ମାଇକେଲ୍‌ ବ୍ଲମ୍‌ବର୍ଗ ଏବଂ ଟେସ୍‌ଲା ସିଇଓ ଏଲନ୍‌ ମସ୍କଙ୍କ ସମେତ ବିଶ୍ୱର ସବୁଠୁ ଧନୀ ତାଲିକାରେ ଥିବା ୨୫ ଆମେରିକୀୟ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ୪ ବର୍ଷ ଧରି ପ୍ରାୟ କିଛି ଆୟକର ପଇଠ କରିନାହାନ୍ତି କହିଲେ ଚଳେ। ଇଣ୍ଟର୍ନାଲ ରେଭିନ୍ୟୁ ସର୍ଭିସ (ଆଇଆର୍‌ଏସ୍‌) ତଥ୍ୟକୁ ଭିତ୍ତିକରି ପ୍ରୋପବ୍ଲିକା ଏକ ରିପୋର୍ଟରେ ଏହି ଗହନ କଥା ପ୍ରଘଟ କରିଛି।
ଏଥିରେ ଦର୍ଶାଯାଇଛି ଯେ, ଜେଫ୍‌ ବେଜୋସ୍‌ ୨୦୦୭ରେ ମଲ୍ଟିବିଲିଅନେୟର ତଥା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇସାରିଥିଲେ। କିନ୍ତୁ ସେ ଏହି ସମୟରେ ଆଦୌ ଆୟକର ଭରି ନ ଥିଲେ। ଏପରି କି ୨୦୧୧ରେ ମଧ୍ୟ ସେ ଟ୍ୟାକ୍ସ ଦେଇ ନ ଥିଲେ। ସେହିପରି ବିଶ୍ୱର ଦୁଇ ନମ୍ବର ଧନୀ ପାଲଟିଥିବା ଏଲନ୍‌ ମସ୍କ ୨୦୧୮ରେ ୧ ଡଲାର ମଧ୍ୟ ଫେଡେରାଲ ଇନ୍‌କମ ଟ୍ୟାକ୍ସ ବୁଝାଇ ନ ଥିଲେ। ବଡ଼ ବିଜ୍‌ନେସମ୍ୟାନ୍‌ ମାଇକେଲ ବ୍ଲୁମ୍‌ବର୍ଗ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଟିକସ ଚୋରି କରିବାରେ ସଫଳ ହୋଇଛନ୍ତି। ଅରବପତି ନିବେଶକ କାର୍ଲ ଇକାନ ଦୁଇବର୍ଷ ଧରି ଟ୍ୟାକ୍ସ ଦେଇ ନ ଥିବାବେଳେ ଜର୍ଜ ସୋରୋସ୍‌ ଲଗାତର ୩ ବର୍ଷ ଧରି ଟିକସ ଫାଙ୍କିଛନ୍ତି। ବର୍କଶାୟାର ହାଥାଓ୍ବେ ସିଇଓ ଓ୍ବାରେନ୍‌ ବଫେଟ୍‌ଙ୍କ ସମ୍ପତ୍ତି ୨୦୧୪ରୁ ୨୦୧୮ ମଧ୍ୟରେ ୨୪.୩ ବିଲିୟନ୍‌ ଡଲାରକୁ ବୃଦ୍ଧି ପାଇଥିଲା। କିନ୍ତୁ ସେ ନିଜ ସମ୍ପତ୍ତିର ପରିମାଣ ୨୩.୭ ମିଲିୟନ୍‌ ଡଲାର ଦର୍ଶାଇ ଟିକସ ପଇଠ କରିଥିଲେ।
ରିପୋର୍ଟ ମୁତାବକ ପ୍ରୋପବ୍ଲିକା କେତେଜଣ ଧନୀଙ୍କ ଗତ କିଛିବର୍ଷରେ ବଢ଼ିଥିବା ସମ୍ପତ୍ତିକୁ ଦୃଷ୍ଟିରେ ରଖି ଆଇଆର୍‌ଏସ୍‌ ତଥ୍ୟର ବିଶ୍ଳେଷଣ କରିଥିଲା। ଏହି ଧନୀମାନେ ମାତ୍ର ୩.୪% ‘ଟୁ ଟ୍ୟାକ୍ସ ରେଟ୍‌’ ପଇଠ କରୁଥିଲେ। ଉକ୍ତ ସଂସ୍ଥା ସେମାନଙ୍କ ଷ୍ଟକ୍‌ ପୋର୍ଟଫୋଲିଓ ଏବଂ ଅନ୍ୟ ସମ୍ପତ୍ତିକୁ ମିଶାଇ ଆକଳନ କରି ପଇଠ କରାଯାଇଥିବା ଟିକସର ହିସାବ ବାହାର କରିଥିଲା। ସେମାନେ ପଇଠ କରିଥିବା ଟିକସ ପଇଠ ନ କରିବା ସହ ସମାନ ବୋଲି କହିଥିଲା। ଆମେରିକାର ଟିକସ ବ୍ୟବସ୍ଥା ସ୍ବଳ୍ପ ଆୟକାରୀଙ୍କ ପାଇଁ କଠୋର ହୋଇଥିବାବେଳେ ଧନୀମାନେ କିପରି ଟିକସ ବଞ୍ଚାଉଛନ୍ତି ତାହା ଉକ୍ତ ରିପୋର୍ଟରୁ ଜଣାପଡ଼ିଛି। କାରଣ ଧନୀମାନେ ଟିକସ ଫାଙ୍କିବା ପାଇଁ ନିଜ ସମ୍ପତ୍ତିକୁ ଭାଗ ଭାଗ କରି ଷ୍ଟକ୍‌ କିମ୍ବା ରିୟଲ ଇଷ୍ଟେଟ୍‌ରେ ନିବେଶ କରନ୍ତି ଏବଂ ସେଥିରୁ ମିଳୁଥିବା ଲାଭ ଉପରେ ସେମାନଙ୍କର କୌଣସି ଉତ୍ତରଦାୟିତ୍ୱ ରହି ନ ଥାଏ। ଉଲ୍ଲେଖଯୋଗ୍ୟ, ଆମେରିକାରେ ଟିକସ ବ୍ୟବସ୍ଥାକୁ ନେଇ ଦୀର୍ଘ ସମୟ ଧରି ବିତର୍କ ଲାଗିରହିଛି। ଡେମୋକ୍ରାଟ୍ସଙ୍କ ମତରେ ଦେଶର ସବୁଠୁ ଧନୀମାନେ ନିଜ ସମ୍ପତ୍ତି ଅନୁସାରେ ଟିକସ ପଇଠ କରିବା ଉଚିତ। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ମଧ୍ୟ ଏହି ଦିଗ ଉପରେ କାମ କରିବା ନେଇ କହିସାରିଛି।

ତଦନ୍ତ ଆରମ୍ଭ କଲା ଆଇଆର୍‌ଏସ୍‌

ପ୍ରୋପବ୍ଳିକା ଏହି ତଥ୍ୟ କେଉଁଠୁ ଆଣିଲା ତାହା ଜାଣିବା ପାଇଁ ଅନ୍ୟ କେତେକ ବଡ଼ ମିଡିଆ ସଂସ୍ଥା ଉଦ୍ୟମ କରୁଛନ୍ତି। କିନ୍ତୁ ପ୍ରୋପବ୍ଲିକା ତାହା ଜଣାଇବାକୁ ମନା କରିଦେଇଛି। ଏହି ସଂସ୍ଥା ନିଜ ‘ସି ସିକ୍ରେଟ ଫାଇଲ୍ସ: ଟ୍ରୋଭ୍‌ ଅଫ୍‌ ନେଭର-ବିଫୋର-ସିନ୍‌ ରେକଡର୍‌ସ ରିଭିଲ୍‌ ହାଓ ଦି ଓ୍ବେଲ୍‌ଦିଏଷ୍ଟ ଆଭଏଡ୍‌ ଇନ୍‌କମ ଟ୍ୟାକ୍ସ’ ଶୀର୍ଷକ ଆଲେଖ୍ୟରେ ଆମେରିକାର ହଜାର ହଜାର ଧନୀଙ୍କ ୧୫ ବର୍ଷ ପର୍ଯ୍ୟନ୍ତ ପୁରୁଣା ଟିକସ ଦସ୍ତାବିଜ ହାସଲ କରି ଏହି ରିପୋର୍ଟ ପ୍ରକାଶ କରିଛି। ପ୍ରାଇଭେଟ ଟ୍ୟାକ୍ସ ଡକ୍ୟୁମେଣ୍ଟ ଲିକ୍‌କୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ଆଇଆର୍‌ଏସ୍‌ କମିଶନର ଚାଲର୍‌ସ ରେଟିଗ୍‌ ମଙ୍ଗଳବାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ରାଲିରେ ଟ୍ରମ୍ପ୍‌ଙ୍କ ବଡ଼ ଦାବି, ଭାରତ-ପାକିସ୍ତାନ ଯୁଦ୍ଧକୁ ନେଇ…

ଓ୍ବାଶିଂଟନ,୨୪ା୧୦: ଆମେରିକାରେ ମଧ୍ୟବର୍ତ୍ତିକାଳୀ ନିର୍ବାଚନ ପାଇଁ ପ୍ରଚାର ଜୋର୍‌ ଧରିଥିବା ବେଳେ ସେଥିରେ ଅପରେଶନ ସିନ୍ଦୂର ସ୍ଥାନ ପାଇଛି। ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ଉଚ୍ଚ ଟାରିଫ୍‌ ଧମକ…

ବିଶ୍ୱ ରେକର୍ଡ ଭାଙ୍ଗିଲେ ତିଲକ ବର୍ମା, ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ବନିଲେ ନମ୍ବର ୧…

ନୂଆଦିଲ୍ଲୀ, ୨୪।୧୦: ଭାରତୀୟ ଯୁବ କ୍ରିକେଟର୍ ତିଲକ ବର୍ମା ଟି-୨୦ ଅନ୍ତର୍ଜାତୀୟ କ୍ରିକେଟ୍‌ରେ ଏକ ନୂଆ ବିଶ୍ୱ ରେକର୍ଡ ସୃଷ୍ଟି କରିଛନ୍ତି। ଶନିବାର ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ…

ଭୁବନେଶ୍ୱର କୁମାରଙ୍କ ଜର୍ସି ନମ୍ବର ‘୮୭’ର ରହସ୍ୟ, କ୍ରିକେଟର୍‌ କଲେ ବଡ଼ ଖୁଲାସା

ନୂଆଦିଲ୍ଲୀ, ୨୪।୧୦: ନ୍ୟୁଜିଲ୍ୟାଣ୍ଡ ବିପକ୍ଷ ଦ୍ୱିତୀୟ ଟି-୨୦ ମ୍ୟାଚ୍‌ରେ ଭାରତୀୟ ଦ୍ରୁତ ବୋଲର ଭୁବନେଶ୍ୱର କୁମାରଙ୍କ ଯାଦୁ ଦେଖିବାକୁ ମିଳିନାହିଁ। ଦୀର୍ଘ ଦିନ ପରେ ଅନ୍ତର୍ଜାତୀୟ କ୍ରିକେଟ୍‌କୁ…

ବୋମା ଖାଇ ୨ ଗୋରୁ ଗୁରୁତର, ତଦନ୍ତ ନିର୍ଦ୍ଦେଶ

ଖମାର,୨୪।୧୦(ରଜନୀକାନ୍ତ ମହାରଣା): ଅନୁଗୋଳ ଜିଲା ଖମାର ଥାନା ଅନ୍ତର୍ଗତ ରଜଡ଼ଙ୍ଗ ଗାଁ ଜଙ୍ଗଲରେ ବନ୍ୟଜନ୍ତୁ ଶିକାର ପାଇଁ ଜଙ୍ଗଲରେ ବିଛାଯାଇଥିବା ବୋମା ଖାଇ ୨ଟି ଗୋରୁ ଶୁକ୍ରବାର…

ବରଗଡ଼ ମୁଖ୍ୟ କେନାଲରେ ୨ମାସ ଆସିବନି ପାଣି: ଏହି ଦିନଠାରୁ ଯୋଗାଣ ବନ୍ଦ, ଚିନ୍ତାରେ ଚାଷୀ

ବରଗଡ଼, ୨୪।୧୦ (ପ୍ରେମାନନ୍ଦ ଖମାରୀ): ବରଗଡ଼ ମୁଖ୍ୟ କେନାଲରେ ଆସନ୍ତା ନଭେମ୍ବର ମାସ ୧ ତାରିଖରୁ ଜଳ ଯୋଗାଣ ସମ୍ପୂର୍ଣ୍ଣ ବନ୍ଦ କରାଯିବ। ଦୀର୍ଘ ୨ ମାସ…

ନଦୀରେ ଭାସୁଥିଲା ଅଖା, ଭିତରୁ ଯାହା ମିଳିଲା…

କାଲିମେଳା, ୨୪।୧୦ (ଜୀବନ କୃଷ୍ଣ ଦାସ): ମାଲକାନଗିରି ଜିଲା କାଲିମେଳା ଥାନା ଅଧୀନ ଏମଭି-୬୪/୧୦ ଗ୍ରାମ ନିକଟସ୍ଥ ପଟେରୁ ନଦୀରୁ ଏକ ଗଳିତ ମୃତଦେହ ଶନିବାର ମିଳିଛି।…

ରାଜ୍ୟ ସ୍ତରୀୟ ସୁଟିଙ୍ଗ ପ୍ରତିଯୋଗିତା: କଳାହାଣ୍ଡିକୁ ମିଳିଲା ୯ ପଦକ

ଲାଞ୍ଜିଗଡ଼,୨୪।୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକର ପ୍ରତିଯୋଗୀମାନେ ରାଜ୍ୟସ୍ତରୀୟ ୬୧ତମ ବାର୍ଷିକ ସୁଟିଙ୍ଗ ପ୍ରତିଯୋଗିତାରେ ଭାଗ ନେଇ ୪ଟି ସ୍ବର୍ଣ୍ଣ, ୨ଟି ରୌପ୍ୟ ଏବଂ…

ମା’ଙ୍କ ଶ୍ରାଦ୍ଧ ଲାଗି ଛୁଟିରେ ଗାଁକୁ ଆସିଥିଲେ, ଦୁର୍ଘଟଣାରେ ଚାଲିଗଲା ଯବାନଙ୍କ ଜୀବନ

କୋକସରା,୨୪।୧୦(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): ଦେଶ ସେବାରେ ନିୟୋଜିତ ଥିବା ଆସାମ ରାଇଫଲ୍ସ ହାବିଲଦାର ସରୋଜ କୁମାର ଶବରଙ୍କୁ ଶନିବାର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ଶ୍ରଦ୍ଧାଞ୍ଜଳି ଜ୍ଞାପନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?