ଆୟକର ଫାଙ୍କିଛନ୍ତି ବେଜୋସ୍‌, ମସ୍କ

ଓ୍ବାଶିଂଟନ,୧୦ା୬ : ବିଶ୍ୱର ଆର୍ଥିକ ଢାଞ୍ଚା ଏପରି ହୋଇଯାଇଛି ଯେ, ପ୍ରତିବର୍ଷ ଗରିବ ଓ ଧନୀଙ୍କ ମଧ୍ୟରେ ବ୍ୟବଧାନ ବଢ଼ିବାରେ ଲାଗିଛି। ଏହା ଦୀର୍ଘ ବର୍ଷ ଧରି ବିତର୍କର ବିଷୟ ହୋଇଥିବାବେଳେ ଆମେରିକାର ଅଣଲାଭକାରୀ ମିଡିଆ ସଂସ୍ଥା ପ୍ରୋପବ୍ଲିକାର ଏକ ସଦ୍ୟ ଅନୁସନ୍ଧାନକାରୀ ରିପୋର୍ଟ ଏଥିରେ ଆହୁରି ଉଷ୍ମତା ଭରିଦେବା ଭଳି ତଥ୍ୟ ସାମ୍ନାକୁ ଆଣିଛି। ବିଶ୍ଳେଷକଙ୍କ ମତରେ ବିଶ୍ୱର ସବୁଠୁ ଧନୀ ବ୍ୟକ୍ତିମାନଙ୍କ ସମ୍ପତ୍ତି, ଆୟ ଓ ଟିକସ ପଇଠରେ ବଡ଼ ଧରଣର ଫରକ୍‌ ରହିଛି। ଆମାଜନ ମାଲିକ ଜେଫ୍‌ ବେଜୋସ୍‌ ଓ ଟେସ୍‌ଲା ମାଲିକ ଏଲନ୍‌ ମସ୍କଙ୍କ ସମେତ ଆମେରିକାର ସବୁଠୁ ଧନୀ ୨୫ ବ୍ୟକ୍ତି ଗତ କିଛି ବର୍ଷରେ ଅମାପ ସମ୍ପତ୍ତି ବଢ଼ାଇଛନ୍ତି। କିନ୍ତୁ ସମ୍ପତ୍ତି ତୁଳନାରେ ଆବଶ୍ୟକ ଆୟକର ପଇଠ କରିନାହାନ୍ତି। ଆମେରିକାର ଇଣ୍ଟର୍ନାଲ ରେଭିନ୍ୟୁ ସର୍ଭିସ ବା ଆଭ୍ୟନ୍ତରୀଣ ରାଜସ୍ବ ସେବା (ଆଇଆର୍‌ଏସ୍‌) ତଥ୍ୟ ଆଧାରରେ ପ୍ରଘଟ ଉକ୍ତ ରିପୋର୍ଟ ସମସ୍ତଙ୍କୁ ଚକିତ କରିଦେଇଛି।
ଆମାଜନ୍‌ ଡଟ୍‌ କମ୍‌ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଜେଫ୍‌ ବେଜୋସ୍‌, ବ୍ଲୁମ୍‌ବର୍ଗ ଏଲ୍‌ପି ପ୍ରତିଷ୍ଠାତା ମାଇକେଲ୍‌ ବ୍ଲମ୍‌ବର୍ଗ ଏବଂ ଟେସ୍‌ଲା ସିଇଓ ଏଲନ୍‌ ମସ୍କଙ୍କ ସମେତ ବିଶ୍ୱର ସବୁଠୁ ଧନୀ ତାଲିକାରେ ଥିବା ୨୫ ଆମେରିକୀୟ ୨୦୧୪ରୁ ୨୦୧୮ ପର୍ଯ୍ୟନ୍ତ ୪ ବର୍ଷ ଧରି ପ୍ରାୟ କିଛି ଆୟକର ପଇଠ କରିନାହାନ୍ତି କହିଲେ ଚଳେ। ଇଣ୍ଟର୍ନାଲ ରେଭିନ୍ୟୁ ସର୍ଭିସ (ଆଇଆର୍‌ଏସ୍‌) ତଥ୍ୟକୁ ଭିତ୍ତିକରି ପ୍ରୋପବ୍ଲିକା ଏକ ରିପୋର୍ଟରେ ଏହି ଗହନ କଥା ପ୍ରଘଟ କରିଛି।
ଏଥିରେ ଦର୍ଶାଯାଇଛି ଯେ, ଜେଫ୍‌ ବେଜୋସ୍‌ ୨୦୦୭ରେ ମଲ୍ଟିବିଲିଅନେୟର ତଥା ବିଶ୍ୱର ସବୁଠୁ ଧନୀ ବ୍ୟକ୍ତି ହୋଇସାରିଥିଲେ। କିନ୍ତୁ ସେ ଏହି ସମୟରେ ଆଦୌ ଆୟକର ଭରି ନ ଥିଲେ। ଏପରି କି ୨୦୧୧ରେ ମଧ୍ୟ ସେ ଟ୍ୟାକ୍ସ ଦେଇ ନ ଥିଲେ। ସେହିପରି ବିଶ୍ୱର ଦୁଇ ନମ୍ବର ଧନୀ ପାଲଟିଥିବା ଏଲନ୍‌ ମସ୍କ ୨୦୧୮ରେ ୧ ଡଲାର ମଧ୍ୟ ଫେଡେରାଲ ଇନ୍‌କମ ଟ୍ୟାକ୍ସ ବୁଝାଇ ନ ଥିଲେ। ବଡ଼ ବିଜ୍‌ନେସମ୍ୟାନ୍‌ ମାଇକେଲ ବ୍ଲୁମ୍‌ବର୍ଗ ମଧ୍ୟ ଗତ କିଛି ବର୍ଷ ମଧ୍ୟରେ ଟିକସ ଚୋରି କରିବାରେ ସଫଳ ହୋଇଛନ୍ତି। ଅରବପତି ନିବେଶକ କାର୍ଲ ଇକାନ ଦୁଇବର୍ଷ ଧରି ଟ୍ୟାକ୍ସ ଦେଇ ନ ଥିବାବେଳେ ଜର୍ଜ ସୋରୋସ୍‌ ଲଗାତର ୩ ବର୍ଷ ଧରି ଟିକସ ଫାଙ୍କିଛନ୍ତି। ବର୍କଶାୟାର ହାଥାଓ୍ବେ ସିଇଓ ଓ୍ବାରେନ୍‌ ବଫେଟ୍‌ଙ୍କ ସମ୍ପତ୍ତି ୨୦୧୪ରୁ ୨୦୧୮ ମଧ୍ୟରେ ୨୪.୩ ବିଲିୟନ୍‌ ଡଲାରକୁ ବୃଦ୍ଧି ପାଇଥିଲା। କିନ୍ତୁ ସେ ନିଜ ସମ୍ପତ୍ତିର ପରିମାଣ ୨୩.୭ ମିଲିୟନ୍‌ ଡଲାର ଦର୍ଶାଇ ଟିକସ ପଇଠ କରିଥିଲେ।
ରିପୋର୍ଟ ମୁତାବକ ପ୍ରୋପବ୍ଲିକା କେତେଜଣ ଧନୀଙ୍କ ଗତ କିଛିବର୍ଷରେ ବଢ଼ିଥିବା ସମ୍ପତ୍ତିକୁ ଦୃଷ୍ଟିରେ ରଖି ଆଇଆର୍‌ଏସ୍‌ ତଥ୍ୟର ବିଶ୍ଳେଷଣ କରିଥିଲା। ଏହି ଧନୀମାନେ ମାତ୍ର ୩.୪% ‘ଟୁ ଟ୍ୟାକ୍ସ ରେଟ୍‌’ ପଇଠ କରୁଥିଲେ। ଉକ୍ତ ସଂସ୍ଥା ସେମାନଙ୍କ ଷ୍ଟକ୍‌ ପୋର୍ଟଫୋଲିଓ ଏବଂ ଅନ୍ୟ ସମ୍ପତ୍ତିକୁ ମିଶାଇ ଆକଳନ କରି ପଇଠ କରାଯାଇଥିବା ଟିକସର ହିସାବ ବାହାର କରିଥିଲା। ସେମାନେ ପଇଠ କରିଥିବା ଟିକସ ପଇଠ ନ କରିବା ସହ ସମାନ ବୋଲି କହିଥିଲା। ଆମେରିକାର ଟିକସ ବ୍ୟବସ୍ଥା ସ୍ବଳ୍ପ ଆୟକାରୀଙ୍କ ପାଇଁ କଠୋର ହୋଇଥିବାବେଳେ ଧନୀମାନେ କିପରି ଟିକସ ବଞ୍ଚାଉଛନ୍ତି ତାହା ଉକ୍ତ ରିପୋର୍ଟରୁ ଜଣାପଡ଼ିଛି। କାରଣ ଧନୀମାନେ ଟିକସ ଫାଙ୍କିବା ପାଇଁ ନିଜ ସମ୍ପତ୍ତିକୁ ଭାଗ ଭାଗ କରି ଷ୍ଟକ୍‌ କିମ୍ବା ରିୟଲ ଇଷ୍ଟେଟ୍‌ରେ ନିବେଶ କରନ୍ତି ଏବଂ ସେଥିରୁ ମିଳୁଥିବା ଲାଭ ଉପରେ ସେମାନଙ୍କର କୌଣସି ଉତ୍ତରଦାୟିତ୍ୱ ରହି ନ ଥାଏ। ଉଲ୍ଲେଖଯୋଗ୍ୟ, ଆମେରିକାରେ ଟିକସ ବ୍ୟବସ୍ଥାକୁ ନେଇ ଦୀର୍ଘ ସମୟ ଧରି ବିତର୍କ ଲାଗିରହିଛି। ଡେମୋକ୍ରାଟ୍ସଙ୍କ ମତରେ ଦେଶର ସବୁଠୁ ଧନୀମାନେ ନିଜ ସମ୍ପତ୍ତି ଅନୁସାରେ ଟିକସ ପଇଠ କରିବା ଉଚିତ। ରାଷ୍ଟ୍ରପତି ଜୋ ବାଇଡେନଙ୍କ ପ୍ରଶାସନ ମଧ୍ୟ ଏହି ଦିଗ ଉପରେ କାମ କରିବା ନେଇ କହିସାରିଛି।

ତଦନ୍ତ ଆରମ୍ଭ କଲା ଆଇଆର୍‌ଏସ୍‌

ପ୍ରୋପବ୍ଳିକା ଏହି ତଥ୍ୟ କେଉଁଠୁ ଆଣିଲା ତାହା ଜାଣିବା ପାଇଁ ଅନ୍ୟ କେତେକ ବଡ଼ ମିଡିଆ ସଂସ୍ଥା ଉଦ୍ୟମ କରୁଛନ୍ତି। କିନ୍ତୁ ପ୍ରୋପବ୍ଲିକା ତାହା ଜଣାଇବାକୁ ମନା କରିଦେଇଛି। ଏହି ସଂସ୍ଥା ନିଜ ‘ସି ସିକ୍ରେଟ ଫାଇଲ୍ସ: ଟ୍ରୋଭ୍‌ ଅଫ୍‌ ନେଭର-ବିଫୋର-ସିନ୍‌ ରେକଡର୍‌ସ ରିଭିଲ୍‌ ହାଓ ଦି ଓ୍ବେଲ୍‌ଦିଏଷ୍ଟ ଆଭଏଡ୍‌ ଇନ୍‌କମ ଟ୍ୟାକ୍ସ’ ଶୀର୍ଷକ ଆଲେଖ୍ୟରେ ଆମେରିକାର ହଜାର ହଜାର ଧନୀଙ୍କ ୧୫ ବର୍ଷ ପର୍ଯ୍ୟନ୍ତ ପୁରୁଣା ଟିକସ ଦସ୍ତାବିଜ ହାସଲ କରି ଏହି ରିପୋର୍ଟ ପ୍ରକାଶ କରିଛି। ପ୍ରାଇଭେଟ ଟ୍ୟାକ୍ସ ଡକ୍ୟୁମେଣ୍ଟ ଲିକ୍‌କୁ ନେଇ ତଦନ୍ତ ଆରମ୍ଭ ହୋଇଥିବା ଆଇଆର୍‌ଏସ୍‌ କମିଶନର ଚାଲର୍‌ସ ରେଟିଗ୍‌ ମଙ୍ଗଳବାର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆର୍‌ଆଇ କାର୍ଯ୍ୟାଳୟର ପାଚେରି ଭାଙ୍ଗିଲା, ସୁରକ୍ଷା ନେଇ ଚିନ୍ତା

କର୍ଲାମୁଣ୍ଡା,୧୧ା୭(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ସଦର ରାଜସ୍ବ  ନିରୀକ୍ଷକ (ଆର୍‌.ଆଇ.) କାର୍ଯ୍ୟାଳୟର ପାଚେରିର ଏକ ବଡ଼ ଅଂଶ ଭାଙ୍ଗିପଡ଼ିଛି। ଫଳରେ କାର୍ଯ୍ୟାଳୟ ପରିସରର…

ଟ୍ରମ୍ପଙ୍କ ଧମକ ପରେ ଇରାନର ପ୍ରତିଆକ୍ରମଣ, କହିଲା ‘ଯଦି ଆମେରିକା ବିଶ୍ୱାସଘାତକତା କରେ, ତେବେ ପରିଣାମ ଭୋଗିବ’

ତେହରାନ,୧୧।୭: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଇରାନ ସହିତ ଯୁଦ୍ଧବିରତି ଶେଷ ଘୋଷଣା ପରେ ଦୁଇ ରାଷ୍ଟ୍ର ମଧ୍ୟରେ ଉତ୍ତେଜନା ପୁଣି ଥରେ ଶୀର୍ଷରେ ପହଞ୍ଚିଛି। ଏକ…

ଆରମ୍ଭ ହୋଇଛି କି ‘ଅପରେଶନ ଟାଇଗର-୩’? ଉଦ୍ଧବ ଗୋଷ୍ଠୀର ୧୦ ବିଧାୟକ ଶିନ୍ଦେ ଗୋଷ୍ଠୀରେ ଯୋଗ ଦେଇପାରନ୍ତି

ମୁମ୍ବାଇ,୧୧।୦୭: ମହାରାଷ୍ଟ୍ରରେ ଏକ ବଡ଼ ରାଜନୈତିକ ଘଟଣାକ୍ରମକୁ ନେଇ କଳ୍ପନାଜଳ୍ପନା ପୁଣି ଥରେ ତୀବ୍ର ହୋଇଛି। ଏକନାଥ ଶିନ୍ଦେଙ୍କ ନେତୃତ୍ୱରେ ଶିବସେନା ଗୋଷ୍ଠୀ ‘ଅପରେଶନ ଟାଇଗର-୩’ ପାଇଁ…

ଯନ୍ତ୍ରଣା ବଖାଣିଲେ ଦୀପିକା: ବାଥରୁମ୍‌ ପର୍ଯ୍ୟନ୍ତ ଯିବାକୁ…

ବଲିଉଡ ଅଭିନେତ୍ରୀ ଦୀପିକା ପାଦୁକୋଣ ଆଜିକାଲି ଗର୍ଭବତୀ ଅଛନ୍ତି। ଖୁବ୍‌ଶୀଘ୍ର ସେ ଦ୍ୱିତୀୟ ସନ୍ତାନ ଜନ୍ମଦେବାକୁ ଯାଉଛନ୍ତି। ଦୀପିକା ସୋସିଆଲ ମିଡିଆରେ ବେଶ୍‌ ସକ୍ରିୟ। ନିୟମିତ ଭାବରେ…

ଆସୁଛି ପୁଣି ଲଘୁଚାପ: ପ୍ରବଳ ବର୍ଷିବ, ଆଲର୍ଟ ଜାରି

ଭୁବନେଶ୍ୱର,୧୧।୬: ବଙ୍ଗୋପସାଗରରେ ପୁଣି ଏକ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ଫଳରେ ରାଜ୍ୟରେ ଆଗାମୀ ୭ ଦିନ ଧରି ପ୍ରବଳ ବର୍ଷାର ସମ୍ଭାବନା ରହିଛି। ଗାଙ୍ଗେଟିକ…

ସୁପ୍ରିମକୋର୍ଟରେ କାଗଜପତ୍ର ଫିଙ୍ଗିଥିବା ବ୍ୟକ୍ତିଙ୍କ ବିରୋଧରେ ନିଆଯିବନି କୌଣସି କାର୍ଯ୍ୟାନୁଷ୍ଠାନ: CJI ନେଲେ ବଡ଼ ନିଷ୍ପତ୍ତି, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ,୧୧।୭: ସୁପ୍ରିମକୋର୍ଟ ଖଣ୍ଡପୀଠ ସମ୍ମୁଖରେ କାଗଜ ଫିଙ୍ଗିଥିବା ଏବଂ ଅପମାନଜନକ ଭାଷା ବ୍ୟବହାର କରିଥିବା ଆବେଦନକାରୀଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରିବାକୁ ମୁଖ୍ୟ ବିଚାରପତି…

କ୍ୟାଶ୍, ନା କ୍ରେଡିଟ୍ କାର୍ଡ! ଜାଣନ୍ତୁ ବିଦେଶ ଗସ୍ତରେ କେମିତି ପେମେଣ୍ଟ କରନ୍ତି ପିଏମ ମୋଦି?

ନୂଆଦିଲ୍ଲୀ,୧୧।୭: ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପ୍ରାୟତଃ ବିଦେଶ ଗସ୍ତରେ ରହିଥାନ୍ତି। ଏହି ସମୟରେ ମଧ୍ୟ ପିଏମ ତିନୋଟି ଦେଶର ଯାତ୍ରାରେ ଅଛନ୍ତି। ବର୍ତ୍ତମାନ ସେ ଏହି…

ଫ୍ୟୁଜ ପକାଇବାକୁ ୪ ଘଣ୍ଟା: ଅନ୍ଧାରରେ ରହିଲେ ଲୋକେ; ଅନଲାଇନ- ଅଫଲାଇନ ଅଭିଯୋଗକୁ ନେଇ…

ଭଞ୍ଜନଗର,୧୧।୭(ବାବୁଲା ପ୍ରଧାନ): ଟାଟା ପାୱାର ରାଜ୍ୟରେ ବିଦ୍ୟୁତ୍‌ ବଣ୍ଟନ ଦାୟିତ୍ୱ ନେବା ପରଠାରୁ କିଛି କ୍ଷେତ୍ରରେ ଉନ୍ନତି ଆସିଛି। କିନ୍ତୁ ଏବେବି ଗ୍ରାହକମାନେ ସେବାରେ ଅସନ୍ତୁଷ୍ଟ ଅଛନ୍ତି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri