ଆୟ ବଢ଼ାଇଛି ଅତ୍ୟାଧୁନିକ କୌଶଳ

ଅନୁଗୋଳ ଅଫିସ, ୫।୧୨

ଶିଳ୍ପ ରାଜଧାନୀ ଅନୁଗୋଳରେ ପଥ ହୁଡ଼ିନି ଚାଷ। ଖଣି ଖାଦାନ ଭରା ଏହି ଜିଲାର ଚାଷୀ ଏବେ ବି ଭଲ ଲାଭ କମାଉଛନ୍ତି କୃଷି କ୍ଷେତ୍ରରୁ। ତେବେ ପାରମ୍ପରିକ ପରିବର୍ତ୍ତେ ଅନେକେ ଅତ୍ୟାଧୁନିକ ଜ୍ଞାନକୌଶଳ ଅବଲମ୍ବନ କରୁଛନ୍ତି। ସେମାନଙ୍କୁ ଏଥିପାଇଁ ସାହାଯ୍ୟ କରୁଛି ଜିଲା କୃଷି ବିଜ୍ଞାନ କେନ୍ଦ୍ର(କେଭିକେ)। ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ଲକ୍ଷ୍ୟରେ କେନ୍ଦ୍ର ସରକାରଙ୍କ ଡବଲ୍‌ ଫାରମର୍ସ ଇନ୍‌କମ୍‌ (ଡିଏଫ୍‌ଆଇ) କାର୍ଯ୍ୟକ୍ରମ ଜରିଆରେ କେଭିକେ ଏହି ସହଯୋଗ ଜାରି ରଖିଛି। ଜିଲାର ୫ଟି ଗ୍ରାମକୁ କେଭିକେ ପୋଷ୍ୟ ଭାବେ ଗ୍ରହଣ କରି ଆବଶ୍ୟକ ତାଲିମ ପ୍ରଦାନ କରୁଥିବାରୁ ଚାଷୀମାନଙ୍କ ଆୟ ବଢ଼ିପାରିଥିବା ସୂଚନା ମିଳିଛି।
କେନ୍ଦ୍ର ସରକାରଙ୍କ ପକ୍ଷରୁ ୨୦୧୬-୧୭ ଆର୍ଥିକ ବର୍ଷରୁ ଡିଏଫ୍‌ଆଇ ବ୍ୟବସ୍ଥା ଆରମ୍ଭ କରାଯାଇଛି। ଅଧିକ ଉପତ୍ାଦନ ସହ ଚାଷୀଙ୍କ ଆୟ ଦ୍ୱିଗୁଣିତ କରିବା ପାଇଁ ଏଥିରେ ଲକ୍ଷ୍ୟ ରଖାଯାଇଛି। ଅନୁଗୋଳ ଜିଲାରେ ଏହି ଯୋଜନା ୨୦୧୭-୧୮ ଆର୍ଥିକ ବର୍ଷରୁ କାର୍ଯ୍ୟକାରୀ ହେଉଛି। ଜିଲା କୃଷି ବିଜ୍ଞାନ କେନ୍ଦ୍ର ପ୍ରଥମେ ଦୁଇଟି ଗ୍ରାମ ଅନୁଗୋଳ ବ୍ଲକର ରଗୁଡ଼ିଆପଡ଼ା ଓ ତଳଗଡ଼କୁ ପୋଷ୍ୟ ଭାବେ ଗ୍ରହଣ କରିଥିଲା। ପରେ ବଅଁରପାଳ, ଛେଣ୍ଡିପଦା ଓ ଆଠମଲ୍ଲିକ ବ୍ଲକର ଗୋଟିଏ ଲେଖାଏ ଗ୍ରାମକୁ ପୋଷ୍ୟ କରିଛି। ପ୍ରଥମେ ରଗୁଡ଼ିଆପଡ଼ାର ୫ ଜଣ ଓ ତଳଗଡ଼ର ୫ ଜଣ ଚାଷୀଙ୍କୁ ପ୍ରଶିକ୍ଷଣ ଦିଆଯାଇଥିଲା। ଚାଷ ପ୍ରଣାଳୀ, ଅତ୍ୟାଧୁନିକ ଜ୍ଞାନକୌଶଳ, ଚାରା/ମଞ୍ଜି ବିଶୋଧନ, ରୋଗ ଓ ମାଟି ପରିଚାଳନା, ଜୈବିକ ପଦ୍ଧତି, ଚାଷର ବଜାର ଅଭିମୁଖ୍ୟ, ଫସଲ ସଂରକ୍ଷଣ ସମ୍ପର୍କରେ ତାଲିମ ପ୍ରଦାନ କରାଯାଇଥିଲା। ମୋବାଇଲ ଯୋଗେ ଚାଷୀଙ୍କୁ ଉପଦେଶ ଦିଆଯିବା ସହ ଚାଷ ଅଞ୍ଚଳ ବୈଜ୍ଞାନିକମାନେ ପରିଦର୍ଶନ କରି ଫସଲର ଅନୁଧ୍ୟାନ କରିଥିଲେ। ଫଳରେ ସମ୍ପୃକ୍ତ ଚାଷୀମାନେ ଉପତ୍ାଦନ ଦୁଇଗୁଣା କରିପାରିଛନ୍ତି। ରଗୁଡ଼ିଆପଡ଼ାର ବସନ୍ତ ପ୍ରଧାନ, ବିଭୂତି ପ୍ରଧାନ, ଦାଶରଥି ଦେହୁରୀ ପ୍ରମୁଖ କେନ୍ଦ୍ର ସରକାରଙ୍କ ଏହି ଯୋଜନାରେ ଉପକୃତ ହେଉଛନ୍ତି। ବିଭୂତି ୭ ଏକର ଜମିରେ ଟ୍ରେଲି ଡ୍ରେନେଜ୍‌ ପଦ୍ଧତିରେ ଅର୍କା ରକ୍ଷକ କିଷମ (୩ ସ୍ତରୀୟ ରୋଗ ପ୍ରତିରୋଧକ ଶକ୍ତି ଥିବା) ଟମାଟର ସହ ଲାଉ, ଫୁଲ କୋବି, ବନ୍ଧା କୋବି, ପୋଟଳ ଓ କଲରା ଆଦି ଚାଷ କରୁଛନ୍ତି। ଅକ୍ଟୋବରରୁ ଡିସେମ୍ବର ମଧ୍ୟରେ ସେ ୨ ଲକ୍ଷ ଟଙ୍କାର ଲାଉ ବ୍ୟବସାୟ କରିଥିବା ଜଣାପଡ଼ିଛି।
ସେହିପରି ତଳଗଡ଼ର ମାୟାଧର ପ୍ରଧାନ, କୃତ୍ତିବାସ ବିଶ୍ୱାଳ, ଶାନ୍ତିଲତା ସାହୁ, ଶୈଳ ପ୍ରମୁଖ ଛତୁ, ଅମୃତଭଣ୍ଡା, କୁକୁଡ଼ା, ବତକ, ରଙ୍ଗିନ ମାଛ ଆଦି ଚାଷ କରୁଛନ୍ତି। ଶାନ୍ତିଲତା ବର୍ଷକୁ ୧ ଲକ୍ଷ ଟଙ୍କାର ଛତୁ ବିକ୍ରି କରୁଛନ୍ତି। ୨୦୨୨ ସୁଦ୍ଧା ଚାଷୀଙ୍କ ଆୟ ଦୁଇଗୁଣିତ କରି ରାଜ୍ୟରେ ପ୍ରଥମ ହେବାକୁ ଅନୁଗୋଳ କେଭିକେ ଲକ୍ଷ୍ୟ ରଖିଥିବା ବିଭାଗ ପକ୍ଷରୁ କୁହାଯାଇଛି। ଗୁରୁବାର ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟର ସମ୍ପ୍ରସାରଣ ଶିକ୍ଷା ନିର୍ଦ୍ଦେଶକ ଲଳିତ ମୋହନ ଗଡ଼ନାୟକ ରଗୁଡ଼ିଆପଡ଼ା ଓ ତଳଗଡ଼ର କୃଷିକ୍ଷେତ୍ର ପରିଦର୍ଶନ କରିଥିଲେ। ଉନ୍ନତ ଚାଷ ପାଇଁ ସେ କୃଷକ, କେଭିକେ ବୈଜ୍ଞାନିକ ଓ ଟେକ୍ନିକାଲ ଟିମ୍‌କୁ ପ୍ରଶଂସା କରିଥିଲେ। ଅଧିକରୁ ଅଧିକ ଜମିରେ ଏପରି ଚାଷ କରିବାକୁ ନିର୍ଦ୍ଦେଶକ ଗଡ଼ନାୟକ ଚାଷୀଙ୍କୁ ପରାମର୍ଶ ଦେଇଥିଲେ। ଏହି ଅବସରରେ କେଭିକେ ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ ବିନିତା ଶତପଥୀ ଏବଂ ଅନ୍ୟମାନେ ଉପସ୍ଥିତ ଥିଲେ।

ଆଦର୍ଶ ଜିଲା ହୋଇପାରିବ ଅନୁଗୋଳ
ପୋଷ୍ୟ ଗ୍ରାମର ଚାଷୀଙ୍କୁ ବିଭିନ୍ନ ସମୟରେ କେଭିକେକୁ ଡକାଯାଇ ପ୍ରଶିକ୍ଷଣ ପ୍ରଦାନ କରାଯାଉଛି। ବୈଜ୍ଞାନିକମାନେ ମଧ୍ୟ ଚାଷୀଙ୍କ କ୍ଷେତକୁ ଯାଇ ଫସଲ ଅନୁଧ୍ୟାନ କରୁଛନ୍ତି। ୨୦୨୨ରେ ଡିଏଫ୍‌ଆଇର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ ବେଳେ ଏଥିରେ ଜିଲା କିଭଳି ଅନ୍ୟମାନଙ୍କ ପାଇଁ ଆଦର୍ଶ ହେବ ସେ ନେଇ କାର୍ଯ୍ୟ ଚାଲୁ ରହିଛି।
-ଡ. ବିନିତା ଶତପଥୀ, ବରିଷ୍ଠ ବୈଜ୍ଞାନିକ ଓ ମୁଖ୍ୟ, କେଭିକେ, ଅନୁଗୋଳ
ଚାଷର ଠିକଣା ମାର୍ଗ ପାଇଛୁ
ପୂର୍ବରୁ ପାରମ୍ପରିକ ପଦ୍ଧତିରେ ଚାଷ କରୁଥିଲୁ। କିନ୍ତୁ କେଭିକେ ଯୋଗୁ ନୂତନ ଜ୍ଞାନ କୌଶଳ ପାଇପାରିଛୁ। ଉପତ୍ାଦନ ମଧ୍ୟ ଦ୍ୱିଗୁଣିତ ହୋଇପାରିଛି। ଫସଲ ଉତ୍ପାଦନ ସହ କିପରି ବଜାରରେ ବିକ୍ରି ଓ ସଂରକ୍ଷଣ କରାଯିବ ସେ ସମ୍ପର୍କରେ ଅବଗତ ହୋଇଛୁ। ବହୁ ଚାଷୀ ଆମଠାରୁ ଚାଷ ପ୍ରଣାଳୀ ବୁଝିଯାଉଥିବାରୁ ଖୁସି ଲାଗୁଛି।
-ବିଭୂତି ପ୍ରଧାନ, ଚାଷୀ, ରଗୁଡ଼ିଆପଡ଼ା
ଅଞ୍ଚଳ ଗର୍ବ ଅନୁଭବ କରୁଛି
ଅନୁଗୋଳ କେଭିକେ ଯୋଗୁ ତଳଗଡ଼ର ମହିଳା ଚାଷୀମାନେ ଆୟ ବଢ଼ାଇ ପାରିଛନ୍ତି। ବୈଜ୍ଞାନିକ ପଦ୍ଧତିରେ ଛତୁ ଚାଷ କରୁଛୁ। ବହୁ ବଡ଼ ଅଧିକାରୀ ଆମ ଅଞ୍ଚଳକୁ ଆସି ଚାଷ କାର୍ଯ୍ୟ ଦେଖି ଯାଉଉଛନ୍ତି। ଫସଲ ସମ୍ପର୍କରେ ପଚାରି ବୁଝୁଛନ୍ତି। ଏହି ଅତ୍ୟାଧୁନିକ ଚାଷ ପାଇଁ ଆମ ଅଞ୍ଚଳ ଗର୍ବ ଅନୁଭବ କରୁଛି।
-ଶାନ୍ତିଲତା ସାହୁ, ଚାଷୀ, ତଳଗଡ଼
କୃଷି ବିଭାଗର ଆନ୍ତରିକତା ନାହିଁ
କୃଷକଙ୍କ ଉନ୍ନତି ପାଇଁ ଜିଲା କୃଷି ବିଭାଗର ଆନ୍ତରିକତା ନାହିଁ। ଚାଷୀ କିଭଳି କୃଷି ସାମଗ୍ରୀ ସୁବିଧାରେ ଓ ସବ୍‌ସିଡିରେ ପାଇପାରିବେ ସେ ନେଇ ସଚେତନତା ସୃଷ୍ଟି କରାଯାଉ ନାହିଁ। କେବଳ ପଞ୍ଚାୟତଗୁଡ଼ିକରେ ଫଟୋ ଉଠାଇ ରାଜ୍ୟ ସରକାରଙ୍କ ନିକଟକୁ ପଠାଇ ବିଭାଗ କାର୍ଯ୍ୟ ସାରିଦେଉଛି। ରାଜ୍ୟ ସରକାରଙ୍କ ଯୋଜନା ଚାଷୀଙ୍କ ନିକଟରେ ପହଞ୍ଚିପାରୁନି।
-ସଞ୍ଜୟ ସାହୁ, ଏଆଇକେକେଏମ୍‌ଏସ୍‌ ଜିଲା ସଦସ୍ୟ
ଚାଷୀ ପରିଚୟପତ୍ର ଥିଲେ ସୁବିଧା ମିଳିବ
ସମସ୍ତଙ୍କ ପାଇଁ ସବ୍‌ସିଡି ବ୍ୟବସ୍ଥା କରାଯାଇଛି। ଯେଉଁ ଚାଷୀମାନଙ୍କ ପରିଚୟପତ୍ର ଥିବ, ସେମାନେ ସରକାରଙ୍କ ପକ୍ଷରୁ ମିଳୁଥିବା ସୁବିଧା ପାଇପାରିବେ। ଏପରି କି ମଞ୍ଜି କିଣିବା ଠାରୁ ଆରମ୍ଭ କରି ସାର, କୃଷି ଉପକରଣ ସବ୍‌ସିଡିରେ ନେଇପାରବେ। କେବଳ ପୋଷ୍ୟ ଗ୍ରାମ ନୁହେଁ, ସମସ୍ତ ଚାଷୀଙ୍କୁ ଏହି ସୁବିଧା ମିଳିବ।
-ବସନ୍ତ କୁମାର ସାହୁ, କୃଷି ଉପନିର୍ଦ୍ଦେଶକ, ଅନୁଗୋଳ


Enter your email to get our daily news in your inbox.

All Right Reserved By Dharitri.Com

କଟକରେ ଚାଞ୍ଚଲ୍ୟ: ଘରୋଇ କଲେଜରୁ ମିଳିଲା ଛାତ୍ରଙ୍କ ଝୁଲନ୍ତା ମୃତଦେହ

କଟକ,୯।୯(ପ୍ରଭୁ କଲ୍ୟାଣ ପାଲ୍‌): କଟକର ସିଡିଏ ଅଞ୍ଚଳରେ ଚାଞ୍ଚଲ୍ୟ। ଏକ ଘରୋଇ କଲେଜରେ ଛାତ୍ରଙ୍କ ମୃତଦେହ ଉଦ୍ଧାର ହୋଇଛି। ଝୁଲନ୍ତା ଅବସ୍ଥାରେ ମିଳିଛି ଛାତ୍ରଙ୍କ ମୃତଦେହ। ସିଡିଏ…

ରାଜଧାନୀରେ ଚାଞ୍ଚଲ୍ୟ: ଗୋଟିଏ ରାତିରେ ଯୁବତୀ-ମହିଳାଙ୍କୁ ବଳାତ୍କାର, ଘରେ ପଶି…

ଭୁବନେଶ୍ୱର,୯ା୯(ତ୍ରିନାଥ ମହାନ୍ତି):ରାଜଧାନୀରେ ଗୋଟିଏ ରାତିରେ ଯୁବତୀ ଏବଂ ମହିଳାଙ୍କୁ ବଳାକତ୍ାର କରାଯାଇଛି। ଭରତପୁର ଥାନା ଅଞ୍ଚଳରେ ଜଣେ ଯୁବତୀଙ୍କୁ ପଡୋଶୀ ବଳାତ୍କାର କରିଥିବା ବେଳେ ଚନ୍ଦ୍ରଶେଖରପୁର ଥାନାଞ୍ଚଳରେ…

ଆସୁଛି ପୁଣି ଲଘୁଚାପ: ଘଡ଼ଘଡ଼ି ସହ ପ୍ରବଳ ବର୍ଷିବ, ଆଜିଠାରୁ…

ଭୁବନେଶ୍ୱର, ୯ା୯(ବନ୍ଦନା ସେଠୀ):ଆସନ୍ତା ୧୧ ତାରିଖ ବେଳକୁ ପଶ୍ଚିମ-ମଧ୍ୟ ଓ ଉତ୍ତର-ପଶ୍ଚିମ ବଙ୍ଗୋପସାଗର ଏବଂ ସଂଲଗ୍ନ ଉତ୍ତର ଆନ୍ଧ୍ରପ୍ରଦେଶ-ଦକ୍ଷିଣ ଓଡ଼ିଶା ଉପକୂଳ ଅଞ୍ଚଳରେ ଲଘୁଚାପ କ୍ଷେତ୍ର ସୃଷ୍ଟି…

ନୂଆଖାଇ ପୂର୍ବରୁ ଭତ୍ତା ଟଙ୍କା ଦିଅ, ନଚେତ୍ ଆନ୍ଦୋଳନ! ରାଜ୍ୟପାଳଙ୍କ ହସ୍ତକ୍ଷେପ ଦାବି କଲା ବିଜେଡି, ସ୍ମାରକପତ୍ର…

ବରଗଡ଼,୮।୯(ପ୍ରେମାନନ୍ଦ ଖମାରୀ): ପଶ୍ଚିମ ଓଡ଼ିଶାର ଗଣପର୍ବ ନୂଆଖାଇ ପୂର୍ବରୁ ସମସ୍ତ ହିତାଧିକାରୀଙ୍କୁ ସାମାଜିକ ନିରାପତ୍ତା ଭତ୍ତା ପ୍ରଦାନ କରିବା ଦାବିରେ ବରଗଡ଼ ଜିଲା ବିଜେଡି ପକ୍ଷରୁ ରାଜ୍ୟପାଳଙ୍କ…

ନିଖୋଜ MKCG ମେଡିକାଲ ଛାତ୍ର ସାଗର ସାହୁ ମୟୂରଭଞ୍ଜରୁ ଉଦ୍ଧାର, ଝାଡ଼ଖଣ୍ଡରୁ ଫେରୁଥିବା ବେଳେ…

ଭୁବନେଶ୍ୱର/ବାରିପଦା, ୮।୯: ଗତ ଅଗଷ୍ଟ ୩୧ ତାରିଖରୁ ନିଖୋଜ ଥିବା ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଗଜପତି(MKCG) ମେଡିକାଲ କଲେଜର ଛାତ୍ର ସାଗର ସାହୁ(୨୧) ସୁରକ୍ଷିତ ଭାବେ ଉଦ୍ଧାର…

ବାଲୁଙ୍କେଶ୍ୱର ହାଇସ୍କୁଲ ସହକାରୀ ଶିକ୍ଷକଙ୍କୁ ମରଣାନ୍ତକ ଆକ୍ରମଣ

ଖଲ୍ଲିକୋଟ, ୮/୯/୨୦୨୬ (ପ୍ରଶାନ୍ତ କୁମାର ମିଶ୍ର): ଖଲ୍ଲିକୋଟ ଏନ୍‌ଏସି ଅନ୍ତର୍ଗତ ବାଲୁଙ୍କେଶ୍ୱର ହାଇସ୍କୁଲର ଜଣେ ସହକାରୀ ଶିକ୍ଷକଙ୍କୁ ସ୍କୁଲ ଗେଟ୍‌ ନିକଟରେ ମଙ୍ଗଳବାର ମରଣାନ୍ତକ ଆକ୍ରମଣ କରାଯାଇଛି।…

ଭ୍ରମରପୁର ସ୍କୁଲରେ ଶିକ୍ଷକ ବଦଳି ବାତିଲ ଦାବିରେ ଜେନ୍ ଆଲଫାଙ୍କ ଆନ୍ଦୋଳନ, ସ୍କୁଲ ସମ୍ମୁଖରେ ଉତ୍ତେଜନା            

ଦିଗପହଣ୍ଡି,୮|୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଭ୍ରମରପୁର ଗ୍ରାମ ପ୍ରକଳ୍ପ ପ୍ରାଥମିକ ବିଦ୍ୟାଳୟ ଶିକ୍ଷକ ଭାଗବତ ପ୍ରସାଦ ନାୟକଙ୍କୁ ଚୌଧୁରୀ ଟିକରପଡ଼ା ଗ୍ରାମ ବିଦ୍ୟାଳୟକୁ…

ବାଘ ଛାଲ ଡିଲ୍‌ ବେଳେ ମାଡ଼ି ବସିଲା ଗୁଜରାଟ ଟିମ୍‌

ଜୟପୁର,୮।୯: ଗୁଜରାଟର ସ୍ବତନ୍ତ୍ର ଡିଆର୍‌ଆଇ ଟିମ୍‌କୁ ଓଡ଼ିଶାରେ ଏକ ବଡ଼ ସଫଳତା ମିଳିଛି। ଡିଆର୍‌ଆଇ ଟିମ୍‌ ଜୟପୁରରେ ଚଢ଼ାଉ କରି ଏକ କଲରା ପତରିଆ ବାଘ ଛାଲ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri