ଘରୋଇ ଅନୁଷ୍ଠାନରେ ଫି’ ଦେଇ ନ ପାରି ପରୀକ୍ଷାରୁ ବଞ୍ଚିତ ଘଟଣା: ୫ ଦିନ ପରେ ଛାତ୍ରୀଛାତ୍ରଙ୍କ ପରୀକ୍ଷା ଦେବାକୁ ମିଳିଲା ସୁଯୋଗ

ଦାରିଙ୍ଗବାଡି, ୭।୩ (ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ବ୍ଲକ ଶିକ୍ଷା ବିଭାଗ ଅଧୀନରେ ରହିଥିବା ସିମନବାଡି ପାଦ୍ରୀପିଓ ଇଂରାଜୀ ମିଡିୟମ ବିଦ୍ୟାଳୟରେ ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ରଙ୍କ ଘଟଣା ଇତିମଧ୍ୟରେ ପାଞ୍ଚ ଦିନ ବିତିଯାଇଥିଲେ ସୁଦ୍ଧା ଦାରିଙ୍ଗବାଡି ବିଇଓ ହାଡ଼ିବନ୍ଧୁ ବେହେରାଙ୍କ ଘଟଣାକୁ ନେଇ କୌଣସି ପଦକ୍ଷେପ ନନେବା କିମ୍ବା ଘଟଣା ଘଟିଥିଲେ ମଧ୍ୟ ତଦନ୍ତ ନକରିବା ନେଇ ଅଭିଭାବକ ମହଲରେ ଅସନ୍ତୋଷ ଦେଖାଯାଇଛି।

ବିଇଓଙ୍କ କାର୍ଯ୍ୟାଳୟରୁ ମାତ୍ର ୧୨ କିମି ଦୂରତାରେ ଉକ୍ତ ବିଦ୍ୟାଳୟ ରହିଥିବା ବେଳେ କେଉଁ ପରିସ୍ଥିତିରେ ବିଇଓ ଘଟଣା ରେ ଛାତ୍ରୀଛାତ୍ର ବଞ୍ଚିତ ହୋଇଥିଲେ ମଧ୍ୟ ସେ ନିରବ ରହିବା ନେଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଥିବା ଅଭିଭାବକ ମାନେ କହିଛନ୍ତି। ଘରୋଇ ଅନୁଷ୍ଠାନ କୁ ସରକାରୀ ସ୍ତରରେ ବିଇଓ ତଦନ୍ତ କରି ଏନଓସି ପ୍ରଦାନ କରିଥାନ୍ତି ସରକାରଙ୍କ ଗାଇଡଲାଇନକୁ ମାନି ଘରୋଇ ଅନୁଷ୍ଠାନ ଗୁଡିକ ବିଦ୍ୟାଳୟ ପରିଚାଳନା କରିବା ନିୟମ ସଠିକ ଭାବେ ପାଳନ କରାଯାଉଛିକି ନାହିଁ ତାର ତଦାରଖ କରିବା ନିୟମ କୁ ତଦାରଖ କରିବା ବିଇଓଙ୍କ ଦାୟିତ୍ୱ ରହିଥିଲେ ସୁଦ୍ଧା ତାହା ପାଳନ କରାଯାଉନଥିବା ଅଭିଭାବକ ମହଲରେ ଅସନ୍ତୋଷ ବୃଦ୍ଧି ପାଇଛି।

ତେବେ ଛାତ୍ରୀଛାତ୍ର ପରୀକ୍ଷାରୁ ବଞ୍ଚିତ ହୋଇଥିବା ନେଇ ଅଭିଭାବକ ମାନେ କନ୍ଧମାଳ ଜିଲ୍ଲାପାଳଙ୍କ ସମେତ ଜିଲ୍ଲା ଶିକ୍ଷାଧିକାରୀ, ବିଇଓ, ବ୍ଲକ ଅଧ୍ୟକ୍ଷଙ୍କୁ ଲିଖିତ ଅଭିଯୋଗ କରିଥିଲେ ମଧ୍ୟ କେବଳ ଖବର ପ୍ରକାଶିତ କୁ ନେଇ ରାଜ୍ୟ ଅନୁସୂଚିତ ଜନଜାତି, ଜାତି ବିଭାଗର ସଚିବ ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ ଏହି କ୍ରମରେ ଦାରିଙ୍ଗବାଡି ବ୍ଲକ ମଙ୍ଗଳ ସମ୍ପ୍ରସାରଣ ଅଧିକାରୀ ବୁଶ୍ୱଜିତ ଜାଲି ତଦନ୍ତ କରି ଜିଲ୍ଲାକୁ ରିପୋର୍ଟ ଦେଇଛନ୍ତି ସେ ତଦନ୍ତ କରିବା ସମୟରେ ବିଦ୍ୟାଳୟର କର୍ତ୍ତ୍ୟୁପକ୍ଷଙ୍କ ଅନେକ ତ୍ରୁଟି ଥିବା ସେ ରିପୋର୍ଟ ରେ ଦର୍ଶାଇଛନ୍ତି। ଏକାଧିକ ଅଭିଭାବକ ଫି’ଦେଇପାରିନଥିବା ବେଳେ ହାତ ଗଣତି କିଛି ଛାତ୍ରୀଛାତ୍ରଙ୍କୁ ବାର୍ଷିକ ପରୀକ୍ଷାରୁ ବଞ୍ଚିତ କରାଯାଇଛି ସେହିପରି ବକେୟା ଥିଲେ ପରୀକ୍ଷା ଦେଇପାରିବେନି ବୋଲି କୌଣସି ଅଭିଭାବକଙ୍କଠାରୁ ଅଣ୍ଡରଟେକିଂ ଲିଖିତ ରଖାଯାଇନଥିବା ଭଳି ତ୍ରୁଟିକୁ ସେ ରିପୋର୍ଟରେ ଦର୍ଶାଇଥିବା ଜଣାପଡିଛି। ସେପଟେ ନିଜ ଭୁଲ କୁ ସୁଧାରିବାକୁ ବିଦ୍ୟାଳୟ କର୍ତ୍ତ୍ୟୁପକ୍ଷ ଗୁରୁବାର ତଦନ୍ତ ପରେ ଅଭିଭାବକ ମାନଙ୍କୁ ବୈଠକ ଡାକିବା ସହ ପରୀକ୍ଷାରୁ ବଞ୍ଚିତ ଛାତ୍ରଙ୍କୁ ଶୁକ୍ରବାର ସୁଯୋଗ ଦେଇଛନ୍ତି।

ପ୍ରକାଶ ଯେ, ସୋମବାରଠାରୁ ଷଷ୍ଠ ଠାରୁ ନବମ ପର୍ଯ୍ୟନ୍ତ ଶ୍ରେଣୀର ଛାତ୍ରୀଛାତ୍ରଙ୍କ ବାର୍ଷିକ ପରୀକ୍ଷା ଚାଲିଥିବାବେଳେ ୫ ଦିନ ପରେ ପରୀକ୍ଷାରୁ ବଞ୍ଚିତ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇପାରିଥିବା ଅଭିଭାବକ ପ୍ରତାପ ଦିଗାଲ, ଶ୍ୟାମସେନ ଦିଗାଲ କହିଛନ୍ତି। ବିଇଓ ଆସି ନ ଥିବା ନେଇ ବିଇଓ ବେହେରାଙ୍କୁ ପଚାରିବାରୁ ସେ କହିଛନ୍ତି, ସେ ଶୁକ୍ରବାର ତଦନ୍ତ କରିବେ ସେ ସରକାରଙ୍କ ନିୟମ ଉଲଂଘନ କରିଥିଲେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଧାନମଣ୍ଡି ରେଜିଷ୍ଟ୍ରେଶନରେ ସମସ୍ୟା: ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ ନିଷ୍ପତ୍ତି ଚାଷୀ ସଙ୍ଗଠନ ନେଇ…

ଦିଗପହଣ୍ଡି,୧୬ା୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିର ଶ୍ରୀ ଦଧିବାମନ ମନ୍ଦିର ପ୍ରାଙ୍ଗଣରେ ଚାଷୀ ସଙ୍ଗଠନ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ବ୍ଲକ କମିଟି ପକ୍ଷରୁ ଆଲୋଚନା…

Video: ଇନଷ୍ଟାଗ୍ରାମରେ ଭିଡିଓ ଶେୟାର କରି ମୋଦି, କହିଲେ…

ନୂଆଦିଲ୍ଲୀ,୧୬।୮: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସ୍ବାଧୀନତା ଦିବସ (ଅଗଷ୍ଟ ୧୫) ସକାଳର ଏକ ବିଶେଷ ମୁହୂର୍ତ୍ତ ସେୟାର କରିଛନ୍ତି। ତାଙ୍କ ଇନଷ୍ଟାଗ୍ରାମରେ ପୋଷ୍ଟ ହୋଇଥିବା ଏକ ଭିଡିଓରେ…

ଆମ୍ବୁଲାନ୍ସ ଭିତରେ ସନ୍ତାନ ପ୍ରସବ କଲେ ମହିଳା, ବନ୍ୟାଜଳରେ ଅଟକିବାରୁ…

ଦେବଗଡ଼,୧୬ା୮(ଶଶାଙ୍କ ଶେଖର ଝାଙ୍କର): ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଥିବା ବେଳେ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ଜଣେ ଗର୍ଭବତୀ ମହିଳାଙ୍କୁ ହଟହଟା ହେବାକୁ ପଡ଼ିଛି। ଦେବଗଡ଼…

ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ, ତୁରନ୍ତ ଡ୍ୟୁଟିରେ ଯୋଗ ଦେବାକୁ ନିର୍ଦ୍ଦେଶ ଜାରି କରି…

ଭଦ୍ରକ,୧୬ା୮(ସନାତନ ରାଉତ): ଭଦ୍ରକ ଜିଲାର ବିଭିନ୍ନ ବ୍ଲକରେ ଲଗାତର ବର୍ଷା ଓ ବନ୍ୟା ପରିସ୍ଥିତିକୁ ଦୃଷ୍ଟିରେ ରଖି ଜିଲାପାଳ ସୋମେଶ ଉପାଧ୍ୟାୟ ରବିବାର ଏକ ଜରୁରୀ ନିର୍ଦ୍ଦେଶ…

ଶାହରୁଖ ଖାନ, ଅଜୟ ଦେବଗନ, ଟାଇଗର ଶ୍ରଫଙ୍କ ବଢିଲା ସମସ୍ୟା; ‘କାରଣ ଦର୍ଶାଅ’ ନୋଟିସ ଜାରି କଲା FDA

ନୂଆଦିଲ୍ଲୀ,୧୬।୮: ତିନି ପ୍ରମୁଖ ବଲିଉଡ ତାରକା – ଶାହରୁଖ ଖାନ, ଅଜୟ ଦେବଗନ ଏବଂ ଟାଇଗର ଶ୍ରଫଙ୍କ ପାଇଁ ସମସ୍ୟା ବଢ଼ିବା ପରି ମନେ ହେଉଛି। ‘ବିମଲ…

ହନୁମାନ ପଇସାରୁ ବ୍ୟବସାୟୀଙ୍କୁ ଅପହରଣ: ଆଜି ଅଭିଯୁକ୍ତ-ବ୍ୟବ୍ୟସାୟୀଙ୍କୁ ମୁହାଁମୁହିଁ ଜେରା କରାଯାଇ…

ବଲାଙ୍ଗୀର,୧୬ା୮(ସୁନିଲ କୁମାର ମହାନ୍ତି): ହନୁମାନ ପଇସା’ରୁ ହୋଇଥିଲା ଅପହରଣ। ୨ କୋଟି ୭୦ ଲକ୍ଷ ଟଙ୍କାର କାରବାର ହେଉଥିଲା। ଉଭୟ ଅପହରଣକାରୀ ଓ ଅପହୃତଙ୍କ ନାଁରେ ମାମଲା…

ଖୁବଶୀଘ୍ର ଭାରତ ଗସ୍ତ କରିପାରନ୍ତି ବାଂଲାଦେଶୀ ପ୍ରଧାନମନ୍ତ୍ରୀ; ଦିଲ୍ଲୀ-ଢାକା ସମ୍ପର୍କ ପାଇଁ ଏହି ଗସ୍ତ କାହିଁକି ଗୁରୁତ୍ୱପୂର୍ଣ୍ଣ ଜାଣନ୍ତୁ

ଢାକା/ନୂଆଦିଲ୍ଲୀ,୧୬।୮: ବାଂଲାଦେଶର ପ୍ରଧାନମନ୍ତ୍ରୀ ତାରିକ ରହମାନ ଅଗଷ୍ଟ ୨୦ ରୁ ୨୫ ମଧ୍ୟରେ ଭାରତ ଗସ୍ତ କରିପାରନ୍ତି। ‘ଦି ଡେଲି ଷ୍ଟାର’ ସୂତ୍ର ଉଦ୍ଧୃତ କରି ଏହି…

ଅଧିକାରୀଙ୍କ ପାଇଁ ୱାଟରପ୍ରୁଫ୍ ଟେଣ୍ଟ: ଖୋଲା ଆକାଶ ତଳେ ଛାତ୍ରୀଛାତ୍ର

ଜମନକିରା, ୧୬।୮ (ରବୀନ୍ଦ୍ର ପ୍ରସାଦ ଦାନୀ): ଗୋଟିଏ ପଟେ ଜୀବନ-ମରଣ ସହ ସଂଗ୍ରାମ କରୁଥିବା ଅସହାୟ ରୋଗୀ, ଅନ୍ୟପଟେ କାଦୁଅ ପଚପଚ ଡାକ୍ତରଖାନା ପରିସରରେ ସ୍ୱାଧୀନତା ଦିବସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri