ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇବାକୁ ପ୍ରୋତ୍ସାହନ

ସୁନ୍ଦରଗଡ଼,୨୪ା୨(ଡି.ଏନ.ଏ.): ଗାଁ ଗାଁରେ ଜଙ୍ଗଲ ଉପରେ ନିର୍ଭରଶୀଳତା କମାଇ ନୂତନ ଜଙ୍ଗଲ ସୃଷ୍ଟି କରିବା ତଥା ଲୋକଙ୍କୁ ବିକଳ୍ପ ରୋଜଗାରର ପନ୍ଥା ଯୋଗାଇବା ନିମନ୍ତେ ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ (ଓ.ଏଫ.ଏସ.ଡି.ପି.) ର ଦ୍ୱିତୀୟ ପର୍ଯ୍ୟାୟ ଉଜ୍ଜଲପୁର, ହେମଗିର, ଲେଫ୍ରିପଡା, ସୁନ୍ଦରଗଡ ଓ ବଡଗାଁ ବନାଞ୍ଚଳର ୧୫୬ଟି ବନ ସୁରକ୍ଷା ସମିତିରେ କାର୍ଯ୍ୟ କରୁଛି। ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦ୍ୱିତୀୟ ପର୍ଯ୍ୟାୟର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ହେଉଛି ଆନ୍ତଃ ବିଭାଗୀୟ ସଂଯୋଗୀକରଣ ମାଧ୍ୟମରେ ଜଙ୍ଗଲ ଉପରେ ନିର୍ଭରଶୀଳ ସମ୍ପ୍ରଦାୟ ପାଇଁ ଜୀବିକା ବିକଳ୍ପକୁ ମଜବୁତ କରିବା। ସୁନ୍ଦରଗଡ ବନଖଣ୍ଡରେ ଖଣ୍ଡୀୟ ଓ କ୍ଷେତ୍ର ପରିଚାଳନା ଏକକ ତଥା ସହଯୋଗୀ ଅନୁଷ୍ଠାନ ସେବକର କର୍ମକର୍ତ୍ତାଙ୍କ ନିରନ୍ତର ପ୍ରୟାସ ଯୋଗୁ ଗତ ପାଞ୍ଚ ବର୍ଷରେ ଏହି ୧୫୬ ବନ ସୁରକ୍ଷା ସମିତିରେ ୪୮ କୋଟିରୁ ଊର୍ଦ୍ଧ୍ୱ ଟଙ୍କାର ଅନୁଦାନ, ରୋଜଗାର, ଉପକରଣ ପ୍ରଦାନ ଆଦି ସୃଷ୍ଟି କରାଯାଇପାରିଛି। ଦାରିଦ୍ର୍ୟ ଦୂରୀକରଣ କାର୍ଯ୍ୟକ୍ରମ, ସ୍ବୟଂ ସହାୟକ ଗୋଷ୍ଠୀ ମାଧ୍ୟମରେ ରୋଜଗାର ଭିତ୍ତିକ କାର୍ଯ୍ୟକ୍ରମ, ଜୀବିକା ପ୍ରୋତ୍ସାହନ କାର୍ଯ୍ୟକ୍ରମ, ଜଳପ୍ରବାହ, କୃଷି ବିକାଶ କାର୍ଯ୍ୟକ୍ରମ, ଉଦ୍ୟାନ କୃଷି ବିକାଶ କାର୍ଯ୍ୟକ୍ରମ, ପଶୁପାଳନ ବିକାଶ କାର୍ଯ୍ୟକ୍ରମ, ଜନସ୍ବାସ୍ଥ୍ୟ ସମ୍ବନ୍ଧୀୟ କାର୍ଯ୍ୟକ୍ରମ ତଥା ଅନ୍ୟାନ୍ୟ ଅଧିକାର ସମ୍ବନ୍ଧୀୟ ଯୋଜନାକୁ ଗୋଷ୍ଠୀ ସ୍ତରରେ ସୁନିଶ୍ଚିତ କରିବା ପାଇଁ ସୁନ୍ଦରଗଡ ଖଣ୍ଡୀୟ ପରିଚାଳନା ଏକକ ତରଫରୁ ବ୍ୟାପକ ପ୍ରୟାସ କରାଯାଉଛି। ୧୫୬ଟି ବନ ସୁରକ୍ଷା ସମିତିର ୧୭୩୫୪ ପରିବାରର ସମୁଦାୟ ୭୨୭୧୨ ଜଣ ଏହି ଆନ୍ତଃ ବିଭାଗୀୟ ସଂଯୋଗୀକରଣରେ ସିଧାସଳଖ ଉପକୃତ ହୋଇଛନ୍ତି। ସୁନ୍ଦରଗଡ ଖଣ୍ଡୀୟ ପରିଚାଳନା ଏକକର ୫ଟି ଯାକ କ୍ଷେତ୍ର ପରିଚାଳନା ଏକକରେ ୩୫ ସରକାରୀ ଓ ବେସରକାରୀ ବିଭାଗର ୧୨୧ଟି ଯୋଜନାକୁ ତୃଣମୂଳ ସ୍ତରରେ ପହଞ୍ଚାଇବାରେ ସଫଳ ହୋଇଛି ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପର ଦିତୀୟ ପର୍ଯ୍ୟାୟ। ପଞ୍ଚାୟତିରାଜ ଓ ପାନୀୟ ଜଳ ଯୋଗାଣ ବିଭାଗ, ସମନ୍ବିତ ଆଦିବାସୀ ବିକାଶ ସଂସ୍ଥା, ଉଦ୍ୟାନ କୃଷି ବିଭାଗ, କୃଷି ଓ କୃଷକ ସଶକ୍ତିକରଣ ବିଭାଗ, ଉଠା ଜଳ ସେଚନ ବିଭାଗ, ପ୍ରାଣୀସମ୍ପଦ ବିକାଶ ବିଭାଗ, କୃଷି ବିଜ୍ଞାନ କେନ୍ଦ୍ର ଆଦି ବିଭାଗ ଓ ସଂସ୍ଥାର ସହାୟତାରେ ଏହି ସଫଳତା ହାସଲ କରିଛି ସୁନ୍ଦରଗଡ ଖଣ୍ଡୀୟ ପରିଚାଳନା ଏକକ। ଓଡିଶା ବନାଞ୍ଚଳ ଉନ୍ନୟନ ପ୍ରକଳ୍ପ ତରଫରୁ ସୁନ୍ଦରଗଡ ବନଖଣ୍ଡ ଅଧିକାରୀ ପ୍ରଦୀପ ମିରାଶେ ଆଗାମୀ ଦିନରେ ଏହି ଆନ୍ତଃ ବିଭାଗୀୟ ସଂଯୋଗୀକରଣ ଦ୍ୱାରା ଗରିବ, ଆଦିବାସୀ ତଥା ଜଙ୍ଗଲ ଉପରେ ନିର୍ଭରଶୀଳ ଗ୍ରାମବାସୀ ଉପକୃତ ହେବା ସହ ସ୍ବାବଲମ୍ବୀ ହୋଇ ପାରିବେ ବୋଲି ଆଶା ପ୍ରକାଶ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

୨୮ରେ କମ୍ପିବ ଓଡିଶା, ଆସୁଛନ୍ତି ରାହୁଲ-ନଡ୍ଡା

ଭୁବନେଶ୍ୱର,୨୬।୪: ଦିନକ ପରେ ଓଡିଶା ଗସ୍ତରେ ଆସୁଛନ୍ତି ଭାଜପା ଓ କଂଗ୍ରେସର ଦୁଇ ଟାଣୁଆ ନେତା । ସେମାନେ ହେଲେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି...

କର୍ମୀଙ୍କୁ ଗୁରୁମନ୍ତ୍ର ଦେଲେ ନିରଞ୍ଜନ

ବନ୍ତ,୨୬।୪(ହରିନାରାୟଣ ମହାନ୍ତି): ବନ୍ତ ବଜାରଠାରେ ଶୁକ୍ରବାର ବ୍ଲକ କଂଗ୍ରେସ ପକ୍ଷରୁ ଅନୁଷ୍ଠିତ କର୍ମୀ ସମ୍ମିଳନୀରେ ଭଣ୍ଡାରିପୋଖରୀ ବିଧାନସଭା କ୍ଷେତ୍ରର ବିଧାୟକ ପ୍ରାର୍ଥୀ ନିରଞ୍ଜନ ପଟ୍ଟନାୟକ ଆଗାମୀ...

ଭାଇବୋହୂ, ପୁତୁରାଙ୍କୁ ଟାଙ୍ଗିଆରେ ହାଣି ହତ୍ୟା କଲେ ଦେଢଶୁର

କୁଚିଣ୍ଡା,୨୬।୪(ବିରଞ୍ଚତ୍ ଦର୍କା): ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା କିନାବଗା ପଞ୍ଚାୟତ ଦଲକିବାହାଲ ଗ୍ରାମରେ ଗୁରୁବାର ରାତିରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି। ନିଜ ଭାଇବୋହୂ ଏବଂ...

ପୁଅକଥା ମନେ ପକାଇ ହସ୍ପିଟାଲରେ ମା’ଙ୍କ ଆତ୍ମହତ୍ୟା ଉଦ୍ୟମ

ବଲାଙ୍ଗୀର,୨୬।୪: ବଲାଙ୍ଗୀର ଜିଲା କଣ୍ଟାବାଞ୍ଜି ହସ୍ପିଟାଲରେ ଜଣେ ମହିଳା ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ମହିଳା ଜଣଙ୍କ ହେଉଛନ୍ତି ମୁରିବାହାଲ ଥାନା ସାନଝରବାହାଲି ଗାଁର ପଦ୍ମାବତୀ ସେଠ...

ଆହୁରି ଦୁଇ ସପ୍ତାହ ନିସ୍ତାର ନାହିଁ: ୨୮ ତାରିଖ ପାଇଁ ସତର୍କ କଲା ବିଭାଗ

ଭୁବନେଶ୍ୱର,୨୬।୪: ରାଜ୍ୟରେ ଜାରି ରହିଛି ତାତି। ଗରମ ସାଙ୍ଗକୁ ଗୁଳୁଗୁଳିରେ ସନ୍ତୁଳି ହେଉଛନ୍ତି ରାଜ୍ୟବାସୀ। ଏଭଳିସ୍ଥତିରେ ଆହୁରି ଦୁଇ ସପ୍ତାହ ତାତିରୁ ନିସ୍ତାର ମିଳିବ ନାହିଁ...

ଗଞ୍ଜେଇ ଚାଲାଣ କରୁଥିବା ଦୁଇ ମହିଳାଙ୍କୁ ୧୦ ବର୍ଷ ଜେଲ

ବ୍ରହ୍ମପୁର,୨୬।୪(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଅତିରିକ୍ତ ଜିଲା ଦୌରା ଜଜ(ଏଡିଜେ)- ୧ ଡ଼.ଇନ୍ଦୁ ଶର୍ମା ଶୁକ୍ରବାର ଏକ ଗଞ୍ଜେଇ ଚାଲାଣ ମାମଲାର ଚୂଡ଼ାନ୍ତ ରାୟ ପ୍ରକାଶ...

ଧର୍ମେନ୍ଦ୍ରଙ୍କୁ ପାଣ୍ଡିଆନଙ୍କ ଡାଇରେକ୍ଟ ଆଟାକ୍‌, କହିଲେ…

ଭୁବନେଶ୍ୱର,୨୬।୪: ଉମରକୋଟ ଓ ଝରିଗାଁରେ ଜୋରଦାର ପ୍ରଚାର କରିଛନ୍ତି ବିଜୁ ଜନତା ଦଳର ନେତା କାର୍ତ୍ତିକ ପାଣ୍ଡିଆନ । ନବରଙ୍ଗପୁର ଲୋକ ସଭା ନିର୍ବାଚନ ମଣ୍ଡଳୀର...

ଜଙ୍ଗଲରେ ନିଆଁ ଲଗାଇ କରୁଥିଲେ ବନ୍ୟଜନ୍ତୁ ଶିକାର: ମାଡ଼ିବସିଲା ବନ ବିଭାଗ

ଦାରିଙ୍ଗବାଡି,୨୬।୪(ଅରୁଣ ସାହୁ): ଜଙ୍ଗଲରେ ନିଆଁ ଲଗାଇ ଧ୍ବଂସ କରିବା ଏବଂ ଗରମରେ ବନ୍ୟଜନ୍ତୁ ଆଉଟୁପାଉଟୁ ହୋଇ ପାଣି ପିଇବାକୁ ଆସିବା ବେଳେ ଶିକାର କରୁଥିବା ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri