ମହାପ୍ରଭୁଙ୍କ ପାଇଁ ୧୦ ଫୁଟ୍‌ର ଧୂପକାଠି

ପୁରୀ ଅଫିସ, ୧୧।୭: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଜଣେ ଭକ୍ତ କର୍ନାଟକ ଜିଲାର ମହୀଶୂରରୁ ୧୦ଫୁଟ ଧୂପକାଠି ଆଣିଛନ୍ତି। ସେ ଭକ୍ତ ହେଉଛନ୍ତି ଠାକୁରମୁଣ୍ଡାସ୍ଥିତ ଆଶ୍ରମରେ ଥିବା ଭୈରବାନନ୍ଦ ସରସ୍ବତୀ ମହାରାଜ। ସେ କିଛିବର୍ଷ ହେବ ମହାପ୍ରଭୁଙ୍କ ନିକଟରେ ଧୂପକାଠି ସେବା କରି ଆସୁଛନ୍ତି। ୧୯୯୬ ମସିହା ନବକଳେବରଠାରୁ ପ୍ରତ୍ୟେକ ବର୍ଷ ଭୈରବ ବାବା ନିଜ ଅନୁଗାମୀମାନଙ୍କ ସହ ରଥଯାତ୍ରାକୁ ପୁରୀ ଆସି ମହାପ୍ରଭୁଙ୍କୁ ଉଦ୍ଦେଶ୍ୟରେ ୧୦ ଫୁଟ୍‌ର ଧୂପ ଜାଳି ସେବା କରିଥାନ୍ତି। ପ୍ରତିବର୍ଷ ଶ୍ରୀଗୁଣ୍ଡିଚା ଏବଂ ବାହୁଡ଼ାରେ ମହାପ୍ରଭୁଙ୍କ ପହଣ୍ଡୀଠାରୁ ଆରମ୍ଭ କରି ରଥଟଣା ସମୟରେ ବାବା ଭୈରବା ନନ୍ଦ ୧୦ କିମ୍ବା ୧୫ ଫୁଟ୍‌ର ଧୂପ କାଠି ପ୍ରଜ୍ଜ୍ୱଳନ କରି ମହାପ୍ରଭୁଙ୍କ ଉର୍ଦ୍ଦେଶ୍ୟରେ ପ୍ରାର୍ଥନା କରିଥାନ୍ତି। ସେ ପ୍ରତିବର୍ଷ କର୍ନାଟକ ମହୀଶୂରଠାରୁ ଏହି ଧୂପ କାଠି ଆଣିଥାନ୍ତି। ଧୂପକାଠିର ମୂଲ୍ୟ ପ୍ରାୟ ୫ ହଜାର ବୋଲି ବାବା ଭୈରବା ନନ୍ଦ କହିଛନ୍ତି। କିଛିବର୍ଷ ହେବ ୧୫ ଫୁଟ୍‌ ଉଚ୍ଚର ଧୂପକାଠି ଆଣୁଥିବା ବେଳେ ଚଳିତବର୍ଷ କଟକଣା ପାଇଁ ୧୦ ଫୁଟର ଧୂପକାଠି କମ୍ପାନୀ ପକ୍ଷରୁ ଦିଆଯାଇଥିବା ସୂଚନା ଦେଇଛନ୍ତି। ଧୂପକାଠିଟି ୪୮ରୁ ୭୨ ଘଣ୍ଟା ପର୍ଯ୍ୟନ୍ତ ଜଳିଥାଏ। ଚଳିତବର୍ଷ ବାବାଙ୍କୁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ପାସ୍‌ ଯୋଗାଇ ଦିଆଯାଇ ନ ଥିବାରୁ ମହାପ୍ରଭୁଙ୍କ ନିକଟରେ ଧୂପ ସେବା କିପରି କରିବେ ବୋଲି ଭୈରବା ନନ୍ଦ ଆଶଙ୍କା କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବନ୍ତରେ ଜବରଦଖଲ ଉଚ୍ଛେଦ

ବନ୍ତ,୩ା୧୨(ଡି.ଏନ୍‌.ଏ.)- ମଙ୍ଗଳବାର ଭଦ୍ରକ-ଆନନ୍ଦପୁର ୫୩ନଂ. ରାଜ୍ୟ ରାଜପଥ ଅଧୀନ ବନ୍ତ ବଜାରର ଉନ୍ନତୀକରଣ କାର୍ଯ୍ୟ ଲାଗି ପ୍ରଶାସନ ପକ୍ଷରୁ ଜବରଦଖଲ ଉଚ୍ଛେଦ ପ୍ରକ୍ରିୟା ଆରମ୍ଭ ହୋଇଛି...

ବଜ୍ରପାତରେ ୩ କୃଷି ଶ୍ରମିକ ଗୁରୁତର

ସରଣ୍ଡା,୨୦।୭(ଡି.ଏନ.ଏ) ବରଗଡ଼ ଜିଲାର ଅତାବିରା, ବରଗଡ଼ ସମେତ ବିଭିନ୍ନ ସ୍ଥାନରେ ଶୁକ୍ରବାର ସନ୍ଧ୍ୟାରେ ଝଡ଼ବର୍ଷା ସାଙ୍ଗକୁ ବଜ୍ରପାତ ହୋଇଥିଲା । ବଜ୍ରପାତରେ ଜିଲାର ଅତାବିରା ବ୍ଲକ...

‘ପରୀ’ ପରିବାରକୁ ସୁରକ୍ଷା ଦେବାକୁ ନିର୍ଦ୍ଦେଶ

ଭୁବନେଶ୍ୱର,୩।୧୨(ବ୍ୟୁରୋ): ନୟାଗଡ଼ର ‘ପରୀ’ ହତ୍ୟା ନେଇ ଭାରତୀୟ ବିକାଶ ପରିଷଦ ପକ୍ଷରୁ କରାଯାଇଥିବା ମାମଲା ପ୍ରସଙ୍ଗରେ ହାଇକୋର୍ଟରେ ଗୁରୁବାର ଶୁଣାଣି ହୋଇଛି। ପରୀ ପରିବାରକୁ ସୁରକ୍ଷା...

ଆତ୍ମହତ୍ୟା ଧମକ ଦେଇ କରୁଥିଲେ ବ୍ଲାକମେଲିଂ

ଢେଙ୍କାନାଳ ଅଫିସ, ୩।୮: ଢେଙ୍କାନାଳ ପୌରାଞ୍ଚଳର ୧୫ନଂ. ଓ୍ବାର୍ଡରେ ଥିବା ଏକ ଗେଷ୍ଟହାଉସ୍‌ରେ ଅନୈତିକ କାର୍ଯ୍ୟ ହେଉଥିବା ମାମଲାରେ ପୋଲିସକୁ ବହୁ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ମିଳିଛି।...

ଗୋରୁ ଚାଲାଣ, ୬ ଗିରଫ

ଭୁବନ, ୨୮ା୧୦(ଡି.ଏନ.ଏ)- ଢେଙ୍କାନାଳ ଜିଲା ଭୁବନ ପୋଲିସ ସାମବାର ଭୋର ସମୟରେ ୫୩ ନମ୍ବର ଜାତୀୟ ରାଜପଥ ଭୂଷଳ ଛକ ନିକଟରେ ଦୁଇଟି ଗୋରୁ ବୋଝେଇ...

ଡାକ୍ତର ନିଯୁକ୍ତି ପାଇଁ ୪୦ କି.ମି. ଚାଲିଲେ

ଭଦ୍ରକ ଅଫିସ, ୧୬।୧- ଭଦ୍ରକ ଜିଲା ଚାନ୍ଦବାଲି ବ୍ଲକ ଘଣ୍ଟେଶ୍ୱର ଅଞ୍ଚଳର କେତେକ ଯୁବଗୋଷ୍ଠୀ ସ୍ଥାନୀୟ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରରେ ସ୍ଥାୟୀ ଡାକ୍ତର ନିଯୁକ୍ତି ପାଇଁ ଗୁରୁବାର...

ବନ୍ଦ ହେଲା ବାୟାଣି ଯାତ୍ରା

ଛେଣ୍ଡିପଦା, ୨୫।୩(ସ୍ବ.ପ୍ର)-ଅନୁଗୋଳ ଜିଲା ଛେଣ୍ଡିପଦା ବ୍ଲକ ପାତ୍ରପଡ଼ା ପଞ୍ଚାୟତର ଅଧିଷ୍ଠାତ୍ରୀ ଦେବୀ ମା’ ବାୟାଣି ଠାକୁରାଣୀଙ୍କ ଗୁରୁବାର ଆୟୋଜିତ ହେବାକୁ ଥିବା ବାର୍ଷିକ ଯାତ୍ରା ବନ୍ଦ...

ବାଘୁଆ ଜଳଭଣ୍ଡାରରୁ ୨ ଗେଟ୍‌ ଦେଇ ଜଳ ନିଷ୍କାସନ, ପ୍ରତି ସେକେଣ୍ଡ୍‌ରେ ୩୧ ଘନମିଟର ଜଳ ନିଷ୍କାସିତ ହେଉଛି

ବୁଗୁଡ଼ା,୧୮ା୫(ଡି.ଏନ୍‌.ଏ.): ଗଞ୍ଜାମ ଜିଲା ବୁଗୁଡ଼ା ବ୍ଲକ ଅନ୍ତର୍ଗତ ବାଘୁଆ ଜଳଭଣ୍ଡାରରୁ ରବିବାର ସନ୍ଧ୍ୟାରେ ସମ୍ଭାବ୍ୟ ବାତ୍ୟାକୁ ଦୃଷ୍ଟିରେ ରଖି ୨ଟି ଗେଟ୍‌ ଦେଇ ଜଳ ନିଷ୍କାସନ...

Advertisement
Archives

Model This Week