ନିଷ୍କ୍ରିୟ ସିଆଇସି

ସେପ୍ଟେମ୍ବର ୧୪ ସୁଦ୍ଧା ସେଣ୍ଟ୍ରାଲ ଇନ୍‌ଫରମେଶନ କମିଶନ (ସିଆଇସି) ବା କେନ୍ଦ୍ରୀୟ ସୂଚନା ଆୟୋଗ ମୁରବିହୀନ ହୋଇଯାଇପାରେ। ମୁଖ୍ୟ ସୂଚନା ଆୟୋଗ ହୀରାଲାଲ ସମାରିଆ ଅବସର ନେବା ପରେ ଯଦି ସରକାର ତ୍ୱରିତ ପଦକ୍ଷେପ ନ ନିଅନ୍ତି, ତେବେ ଦେଶର ଟ୍ରାନ୍ସପରେନ୍ସି ଓ୍ବାଚଡଗ୍‌ ସିଆଇସି ପୁନର୍ବାର ନେତୃତ୍ୱବିହୀନ ହୋଇଯିବ। ୨୦୨୩ରେ ଓ୍ବାଇ.କେ. ସିହ୍ନା ଯେତେବେଳେ ଅବସର ନେଇଥିଲେ ସେତେବେଳେ ସୁପ୍ରିମକୋର୍ଟ ହସ୍ତକ୍ଷେପ ନ କରିବା ପର୍ଯ୍ୟନ୍ତ ସିଆଇସି ପଦବୀ ଖାଲି ରହିଥିଲା। ଶୀର୍ଷ ଅଦାଲତ ମଧ୍ୟ କେନ୍ଦ୍ରକୁ ଚେତାଇ ଦେଇଥିଲେ ଯେ, ଜଣେ କାର୍ଯ୍ୟରତ କମିଶନଙ୍କ ବିନା ଆର୍‌ଟିଆଇ ନିୟମ ‘ପ୍ରଭାବଶୂନ୍ୟ ନିୟମ’ ହେବାର ଆଶଙ୍କା ରହିଛି। ସ୍ପଷ୍ଟତଃ ଏହି ଚେତାବନୀକୁ ସରକାର ଠିକ୍‌ ଭାବେ ବୁଝି ନ ଥିଲେ। ତେବେ ସମ୍ପୂର୍ଣ୍ଣ ବିଷୟ ଖାଲି ପଡ଼ୁଥିବା ମୁଖ୍ୟଙ୍କ ପଦବୀ ସମ୍ପର୍କିତ ନୁହେଁ। ନିର୍ଦ୍ଧାରିତ ୧୦ କମିଶନର ପଦବୀ ମଧ୍ୟରୁ ୨ଟିକୁ ଛାଡ଼ିଦେଲେ ବାକି ୮ଟି ପଦବୀ ପୂରଣ ପାଇଁ ଗତ ଅଗଷ୍ଟରେ ୧୬୧ ଜଣଙ୍କ ଆବେଦନ ଗ୍ରହଣ କରାଯାଇଥିତ୍ଲେ ମଧ୍ୟ ବର୍ଷେ ହେଲା ତାହାସବୁ ଖାଲି ପଡ଼ିଛି। ଫଳରେ ଅତ୍ୟଧିକ ଆବେଦନ ଓ ଅଭିଯୋଗ ପଡ଼ିରହିଛି ଏବଂ ନାଗରିକମାନେ ନିଷ୍ପତ୍ତିକୁ ଦୀର୍ଘଦିନ ଅପେକ୍ଷା କରି ରହିଛନ୍ତି। ଏଣୁ ଆରଟିଆଇ ପ୍ରକ୍ରିୟା ସମ୍ପୂର୍ଣ୍ଣ ଭାବେ ନିଷ୍କ୍ରିୟ ହୋଇଯାଇଛି। ଏହା ଏକ ଅମଲାତାନ୍ତ୍ରିକ ଶିଥିଳତା ନା ଯୋଜନାବଦ୍ଧ ଭାବେ ଏହାକୁ ଦୁର୍ବଳ କରିଦେବାର ଏକ ପ୍ରୟାସ? ନାଗରିକଙ୍କର ଜାଣିବାର ଅଧିକାରକୁ ଅଣଦେଖା କରାଯାଉଛି। ଯଦି ସିଆଇସି ଏହିଭଳି ଚାଲେ, ତେବେ ଭାରତର ସବୁଠୁ ସଶକ୍ତ ଗଣତାନ୍ତ୍ରିକ ସାଧନ କେବଳ କାଗଜକଲମରେ ଅଟକିଯିବ। ଓ୍ବାଚ୍‌ଡଗ୍‌ ନିଷ୍କ୍ରିୟ ହୋଇଗଲେ କିମ୍ବା ଖରାପ ସ୍ଥିତିରେ ରହିଲେ ସାଧାରଣ ଜନତାଙ୍କୁ ହିଁ ଏଥିପାଇଁ ମୂଲ୍ୟ ଦେବାକୁ ହେବ।
ବେପରୁଆ କାମ
ଭାରତର ନିର୍ବାଚନ କମିଶନ (ଇସିଆଇ) ହେଉଛି ଏମିତି ଏକ ସଂସ୍ଥା ଯାହାର କାର୍ଯ୍ୟକୁ କେବଳ ଦେଖିବା, କିନ୍ତୁ ତା’ ସମ୍ପର୍କରେ କିଛି କହିପାରିବା ନାହିଁ। ଗୋଟିଏ ପଟେ ବିହାରର ଭୋଟର ତାଲିକା ସଂଶୋଧନରେ କିଛି ଭୁଲ୍‌ କାମ ହୋଇ ନ ଥିବା ଜୋର୍‌ ଦେଇ କହିବା ସହ ବିରୋଧୀଙ୍କ ଅଭିଯୋଗଗୁଡ଼ିକ ଉପରେ ଅସନ୍ତୋଷ ପ୍ରକାଶ କରି ସେସବୁକୁ ଏହା ଖାରଜ କରିଦେଇଛି। ଅନ୍ୟପଟେ ସମାନ ପ୍ରକାର ସମସ୍ୟା ପଶ୍ଚିମବଙ୍ଗରେ ସାମ୍ନାକୁ ଆସିଛି। ସେଠାରେ ୪ ଜଣ ଅଧିକାରୀ ଭୋଟର ଡାଟାବେସ୍‌ ପାଇଁ ରହିଥିବା ସଂରକ୍ଷିତ ତଥ୍ୟ ଇତ୍ୟାଦିକୁ ଅନ୍ୟଙ୍କୁ ଶେୟାର କରିବା ଯୋଗୁ ରାଜ୍ୟ ସରକାର ସେମାନଙ୍କୁ ଦଣ୍ଡିତ କରିବାରେ ବିଳମ୍ବ କରିଥିଲେ, ଯେଉଁଥିପାଇଁ ମୁଖ୍ୟ ଶାସନ ସଚିବ ମନୋଜ ପନ୍ଥଙ୍କୁ ଦିଲ୍ଲୀ ଯିବାକୁ ପଡ଼ିଥିଲା। ଇସିଆଇ ଗମ୍ଭୀରତାର ସହ ନେଇ ଏହା ଏକ ବଡ଼ ତ୍ରୁଟି ବୋଲି ଦର୍ଶାଇବା ସହ ଅଗଷ୍ଟ ୨୧ ସୁଦ୍ଧା ଆଦେଶ ପାଳନ କରିବାକୁ କହିଥିଲେ। ଦେଖିବାକୁ ଗଲେ ତଥ୍ୟର ଅତ୍ୟଧିକ ମୂଲ୍ୟ ରହିଥିବା ଏବକାର ଯୁଗରେ ଭୋଟର ତାଲିକା ଉପରେ ବେପରୁଆ ଭାବେ କାମ କରିବା ସିଧାସଳଖ ନିର୍ବାଚନର ସ୍ବଚ୍ଛତା ପ୍ରତି ଏକ ବିପଦ। ପଶ୍ଚିମବଙ୍ଗରେ କମିଶନ ତାଙ୍କ ଶକ୍ତି ଦେଖାଇପାରନ୍ତି, କିନ୍ତୁ ଅପରପକ୍ଷେ ବିହାର ଘଟଣାକୁ ଅସ୍ବୀକାର କରିବାକୁ ନେଇ ଲୋକେ ଆଶ୍ଚଯ୍ୟ ହେଉଛନ୍ତି। ବିରୋଧୀ ଦଳଗୁଡ଼ିକ ଏହାର ସୁଯୋଗ ନେଇ ସମାଲୋଚନା କରିଛନ୍ତି। ଏହାସହ ସଧାରଣରେ ବିଶ୍ୱାସ କମିବା ଯୋଗୁ ଇସିଆଇକୁ ଆଉ ଏକ ଝଟକା ଲାଗିଛି। ଶେଷବେଳକୁ ନିଲମ୍ବନ ଏବଂ ସମୟସୀମା ସବୁ ବନ୍ଦ ହୋଇପାରେ, କିନ୍ତୁ ଏକଥା ସତ ଯେ,କମିଶନ ନିର୍ଦ୍ଦିଷ୍ଟ ଭାବେ ସମସ୍ୟାକୁ ଟାଳିବ ପାଇଁ ସଂଗ୍ରାମ କରୁଛି । ଗୋଟିଏ ରାଜ୍ୟରେ ଡେଟାକୁ ନେଇ ବେପରୁଆ କାମ କରାଯାଉଥିବାବେଳେ ଅନ୍ୟ ଏକ ରାଜ୍ୟରେ ସମସ୍ୟାକୁ ଅସ୍ବୀକାର କରାଯାଉଛି ।
ଭାଗ୍ୟ ସହାୟ ହେଉନାହିଁ
ପ୍ରତିବର୍ଷ ଅନେକ ଲକ୍ଷ ୟୁପିଏସ୍‌ସି ଆଶାୟୀଙ୍କ ମଧ୍ୟରୁ ଖୁବ୍‌ କମ୍‌ ପ୍ରତିଶତ, ଅର୍ଥାତ୍‌ ପାଖାପାଖି ୧,୦୦୦ ସଫଳ ହୋଇଥାନ୍ତି । ଏପରିକି ୨୦୦-୨୫୦ ଆଇଏଏସ୍‌, ଆଇପିଏସ୍‌ କିମ୍ବା ଆଇଏଫ୍‌ଏସ୍‌ ପାଇବାକୁ ଯୋଗ୍ୟ ହୋଇଥାନ୍ତି। କିନ୍ତୁ ପ୍ରକୃତ ଖେଳ ଆରମ୍ଭ ହୋଇଯାଏ ପ୍ରଶିକ୍ଷଣ ଓ କ୍ୟାଡର ଆବଣ୍ଟନରେ। ଦେଖାଯାଏ ଟପ୍ପରମାନେ ଯାହା ଚାହଁିଥାନ୍ତି ତାହା ସବୁବେଳେ ପାଇ ନ ଥାନ୍ତି, ଯାହା ୨୦୧୫ର ଟପ୍ପର ଟିନା ଦବିଙ୍କ ଘଟଣାରୁ ଜଣାପଡ଼େ। ତାଙ୍କର ପସନ୍ଦ ଥିଲା ହରିୟାଣା କିନ୍ତୁ ଏହା ପରିବର୍ତ୍ତେ ସେ ପାଇଲେ ରାଜସ୍ଥାନ କ୍ୟାଡର ।
ନିଯୁକ୍ତି ବ୍ୟବସ୍ଥାରେ ସଂରକ୍ଷଣ ପଦ୍ଧତିକୁ ବ୍ୟବହାର କରାଯାଇ ରାଜ୍ୟ ଭିତର ଓ ବାହାର ଅଧିକାରୀଙ୍କ ମଧ୍ୟରେ ସମନ୍ବୟ ଆଣିବାକୁ ଚେଷ୍ଟା କରାଯାଏ। କୌଣସି କ୍ୟାଡର ସ୍ଥାନୀୟ ଅଧିକାରୀଙ୍କୁ କିଭଳି ଟପି ନ ଯାଏ ତାହା ମଧ୍ୟ ନିଶ୍ଚିତ କରାଯାଇଛି। ତଥାପି ରାଜ୍ୟଗୁଡ଼ିକୁ ସେମାନଙ୍କ ରାଜ୍ୟର ଅଧିକାରୀମାନଙ୍କୁ ଭାଗ ଦିଆଯାଉଛି। ସିଭିଲ ସର୍ଭିସ ଆବଣ୍ଟନ ପାଇଁ ଦେଶକୁ ୫ଟି ଭୌଗୋଳିକ କ୍ଷେତ୍ରରେ ବିଭକ୍ତ କରାଯାଇଛି ଏବଂ ପ୍ରାର୍ଥୀମାନେ ଏଗୁଡ଼ିକ ମଧ୍ୟରୁ ପସନ୍ଦ କରନ୍ତି। ଏହି ଓପଚାରିତାକୁ ଛାଡ଼ି ୟୁପିଏସ୍‌ସି ଅଧିକାରୀଙ୍କ ପାଇଁ ନିଷ୍ପତ୍ତି ନେଇଥାଏ, ଯେଉଁଥିରେ ନିଜ ରାଜ୍ୟରେ ନିଯୁକ୍ତି ପାଇଁ ଜଣେ ପ୍ରାର୍ଥୀଙ୍କ ପସନ୍ଦକୁ ଗୁରୁତ୍ୱ ଦେଇ ନ ଥାଏ। ସାରା ଦେଶରେ ସର୍ଭିସଗୁଡ଼ିକ ମଧ୍ୟରେ ସମନ୍ବୟ ରକ୍ଷା କରିବାକୁ ହେଲେ ଯେଉଁ ରାଜ୍ୟରେ ଅଧିକାରୀଙ୍କ ଅଭାବ ରହିଛି ସେଠାକୁ ନୂଆ ତଥା ଯୁବ ଅଧିକାରୀଙ୍କୁ ପଠାଯାଉ। ଏହା ଏକ ଭଲ ପଦକ୍ଷେପ। ହେଲେ ବହୁ ସମୟରେ ଯୁବ ତଥା ନୂଆ ଅଧିକାରୀଙ୍କ ପାଇଁ ଭାଗ୍ୟ ସହାୟ ହେଉ ନଥିବା ଦେଖାଯାଉଛି।
Email: dilipcherian@gmail.com


Enter your email to get our daily news in your inbox.

All Right Reserved By Dharitri.Com

ମୋବାଇଲ ଝାମ୍ପି ଫେରାର ବେଳେ ଦୁର୍ଘଟଣା, ୨ ଯୁବକଙ୍କୁ କାବୁ କଲେ ସ୍ଥାନୀୟ ଲୋକେ

ଜୟପୁର,୨୧।୯(ପବନ ପାଣିଗ୍ରାହୀ): ଦିନ ଦଶଟା ବେଳେ ପଞ୍ଚାନନ ମନ୍ଦିର ଛକରୁ ମହିଳା ଶ୍ରମିକଙ୍କ ମୋବାଇଲ ଛଡାଇ ଫେରାର ହେଉଥିଲେ । ହେଲେ ସେହି ସମୟରେ ଏକ ସଡ଼କ…

ଉଚ୍ଚ ଦରମାରେ ଚାକିରି ସୁଯୋଗ ଆଣିଛି SBI, ଜାଣନ୍ତୁ କେମିତି କରିବେ ଆବେଦନ, ଶେଷ ତାରିଖ ରହିଛି…

ନୂଆଦିଲ୍ଲୀ,୨୦ା୯: ଆଜିକାଲି ସମସ୍ତେ ଭଲ ଦରମା ପାଇବା ପାଇଁ ଗୋଟିଏ ଭଲ ଚାକିରି ଖୋଜୁଛନ୍ତି। ଦେଶର ସବୁଠାରୁ ବଡ଼ ବ୍ୟାଙ୍କ ଷ୍ଟେଟ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ’ (SBI)…

ବଙ୍ଗ ରାଜନୀତିରେ ହଇଚଇ; ଏହି କଂଗ୍ରେସ ନେତାଙ୍କୁ ଘୃଣା କରନ୍ତି ମମତା! TMC ନେତା କଲେ ବଡ଼ ଖୁଲାସା

କୋଲକାତା,୨୧।୯: ପଶ୍ଚିମବଙ୍ଗର ନନ୍ଦୀଗ୍ରାମ ବିଧାନସଭା ଆସନରେ ଅକ୍ଟୋବର ୬ରେ ଉପନିର୍ବାଚନ ହେବ । ଏହା ପୂର୍ବରୁ ରାଜ୍ୟ ରାଜନୀତିରେ ତୃଣମୂଳ କଂଗ୍ରେସ ଓ କଂଗ୍ରେସ ମଧ୍ୟରେ ସମୀକରଣକୁ…

ଅନ୍ତେବାସୀଙ୍କୁ ମିଳୁଥିଲା ପୋକରା ଚାଉଳ ଭାତ: ଅଧିକାରୀଙ୍କୁ ଜଣାଇବାକୁ ୮ କି.ମି. ଚାଲିଲେ ଛାତ୍ରୀଛାତ୍ର

ଉଦଳା,୨୧।୯(ସନ୍ତୋଷ ବାଛିନୀ): ହଷ୍ଟେଲରେ ଦୁଇ ମାସରୁ ଊର୍ଦ୍ଧ୍ୱ ହେଲା ଅବ୍ୟବସ୍ଥା ଲାଗି ରହିଥିବା ବେଳେ ଛାତ୍ରୀଛାତ୍ରମାନଙ୍କୁ ଆବଶ୍ୟକ ମୌଳିକ ସୁବିଧା ଯୋଗାଇ ଦିଆଯାଉ ନାହିଁ। ଯାହାକୁ ନେଇ…

ବ୍ୟାକ୍ଟେରିଆ ରୋକିବାର ସହଜ ଉପାୟ

ବ୍ୟାକ୍ଟେରିଆ ଆମ ଶରୀରରେ କାୟା ବିସ୍ତାର କଲେ ତାହା କେତେକ ରୋଗର କାରଣ ସାଜିଥାଏ। ତେବେ ଏହାକୁ ପ୍ରତିହତ କରିବାର ଏକ ସହଜ ତଥା ସରଳ ଉପାୟ…

ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରି

ଏବେ ଆମ ଦେଶରେ ଜଏଣ୍ଟ ରିପ୍ଲେସମେଣ୍ଟ ସର୍ଜରିର ଚାହିଦା ଅଭୂତପୂର୍ବ ଭାବେ ବୃଦ୍ଧି ପାଉଛି। ଗୁରୁତର ଆର୍ଥ୍ରାଇଟିସ ଏବଂ ଜଏଣ୍ଟର ଅନ୍ତିମ ପର୍ଯ୍ୟାୟର ରୋଗରେ ପୀଡ଼ିତ ଅନେକ…

ସଲମାନଙ୍କ ସମର୍ଥନରେ ବାହାରିଲେ ରୋହିତ ଶେଟ୍ଟୀ; ଟ୍ରୋଲର୍ସଙ୍କୁ ଦେଲେ ଜବରଦସ୍ତ ଜବାବ

ମୁମ୍ବାଇ,୨୧।୯: ବଲିଉଡ୍ ଷ୍ଟାର୍ ସଲମାନ ଖାନ୍‌ ଏବେ ‘ବିଗ୍ ବସ୍ ୨୦’କୁ ନେଇ ଚର୍ଚ୍ଚାରେ ରହିଛନ୍ତି । ନିକଟରେ ‘ୱିକେଣ୍ଡ କା ୱାର୍’ରେ ସୋସିଆଲ ମିଡିଆ ଟ୍ରୋଲର୍ସଙ୍କ…

ରାସ୍ତାରେ ଛିଡ଼ା ହୋଇଥିବା ବେଳେ ଯୁବକଙ୍କୁ ଧକ୍କା ଦେଲା ବସ୍‌, ଆଉ ତା’ପରେ…

କୁଚିଣ୍ଡା,୨୧।୯(ବିରଞ୍ଚି ଦର୍କା): ସମ୍ବଲପୁର ଜିଲା କୁଚିଣ୍ଡା ଥାନା ଅଧୀନ ପତ୍ରାପାଲି ନିକଟରେ ଏକ ଘରୋଇ ବସ୍‌ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ମୃତକ ହେଲେ କୁଚିଣ୍ଡା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?