Posted inଫୁରସତ

ଅଗମ୍ୟ ପାହାଡ଼, ଦୁର୍ଗମ ନଦୀପଥକୁ ଭୟ ନ ଥିଲା

କୋଣାର୍କରେ ପଥର ପହଞ୍ଚତ୍ବା କାର୍ଯ୍ୟରେ ଯେଉଁମାନେ ଦାୟିତ୍ୱ ନିର୍ବାହ କରୁଥିଲେ, ସେମାନଙ୍କର ଗମନାଗମନ ପାଇଁ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା। ଅନେକ ପାହାଡ଼ରୁ ପଥର ଆଣି ଚାପରେ ଲଦିବା ଏବଂ ଚାପ ଆସି ପଦ୍ମତୋଳା ଗଣ୍ଡରେ ପହଞ୍ଚିବା ପରେ ପଥର ଆଣି ନିର୍ମାଣ ଖଳାରେ ପହଞ୍ଚାଇବା ପାଇଁ ‘ଶଗଡ଼’ ବ୍ୟବହାର ହୋଇଥିଲା। ଶହ ଶହ ଶଗଡ଼ ଓ ଶଗଡ଼ିଆ ଏଥିପାଇଁ ନିଯୁକ୍ତ ହୋଇଥିଲେ। ଏଇମାନେ ହିଁ ପଥର ବୋହିବା କାର୍ଯ୍ୟ ସରିବା ପରେ ବିଭିନ୍ନ କିସମର ବାଉଁଶ ଏବଂ କାଠ ଆଣି ପହଞ୍ଚାଇଥିଲେ।
ଚିଲିକାର ଉତ୍ତର କୂଳରେ ଅବସ୍ଥିତ ନଇରୀରୁ ୨୨୦୦ ମୂଳିବାଉଁଶ ଆସିବା ପରେ ନାଗପୁର ଓ ବଣିବନ୍ଧଠାରୁ ୨୫୦ ସରଙ୍ଗି (ସାରଙ୍ଗି) ବାଉଁଶ ଓ ୩୫ ହଜାର ୩୦ଟି କଣ୍ଟାବାଳିଙ୍ଗି ବାଉଁଶ ଆଣିଥିଲେ।
ଗମନାଗମନ ପାଇଁ ୩୦ ହାତୀ ଓ ୮୦ ଘୋଡ଼ା କୋଣାର୍କରେ ରହୁଥିଲେ। ହାତୀଆଳ ଓ ଘୋଡ଼ା ସବାରମାନେ ଶିବିର ପକାଇ ରହୁଥିଲେ। ଘୋଡ଼ାମାନଙ୍କ ଦେଖାରଖା କରିବା ପାଇଁ ହାତୀଶାଳ ଓ ଘୋଡ଼ାଶାଳ ନିର୍ମାଣ ହୋଇଥିଲା। ହାତୀଙ୍କ ପାଇଁ ଧାନ ଯେପରି ଖଞ୍ଜାଯାଇଥିଲା, ଘୋଡ଼ାଙ୍କ ଖାଇବା ପାଇଁ ସେହିପରି କୋଳଥ, ମୁଗ ଓ ବିରି ଯୋଗାଇ ଦିଆଯାଉଥିଲା।
ମନ୍ଦିର ନିର୍ମାଣ ବେଳେ ହାତୀ, ଘୋଡ଼ା, ବଳଦ, ମଇଁଷିଙ୍କୁ ବ୍ୟବହାର କରାଯାଇଥିଲା। ବଳଦ ଓ ମଇଁଷି ଶଗଡ଼ ଏବଂ ଶଗଡ଼ି ଟାଣୁଥିଲେ। ଶଗଡ଼ିଆ ଓ ବଳଦଙ୍କ ଖାଇବା ବ୍ୟବସ୍ଥା ଭଣ୍ଡାରରୁ କରାଯାଉଥିଲା। ନଡ଼ିଆ କତାର ଦଉଡ଼ି ଆଣିବାକୁ ୨୫ଟି ଶଗଡ଼ ଲାଗିଥିଲା। ମହନ୍ତ ବେଣୀଦାସ ଦଉଡ଼ି ପଠାଇଥିଲେ ରାମ ଦାସ ଓ ସୁର ସିଂହଙ୍କ ମାର୍ଫତ୍‌ରେ। ମନ୍ଦିରର ମୂଳଦୁଆ ପୋତା ପାଇଁ ୪୦ ଶଗଡ଼ ଗୋଡ଼ି ଶଗଡ଼ରେ ଆସିଥିଲା। ପଠାଇଥିଲେ କୃପାସିନ୍ଧୁ ପଟ୍ଟନାୟକ। ଅଇରି ଜଙ୍ଗଲରୁ ୫ ଶଗଡ଼ କେନ୍ଦୁଫଳ, ରଇକଟା ଦଳବେହେରା (ଲଙ୍କାପଡ଼ା ଦଳବେହେରା ଭାବେ ପରିଚିତ) ପଠାଇଥିଲେ ଶଗଡ଼ିରେ ଆମ୍ବକଡ଼ି। ଟିଣିଆ କାଠରେ ନିର୍ମିତ ହେଉଥିବା ଶଗଡ଼ିରେ ଗୋଲରାଗଡ଼ ସାଆନ୍ତ ପଠାଇଥିଲେ ୧୧୦୦ ଟିଣିଆ କାଠର କଡ଼ି, ୨୩୦ଟି ବନ୍ଧନ କାଠପଟା, ୨୦୦ ଖଣ୍ଡ ପଣସ କାଠର କଡ଼ି ଓ ୩୦୦ ଆମ୍ବ କାଠର କଡ଼ି। କରତରେ କାଟିବାକୁ ମହାରଣା ରହିଥିଲେ। ଖୁଣ୍ଟିଆ ବିଶୋଇ ଜମେଇ ନାରାୟଣ ଏଗୁଡ଼ିକ ବୋହିଆଣି ମଣତି ଦେଇଥିଲେ।
ଆମେ ଏ ସବୁ ଲେଖିବାର ଉଦ୍ଦେଶ୍ୟ ସ୍ପଷ୍ଟ। ଶଗଡ଼/ଶଗଡ଼ି ତିଆରିବା, ଶଗଡ଼ିଆ, ପଠାଇବା ଲୋକ, ମଣତି ଦେବା ଲୋକ, କରତରେ କାଠ କାଟିବା ମହାରଣାମାନେ ସମସ୍ତେ ଥିଲେ ଓଡ଼ିଆ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶଗଡ଼ରେ ହିଁ ଅନେକ ଜିନିଷ ଆସିଥିଲା।
ଲୁହା ତରଳାଇବାକୁ ଅଙ୍ଗାର ଆସିଥିଲା ଶଗଡ଼ରେ। ରାଧୁ ପଟ୍ଟନାୟକ ଦାୟିତ୍ୱରେ ଥିଲେ। ମାଣିଆବନ୍ଧ ଧୋତି ଶଗଡ଼ରେ ପଠାଇଥିଲେ ସାରଙ୍ଗଗଡ଼ର ଗଡ଼ନାୟକ ବିଦ୍ୟାଧର ଅଧିକାରୀ। ନଡ଼ିଆ ଗଛର ବରଡ଼ା ପତ୍ର ୧୪ଟି ବଳଦ ଶଗଡ଼ରେ ପଠାଇଥିଲେ ଜଙ୍କିଆପାଟର ପାଟସାହାଣୀ। ଓଡ଼ିଶା ବାହାରୁ ଏ ସବୁ ଆସି ନ ଥିଲା କିମ୍ବା ବାହାର ଲୋକ ପଠାଇ ନ ଥିଲେ କି ବାହାର ଲୋକ ଆଣି ନ ଥିଲେ। ଏହାକୁ ଅନୁସନ୍ଧାନ ନ କରି ନିର୍ବିକାର ଭାବରେ ମତ ଦେଇଦେଲେ କେତେଜଣ ଲେଖକ ଯେ, ଓଡ଼ିଶାର ଲୋକ ଏପରି ବିସ୍ମୟପୂର୍ଣ୍ଣ ମନ୍ଦିର ନିର୍ମାଣ କରି ନ ଥିଲେ।
ବାରମ୍ବାର ସତକୁ ମିଛ ବୋଲି ଦୋହରାଇବା ଓ ଛେଳିକୁ କୁକୁର ବୋଲି ପ୍ରମାଣିତ କରିବାର ପ୍ରୟାସ ବେଳେ ବେଳେ ଗୋଳମାଳିଆ କରେ ମନକୁ। ମନ୍ଦିର ନିର୍ମାଣ ପାଇଁ ଓଡ଼ିଆ ନିଜ ରକ୍ତକୁ ପାଣି ଫଟେଇ ରାତି ଦିନ ଏକାକାର କରିଦେଇଥିଲେ। ଜଣେ ବାଧ୍ୟବାଧକତାରେ ଏକଥା କରିପାରିବ! ନିର୍ଯାତିତ ହୋଇ କରିପାରିବ!! ଉତ୍ସାହ, ଉଦ୍ଦୀପନା, ନିଷ୍ଠା ଓ ସାହସ ନ ଥିଲେ ଦୁର୍ଗମ ନଦୀପଥ, ଅଗମ୍ୟ ପାହାଡ଼, ଅଝାଡ଼ ଜଙ୍ଗଲକୁ ଅତିକ୍ରମ କରି ଓଡ଼ିଶୀ ଶିଳ୍ପ ନିପୁଣତାର ଶ୍ରେଷ୍ଠ କୃତିଟିଏ ସମ୍ଭବ ହୋଇଥାନ୍ତା?
ଗଜପତି ଯଦି ଅତ୍ୟାଚାର କରୁଥାନ୍ତେ, କୋଣାର୍କକୁ ବିଜେ କରୁଛନ୍ତି ବୋଲି ଖବର ପାଇ ସମସ୍ତ ଶିଳ୍ପୀ ମାଘମାସ ପଞ୍ଚମୀ ଦିନ ନିର୍ମାଣ କାର୍ଯ୍ୟ ବନ୍ଦ କରିଥାନ୍ତେ ଆଉ ଘୋଡ଼ା, ହାତୀ ଓ ବାଜା ସହିତ ଶୋଭାଯାତ୍ରା କରି ଯାଇଥାନ୍ତେ କଂଚି ନଦୀ କୂଳକୁ! କଂଚି ନଦୀ ହେଉଛି କୁଶଭଦ୍ରା ନଦୀର ଏକ ଶାଖା। ଗଜପତି ଏହି ନଦୀର ମୁହାଣରେ ଓହ୍ଲାଇଥିଲେ। ମିଳିତ ସହଯୋଗ, ସମମାନସିକତା ସହଭାଗିତା ହିଁ ଓଡ଼ିଶୀ ପରମ୍ପରା। ତାହା ବଳିଷ୍ଠ ଥିଲା ବୋଲି ଆମେ ଆଶ୍ଚର୍ଯ୍ୟମୟ କୃତିଟିଏ ବିଶ୍ୱ ଆଗରେ ଠିଆ କରାଇପାରିଥିଲୁ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

୪ ବିଧାୟକଙ୍କ କଟିଲା ଟିକେଟ୍‌: ୬ରୁ ୫ ନୂଆମୁହଁ

ଭୁବନେଶ୍ୱର,୨୨।୪: ବିଜେଡିର ସପ୍ତମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ସୋମବାର ପ୍ରକାଶ କରିଛି। ୬ଟି ବିଧାନସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କରିଛି ବିଜେଡି। ଘୋଷଣା ହୋଇଥିବା...

ଶିବେଇ ସାମନ୍ତରାଙ୍କ ଚତୁରତା ଲୋକମୁଖରେ ଭିନ୍ନ ରୂପ ନେଲା

ଚୁମ୍ବକଶିଳା ବସାଯିବା ପରେ ତିନିଥର ବିଫଳ ହୋଇଥିବା କାର୍ଯ୍ୟ ସଫଳ ହୋଇଥିଲା। ସହସ୍ର ମଲ୍ଲ ସେଇ ଖୁସିରେ ପୁରସ୍କାର ଘୋଷଣା କରିଥିଲେ। ଧର୍ମପଦ ମନ୍ଦିର ଶିଖରରୁ...

ଜାଣନ୍ତୁ ବିଶ୍ୱ ପୁସ୍ତକ, କପିରାଇଟ୍‌ ଦିବସର ଇତିହାସ…

ପ୍ରତିବର୍ଷ ଏପ୍ରିଲ ୨୩ରେ ବିଶ୍ୱ ପୁସ୍ତକ ଏବଂ କପିରାଇଟ୍‌ ଦିବସ ପାଳନ କରାଯାଇଥାଏ। ସମୟ ବଦଳିବା ସହିତ କମ୍ପ୍ୟୁଟର ଏବଂ ଇଣ୍ଟରନେଟ୍‌ ବର୍ତ୍ତମାନ ପୁସ୍ତକ ବି...

୨୪ ଘଣ୍ଟାରେ ୨୬୦୦୦ ବସ୍‌ ଉଠ୍‌ ହୋଇ ଗିନିଜ ଓ୍ବାର୍ଲଡ ରେକର୍ଡ

ପିଲାଦିନେ ସ୍କୁଲରେ ପାଠ ପଢି ନ ଥିଲେ ଦଣ୍ଡ ଆକାରରେ ସାର୍‌ କହୁଥିଲେ ବସ୍‌ ଉଠ୍‌ ହେବା ପାଇଁ। ୩୦ ଥର ବସ୍‌ ଉଠ୍‌ ହେଲା...

ଉଛୁଳା ଭକ୍ତିର ଅନ୍ତରାଳେ….

ମା’ଛେଉଣ୍ଡ ମାଧବ ବାବୁ ଭଦ୍ରଲୋକରେ ଗଣାହେଲେ, ଯେବେଠୁଁ କଷ୍ଟକରି ଉଚ୍ଚଶିକ୍ଷା ଲାଭ କଲା ପରେ ଉଚ୍ଚ ପଦବୀଯୁକ୍ତ ଚାକିରି ପାଇଲେ। ତାଙ୍କର ସବୁଗୁଣ ଭଲ l...

ନିମାପଡ଼ାର ‘ମାଇପି ମେଳା’

ଗୁହାରିଆ ପଡ଼ିଲେ ମାନସିକ ପୂରଣ ହୋଇଥାଏ l ଅନ୍ଧବିଶ୍ୱାସ ହେଉ କି ବିଶ୍ୱାସ, ଏଭଳି ଏକ ପ୍ରଥା କିନ୍ତୁ ପ୍ରଚଳିତ ହୋଇଆସୁଅଛି କାହିଁ କେବେଠୁ। ପୁରାଣ...

ପ୍ରଥମ ରୋଜଗାର ବୋଉକୁ ଦେଇଥିଲି: ଲଳିତ କୁମାର

ମୋର ଜନ୍ମ ପୁରୀ ଜିଲା କୃଷ୍ଣପ୍ରସାଦ ବ୍ଲକ ଅନ୍ତର୍ଗତ ନନ୍ଦଳା ଗ୍ରାମରେ। ମାତା ପାର୍ବତୀ ସ୍ବାଇଁ ଓ ପିତା ଭିକାରୀ ସ୍ବାଇଁଙ୍କର ତିନିପୁଅଙ୍କ ଭିତରେ ମୁଁ...

‘ଆଉ ଥରେ ଜନ୍ମ ହେଲେ କବିଟିଏ ହୋଇ ଜନ୍ମ ହେବି’

ଏକାଧାରରେ ସେ ଜଣେ କବି, ଗାଳ୍ପିକ ଓ ନାଟ୍ୟକାର। ଦୀର୍ଘ ୪ଦଶନ୍ଧି ଧରି ତାଙ୍କ ଲେଖନୀ ମୁନରେ ଫୁଟେଇଛନ୍ତି ଏକାଧିକ ଗଳ୍ପ, କବିତା ଓ ନାଟକ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri