Posted inଫୁରସତ

ଅଗମ୍ୟ ପାହାଡ଼, ଦୁର୍ଗମ ନଦୀପଥକୁ ଭୟ ନ ଥିଲା

କୋଣାର୍କରେ ପଥର ପହଞ୍ଚତ୍ବା କାର୍ଯ୍ୟରେ ଯେଉଁମାନେ ଦାୟିତ୍ୱ ନିର୍ବାହ କରୁଥିଲେ, ସେମାନଙ୍କର ଗମନାଗମନ ପାଇଁ ସୁବିଧା ସୁଯୋଗ ଯୋଗାଇ ଦିଆଯାଇଥିଲା। ଅନେକ ପାହାଡ଼ରୁ ପଥର ଆଣି ଚାପରେ ଲଦିବା ଏବଂ ଚାପ ଆସି ପଦ୍ମତୋଳା ଗଣ୍ଡରେ ପହଞ୍ଚିବା ପରେ ପଥର ଆଣି ନିର୍ମାଣ ଖଳାରେ ପହଞ୍ଚାଇବା ପାଇଁ ‘ଶଗଡ଼’ ବ୍ୟବହାର ହୋଇଥିଲା। ଶହ ଶହ ଶଗଡ଼ ଓ ଶଗଡ଼ିଆ ଏଥିପାଇଁ ନିଯୁକ୍ତ ହୋଇଥିଲେ। ଏଇମାନେ ହିଁ ପଥର ବୋହିବା କାର୍ଯ୍ୟ ସରିବା ପରେ ବିଭିନ୍ନ କିସମର ବାଉଁଶ ଏବଂ କାଠ ଆଣି ପହଞ୍ଚାଇଥିଲେ।
ଚିଲିକାର ଉତ୍ତର କୂଳରେ ଅବସ୍ଥିତ ନଇରୀରୁ ୨୨୦୦ ମୂଳିବାଉଁଶ ଆସିବା ପରେ ନାଗପୁର ଓ ବଣିବନ୍ଧଠାରୁ ୨୫୦ ସରଙ୍ଗି (ସାରଙ୍ଗି) ବାଉଁଶ ଓ ୩୫ ହଜାର ୩୦ଟି କଣ୍ଟାବାଳିଙ୍ଗି ବାଉଁଶ ଆଣିଥିଲେ।
ଗମନାଗମନ ପାଇଁ ୩୦ ହାତୀ ଓ ୮୦ ଘୋଡ଼ା କୋଣାର୍କରେ ରହୁଥିଲେ। ହାତୀଆଳ ଓ ଘୋଡ଼ା ସବାରମାନେ ଶିବିର ପକାଇ ରହୁଥିଲେ। ଘୋଡ଼ାମାନଙ୍କ ଦେଖାରଖା କରିବା ପାଇଁ ହାତୀଶାଳ ଓ ଘୋଡ଼ାଶାଳ ନିର୍ମାଣ ହୋଇଥିଲା। ହାତୀଙ୍କ ପାଇଁ ଧାନ ଯେପରି ଖଞ୍ଜାଯାଇଥିଲା, ଘୋଡ଼ାଙ୍କ ଖାଇବା ପାଇଁ ସେହିପରି କୋଳଥ, ମୁଗ ଓ ବିରି ଯୋଗାଇ ଦିଆଯାଉଥିଲା।
ମନ୍ଦିର ନିର୍ମାଣ ବେଳେ ହାତୀ, ଘୋଡ଼ା, ବଳଦ, ମଇଁଷିଙ୍କୁ ବ୍ୟବହାର କରାଯାଇଥିଲା। ବଳଦ ଓ ମଇଁଷି ଶଗଡ଼ ଏବଂ ଶଗଡ଼ି ଟାଣୁଥିଲେ। ଶଗଡ଼ିଆ ଓ ବଳଦଙ୍କ ଖାଇବା ବ୍ୟବସ୍ଥା ଭଣ୍ଡାରରୁ କରାଯାଉଥିଲା। ନଡ଼ିଆ କତାର ଦଉଡ଼ି ଆଣିବାକୁ ୨୫ଟି ଶଗଡ଼ ଲାଗିଥିଲା। ମହନ୍ତ ବେଣୀଦାସ ଦଉଡ଼ି ପଠାଇଥିଲେ ରାମ ଦାସ ଓ ସୁର ସିଂହଙ୍କ ମାର୍ଫତ୍‌ରେ। ମନ୍ଦିରର ମୂଳଦୁଆ ପୋତା ପାଇଁ ୪୦ ଶଗଡ଼ ଗୋଡ଼ି ଶଗଡ଼ରେ ଆସିଥିଲା। ପଠାଇଥିଲେ କୃପାସିନ୍ଧୁ ପଟ୍ଟନାୟକ। ଅଇରି ଜଙ୍ଗଲରୁ ୫ ଶଗଡ଼ କେନ୍ଦୁଫଳ, ରଇକଟା ଦଳବେହେରା (ଲଙ୍କାପଡ଼ା ଦଳବେହେରା ଭାବେ ପରିଚିତ) ପଠାଇଥିଲେ ଶଗଡ଼ିରେ ଆମ୍ବକଡ଼ି। ଟିଣିଆ କାଠରେ ନିର୍ମିତ ହେଉଥିବା ଶଗଡ଼ିରେ ଗୋଲରାଗଡ଼ ସାଆନ୍ତ ପଠାଇଥିଲେ ୧୧୦୦ ଟିଣିଆ କାଠର କଡ଼ି, ୨୩୦ଟି ବନ୍ଧନ କାଠପଟା, ୨୦୦ ଖଣ୍ଡ ପଣସ କାଠର କଡ଼ି ଓ ୩୦୦ ଆମ୍ବ କାଠର କଡ଼ି। କରତରେ କାଟିବାକୁ ମହାରଣା ରହିଥିଲେ। ଖୁଣ୍ଟିଆ ବିଶୋଇ ଜମେଇ ନାରାୟଣ ଏଗୁଡ଼ିକ ବୋହିଆଣି ମଣତି ଦେଇଥିଲେ।
ଆମେ ଏ ସବୁ ଲେଖିବାର ଉଦ୍ଦେଶ୍ୟ ସ୍ପଷ୍ଟ। ଶଗଡ଼/ଶଗଡ଼ି ତିଆରିବା, ଶଗଡ଼ିଆ, ପଠାଇବା ଲୋକ, ମଣତି ଦେବା ଲୋକ, କରତରେ କାଠ କାଟିବା ମହାରଣାମାନେ ସମସ୍ତେ ଥିଲେ ଓଡ଼ିଆ। ଓଡ଼ିଶାର ବିଭିନ୍ନ ସ୍ଥାନରୁ ଶଗଡ଼ରେ ହିଁ ଅନେକ ଜିନିଷ ଆସିଥିଲା।
ଲୁହା ତରଳାଇବାକୁ ଅଙ୍ଗାର ଆସିଥିଲା ଶଗଡ଼ରେ। ରାଧୁ ପଟ୍ଟନାୟକ ଦାୟିତ୍ୱରେ ଥିଲେ। ମାଣିଆବନ୍ଧ ଧୋତି ଶଗଡ଼ରେ ପଠାଇଥିଲେ ସାରଙ୍ଗଗଡ଼ର ଗଡ଼ନାୟକ ବିଦ୍ୟାଧର ଅଧିକାରୀ। ନଡ଼ିଆ ଗଛର ବରଡ଼ା ପତ୍ର ୧୪ଟି ବଳଦ ଶଗଡ଼ରେ ପଠାଇଥିଲେ ଜଙ୍କିଆପାଟର ପାଟସାହାଣୀ। ଓଡ଼ିଶା ବାହାରୁ ଏ ସବୁ ଆସି ନ ଥିଲା କିମ୍ବା ବାହାର ଲୋକ ପଠାଇ ନ ଥିଲେ କି ବାହାର ଲୋକ ଆଣି ନ ଥିଲେ। ଏହାକୁ ଅନୁସନ୍ଧାନ ନ କରି ନିର୍ବିକାର ଭାବରେ ମତ ଦେଇଦେଲେ କେତେଜଣ ଲେଖକ ଯେ, ଓଡ଼ିଶାର ଲୋକ ଏପରି ବିସ୍ମୟପୂର୍ଣ୍ଣ ମନ୍ଦିର ନିର୍ମାଣ କରି ନ ଥିଲେ।
ବାରମ୍ବାର ସତକୁ ମିଛ ବୋଲି ଦୋହରାଇବା ଓ ଛେଳିକୁ କୁକୁର ବୋଲି ପ୍ରମାଣିତ କରିବାର ପ୍ରୟାସ ବେଳେ ବେଳେ ଗୋଳମାଳିଆ କରେ ମନକୁ। ମନ୍ଦିର ନିର୍ମାଣ ପାଇଁ ଓଡ଼ିଆ ନିଜ ରକ୍ତକୁ ପାଣି ଫଟେଇ ରାତି ଦିନ ଏକାକାର କରିଦେଇଥିଲେ। ଜଣେ ବାଧ୍ୟବାଧକତାରେ ଏକଥା କରିପାରିବ! ନିର୍ଯାତିତ ହୋଇ କରିପାରିବ!! ଉତ୍ସାହ, ଉଦ୍ଦୀପନା, ନିଷ୍ଠା ଓ ସାହସ ନ ଥିଲେ ଦୁର୍ଗମ ନଦୀପଥ, ଅଗମ୍ୟ ପାହାଡ଼, ଅଝାଡ଼ ଜଙ୍ଗଲକୁ ଅତିକ୍ରମ କରି ଓଡ଼ିଶୀ ଶିଳ୍ପ ନିପୁଣତାର ଶ୍ରେଷ୍ଠ କୃତିଟିଏ ସମ୍ଭବ ହୋଇଥାନ୍ତା?
ଗଜପତି ଯଦି ଅତ୍ୟାଚାର କରୁଥାନ୍ତେ, କୋଣାର୍କକୁ ବିଜେ କରୁଛନ୍ତି ବୋଲି ଖବର ପାଇ ସମସ୍ତ ଶିଳ୍ପୀ ମାଘମାସ ପଞ୍ଚମୀ ଦିନ ନିର୍ମାଣ କାର୍ଯ୍ୟ ବନ୍ଦ କରିଥାନ୍ତେ ଆଉ ଘୋଡ଼ା, ହାତୀ ଓ ବାଜା ସହିତ ଶୋଭାଯାତ୍ରା କରି ଯାଇଥାନ୍ତେ କଂଚି ନଦୀ କୂଳକୁ! କଂଚି ନଦୀ ହେଉଛି କୁଶଭଦ୍ରା ନଦୀର ଏକ ଶାଖା। ଗଜପତି ଏହି ନଦୀର ମୁହାଣରେ ଓହ୍ଲାଇଥିଲେ। ମିଳିତ ସହଯୋଗ, ସମମାନସିକତା ସହଭାଗିତା ହିଁ ଓଡ଼ିଶୀ ପରମ୍ପରା। ତାହା ବଳିଷ୍ଠ ଥିଲା ବୋଲି ଆମେ ଆଶ୍ଚର୍ଯ୍ୟମୟ କୃତିଟିଏ ବିଶ୍ୱ ଆଗରେ ଠିଆ କରାଇପାରିଥିଲୁ।

ଡ. ସୁରେନ୍ଦ୍ର କୁମାର ମିଶ୍ର


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକାରେ ଭାରତୀୟ IT କର୍ମଚାରୀଙ୍କୁ ବଡ଼ ଝଟ୍‌କା! ଏହି କମ୍ପାନୀର ଗ୍ରୀନ୍ କାର୍ଡ…..

ୱାଶିଂଟନ୍‌,୯।୧୦: ଆମେରିକାରେ କାମ କରୁଥିବା ଭାରତୀୟ IT କର୍ମଚାରୀଙ୍କ ପାଇଁ ଚିନ୍ତା ବଢ଼ିଛି । ଆମେରିକା ସରକାର ଇନ୍‌ଫୋସିସ୍‌, ଟାଟା କନ୍‌ସଲ୍‌ଟାନ୍ସି ସର୍ଭିସେସ୍‌ (TCS), ୱିପ୍ରୋ, HCLTech,…

ଏଲ୍‌-ନିନୋ ପ୍ରଭାବ, ଅକ୍ଟୋବରରୁ ଡିସେମ୍ବର ଯାଏ ବଢ଼ିବ ତାପମାତ୍ରା

ନୂଆଦିଲ୍ଲୀ,୯।୧୦: ବିଶ୍ୱବ୍ୟାପୀ ପାଣିପାଗ ବିଶେଷଜ୍ଞମାନେ ଏଲ୍‌ ନିନୋର ପ୍ରଭାବ ବୃଦ୍ଧିକୁ ନେଇ ଚେତାବନୀ ଦେଇଛନ୍ତି । ଅକ୍ଟୋବରରୁ ଡିସେମ୍ବର ଯାଏଁ ଏଲ୍‌-ନିନୋ କାରଣରୁ ତାପମାତ୍ରା ପ୍ରାୟ ୩.୭…

ଆମେରିକୀୟଙ୍କ ଚାକିରି ଛଡ଼ାଇ H-1B ଭିସାଧାରୀଙ୍କୁ ନିଯୁକ୍ତି ଅଭିଯୋଗ, ଆକ୍ସନ୍‌ ମୋଡ୍‌ରେ ହ୍ୱାଇଟ୍ ହାଉସ୍‌

ଓ୍ବାଶିଂଟନ,୯।୧୦: ଆମେରିକାରେ H-1B ଭିସାକୁ ନେଇ ପୁଣି ଥରେ ବିବାଦ ଦେଖାଦେଇଛି । କେତେକ କମ୍ପାନୀ ଆମେରିକୀୟ କର୍ମଚାରୀଙ୍କୁ ଚାକିରିରୁ ଛଟେଇ କରି ସେମାନଙ୍କ ସ୍ଥାନରେ କମ୍…

ଚମକିଲେ ବସ୍‌ ଡ୍ରାଇଭରଙ୍କ ପୁଅ, ସଞ୍ଚୁ-ବୈଭବଙ୍କୁ ଦେଲେ ଚକ୍‌ମା: ମିଳିଲା ବଡ଼ ଅଫର୍‌

ରାଞ୍ଚି,୯।୧୦: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚକୁ ନେଇ ରାଞ୍ଚିର JSCA ଇଣ୍ଟରନ୍ୟାଶନାଲ ଷ୍ଟାଡିୟମ୍‌ରେ ଉତ୍ସାହ ଦେଖିବାକୁ ମିଳୁଛି। ମ୍ୟାଚ ପୂର୍ବରୁ ଭାରତୀୟ ଦଳର…

ବସୁଧା ଯୋଜନା ଠପ୍: ୧୦ ଦିନ ହେଲା ପାଣି ଟୋପାଏ ପାଇଁ ଲୋକେ ଡକଳବିକଳ

ଥୁଆମୂଳ ରାମପୁର,୯।୧୦(ଦୁର୍ଗା କୀର୍ତ୍ତି):କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ସଦର ମହକୁମାରେ ପାନୀୟ ଜଳ ସମସ୍ୟା ଗମ୍ଭୀର ରୂପ ନେଇଛି। ଗତ ୧୦ ଦିନ ଧରି ବସୁଧା…

ମାତ୍ର ୨୭ ବର୍ଷରେ କ୍ରିକେଟ୍‌ କ୍ୟାରିୟର ଶେଷ! କୋହଲିଙ୍କ ସହ ଝଗଡା କରି ଚର୍ଚ୍ଚାରେ ଥିବା କ୍ରିକେଟ୍‌ର ଧରିଲେ ମାଇକ

ନୂଆଦିଲ୍ଲୀ,୯।୧୦: ଆଇପିଏଲ୍‌ରେ ବିରାଟ କୋହଲିଙ୍କ ସହ ପଡ଼ିଆରେ ଝଗଡାକୁ ନେଇ ଚର୍ଚ୍ଚାକୁ ଆସିଥିବା ଆଫଗାନିସ୍ତାନର ଦ୍ରୁତ ବୋଲର୍‌ ନବୀନ-ଉଲ-ହକ ଏବେ ଏକ ନୂଆ ଭୂମିକାରେ ଦେଖାଦେବେ। ବଲ…

ନବୀନ ଛକରେ ମର୍ମନ୍ତୁଦ ଦୁର୍ଘଟଣା, ଦୁଇ ଟ୍ରକ୍ ମୁହାଁମୁହିଁ ଧକ୍କାରେ ଚାଲିଗଲା….

ସଇଁତଳା,୯/୧୦ – (ରାଖାଲ ପ୍ରସାଦ ଶତପଥୀ): ବଲାଙ୍ଗୀର ସଇଁତଳା ଦେଇ ଯାଇଥିବା ବଲାଙ୍ଗୀର ବୋରିଗୁମା ୨୬ନମ୍ବର ଜାତୀୟ ରାଜପଥ ନବୀନ ଛକ ନିକଟରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା…

ପୁଣି ଭାରତ-ପାକିସ୍ତାନ ସାମ୍ନାସାମ୍ନି: ଦୀପାବଳିରେ ହେବ ହାଇଭୋଲ୍ଟେଜ ମ୍ୟାଚ

ନୂଆଦିଲ୍ଲୀ,୯।୧୦: କ୍ରିକେଟ ପ୍ରେମୀଙ୍କ ପାଇଁ ବଡ଼ ଖବର। ଏସିଆନ କ୍ରିକେଟ କାଉନସିଲ (ACC) ପକ୍ଷରୁ ଅଣ୍ଡର-୧୯ ଏସିଆ କପ ୨୦୨୬ର କାର୍ଯ୍ୟସୂଚୀ ଘୋଷଣା କରାଯାଇଛି। ଏଥର ନଭେମ୍ବର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?