ଦୁଇ ବର୍ଷରେ କୋରାପୁଟ ଜିଲାରେ ୭୫୩ ସଡ଼କ ଦୁର୍ଘଟଣାରେ ଗଲାଣି ୪୭୪ ଜଣଙ୍କ ଜୀବନ

କୋରାପୁଟ,୩୦ା୧(ଅମିତାଭ ବେହେରା): ୨୦୨୩ ଜାନୁଆରୀରୁ ଗତ ୨୦୨୪ ଡିସେମ୍ବର ଯାଏ ୨ ବର୍ଷରେ କୋରାପୁଟ ଜିଲାରେ ସମୁଦାୟ ୭୫୩ଟି ସଡ଼କ ଦୁର୍ଘଟଣା ଘଟିଥିବାବେଳେ ଏଥିରେ ମୋଟ୍‌ ୪୭୪ ଜଣଙ୍କ ଜୀବନ ଯାଇଛି। ୪୪୦ ଗୁରୁତର ହୋଇଥିବା ନେଇ ସ୍ଥାନୀୟ ଦକ୍ଷତା ବୃଦ୍ଧି ତାଲିମ କେନ୍ଦ୍ର ପରିସରରେ ଆୟୋଜିତ ସଂସଦୀୟ କ୍ଷେତ୍ର ସଡ଼କ ସୁରକ୍ଷା କମିଟି ବୈଠକରେ ଜଣାଯାଇଛି।
ସେଥିମଧ୍ୟରୁ ୨୦୨୩ରେ ୩୬୩ଟି ସଡ଼କ ଦୁର୍ଘଟଣାରେ ୨୩୧ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୧୮୪ ଜଣ ଗୁରୁତର ହୋଇଥିବାବେଳେ ଗତ ୨୦୨୪ରେ ୩୮୪ଟି ସଡ଼କ ଦୁର୍ଘଟଣାରେ ୨୪୩ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୬୬ ଜଣ ଗୁରୁତର ହୋଇଥିଲେ। କୋରାପୁଟ ଏମ୍‌ପି ସପ୍ତଗିରି ଶଙ୍କର ଉଲ୍ଲାକାଙ୍କ ଅଧ୍ୟକ୍ଷତାରେ ଆୟୋଜିତ ବୈଠକରେ ଜିଲାପାଳ ଭିି. କୀର୍ତ୍ତି ଭାସନ, ଜୟପୁର ବିଧାୟକ ତାରାପ୍ରସାଦ ବାହିନୀପତି, ଲକ୍ଷ୍ମୀପୁର ବିଧାୟକ ପବିତ୍ର ସାଉଁନ୍ତା, ପଟ୍ଟାଙ୍ଗି ବିଧାୟକ ରାମଚନ୍ଦ୍ର କାଡାମ, ଜିଲା ପରିଷଦ ଅଧ୍ୟକ୍ଷା ସସ୍ମିତା ମେଲକା, କୋରାପୁଟ ବିଧାୟକଙ୍କ ପ୍ରତିନିଧି ସୁମନ୍ତ ପ୍ରଧାନ, କୋରାପୁଟ ଆଞ୍ଚଳିକ ପରିବହନ ଅଧିକାରୀ ରାଜେଶ ମାରାଣ୍ଡି, ଏଆର୍‌ଟିଓ ତପନ କୁମାର ବେଟି,ଏମ୍‌ଭିଆଇ ଚନ୍ଦ୍ରା ବିଶ୍ୱାସଙ୍କ ସମେତ ସମସ୍ତ କମିଟି ସଦସ୍ୟ ବୈଠକରେ ଉପସ୍ଥିତ ରହି ଦିନକୁ ଦିନ ଜିଲାରେ ସଡ଼କ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ସେହି ଅନୁସାରେ ଗୁରୁତର ଓ ମୃତୁସଂଖ୍ୟା ମଧ୍ୟ ବୃଦ୍ଧି ପାଉଥିବାରୁ ଏହାକୁ କିପରି ହ୍ରାସ କରାଯାଇପାରିବ ସେ ନେଇ ବିଭିନ୍ନ ସଚେତନତା କାର୍ଯ୍ୟ ଯଥା, ଗାଡ଼ି ଚଳାଇବାବେଳେ ହେଲମେଟ୍‌ ପିନ୍ଧିବା, ମୋବାଇଲରେ କଥା ନ ହେବା, ଟ୍ରାଫିକ ରୁଲ ମାନିବା, ଦ୍ରୁତ ଗତିରେ ଗାଡ଼ି ନ ଚଳାଇବା, ମଦ ପିଇ ଗାଡ଼ି ଚଳାଇବା ନାହଁି ଆଦି ଉପରେ ଲୋକଙ୍କୁ ଓ ଗାଡ଼ି ଚାଳକମାନଙ୍କୁ ସଚେତନତା କରିବା ଆଦି ଉପରେ ବୈଠକରେ ଗୁରୁତ୍ୱାରୋପ କରାଯାଇଥିଲା। କୋରାପୁଟ ଜିଲାରେ ପ୍ରତି ମାସରେ ସଡ଼କ ଦୁର୍ଘଟଣାରେ ହାରାହାରି ୨୦ରୁ ଊର୍ଦ୍ଧ୍ୱ ଜଣଙ୍କ ପ୍ରାଣ ହାନି ଘଟୁଥିବାବେଳେ ଏହାକୁ କିପରି ହ୍ରାସ କରାଯାଇପାରିବ ସେ ନେଇ ଏହି ସଡକ ସୁରକ୍ଷା କମିଟି ସଦସ୍ୟମାନେ ଗୁରୁତ୍ୱରୋପ କରିଥିଲୋ

ସୂଚନାଯୋଗ୍ୟ, କୋରାପୁଟ ଜିଲାର ବୋରିଗୁମ୍ମା ଥାନା ଅଞ୍ଚଳରେ ଗତ ଦୁଇ ବର୍ଷରେ ଜିଲାର ଜୟପୁର ସଦର ଥାନା ଅଞ୍ଚଳରେ ସଡ଼କ ଦୁର୍ଘଟଣାରେ ସର୍ବାଧିକ ୫୮ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ବୋରିଗୁମ୍ମା ଥାନା ଅଞ୍ଚଳରେ ଓ କୋଟପାଡ଼ ଥାନା ଅଞ୍ଚଳରେ ଦୁଇ ବର୍ଷରେ ୫୭ ଜଣ ଲେଖାଏ ମୃତ୍ୟୁ ହୋଇଥିବା ଜଣାଯାଇଛି। ସେହିପରି କୋଟିଆ ଥାନା ଅଞ୍ଚଳରେ ସର୍ବନିମ୍ନ ଜଣଙ୍କର ମୃତ୍ୟୁ ହୋଇଥିବା କୋରାପୁଟ ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କୁହାଯାଇଛି। ଏହି ବୈଠକ ଅବସରରେ ସଡ଼କ ଦୁର୍ଘଟଣାରେ ଗୁରୁତର ବ୍ୟକ୍ତିଙ୍କୁ ନିକଟ ହସ୍ପିଟାଲକୁ ପହଞ୍ଚାଇଥିବା ବୈପାରିଗୁଡ଼ା ବ୍ଲକ ଅଞ୍ଚଳର କୁମନା ମୁଦୁଲି ନାମକ ଜଣେ ମହିଳାଙ୍କୁ ଶ୍ରେଷ୍ଠ ସାମରିଟାନ ସମ୍ମାନ ଭାବେ ପ୍ରମାଣପତ୍ର ଓ ୨ ହଜାର ଟଙ୍କାର ଏକ ଚେକ ପ୍ରଦାନ କରାଯାଇ ସମ୍ମାନିତ କରାଯାଇଥିଲା। କୋରାପୁଟ ଏମ୍‌ପି ଏହି ପୁରସ୍କାର ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

IND vs WI: ତୃତୀୟ ଦିନିକିଆ ପୂର୍ବରୁ ବଡ଼ ଝଟ୍‌କା, ବାଦ୍ ପଡ଼ିଲେ ଷ୍ଟାର୍ ଅଲରାଉଣ୍ଡର, ମାରିଥିଲେ ଦମଦାର୍ ଶତକ!

ନୂଆଦିଲ୍ଲୀ,୨।୧୦: ଭାରତ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯାଉଥିବା ୩ ମ୍ୟାଚ୍ ବିଶିଷ୍ଟ ଦିନିକିଆ (ODI) ସିରିଜ୍‌ରେ ଭାରତୀୟ ଦଳ ୨-୦ ରେ ଅଗ୍ରଣୀ ସହ ସିରିଜ୍ କବ୍‌ଜା…

ତୁଳା ରାଶିରେ ଶୁକ୍ରଙ୍କ ଓଲଟା ଚାଲି: ଅକ୍ଟୋବର ୩ରୁ ଏହି ୫ଟି ରାଶିର ଲୋକଙ୍କୁ ରହିବାକୁ ପଡ଼ିବ ସାବଧାନ!

୨୦୨୬ ଅକ୍ଟୋବର ୩ ତାରିଖରୁ ଶୁକ୍ର ନିଜର ସ୍ୱରାଶି ତୁଳାରେ ବକ୍ରୀ ଅର୍ଥାତ୍ ଓଲଟା ଚାଲି ଚାଲିବାକୁ ଯାଉଛନ୍ତି। ଶୁକ୍ରଙ୍କର ଏହି ଚଳନ ହେତୁ ସମ୍ପର୍କ, ଭାଗୀଦାରୀ,…

SRHର ଅଧିନାୟକ ନିଷ୍ପତ୍ତିକୁ ନେଇ ଝଡ଼! କ୍ଷୁବ୍ଧ ଅଭିଷେକ ଶର୍ମା, ଛାଡ଼ିପାରନ୍ତି ଦଳ

ନୂଆଦିଲ୍ଲୀ,୨।୧୦: ଇଣ୍ଡିଆନ୍ ପ୍ରିମିୟର ଲିଗ୍ (IPL) ୨୦୨୭ ସଂସ୍କରଣ ପୂର୍ବରୁ ସନ୍‌ରାଇଜର୍ସ ହାଇଦ୍ରାବାଦ (SRH) ଶିବିରରୁ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ,…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

ଚୋରାରେ କଟାଯାଇଥିବା ୪ ଶାଳ ଗଛର ଗଣ୍ଡି ଜବତ

ପାଟଣା, ୨।୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ଅନ୍ତର୍ଗତ ପାଟଣା ସେକ୍ସନର ମଲ୍ଲିପୋଷି ବିଟ୍‌ ଅଧୀନ ନୂଆପଡ଼ା ଗ୍ରାମ ହୁଡ଼ିରୁ ଚୋରାରେ କଟାଯାଇ…

କଙ୍କାଳ ଜବତ, ନିଖୋଜ ମହିଳାଙ୍କ କଙ୍କାଳ ବୋଲି ଅନୁମାନ

ରିଆମାଳ,୨|୧୦(ବଦ୍ରିନାରାୟଣ ଅଗ୍ରୱାଲା): ଦେବଗଡ଼ ଜିଲା ରିଆମାଳ ଥାନା ଗୁଣ୍ଡିଆପାଲି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସାନଡଙ୍ଗାଘାଟର ମୁଣ୍ଡା ସାହି ଗୋହିରା ନାଳ ପାଖରୁ ରିଆମାଳ ଥାନା ପୁଲିସ ଏକ…

ଅନ୍ତରବା ଛକରେ ଦୁର୍ଘଟଣା, ୩ ଗୁରୁତର, ୨ ଆହତ

ମୋହନା, ୨।୧୦ (ମନ୍ମଥ ମିଶ୍ର): ଗଜପତି ଜିଲା ଅଡ଼ବା ଥାନା ଅନ୍ତରବା ଛକରେ ଗୁରୁବାର ଏକ ସଡ଼କ ଦୁର୍ଘଟଣା ଘଟି ୩ ଜଣ ଗୁରୁତର ଓ ୨…

ଭାରତ-ପାକିସ୍ତାନ ମହାମୁକାବିଲା: ଓପନର ବୈଭବ ସୂର୍ଯ୍ୟବଂଶୀଙ୍କୁ ନେଇ ବଢ଼ିଲା ଚିନ୍ତା, ସାମ୍ନାକୁ ଆସିଲା…

ନୂଆଦିଲ୍ଲୀ,୨।୧୦: ଏସିଆନ୍ ଗେମ୍ସ କ୍ରିକେଟ୍ ପ୍ରତିଯୋଗିତାର ଫାଇନାଲ୍‌ରେ ଆସନ୍ତା ଅକ୍ଟୋବର ୩ ତାରିଖରେ ଭାରତ ଓ ପାକିସ୍ତାନ ମୁହାଁମୁହିଁ ହେବାକୁ ଯାଉଛନ୍ତି। ଏହି ହାଇ-ଭୋଲ୍ଟେଜ୍ ସ୍ୱର୍ଣ୍ଣ ପଦକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?