ପର୍ଯ୍ୟଟନରେ ପୂର୍ଣ୍ଣଚ୍ଛେଦ

ଢେଙ୍କାନାଳ ଅଫିସ, ୫।୩: ସାତକୋଶିଆ ବ୍ୟାଘ୍ର କରିଡରରେ ସାମିଲ କରାଯିବା ପରେ ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ‘ନନ୍ଦିନିଆ’ ପର୍ଯ୍ୟଟନସ୍ଥଳୀ ମାନ୍ୟତାରୁ ବାଦ୍‌ ପଡ଼ିଛି। ବିବିଧ ବନ୍ୟଜୀବନରେ ଭରପୂର ଏହି ଜଙ୍ଗଲରେ ପର୍ଯ୍ୟଟକଙ୍କ ପ୍ରବେଶ ଉପରେ କଟକଣା ଜାରି କରାଯାଇଛି। ଫଲରେ ‘ନନ୍ଦିନିଆ’ରେ ପର୍ଯ୍ୟଟନକୁ ନେଇ ରହିଥିବା ସମସ୍ତ ସମ୍ଭାବନାରେ ଏକପ୍ରକାର ପୂର୍ଣ୍ଣଚ୍ଛେଦ ପଡ଼ିଛି। ଏହି ରିଜର୍ଭ ଫରେଷ୍ଟରେ କଲରାପତରିଆ ସଂଖ୍ୟା ବୃଦ୍ଧି ପ୍ରାଣୀପ୍ରେମୀଙ୍କ ମଧ୍ୟରେ ଖୁସିର ଲହରି ଖେଳାଇ ଦେଇଥିବାବେଳେ ଏହା ପର୍ଯ୍ୟଟନ ମାନଚିତ୍ରରୁ ବାଦ୍‌ ପଡ଼ିବା ଅନେକଙ୍କୁ ନିରାଶ କରିଛି। ଏହାକୁ ଇକୋ ଟୁରିଜମ ଭାବେ ବିକାଶ କରିବା ସହ ସଫାରି ପାଇଁ ପଦକ୍ଷେପ ନିଆଗଲେ ପ୍ରକୃତିପ୍ରେମୀମାନେ ଅତି ନିକଟରୁ ବାଘ, ହାତୀ ଭଳି ଜଙ୍ଗଲୀ ଜୀବଙ୍କୁ ଦେଖିବାର ସୁଯୋଗ ପାଇପାରନ୍ତେ ବୋଲି ସାଧାରଣରେ ମତ ପ୍ରକାଶ ପାଇଛି।
ଢେଙ୍କାନାଳ ବନଖଣ୍ଡର ହିନ୍ଦୋଳ ରେଞ୍ଜ ଅଧୀନ ନନ୍ଦିନିଆ ସଂରକ୍ଷିତ ଜଙ୍ଗଲ ପ୍ରକୃତିର ବରଦାନ। ଏଠାକାର ବିସ୍ତୀର୍ଣ୍ଣ ବନଭୂମି, ସବୁଜିମାମୟ ପରିବେଶ ପର୍ଯ୍ୟଟକଙ୍କୁ ବାନ୍ଧି ରଖିବା ଲାଗି ଯଥେଷ୍ଟ। ଜିଲାର କଲରାପତରିଆଙ୍କ ଅନ୍ୟତମ ଅନ୍ତୁଡ଼ିଶାଳ ତଥା ସାତକୋଶିଆ ସୀମାନ୍ତ ଏହି ଜଙ୍ଗଲକୁ ନିକଟରେ ବ୍ୟାଘ୍ର କରିଡରରେ ସାମିଲ କରାଯାଇଛି। ବାଘଙ୍କ ପ୍ରାକୃତିକ ଆବାସସ୍ଥଳୀରୁ ମଣିଷଙ୍କୁ ଦୂରେଇ ରଖିବା ଏବଂ ସେଠାରେ ମନୁଷ୍ୟକୃତ କାର୍ଯ୍ୟକଳାପ ଉପରେ ଅଙ୍କୁଶ ଲଗାଇବା ଲାଗି ନନ୍ଦିନିଆରେ ପର୍ଯ୍ୟଟକଙ୍କ ପ୍ରବେଶକୁ ବାରଣ କରାଯାଇଛି। ହେଲେ ବନ ବିଭାଗର ଏହି କଟକଣା ଏଠାକାର ପର୍ଯ୍ୟଟନ ଶିଳ୍ପକୁ ପ୍ରଭାବିତ କରିବା ଆଶଙ୍କା ସୃଷ୍ଟି ହୋଇଛି।
‘ନନ୍ଦିନିଆ’ ସଂରକ୍ଷିତ ଜଙ୍ଗଲରେ ଥିବା ପ୍ରାଚୀନ ଗୁମ୍ଫାରେ କେଉଁ ଆବହମାନ କାଳରୁ ଚତୁର୍ଦ୍ଧା ମୂର୍ତ୍ତି ପୂଜାପାଇ ଆସୁଛନ୍ତି। ସଂକ୍ରାନ୍ତି, ଅମାବାସ୍ୟାରେ ସ୍ଥାନୀୟ ଅଞ୍ଚଳବାସୀ ଏଠାରେ ସମବେତ ହୋଇ ସଂକୀର୍ତ୍ତନ କରିଥାଆନ୍ତି। ଏଠାରେ ଥିବା ବଡ଼ପଥର କୁଣ୍ଡରେ ବର୍ଷାଦିନେ ପାଣି ସଂରକ୍ଷିତ ହୋଇ ରୁହେ। ସେଠାରେ ଝରଣା ଭଳି ପାହାଡ଼ ତଳକୁ ପ୍ରବାହିତ ହୋଇଥାଏ। ସନାତନ ସଂସ୍କୃତିର ଭାବାବେଗ ସହିତ ଜଡ଼ିତ ଏହି ସ୍ଥାନ ଆଧ୍ୟାତ୍ମିକତା ଦୃଷ୍ଟିକୋଣରୁ ଗୁରୁତ୍ୱ ବହନ କରୁଥିବାବେଳେ ପର୍ଯ୍ୟଟନ ଋତୁରେ ଏଠାରେ ଅସମ୍ଭାଳ ଭିଡ଼ ହୋଇଥାଏ। ହେଲେ କଟକଣା ଲାଗୁ ପରେ ଏଠାରେ ଆଉ ବଣଭୋଜି ହୋଇପାରିବ ନାହିଁ, ଯାହା ପର୍ଯ୍ୟଟକଙ୍କୁ ନିରାଶ କରିଛି। ଅନ୍ୟପଟେ ନିକଟରେ ବ୍ୟାଘ୍ର କରିଡରରେ ସାମିଲ ହେବା ପରେ ଏହାକୁ ନିଷିଦ୍ଧାଞ୍ଚଳ ଭାବେ ଘୋଷଣା କରାଯାଇଛି। ସାଧାରଣ ଲୋକଙ୍କ ଅନଧିକାର ପ୍ରବେଶ ବନ୍ଦ କରିବା ଲାଗି ‘ନନ୍ଦିନିଆ’ର ପ୍ରବେଶ ପଥରେ ଏକ ଚେକ୍‌ଗେଟ୍‌ ଲଗାଯାଇଛି। ବନ କର୍ମଚାରୀ, ଏଲିଫ୍ୟାଣ୍ଟ ସ୍କ୍ବାଡ୍‌ କର୍ମଚାରୀ ଦିନରାତି ପାଟ୍ରୋଲିଂ କରୁଛନ୍ତି।
ଏ ସଂକ୍ରାନ୍ତରେ ଅଞ୍ଚଳର ଯୁବ ସାମାଜିକ କର୍ମୀ ସୁବାସ ଚନ୍ଦ୍ର ପାଳ କୁହନ୍ତି, ହିନ୍ଦୋଳ ଏନଏସିଠାରୁ ନନ୍ଦିନିଆର ଦୂରତା ମାତ୍ର ୪ କିଲୋମିଟର। ଏହାକୁ ପର୍ଯ୍ୟଟନସ୍ଥଳୀର ମାନ୍ୟତା ଦେବାକୁ ବାରମ୍ବାର ଦାବି କରାଯାଇଛି। ହେଲେ ଏହାକୁ ସାତକୋଶିଆ ବ୍ୟାଘ୍ର କରିଡରରେ ସାମିଲ କରାଯାଇଥିବା ବେଳେ ବନ ବିଭାଗ ପକ୍ଷରୁ ଜଙ୍ଗଲ ଭିତରକୁ କାହାରିକୁ ପ୍ରବେଶ କରାଇ ଦିଆଯାଉନାହିଁ। ଜିଲା ପର୍ଯ୍ୟଟନ ଅଧିକାରୀ ଜଗଦୀଶ ରାୟ କୁହନ୍ତି, ସଂରକ୍ଷିତ ଜଙ୍ଗଲର ମାନ୍ୟତା ପାଇଥିବାରୁ ‘ନନ୍ଦିନିଆ’ ପର୍ଯ୍ୟଟନ ସ୍ଥଳୀ ମାନ୍ୟତାରୁ ବଞ୍ଚତ୍ତ ହୋଇଛି। ଏଠାରେ ଇକୋ ଟୁରିଜ୍‌ମ ପାଇଁ ପ୍ରସ୍ତାବ ଦିଆଯିବା ଉଚିତ ବୋଲି ସେ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅସନ୍ତୁଷ୍ଟଙ୍କ ପାଇଁ ବଢୁଛି ଅଡୁଆ

ବୈଶିଙ୍ଗା,୨୬ା୪(ରତନ ଦାଶ):ସାଧାରଣ ନିର୍ବାଚନ ଯେତିକି ପାଖେଇ ଆସୁଛି ମୟୂରଭଞ୍ଜ ଜିଲା ବଡ଼ସାହି ବିଧାନସଭା ନିର୍ବାଚନ ମଣ୍ଡଳୀରେ ସବୁଦିନ କିଛି ନୂଆ କଥା ଦେଖିବାକୁ ମିଳୁଛି। ପ୍ରମୁଖ...

ମୋକିମ୍‌ଙ୍କୁ ଟାର୍ଗେଟ୍‌ କଲେ ପ୍ରକାଶ

କଟକ,୨୬ା୪(ଶିଳ୍ପା ପ୍ରିୟଦର୍ଶିନୀ):ଆପରାଧିକ ସାମ୍ରାଜ୍ୟକୁ ସୁରକ୍ଷା ଦେବା ପାଇଁ ମହିଳା କାର୍ଡ ଖେଳିବା ଲଜ୍ଜାଜନକ ବୋଲି କହି ମହମ୍ମଦ ମୋକିମଙ୍କୁ ଟାର୍ଗେଟ କରିଛନ୍ତି ବିଜେଡି ବିଧାୟକ ପ୍ରାର୍ଥୀ...

କନିଷ୍ଠ ଶିକ୍ଷକ ନିଯୁକ୍ତି ମାମଲା: ଏହି ଦିନ ରାୟ ଶୁଣାଇବେ ହାଇକୋର୍ଟ

କଟକ,୨୬ା୪(କାର୍ତ୍ତିକ ସାହୁ):ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କନିଷ୍ଠ ଶିକ୍ଷକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ନେଇ ରୁଜୁ ହୋଇଥିବା ମାମଲାର ରାୟ ପ୍ରକାଶ କରି...

ଘରେ ପଶି ମା’- ଦେଢ଼ ବର୍ଷର ପୁଅଙ୍କୁ ବୀଭତ୍ସ ହତ୍ୟା

ସମ୍ବଲପୁର,୨୬ା୪: ସମ୍ବଲପୁର ଜିଲା ଗୋବିନ୍ଦପୁର ଥାନା ଦଲକିବାହାଲ ଗାଁରେ ଗୁରୁବାର ବିଳମ୍ବିତ ରାତିରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଘରେ ପଶି ମା’-ପୁଅଙ୍କୁ ହତ୍ୟା କରିଛନ୍ତି...

ପୁଅଙ୍କ ଲଢ଼େଇ, ବାପାଙ୍କ ଚିନ୍ତା

ବଲାଙ୍ଗୀର,୨୬ା୪(ବୀରେନ୍ଦ୍ର କୁମାର ଝାଙ୍କର):୨୦୨୪ ନିର୍ବାଚନରେ ନିଜ ପୁଅକୁ ପ୍ରାର୍ଥୀ କରି ରାଜ୍ୟର ଅନେକ ବରିଷ୍ଠ ଏବଂ ସଫଳ ରାଜନେତା ଏବେ ଷ୍ଟାର ପ୍ରଚାରକ ପାଲଟିଛନ୍ତି। ବିଶେଷକରି...

ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବେ ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା

କଟକ,୨୫ା୪(କାର୍ତ୍ତିକ ସାହୁ): ଗ୍ୟାଙ୍ଗଷ୍ଟର ଧଳସାମନ୍ତ ଭ୍ରାତା ତାଙ୍କ ଦିବଙ୍ଗତ ବାପାଙ୍କ ଶୁଦ୍ଧିକ୍ରିୟାରେ ଯୋଗଦେବା ନିମନ୍ତେ ଅଦାଲତ ଅନୁମତି ଦେଇଛନ୍ତି। ଆସନ୍ତା ୨୯ ଓ ୩୦ ତାରିଖରେ...

ଗରା ଧରି ଜିଲାପାଳଙ୍କୁ ପାଣି ମାଗିଲେ ଜୁଆଙ୍ଗ ଆଦିବାସୀ

କେନ୍ଦୁଝର,୨୫ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): ସରକାର ଆଦିବାସୀ ଓ ଗରିବ ଲୋକଙ୍କ ପାଇଁ ମାଳମାଳ ଯୋଜନା କରି ଅନେକ କୋଟି ଖର୍ଚ୍ଚ କରୁଛନ୍ତି। ମାତ୍ର ଜିଲାର ପୁରାତନ...

୨୦୧୮ ଗୁଳିକାଣ୍ଡ: କୁଖ୍ୟାତ ଅପରାଧୀ ତପୁଙ୍କୁ ୭ ବର୍ଷ କାରାଦଣ୍ଡ

କଟକ,୨୫ା୪ (କାର୍ତ୍ତିକ ସାହୁ): କଟକ ସଦର ଥାନା ଅଞ୍ଚଳରେ ୨୦୧୮ ମସିହା ମାର୍ଚ୍ଚ ୨ ତାରିଖରେ ଦୁଇଗୋଷ୍ଠୀ ମଧ୍ୟରେ ସଂଘଟିତ ଗୁଳିମାଡ଼ ମାମଲାର ରାୟ ଗୁରୁବାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri