ଏଇ ଭାରତରେ

ଏବେ ବି ଭାରତରେ ବହୁ ଅଞ୍ଚଳରେ ଗମନାଗମନର ଅଭାବ ରହିଛି। ସ୍ବାସ୍ଥ୍ୟ ସେବା ସେଠାରେ ଅପହଞ୍ଚ। ରୋଗୀଟିଏ ହେଉ କିମ୍ବା ଗର୍ଭବତୀଙ୍କୁ ଖଟିଆରେ ବୁହାହୋଇ ଅଣାଯାଉଛି ହସ୍ପିଟାଲକୁ। ଆମ୍ବୁଲାନ୍ସ ସେବା ବି ଉପଲବ୍ଧ ହୋଇପାରୁ ନାହିଁ। ଏଭଳି ସ୍ଥିତି ପ୍ରତିଦିନ ଖବର ପାଲଟୁଥିବା ବେଳେ ୩ ଡାକ୍ତର ବନ୍ଧୁ ଆଇସିୟୁ ସେବାକୁ ଗ୍ରାମାଞ୍ଚଳରେ ପହଞ୍ଚାଇବା ଲାଗି ଆରମ୍ଭ କରିଛନ୍ତି ‘ମିଶନ ଆଇସିୟୁ’। ଏହି ମିଶନ ଚଳାଉଛନ୍ତି ଡା. ଅଶ୍ୱିନୀ ନାୟକ, ମନୋଜ ଶାହା ଏବଂ ଡା. ଏଡ୍‌ମଣ୍ଡ। ସେମାନେ ଗ୍ରାମାଞ୍ଚଳରେ ଆଇସିୟୁ ଯୋଗାଇଦେବା ସହ ଉନ୍ନତ ଚିକିତ୍ସା ବ୍ୟବସ୍ଥା କରୁଛନ୍ତି। ଏଣୁ ଦୂରଦୂରାନ୍ତରୁ ଗମ୍ଭୀର ସ୍ଥିତିରେ ଥିବା ରୋଗୀଙ୍କୁ ଆଉ ଦୂର ସହରକୁ ଆସିବାକୁ ପଡୁନାହିଁ। ସେମାନେ ଗ୍ରାମାଞ୍ଚଳରେ ଥିବା ବିଭିନ୍ନ ହସ୍ପିଟାଲରେ ଏହି ବ୍ୟବସ୍ଥା ଉପଲବ୍ଧ କରାଇ ପାରୁଛନ୍ତି। ସେଠାରେ ଅଭିଜ୍ଞ ଡାକ୍ତର, ମେଡିକାଲ କିଟ୍‌ ଆଦି ବି ଯୋଗାଇ ଦିଆଯାଉଛି। ଏବେ ସୁଦ୍ଧା ତିନି ଡାକ୍ତର ବନ୍ଧୁ ୨୦ଟି ହସ୍ପିଟାଲରେ ୨୦୦ ଆଇସିୟୁ ବେଡ୍‌ କିଟ୍‌ ଯୋଗାଇ ସାରିଲେଣି। ସେମାନେ ଏକ ହସ୍ପିଟାଲରେ ୧୦-୪୦ ବେଡ୍‌ ରଖିବାର ଯୋଜନା କରିଛନ୍ତି। ରୋଗୀଙ୍କୁ ଦୁର୍ଗମ ଅଞ୍ଚଳରୁ ଆଣି ସେଠାରେ ରଖୁଛନ୍ତି ଓ ବର୍ତ୍ତମାନ ଏହି ମିଶନ ମହାରାଷ୍ଟ୍ର, କର୍ନାଟକ, ଓଡ଼ିଶା, କଶ୍ମୀର, ମଣିପୁର, ତ୍ରିପୁରା ଏବଂ ଅରୁଣାଚଳ ପ୍ରଦେଶରେ ଚାଲୁରହିଛି। ଏହାପରେ ଜଣେ ରୋଗୀ ମହିଳାଙ୍କୁ ଯେପରି ଆଇସିୟୁ ପାଇବାକୁ ୩୦ ମିନିଟ୍‌ରୁ ଅଧିକ ବାଟ ଯାତ୍ରା କରିବାକୁ ପଡ଼ିବନି, ତାହାକୁ ଲକ୍ଷ୍ୟ ରଖି ଯୋଜନା ପ୍ରସ୍ତୁତ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri