ଏଇ ଭାରତରେ

ଉତ୍ତରପ୍ରଦେଶ ଲଖିମପୁର ଖେରୀର ଗୋନ୍ଧିୟା ଗ୍ରାମରେ ମଣିଷ ଏବଂ ମାଙ୍କଡ଼ଙ୍କ ମଧ୍ୟରେ ବନ୍ଧୁତ୍ୱର ଏକ ହୃଦୟସ୍ପର୍ଶୀ ଘଟଣା ସାମ୍ନାକୁ ଆସିଛି। ଜଣେ ଚାଷୀଙ୍କ ମୃତ୍ୟୁ ପରେ ମାଙ୍କଡ଼ଟି ଜଙ୍ଗଲରୁ ବାହାରି ଶେଷ ଶ୍ରଦ୍ଧାଞ୍ଜଳି ଦେବା ପାଇଁ ତାଙ୍କ ଘରେ ପହଞ୍ଚିଥିଲା। ଗୋନ୍ଧିୟା ନିବାସୀ ଏହି ଚାଷୀଙ୍କ ନାମ ଚନ୍ଦନଲାଲ କ୍ୱର୍ମା। ତାଙ୍କର ଦେହାନ୍ତ ହେବା ପରେ ପରିବାର ସଦସ୍ୟ ଓ ସମ୍ପର୍କୀୟମାନେ କାନ୍ଦୁଥିଲେ। ହଠାତ୍‌ ମାଙ୍କଡ଼ଟି ଆସି ମୃତ ଚନ୍ଦନଲାଲଙ୍କ ଉପରେ ପଡ଼ିଥିବା ଚାଦର କାଢ଼ି ତାଙ୍କ ମୁହଁକୁ ଭଲ ଭାବେ ଦେଖିଲା। ଏପରି କି ସେ ପରିବାରର ମହିଳାମାନଙ୍କ କୋଳରେ ମୁଣ୍ଡ ରଖି କାନ୍ଦିବା ସହ ସେମାନଙ୍କ ଉପରେ ହାତ ରଖି ସାନ୍ତ୍ୱନା ମଧ୍ୟ ଦେବା ଦେଖାଯାଇଥିଲା। ଚନ୍ଦନଲାଲ ଓ ମାଙ୍କଡ଼ ମଧ୍ୟରେ ସମ୍ପର୍କ ଗଢ଼ିଉଠିବାର ବାସ୍ତବତା ରହିଛି। ପ୍ରତିଦିନ ଚନ୍ଦନଲାଲ ଫସଲ ଜଗିବାକୁ ଯାଉଥିଲେ। ସେ ସାଙ୍ଗରେ ନେଇଯାଉଥିବା ରୁଟିରୁ ଗୋଟିଏ ମାଙ୍କଡ଼କୁ ଖାଇବାକୁ ଦେଉଥିଲେ। ସେଥିରୁ ଦୁହଁଙ୍କ ମଧ୍ୟରେ ସମ୍ପର୍କ ନିବିଡ଼ ହୋଇଯାଇଥିଲା। ତେଣୁ ବନ୍ଧୁତ୍ୱର ଋଣ ଶୁଝିବାକୁ ମାଙ୍କଡ଼ଟି ଚାଷୀଙ୍କ ମୃତ୍ୟୁ ପରେ ତାଙ୍କ ଘରେ ପହଞ୍ଚିଥିଲା। ଯେତେବେଳେ ପରିବାର ଓ ଗ୍ରାମବାସୀ ଶେଷ ରୀତିନୀତି ପାଇଁ ଚନ୍ଦନଲାଲଙ୍କ ମୃତଦେହ ନେଇଥିଲେ, ମାଙ୍କଡ଼ ସେଠାରୁ ଜଙ୍ଗଲକୁ ପଳାଇ ଯାଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ସନାତନ ଧର୍ମର ସାତ୍ତ୍ୱିକ ପରିଚୟ

ସନାତନ ଧର୍ମ ବିଷୟରେ ସମସାମୟିକ ଭାରତୀୟ ରାଜନୈତିକ ସ୍ତରରେ ସବୁଠୁ ବେଶି ଆଲୋଚନା ହେଉଛି, କିିନ୍ତୁ ଏହି ଶବ୍ଦକୁ ସବୁଠାରୁ କମ୍‌ ବୁଝାଯାଉଥିବା ଜଣାପଡ଼ୁଛି। ଶାବ୍ଦିକ ଅର୍ଥରେ…

ନିଷ୍ପ୍ରଭ ହେଉଛି ସାମୁଦ୍ରିକ ପ୍ରାଣୀଙ୍କ ଧ୍ୱନି

କଥାବାର୍ତ୍ତା ବା ଭାବର ଆଦାନପ୍ରଦାନ ଆବହମାନ ସମୟରୁ ରହିଆସିଛି। ଏ ସୃଷ୍ଟିର ବଡ଼ ବୈଚିତ୍ରତା ହେଉଛି ମଣିଷଠାରୁ ଜୀବଜଗତ, କୀଟପତଙ୍ଗ ସମସ୍ତଙ୍କର ଏହି ଧ୍ୱନି ପ୍ରକରଣ ଯେତିକି…

ଆମ ତୃଷ୍ଣାର କ’ଣ ବିକଳ୍ପ ନାହିଁ

ସାମାଜିକ ଗଣମାଧ୍ୟମର ଭିଡିଓ କ୍ଲିପ୍‌ ଦେଖୁଦେଖୁ ମୋର ନଜର ପଡ଼ିଲା ମଦଜନିତ ବିଶେଷ ଖବର ଉପରେ। ଜିଲା ପ୍ରଶାସନିକ ମୁଖ୍ୟ ଅର୍ଥାତ୍‌ ଜିଲାପାଳମାନେ ବି କେଡ଼େ କୌତୁକିଆ…

ସଂସ୍କୃତିର ଅନ୍ୟ ନାମ ସ୍ବଚ୍ଛତା

ଜାପାନୀ ଭାଷାରେ ଅଛି-‘ଟାଟ୍‌ସୁ ଟୋରି ଏଟୋ ଓ୍ବ ନିଗୋସାଜୁ’। ଏହାର ଆକ୍ଷରିକ ଇଂଲିଶ୍‌ ଅନୁବାଦ କଲେ ହେବ-‘ଏ ବାର୍ଡ ଲିଭ୍‌ସ ନଥିଂ ବିହାଇଣ୍ଡ’। ଓଡ଼ିଆରେ ଏହାକୁ କୁହାଯାଇପାରେ-‘ପକ୍ଷୀ…

ଏଇ ଭାରତରେ

ପିଲା ପାଠ ପଢ଼ିବା ସହ ମାଟି ପରୀକ୍ଷାର ଟେକ୍‌ନିକ ଶିଖୁଛନ୍ତି ପୁଣେ ଦୀପ ଗୃହ ଏକାଡେମୀରେ । ସେମାନେ ମାଟି ପରୀକ୍ଷା କୌଶଳ ଶିକ୍ଷା କରିବା ସହ…

ଖୁସିର ଦେଶ ଭୁଟାନ

ଭୁଟାନକୁ ଖୁସିର ଦେଶ କୁହାଯାଏ । ଏହି ଦେଶର ଜନସାଧାରଣ ବୌଦ୍ଧଧର୍ମକୁ କେବଳ ଗ୍ରହଣ କରିନାହାନ୍ତି ସେମାନେ ଏହାକୁ ନିଜର ନୀତିଦିନର ବ୍ୟବହାର, କାର୍ଯ୍ୟକଳାପ ଓ ଜୀବନଶୈଳୀରେ…

କାହିଁ ଆମର ସ୍ବାଭିମାନ

ବେଳେ ବେଳେ ମନେହୁଏ, ସ୍ବତନ୍ତ୍ର ଉତ୍କଳ ପ୍ରଦେଶ ଗଠନର ଏତେ ବର୍ଷ ପରେ ଆମେ ଓଡ଼ିଶାର ଅଧିବାସୀ ତଥା ଓଡ଼ିଆ ଭାଷାଭାଷୀମାନେ ସାମଗ୍ରିକ ଭାବରେ ଆମ ରାଜ୍ୟ…

ଧାର୍ମିକ ଦୁର୍ନୀତି

ଉତ୍ତରପ୍ରଦେଶର ଅଯୋଧ୍ୟାରେ ରାମ ଜନ୍ମଭୂମି ବାବ୍ରୀ ମସ୍‌ଜିଦ୍‌ ବିବାଦରେ ସମାଧାନ ଘଟିବା ପରେ ସେହି ସ୍ଥାନରେ ଶ୍ରୀରାମ ମନ୍ଦିର ସ୍ଥାପନ ହୋଇ ୨୨ ଜାନୁଆରୀ ୨୦୨୪ରେ ରାମଲାଲାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri