ଏଇ ଭାରତରେ

ସେଣ୍ଟ୍ରାଲ ଇନ୍‌ଷ୍ଟିଚ୍ୟୁଟ ଅଫ୍‌ ପୋଷ୍ଟ ହାର୍ଭେଷ୍ଟ ଇଞ୍ଜିନିୟରିଂ ଆଣ୍ଡ୍‌ ଟେକ୍ନୋଲୋଜିର ଏକ ରିପୋର୍ଟ ଅନୁଯାୟୀ, ପ୍ରତିବର୍ଷ ଭାରତରେ ୧୬%ରୁ ଅଧିକ ଖାଦ୍ୟ ଉପତ୍ାଦ ନଷ୍ଟ ହେଉଛି। ଭଣ୍ଡାର ସୁବିଧା ନ ଥିବା ଏବଂ ମହଙ୍ଗା ପରିବହନ ଯୋଗୁ ଏଭଳି ଘଟୁଛି। ଫଳରେ ଚାଷୀ ଉପତ୍ାଦର ଉପଯୁକ୍ତ ମୂଲ୍ୟ ପାଇପାରୁନାହାନ୍ତି। ଏହି ଗମ୍ଭୀର ସମସ୍ୟାକୁ ସମାଧାନ କରିବା ଲାଗି ଇନ୍ଦୋରର ବରୁଣ ରହେଜା ଏକ ପୋର୍ଟେବଲ୍‌ ସୋଲାର ଡ୍ରାୟର ନିର୍ମାଣ କରିଛନ୍ତି, ଯାହା କ୍ଷୁଦ୍ର ଚାଷୀମାନଙ୍କ ପାଇଁ ବରଦାନ ସଦୃଶ ହୋଇଛି। ବରୁଣ ଜଣେ ମେକାନିକାଲ ଇଞ୍ଜିନିୟର। ନଷ୍ଟ ହୋଇଯାଉଥିବା ଫସଲକୁ ପ୍ରାକୃତିକ ଉପାୟରେ ଏଥିରେ ଶୁଖାଇବା ପରେ ଅନେକ ଦିନ ସଂରକ୍ଷିତ କରି ରଖାଯାଇପାରୁଛି। ବଜାରରେ ଉପଲବ୍ଧ ଅନ୍ୟ ସୋଲାର ଡ୍ରାୟର ମୂଲ୍ୟ ୧ ଲକ୍ଷ ଟଙ୍କାରୁ ଅଧିକ ରହୁଥିବାବେଳେ ବରୁଣଙ୍କ ଦ୍ୱାରା ନିର୍ମିତ ଡ୍ରାୟରର ଦାମ ମାତ୍ର ୧୫,୦୦୦ ଟଙ୍କା। ଦେଶର ସମସ୍ତ କ୍ଷୁଦ୍ରଚାଷୀ ଏହାକୁ କିଣିପାରିବେ ବୋଲି କହନ୍ତି ବରୁଣ। ଏବେ ସୁଦ୍ଧା ମୋଟ ୩୫୦୦ ଚାଷୀ ଏହାକୁ ବ୍ୟବହାର କରି ନଷ୍ଟ ହୋଇଯାଉଥିବା ଫସଲକୁ ଶୁଖାଇ ରଖୁଛନ୍ତି, ଯାହାକୁ ପରବର୍ତ୍ତୀ ସମୟରେ ବିକ୍ରି କରି ଲାଭ ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri