ଏଇ ଭାରତରେ

କୌଣସି ମା’ ପାଇଁ ନିଜ ପିଲାମାନଙ୍କଠାରୁ ବଡ଼ କିଛି ନାହିଁ। ମା’ ନିଜ ପିଲାଙ୍କୁ ସୁରକ୍ଷା ଦେବାକୁ ଜୀବନ ସହ ବାଜି ଲଗାଇଦେଇଥାନ୍ତି। ଜଣେ ମା’ ନିଜ ପିଲାମାନଙ୍କ ପ୍ରତି ସ୍ନେହ ଏବଂ ପ୍ରେମ ଆଚରଣ ପ୍ରଦର୍ଶନ କରିବା ସହିତ ସଙ୍କଟ ସମୟରେ ନିଜ ଜୀବନକୁ ତୁଚ୍ଛ ମଣିଥାନ୍ତି। ଏଭଳି ଏକ ଉଦାହରଣ ଦେଖିବାକୁ ମିଳିଛି ବିହାରର ସାର୍ହସାରେ। ଏହି ମା’ ଜଣକ ହେଉଛନ୍ତି ମୁନ୍ନି ଖାତୁନ। ଗୁଣ୍ଡାମାନେ ମୁନ୍ନି ଖାତୁନଙ୍କ ଦୁଇ ମହଲା ଘରେ ପଶି ତାଙ୍କ ପୁଅକୁ ଟାଣି ନେଇ ଆକ୍ରମଣ ଆରମ୍ଭ କରିବା ପୂର୍ବରୁ ସେ ଏହା ଦେଖି ତତ୍‌କ୍ଷଣାତ ନିଜ ଜୀବନକୁ ପାଣିଛଡ଼ାଇ ପୁଅକୁ ରକ୍ଷା କରିବା ପାଇଁ ଲଢ଼ିବା ଆରମ୍ଭ କରିଥିଲେ। ସେ ନିଜ ଓଢ଼ଣିରେ ଫାଶ ତିଆରି କରି ଗୁଣ୍ଡାଙ୍କଠାରୁ ପିସ୍ତଲ ମଧ୍ୟ ଛଡ଼ାଇ ନେଇଥିଲେ। ମା’ ଜଣକ ଗୁଣ୍ଡାମାନଙ୍କ ସହିତ ଦୁର୍ଗା ଭଳି ଲଢ଼େଇ କରି ପୁଅକୁ ବଞ୍ଚାଇବାରେ ସଫଳ ହୋଇଥିଲେ। କେବଳ ସେତିକି ନୁହେଁ, ପଳାୟନ କରୁଥିବା ଗୁଣ୍ଡାଙ୍କ ମଧ୍ୟରୁ ଜଣଙ୍କୁ ମଧ୍ୟ ଧରିନେଇଥିଲେ। ଏବେ ତାଙ୍କର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ସ୍ଥାନୀୟ ଅଞ୍ଚଳର ଲୋକେ ଏବଂ ପ୍ରଶାସନ ମୁନ୍ନିଙ୍କ ସାହସକୁ ପ୍ରଶଂସା କରିବାରେ ଲାଗିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri