ଏଇ ଭାରତରେ

ନିଖୋଜ ପିଲାମାନଙ୍କୁ ଖୋଜି ଆଣି ସେମାନଙ୍କ ମାତାପିତାଙ୍କୁ ଦେଉଛନ୍ତି ଆଇଏଏସ୍‌ ଅଧିକାରୀ ହିମାଂଶୁ ନାଗପାଲ। ମୁସ୍କାନ ଅଭିଯାନ ଚଳାଇ ସେ ଏହି କାର୍ଯ୍ୟ କରୁଛନ୍ତି। ମୁଖ୍ୟତଃ ବାରାଣସୀ ଘାଟ, ରେଲ୍‌ଓ୍ବେ ଷ୍ଟେଶନ ଏବଂ ମନ୍ଦିରଗୁଡ଼ିକରେ ଭିକ ମାଗୁଥିବା ପିଲାମାନଙ୍କୁ ଉଦ୍ଧାର କରି ଭାରତର ଯେକୌଣସି ସ୍ଥାନରେ ଥିବା ସେମାନଙ୍କ ମାତାପିତାଙ୍କ ପାଖରେ ପହଞ୍ଚାଇ ଦିଆଯାଉଛି। ଏବେସୁଦ୍ଧା ଏଭଳି ୭୩୦ ପିଲାଙ୍କୁ ଉଦ୍ଧାର କରାଯାଇ ସେମାନଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ୨୦୧୯ ବ୍ୟାଚ୍‌ ଆଇଏଏସ୍‌ ଅଧିକାରୀ ହିମାଂଶୁଙ୍କୁ ଗତବର୍ଷ ବାରାଣସୀର ଚିଫ୍‌ ଡେଭଲପମେଣ୍ଟ ଅଫିସର ଭାବେ ନିଯୁକ୍ତ କରାଯାଇଥିଲା। ବାରାଣସୀର ବିଭିନ୍ନ ଜାଗାରେ ଭିକ୍ଷା ମାଗୁଥିବା ପିଲାମାନେ ତେଲଙ୍ଗାନା, କର୍ନାଟକ, ଆସାମ ଓ ପଡୋଶୀ ଦେଶ ନେପାଳର ବୋଲି ସେ ଜାଣିବାକୁ ପାଇଥିଲେ। ପରେ ଶିଶୁ ବିକାଶ ଓ ସାମାଜିକ କଲ୍ୟାଣ ବିଭାଗ ଏବଂ ପୋଲିସର ୬୦ ଜଣ ଅଧିକାରୀଙ୍କୁ ନେଇ ଏକ ୧୨ ଜଣିଆ ଟିମ୍‌ ଗଠନ କରି ଏଭଳି ପିଲାମାନଙ୍କୁ ଚିହ୍ନଟ କରିବା ଆରମ୍ଭ କରିଥିଲେ। ଉଦ୍ଧାର କରାଯାଉଥିବା ପିଲାଙ୍କ ପରିବାରକୁ ହସ୍ତାନ୍ତର ନ କରିବା ଯାଏ ସେମାନଙ୍କୁ ଓ୍ବେଲ୍‌ଫେୟାର ସେଲ୍‌ଟରରେ ରଖାଯାଉଛି। ଯେଉଁମାନଙ୍କ ଠିକଣା ନ ମିଳୁଛିି ସେଠାରେ ସେମାନଙ୍କୁ ଶିକ୍ଷାର ବ୍ୟବସ୍ଥା ମଧ୍ୟ କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଭୋଗୁଥିବା ସ୍ବପ୍ନ

ମଣିଷ ସ୍ବପ୍ନ ତ ଦେଖେ କିନ୍ତୁ ସବୁ ସ୍ବପ୍ନ ସତ ହୁଏନା। ଅନେକ ସ୍ବପ୍ନ ଅଧୁରା ରହେ। ଆଉ କିଛି ସ୍ବପ୍ନ ପୂରଣ ହୁଏ ସତ। ସ୍ବପ୍ନ…

ମନମୁଖି ଛଟେଇ

କିଛିଦିନ ତଳେ ସକାଳେ ଓରାକଲ କମ୍ପାନୀ କୌଣସି ପୂର୍ବ ଆଲୋଚନା ନ କରି ବା ସୂଚନା ବା ଚେତାବନୀ ନ ଦେଇ ସ୍ବୟଂଚାଳିତ ଇ-ମେଲ୍‌ରେ ଏକା ଥରକେ…

ନିର୍ଦ୍ଦେଶରେ ଦ୍ୱନ୍ଦ୍ୱ

ଯଦି ଆପଣ ଭାବୁଛନ୍ତି ଯେ ଦିଲ୍ଲୀରେ ଦୁଇ ପକ୍ଷଙ୍କ ମଧ୍ୟରେ ବିବାଦ ଦ୍ୱନ୍ଦ୍ୱାତ୍ମକ ଥିଲା ତାହା ନୁହେଁ, ଏବେ ତାମିଲନାଡୁରେ ସମାନ ପ୍ରକାର କାହାଣୀ ଦେଖିବାକୁ ମିଳିିଛି;…

କେଜାଣି କାହାର

ରାସ୍ତାରେ ନୋଟ୍‌ ଭର୍ତ୍ତି ହୋଇଥିବା ପର୍ସଟିଏ ପଡ଼ିିଥିବାର ଦେଖି ଜଣେ ପଥଚାରୀ ଭାବିଲେ ଏହି ପର୍ସଟି କାହାର କେଜାଣି, ଆହା! କିଏ ସେହି ଦୁର୍ଭାଗା ଯାହାଙ୍କ ପକେଟ୍‌ରୁ…

ଅନ୍ତରୀକ୍ଷ ସ୍ବପ୍ନ ଓ ମାନବୀୟ ଦାୟିତ୍ୱ

ପୃଥିବୀ ହେଉଛି ଜୀବଜଗତର ଏକ ମାତ୍ର ବାସଗୃହ’,ଏହା କେବଳ ଗୋଟିଏ ବୈଜ୍ଞାନିକ ସତ୍ୟ ନୁହେଁ, ବରଂ ମାନବ ସଭ୍ୟତା ପାଇଁ ଗୋଟିଏ ନୀତିଗତ ଦିଗ୍‌ଦର୍ଶକ। ତଥାପି, ଆଧୁନିକ…

ଆତ୍ମଘାତୀ ରଣନୀତି

ଓରୋବୋରୋସ ହେଉଛି ଏକ ପୁରାତନ ସାପର ଛବି, ଯେଉଁଥିରେ ତାହା ନିଜ ଲାଞ୍ଜକୁ ଭକ୍ଷଣ କରୁଛି। ଏହି ଛବି ଆତ୍ମଘାତୀ ରଣନୀତିର ସଙ୍କେତ ଦେଇଆସିଛି। ଏହା ଆମେରିକା…

ବୈଦିକ ସମାଜର ସ୍ୱରୂପ

ଖ୍ରୀଷ୍ଟପୂର୍ୱ ୧୫୦୦ରୁ ୧୦୦୦ ମଧ୍ୟରେ ସିନ୍ଧୁନଦୀର ଉପନଦୀ ସପ୍ତ-ସିନ୍ଧୁ କୂଳରେ ବୈଦିକ ଲୋକେ ବସବାସ କରୁଥିଲେ, ଯାହା ଏବେ ପଞ୍ଜାବ ନାମରେ ଜଣାଶୁଣା। ଏହା ହେଉଛି ଋକ୍‌-ବୈଦିକ…

ଆସୁଛି ଏଲ୍‌ ନିନୋ

ଆମେରିକାର ଜାତୀୟ ସାମୁଦ୍ରିକ ଏବଂ ବାୟୁମଣ୍ଡଳୀୟ ପ୍ରଶାସନ (ନ୍ୟାଶନାଲ ଓସେନିକ ଆଣ୍ଡ୍‌ ଆଟ୍‌ମୋସ୍ପିୟରିକ ଆଡ୍‌ମିନିଷ୍ଟ୍ରେଶନ ବା ”ନୋ ଆ (NO AA)“ ଦ୍ୱାରା ପରିଚାଳିତ ଜଳବାୟୁ ଆଗତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri