ଏଇ ଭାରତରେ

ଅନେକେ ପ୍ଲାଷ୍ଟିକ ବର୍ଜ୍ୟ ସମସ୍ୟାର ସମାଧାନ ଉପାୟ ବାହାର କରୁଥିବାବେଳେ ନଏଡାର ମାଧୁରୀ ବାଲୋଡି ଓ ଅମିତ ସିଂ ଅଦରକାରୀ କାଚ ବୋତଲ ଅପ୍‌ସାଇକ୍ଲିଂ କରୁଛନ୍ତି। ଏବେ ସୁଦ୍ଧା ସେମାନେ ୮ ଲକ୍ଷ କାଚ ବୋତଲ ସଂଗ୍ରହ କରି ଅପ୍‌ସାଇକ୍ଲିଂ କରିସାରିଲେଣି। ସେମାନେ ୨୦୧୩ରେ ‘ଦି ପୋଏଟ୍ରି-ଆର୍ଟ ପ୍ରୋଜେକ୍ଟ’ ଆରମ୍ଭ କରି ତା’ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ବର୍ଜ୍ୟ ଗୋଟାଳି ଏବଂ ଅନ୍ୟମାନଙ୍କଠାରୁ ସେ ବୋତଲ ସଂଗ୍ରହ କରି ସେଥିରୁ ଆକର୍ଷଣୀୟ ଗ୍ଲାସ୍‌, ସର୍ଭିଂ ସେଟ୍‌, ଲ୍ୟାମ୍ପ ଏବଂ ଅନ୍ୟ ଘରସଜ୍ଜା ଉପକରଣ ଆଦି ତିଆରି କରୁଛନ୍ତି। ଏଗୁଡ଼ିକ ୩୦୦ ଟଙ୍କାରୁ ଆରମ୍ଭ ହୋଇ ୧,୬୦୦ ଟଙ୍କାରେ ବିକ୍ରି ହେଉଛି। ଏହିସବୁ ସାମଗ୍ରୀକୁ ସେମାନେ ଭାରତ ସମେତ କାନାଡା, ନେଦରଲାଣ୍ଡ୍ସ, ଦୁବାଇ ଏବଂ ବ୍ରିଟେନରେ ବିକ୍ରି କରୁଛନ୍ତି ଓ ୮୦ ହଜାର ଗ୍ରାହକ ସୃଷ୍ଟି କରିପାରିଛନ୍ତି। ବୋତଲ ସଂଗ୍ରହ କରିବା ଲାଗି ଫେସ୍‌ବୁକ୍‌ରେ ‘ବ୍ରିିଙ୍ଗ ୟୋର ଓନ୍‌ ବଟଲ’(ବିଓ୍ବାଇଓବି) ଅଭିଯାନ ଚଳାଇବା ଦ୍ୱାରା ଅନେକ ଲୋକ ଏଥିରେ ସାମିଲ ହୋଇ ସେମାନଙ୍କ ପାଖରେ ବୋତଲ ପହଞ୍ଚାଉଛନ୍ତି। କେବଳ ନଏଡାରେ ୧୫୦ ବର୍ଜ୍ୟ ସଂଗ୍ରହକାରୀ ଏଥିରେ ଯୋଡ଼ି ହୋଇଛନ୍ତି ଓ ଏଥିରୁ ଲାଭ ବି ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ହିନ୍ଦୁତ୍ୱର ସଙ୍କେତ

ଭାଷଣରେ ଲୋକ ପ୍ରତିନିଧିତ୍ୱ ଆଇନ ଉଲ୍ଲଂଘନ କରିଥିବା ଅଭିଯୋଗ ପ୍ରଧାନମନ୍ତ୍ରୀଙ୍କ ଉପରେ ଲଗାଯାଇଛି। ଏହି ଭାଷଣକୁ ବିରୋଧୀ ସାମ୍ପ୍ରଦାୟିକ ବୋଲି କହିଛି। ତାଙ୍କୁ ଅଯୋଗ୍ୟ ଘୋଷଣା...

ଏଇ ଭାରତରେ

ଶ୍ରମିକମାନଙ୍କୁ ହଳେ ସ୍ଲିପର ଓ ମହିଳାମାନଙ୍କୁ ରୋଜଗାର ଯୋଗାଇବା ଲାଗି ଦିବ୍ୟାଂଶୁ ଉପାଧ୍ୟାୟ ଏକ ଅଭିନବ ଅଭିଯାନ ଚଳାଇଛନ୍ତି। ଦିବ୍ୟାଂଶୁ ରହୁଛନ୍ତି ଉତ୍ତରପ୍ରଦେଶ ବନାରସରେ। ସେ...

ବାଲୁଚିସ୍ତାନ ସହ ବିଶ୍ବାସଘାତକତା

ଲଳିତେନ୍ଦୁ ପଲାଉରୀ ପାକିସ୍ତାନର ପ୍ରମୁଖ ପ୍ରଦେଶ ବାଲୁଚିସ୍ତାନ ଦୀର୍ଘ ୭୫ ବର୍ଷରୁ ଅଧିକ ସମୟ ଧରି ଅଲଗା ରାଷ୍ଟ୍ର ଦାବି କରୁଥିବା ବେଳେ ଦିନକୁ ଦିନ...

ସମ୍ବିଧାନ ବଦଳାଇବାକୁ ନେଇ ଆଶଙ୍କା

ଭାଲଚନ୍ଦ୍ର ଷଡ଼ଙ୍ଗୀ ଦେଶରେ ସାଧାରଣ ନିର୍ବାଚନ ପାଇଁ ପ୍ରଚାର ଅଭିଯାନ ଚାଲିଥିବା ବେଳେ ସମ୍ବିଧାନକୁ ନେଇ ଚର୍ଚ୍ଚା ଜୋର୍‌ ଧରିବାରେ ଲାଗିଛି। ନରେନ୍ଦ୍ର ମୋଦିଙ୍କ ନେତୃତ୍ୱରେ...

Dillip Cherian

ଅଜବ ଅଭିଯୋଗ

ସାରା ଦେଶରେ ଏବେ ଲୋକ ସଭା ନିର୍ବାଚନକୁ ନେଇ ଉତ୍କଣ୍ଠା ପ୍ରକାଶ ପାଇଛି। ଏହା ମଧ୍ୟରେ ଭେଦଭାବପୂର୍ଣ୍ଣ କାର୍ଯ୍ୟ ଏବଂ ଅମଲାତାନ୍ତ୍ରିକ ଦ୍ୱନ୍ଦ୍ୱର ଏକ ବିଚିତ୍ର...

ନିର୍ବାଚନରେ ବାବୁ

ପ୍ରତି ଥର ନିର୍ବାଚନ ରଣାଙ୍ଗନରେ ହାକିମ ବାବୁମାନଙ୍କ ଗହଳି ଦେଖାଯାଏ। ରାଜନୀତିରେ ଲୋକମାନଙ୍କ ସହିତ ମିଶିବା ସହ ସାଧାରଣ ଜନତାଙ୍କୁ ପରଖି ସେମାନଙ୍କ ସେବା କରିବାର...

ଭୋଟଦାନ ପ୍ରତି ଅନାଗ୍ରହ

ସାଧାରଣତଃ ପ୍ରତି ପାଞ୍ଚବର୍ଷରେ ଥରେ ଭୋଟଦାନ ଭାରତୀୟ ସମ୍ବିଧାନ ଅନୁଯାୟୀ ସ୍ଥିରୀକୃତ ହୋଇଛି। ବେଳେବେଳେ ବିଭିନ୍ନ କାରଣରୁ ଏହି ସମୟସୀମା ହ୍ରାସ ପାଇଥାଏ। ବିରୋଧୀ ଦଳ...

ପାଶ୍ଚାତ୍ୟର ଅଧୋଗତି

ୟୁକ୍ରେନ୍‌ ଉପରେ ରୁଷିଆର ଆକ୍ରମଣକୁ ୨ବର୍ଷରୁ ଅଧିକ ସମୟ ହୋଇଗଲାଣି। ଏହି ଆକ୍ରମଣ ଆରମ୍ଭହେବା ପରଠାରୁ ପାଶ୍ଚାତ୍ୟ ଯୁଦ୍ଧ ସ୍ଥିତିରେ ନିଜର କୌଣସି କ୍ଷତି ନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri