ବିବାହ ସମସ୍ତଙ୍କ ଜୀବନର ଏକ ସ୍ବତନ୍ତ୍ର ମୁହୂର୍ତ୍ତ। ଏହାକୁ କିଏ କିଭଳି ପାଳନ କରିବେ ତାହା ସେମାନଙ୍କର ରୁଚି। କେହି ଏହାକୁ ଧୁମ୍ଧାମରେ ପାଳନ କରନ୍ତି ତ କେହି ନିଆରା ଭାବେ ମନାଇବାକୁ ଚାହିଁଥାନ୍ତି। ଏମିତି ଏକ ଭିନ୍ନ ଢଙ୍ଗରେ ପାଳନ କରିବା ଲାଗି ସ୍ଥିର କରୁଛନ୍ତି ରେଲଓ୍ବେ ଅଧିକାରୀ ଶଶିକାନ୍ତ କୋରଭାଥ। ବ୍ୟୟବହୁଳ ତଥା ପରିବେଶକୁ କ୍ଷତି କରୁଥିବା ଧାରାରୁ ଦୂରେଇ ଯାଇ ଶଶିକାନ୍ତ ତାଙ୍କ ନିମନ୍ତ୍ରଣ ପତ୍ରରେ ୬ ପ୍ରକାର ଗଛ ଉତାରିବା ଲାଗି ବ୍ୟବସ୍ଥା କରିଛନ୍ତି। ନିମନ୍ତ୍ରଣ କାର୍ଡରେ ୬ ପ୍ରକାର ଗଛର ମଞ୍ଜି ରଖିଛନ୍ତି। ନିମନ୍ତ୍ରଣ କାର୍ଡର ଲଫାପା ଚିରି ସେଥିରେ ଥିବା ୬ ପ୍ରକାର ପରିବା ମଞ୍ଜିକୁ ବୁଣିବାକୁ ଅନୁରୋଧ କରିଛନ୍ତି। ଏହି ଲଫାପାକୁ ମଧ୍ୟ ସିଧା ମାଟିରେ ପୋତି ଗଛ ଉତାରିହେବ। ଏହାକୁ କୁହାଯାଉଛି ପ୍ଲାଣ୍ଟେବଲ ଇନ୍ଭାଇଟ। ତେଲଙ୍ଗାନାର ଶଦନଗରରେ କାର୍ଯ୍ୟରତ ଇଣ୍ଡିଆନ୍ ରେଲଓ୍ବେ ଟ୍ରାଫିକ ସର୍ଭିସ(ଆଇଆର୍ଟିଏସ୍) ଶଶିକାନ୍ତ ଏଭଳି ଏକ ଗ୍ରୀନ୍ ବିବାହ ଆୟୋଜନ କରି ପରିବେଶର ଘଟୁଥିବା କ୍ଷତିକୁ ସୁଧାରିବା ପାଇଁ ପ୍ରୟାସ କରିଛନ୍ତି। ଦମ୍ପତି ସେମାନଙ୍କ ବିବାହ ଉତ୍ସବକୁ ବିନା ପ୍ଲାଷ୍ଟିକ୍ରେ ପାଳନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।
ଏଇ ଭାରତରେ
ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍ବିଏ ପାସ୍ କରିବା...
ଜୀବନର ଧାଁ ଦଉଡ଼
ବହୁତ ତରତର ବା ବ୍ୟସ୍ତ ଥିବା ମଣିଷକୁ ଦେଖି ମନରେ ଉଙ୍କିମାରେ ପ୍ରଶ୍ନଟିଏ, ଇଏ ଏତେ ବ୍ୟସ୍ତ କାହିଁକି? କାମଟି ଧୀରେ ଧୀରେ କଲେ କ’ଣ...
ଟଙ୍କାଖିଆ ମଣିଷ
ପିଲାବେଳର କଥା ମନେପଡ଼େ। ସେତେବେଳେ (ଆଜକୁ ଚାଳିଶ ବର୍ଷ ପୂର୍ବେ) ବିଶେଷକରି ଗାଁ ଲୋକେ ଚାକିରି କରିବା କିମ୍ବା ବାହାର ରାଜ୍ୟକୁ ଯାଇ ଦାଦନ ଖଟିବାକୁ...
ଦୁଇ ଦେଶ ଲୁଟୁଛନ୍ତି
ସମ୍ଭବତଃ ୨୦୨୫ ବର୍ଷଟି ସମସ୍ତଙ୍କର ମନେ ରହିବ, କାରଣ ଆମେରିକାର ରାଷ୍ଟ୍ରପତି ଏହି ବର୍ଷ ବୈଶ୍ୱିକ ବାଣିଜ୍ୟ ବ୍ୟବସ୍ଥାକୁ ଶେଷ କରିଦେଇଛନ୍ତି। କନ୍ତୁ ସତ କଥା...
ଏଇ ଭାରତରେ
ପଲିଥିନ ବ୍ୟବହାର ଉପରେ କଟକଣା ଲାଗୁ ହୋଇଥିଲେ ମଧ୍ୟ ଏହାର ବ୍ୟବହାର ପୂର୍ୱଭଳି ଜାରି ରହିଛି। ଅଧିକାଂଶ ଲୋକ ବ୍ୟାଗ୍ ନ ନେଇ ପଲିଥିନରେ ପରିବା...
ଯିଶୁଖ୍ରୀଷ୍ଟଙ୍କ ଜନ୍ମ ମହତ୍ତ୍ୱ
ଶ୍ୱର ଜଗତକୁ ଏତେ ପ୍ରେମ କଲେ ଯେ, ତାଙ୍କ ନିଜର ଅଦ୍ୱିତୀୟ ପୁତ୍ର ପ୍ରଭୁ ଯିଶୁଙ୍କୁ ପୃଥିବୀକୁ ପଠାଇଲେ। ଏଣୁ ଯେ କେହି ଯିଶୁଙ୍କଠାରେ ବିଶ୍ୱାସ...
ଗାନ୍ଧୀ ନୂଅଁାଖାଇ
ନୂଆ ଫସଲ ଅମଳ ପରେ ଆମ ଓଡ଼ିଶାରେ ବିଭିନ୍ନ ତିଥି ନେଇ ନୂଅଁାଖାଇ ପାଳନ କରାଯାଏ। ବିଶେଷକରି ଓଡ଼ିଶାର ପଶ୍ଚିମାଞ୍ଚଳରେ ନୂଆଖାଇ ବା ନୂଅଁାଖାଇ ଏକ...
ଜୈନ ଗ୍ରନ୍ଥ ଓ କର୍ମ ସିଦ୍ଧାନ୍ତ
ଜୈନ ଗ୍ରନ୍ଥ ଅନୁଯାୟୀ, ପରମସତ୍ତାଙ୍କ ହିସାବ ଖାତାରେ ପ୍ରତ୍ୟେକ କର୍ମର ଭଲ ମନ୍ଦ ଫଳ ରହିଛି। ନିଜର ଲୋଭ ଓ ମୋହ (ଖାଇବାଠାରୁ ଆରମ୍ଭକରି ବିଭିନ୍ନ...
Archives


