ଏଇ ଭାରତରେ

ବିବାହ ସମସ୍ତଙ୍କ ଜୀବନର ଏକ ସ୍ବତନ୍ତ୍ର ମୁହୂର୍ତ୍ତ। ଏହାକୁ କିଏ କିଭଳି ପାଳନ କରିବେ ତାହା ସେମାନଙ୍କର ରୁଚି। କେହି ଏହାକୁ ଧୁମ୍‌ଧାମରେ ପାଳନ କରନ୍ତି ତ କେହି ନିଆରା ଭାବେ ମନାଇବାକୁ ଚାହିଁଥାନ୍ତି। ଏମିତି ଏକ ଭିନ୍ନ ଢଙ୍ଗରେ ପାଳନ କରିବା ଲାଗି ସ୍ଥିର କରୁଛନ୍ତି ରେଲଓ୍ବେ ଅଧିକାରୀ ଶଶିକାନ୍ତ କୋରଭାଥ। ବ୍ୟୟବହୁଳ ତଥା ପରିବେଶକୁ କ୍ଷତି କରୁଥିବା ଧାରାରୁ ଦୂରେଇ ଯାଇ ଶଶିକାନ୍ତ ତାଙ୍କ ନିମନ୍ତ୍ରଣ ପତ୍ରରେ ୬ ପ୍ରକାର ଗଛ ଉତାରିବା ଲାଗି ବ୍ୟବସ୍ଥା କରିଛନ୍ତି। ନିମନ୍ତ୍ରଣ କାର୍ଡରେ ୬ ପ୍ରକାର ଗଛର ମଞ୍ଜି ରଖିଛନ୍ତି। ନିମନ୍ତ୍ରଣ କାର୍ଡର ଲଫାପା ଚିରି ସେଥିରେ ଥିବା ୬ ପ୍ରକାର ପରିବା ମଞ୍ଜିକୁ ବୁଣିବାକୁ ଅନୁରୋଧ କରିଛନ୍ତି। ଏହି ଲଫାପାକୁ ମଧ୍ୟ ସିଧା ମାଟିରେ ପୋତି ଗଛ ଉତାରିହେବ। ଏହାକୁ କୁହାଯାଉଛି ପ୍ଲାଣ୍ଟେବଲ ଇନ୍‌ଭାଇଟ। ତେଲଙ୍ଗାନାର ଶଦନଗରରେ କାର୍ଯ୍ୟରତ ଇଣ୍ଡିଆନ୍‌ ରେଲଓ୍ବେ ଟ୍ରାଫିକ ସର୍ଭିସ(ଆଇଆର୍‌ଟିଏସ୍‌) ଶଶିକାନ୍ତ ଏଭଳି ଏକ ଗ୍ରୀନ୍‌ ବିବାହ ଆୟୋଜନ କରି ପରିବେଶର ଘଟୁଥିବା କ୍ଷତିକୁ ସୁଧାରିବା ପାଇଁ ପ୍ରୟାସ କରିଛନ୍ତି। ଦମ୍ପତି ସେମାନଙ୍କ ବିବାହ ଉତ୍ସବକୁ ବିନା ପ୍ଲାଷ୍ଟିକ୍‌ରେ ପାଳନ କରିବାକୁ ମଧ୍ୟ ନିଷ୍ପତ୍ତି ନେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରେମ ଓ ଫଲ୍‌ଗୁର ଯାତ୍ରା

ଆଜକୁ ୮୦୦ ବର୍ଷ ତଳୁ ଓଡ଼ିଶାରେ ଦୋଳଯାତ୍ରା ପାଳନ ହୋଇଆସୁଛି। ଏହା କେବଳ ଓଡ଼ିଶାର ଆଞ୍ଚଳିକ ପର୍ବ ନୁହେଁ, ସମଗ୍ର ଭାରତ ଓ ଭାରତ ବାହାରେ ଥିବା…

ଆଧୁନିକ ଭସ୍ମାସୁର

ଭସ୍ମାସୁର ଗପ ଆମେ ସମସ୍ତେ ପଢ଼ିଛନ୍ତି ପିଲାବେଳେ କିମ୍ବା ଶୁଣିଛନ୍ତି ଗୁରୁଜନଙ୍କ ପାଖରୁ। ଭାରତୀୟ ପୁରାଣ ସାହିତ୍ୟରେ ଥିବା ରାଶିରାଶି ଗଳ୍ପରାଜି ଭିତରୁ ଏହା ଏକ ପ୍ରତୀକାତ୍ମକ…

ତେଲ ମାରିଲା

ଇରାନ ଉପରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପରେ ଯୁଦ୍ଧର ପରିସର ବ୍ୟାପକ ହୋଇଛି। କେତେକ ସୂତ୍ର ଇରାନ୍‌ରେ ୫୫୦ ମୃତାହତ କହୁଥିବା ବେଳେ ଆଉ କିଛି ସୂତ୍ର…

୧୦ ବର୍ଷ ପରେ ପ୍ରତିଶୋଧ ନେଲା ଭାରତ: ମନେ ପଡ଼ିଗଲା…

କୋଲକାତା,୨।୩: ୧୦ ବର୍ଷ ପରେ ଟିମ ଇଣ୍ଡିଆ ଓ୍ବେଷ୍ଟଇଣ୍ଡିଜ୍‌ଠାରୁ ପ୍ରତିଶୋଧ ନେଇଛି। କ୍ରିକେଟରେ ଏପରି ମୁହୂର୍ତ୍ତ ବହୁତ କମ ଆସିଥାଏ ଯେତେବେଳେ ଭାଗ୍ୟ ଏବଂ କଠିନ ପରିଶ୍ରମ…

ପ୍ରଶ୍ନ: କ’ଣ, କିପରି, କାହିଁକି

ମାନବର ବିବର୍ତ୍ତନ ସମ୍ବନ୍ଧୀୟ ବିଦ୍ୟା ବା ନୃତତ୍ତ୍ୱ ଅନ୍ୟ ସମସ୍ତ ଜୀବଙ୍କଠାରୁ କିଛିଟା ଅଲଗା। ଅନ୍ୟ ପ୍ରାଣୀ ଓ ଉଦ୍ଭିଦମାନଙ୍କଠାରେ ମୁଖ୍ୟତଃ ଦେଖାଦିଏ କ୍ରମିକ ଶାରୀରିକ ପରିବର୍ତ୍ତନ।…

ଜୀବନରେ ଭୁଲ୍‌

ସମସ୍ତେ ଭୁଲ୍‌ କରନ୍ତି ଏବଂ ଏହା ପ୍ରତ୍ୟେକଙ୍କ ଜୀବନର ଏକ ଅଂଶ। କେତେକେ ଭୁଲ୍‌ କଲେ ମଧ୍ୟ ଏହାକୁ ସ୍ବୀକାର କରିବାକୁ ପ୍ରସ୍ତୁତ ନ ଥାନ୍ତି ।…

ଇରାନ ନିଆଁ

ଇରାନ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ମଧ୍ୟପ୍ରାଚ୍ୟକୁ ଅଶାନ୍ତ କରିଦେଇଛି। ଇରାନର ଏକ ସ୍କୁଲରେ ୮୫ ଛାତ୍ରୀଙ୍କ ସହ ୨୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ…

ଭାରତର ସାମ୍ପ୍ରତିକ ଅର୍ଥନୀତି ଓ ସାର୍ୱଭୌମତ୍ୱ

ବର୍ତ୍ତମାନ ବିଶ୍ୱରେ ଯେଉଁ ବାଣିଜି୍ୟକ ଯୁଦ୍ଧ ଦେଖାଦେଇଛି ତାହା ବିଭିନ୍ନ ଦେଶରେ ରାଜନୈତିକ ଘନଘଟା ସୃଷ୍ଟିକରିଛି। ବିଶ୍ୱ ରାଜନୀତି ଓ ଅର୍ଥନୀତିରେ ନାହିଁ ନ ଥିବା ଅସ୍ଥିରତା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri