ତେଲ ମାରିଲା

ଇରାନ ଉପରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣ ପରେ ଯୁଦ୍ଧର ପରିସର ବ୍ୟାପକ ହୋଇଛି। କେତେକ ସୂତ୍ର ଇରାନ୍‌ରେ ୫୫୦ ମୃତାହତ କହୁଥିବା ବେଳେ ଆଉ କିଛି ସୂତ୍ର ୮୦୦ରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଥିବା ସୂଚାଉଛନ୍ତି। ଏହି ସଂଖ୍ୟା ମାତ୍ର ୩ ଦିନ ଯୁଦ୍ଧରେ ଘଟିଛି। ଆମେରିକାର ୩ ଜଣ ସୈନ୍ୟଙ୍କ ମୃତ୍ୟୁ ଘଟିଥିବା ଖବର ମିଳିଥିବା ବେଳେ ଉପସାଗରୀୟ ରାଷ୍ଟ୍ରରେ ଇରାନ୍‌ ଆକ୍ରମଣରେ ୧୦ରୁ ୧୧ ଜଣଙ୍କ ପ୍ରାଣହାନି ଘଟିଥିବା ଜଣାପଡ଼ିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ନିଜ କ୍ଷତିକୁ ଆମେରିକା ଭଳି ରାଷ୍ଟ୍ର ସ୍ବୀକାର କରିଛି। ଯୁଦ୍ଧରେ ପ୍ରତିଟି ପକ୍ଷର କ୍ଷତି ଘଟିବା ଥୟ। ଅନେକ ସମୟରେ କିଛି ଦେଶ ନିଜର ଶକ୍ତି ପ୍ରଦର୍ଶନ କରିବାକୁ ଯାଇ ସତକୁ ସ୍ବୀକାର କରି ନ ଥାଆନ୍ତି। ଆଜିର ସୁପର ପ୍ରଯୁକ୍ତି ପ୍ରଦର୍ଶନ ଯୁଗରେ କୌଣସି ବିଷୟକୁ ଲୁଚାଇ ରଖିହେବ ନାହିଁ। ବ୍ୟକ୍ତିର ଆଖିକୁ ଉଚ୍ଚ ପ୍ରଯୁକ୍ତି ଜ୍ଞାନକୌଶଳ ମାଧ୍ୟମରେ ପଢ଼ି ହେଉଥିବାରୁ ଯାହାକୁ ଲକ୍ଷ୍ୟ କରି ଆକ୍ରମଣ କରାଯାଉଛି, ତାହା ଠିକ୍‌ ସ୍ଥାନରେ ବାଜିବା ସୁନିଶ୍ଚିତ। ତାହାକୁ ଇଂଲିଶରେ ପ୍ରିସିଶନ ବା ତ୍ରୁଟିଶୂନ୍ୟତା ବୋଲି କୁହାଯାଉଛି। ଇରାନର ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲୀ ଖାମେନେଇଙ୍କୁ ଯେଭଳି ଭାବେ ଏକାଥରେ ଟାର୍ଗେଟ କରି ମାରିଦିଆଗଲା ସେଥିରୁ ବୁଝିବାକୁ ହେବ ଯେ, ଯୁଦ୍ଧ ଆଉ ଅନୁମାନ ନୁହେଁ ଯଥାର୍ଥ ଜାଗାରେ ବାଜି କ୍ଷତି କରିପାରୁଛି। ଗତ କିଛିବର୍ଷର ଯୁଦ୍ଧ ପରିସରକୁ ଦେଖିଲେ ରୁଷିଆ-ୟୁକ୍ରେନ୍‌, ଇସ୍ରାଏଲ-ହମାସ ଯୁଦ୍ଧ ପରେ ଏବର ଇରାନ୍‌ ଉପରେ ଆମେରିକା ଓ ଇସ୍ରାଏଲର ମିଳିତ ଆକ୍ରମଣ ଭୂରାଜନୈତିକ ଅସ୍ଥିରତା ସୃଷ୍ଟି କରିବା ସହ ଅନ୍ତର୍ଜାତୀୟ ଆର୍ଥିକ ଦୁନିଆକୁ ଦୋହଲାଇ ଦେଇଛି। ଯୁଦ୍ଧର ଶାରୀରିକ କ୍ଷତି ଲଢ଼େଇ ହେଉଥିବା ରାଷ୍ଟ୍ର ଭିତରେ ସୀମିତ ରହୁଥିବା ବେଳେ ଆର୍ଥିକ କ୍ଷତି ବିଶ୍ୱ ଭୋଗିବା ଜଳଜଳ ଦିଶୁଛିି।
ଇରାନ ବିରୋଧରେ ଆମେରିକା-ଇସ୍ରାଏଲ ଯୁଦ୍ଧର ତୃତୀୟ ଦିନରେ ତେଲ ଦର ଗୁରୁତର ଭାବେ ବୃଦ୍ଧି ପାଇଛି। ଏହା ଜଣାଶୁଣା ଯେ, ତେଲ ପ୍ରଗତିର ସଙ୍କେତ ଦେଇଥାଏ। କାରଣ ଏହା ଶକ୍ତି କ୍ଷେତ୍ରକୁ ପ୍ରତିନିଧିତ୍ୱ କରେ। ବିଶ୍ୱରେ ତେଲର ମାନକ ଖୋଜିଲେ ଏକାଧିକ ଥିବା ବେଳେ ମୁଖ୍ୟତଃ ତିନୋଟି ଉପରେ ବ୍ୟବସାୟ କେନ୍ଦ୍ରିତ ହୋଇଥାଏ। ସେଗୁଡ଼ିକ ହେଉଛି ଓ୍ବେଷ୍ଟ୍‌ ଟେକ୍ସାସ୍‌ ଇଣ୍ଟରମିଡିଏଟ୍‌୍‌ (ଡବ୍ଲ୍ୟୁଟିଆଇ), ବ୍ରେଣ୍ଟ୍‌ କ୍ରୁଡ୍‌ ଏବଂ ମିଡିୟମ୍‌ ସାଓ୍ବାର କ୍ରୁଡ୍‌। ଡବ୍ଲ୍ୟୁଟିଆଇ ହେଉଛି ଆମେରିକା ଦ୍ୱାରା ଉଚ୍ଚ ଗୁଣବତ୍ତାର ଅଶୋଧିତ ତୈଳ। ଏହା ବୈଶ୍ୱିକ ତେଲ ବଜାରରେ ବିଶେଷ ଭାବେ ଆମେରିକା ତୈଳର ମୂଲ୍ୟ ପାଇଁ ଏକ ପ୍ରମୁଖ ମାନକ ରୂପେ ଉପଯୋଗ କରାଯାଏ। ବୈଷୟିକ ଭାଷାରେ ଏହାକୁ ଲାଇଟ୍‌ ସୁଇଟ୍‌ ଅଶୋଧିତ ତେଲ ଭାବେ ଗଣାଯାଏ। ବ୍ରେଣ୍ଟ୍‌ କ୍ରୁଡ୍‌ ହେଉଛି ଅନ୍ୟତମ ତୈଳ ବୈଶ୍ୱିକ ମାନକ। ସାଧାରଣତଃ ବ୍ୟବସାୟଭିତ୍ତିକ ତେଲର ପ୍ରାୟ ୭୫ ପ୍ରତିଶତ ମୂଲ୍ୟ ଏହା ନିର୍ଦ୍ଧାରଣ କରେ। ବିଶେଷକରି ୟୁରୋପ ଓ ଆଫ୍ରିକାର ବେଞ୍ଚ୍‌ମାର୍କ ଭାବେ ବ୍ୟବହାର କରାଯାଏ। ଦୁବାଇ-ଓମାନ୍‌ ମାନକ ସାଧାରଣତଃ ମିଡିୟମ୍‌ ସାଓ୍ବାର କ୍ରୁଡ୍‌ ଅଏଲ୍‌ ବା ମଧ୍ୟମ ଅଶୋଧିତ ତୈଳକୁ ସୂଚିତ କରେ, ଯାହା ବିଶେଷକରି ମଧ୍ୟପ୍ରାଚ୍ୟରୁ ଏସିଆକୁ ଆସୁଛି। ଇତିମଧ୍ୟରେ ବିଶ୍ୱର ପ୍ରମୁଖ ତୈଳ ବିଶୋଧନାଗାର ସାଉଦି ଆରାମ୍‌କୋ ଓ କ୍ୱାତାରି ଅଏଲ୍‌ ରିଫାଇନାରି ଉପରେ ଇରାନର ଡ୍ରୋନ୍‌ ଆକ୍ରମଣ ସହ ଗଲ୍ଫ ଅଫ୍‌ ଓମାନରେ ତୈଳ ଟ୍ୟାଙ୍କର କ୍ଷତିଗ୍ରସ୍ତ ହେବା ତେଲ ଦର ବୃଦ୍ଧିକୁ ଇନ୍ଧନ ଯୋଗାଇଛି। ବର୍ତ୍ତମାନର ସ୍ଥିତି ଦେଖିଲେ ଡବ୍ଲ୍ୟୁଟିଆଇ ୬ ପ୍ରତିଶତ ବଢ଼ି ବ୍ୟାରେଲ ପିଛା ୭୭.୦୮ ଡଲାର ହୋଇଥିବା ବେଳେ ବ୍ରେଣ୍ଟ ୫.୩୫ ପ୍ରତିଶତ ବଢ଼ି ୭୮.୨୫ ଡଲାର ଛୁଇଁଛି। ସେହିପରି ଦୁବାଇ-ଓମାନ୍‌ ମିଡିୟମ୍‌ ସାଓ୍ବାର କ୍ରୁଡ୍‌ ଅଏଲ୍‌ ପ୍ରାୟ ୯ ପ୍ରତିଶତ ବଢ଼ି ବ୍ୟାରେଲ ପିଛା ୭୯.୩୦ ଡଲାର ଯାଏ ବଢ଼ିଛି। ଯୁଦ୍ଧର ଗତି ଓ ଆକାର ବଢ଼ିଚାଲିଲେ ସପ୍ତାହକ ମଧ୍ୟରେ ଆଶୋଧିତ ତୈଳ ଦର ବ୍ୟାରେଲ ପିଛା ୧୦୦ ଡଲାର ଅତିକ୍ରମ କରିବ ବୋଲି ତୈଳ ବିଶେଷଜ୍ଞମାନେ ଆକଳନ କରୁଛନ୍ତି। ଏହା ହେଲେ ତୈଳ ଆମଦାନୀ ଉପରେ ବିଶେଷ ନିର୍ଭର କରୁଥିବା ଭାରତ ସମେତ ଅନେକ ଦେଶ ଅତ୍ୟଧିକ କ୍ଷତିଗ୍ରସ୍ତ ହେବେ। ଆଉ ଏକ ସମସ୍ୟା ହେଲା ଅନ୍ତର୍ଜାତୀୟ ଆର୍ଥିକ ଅସ୍ଥିରତାକୁ ଦେଖି ବିଦେଶୀ ସଂସ୍ଥାଗତ ନିବେଶକ (ଏଫ୍‌ଆଇଆଇ) ପୁଞ୍ଜିବଜାରରୁ ଅର୍ଥ ଉଠାଇ ନେଇ ଏକ୍ସଚେଞ୍ଜ ଟ୍ରେଡେଡ୍‌ ଫଣ୍ଡ୍‌ (ଇଟିଏଫ୍‌) ଯଥା ସୁନା ଆଦିରେ ନିବେଶ କରିବାରେ ଲାଗିଲେଣି। ଫଳରେ ସୁନା ଦର ବହୁମାତ୍ରାରେ ବଢ଼ିବା ସହ ଭାରତୀୟ ପୁଞ୍ଜିବଜାର ଅତ୍ୟଧିକ ମାତ୍ରାରେ କ୍ଷତିଗ୍ରସ୍ତ ହେବା ସୁନିଶ୍ଚିତ।
ଏଭଳି ଏକ ସ୍ଥିତିରେ ଭାରତ ଯେଭଳିଭାବେ ଇସ୍ରାଏଲ ସହ ମିଶି ଏକ ନୂଆ ପର୍ଯ୍ୟାୟ ଆରମ୍ଭ କରିବାକୁ ଚେଷ୍ଟା କରୁଥିଲା ତାହା ସମ୍ଭବତଃ ତ୍ରୁଟିପୂର୍ଣ୍ଣ ବୋଲି ସମୟ ଦର୍ଶାଇ ଦେଇଛି। ଅନ୍ତର୍ଜାତୀୟ ରାଜନୀତିରେ ସମୟ ହେଉଛି ସବୁଠାରୁ ଅଧିକ ଗୁରୁତ୍ୱପୂର୍ଣ୍ଣ। ଭାରତ ଏହି ଖେଳରେ ବାରମ୍ବାର ପଛୁଆ ପଡ଼ିଯାଉଥିବା ଭଳି ମନେହେଉଛି। ବିଶେଷକରି ନିକଟ ଅତୀତରେ ରୁଷିଆଠାରୁ, ଆମେରିକା ଚାପରେ, ଭାରତ ତୈଳ କିଣିବା ହ୍ରାସ କରିଦେଇଛି। ମଧ୍ୟପ୍ରାଚ୍ୟରୁ କିଣିବାକୁ ଗଲାବେଳକୁ ଯୁଦ୍ଧ ପରିସ୍ଥିତି ଜନ୍ମ ନେଲା। ପୁନର୍ବାର ରୁଷିଆର ଦ୍ୱାରସ୍ଥ ହେବା କେତେଦୂର ପର୍ଯ୍ୟନ୍ତ ସମ୍ଭବପର ତାହା କହିବା ଏବେ କଷ୍ଟକର। ଅପରପଟେ ଚାଇନା ମଧ୍ୟ ଇରାନଠାରୁ ତାହାର ଚାହିଦାର ୧୩.୫ ପ୍ରତିଶତ ତେଲ କିଣୁଥିଲା। ଏବେ ସେହି ପରିମାଣର ତେଲ ରୁଷିଆଠାରୁ କିଣି ପାରିବ। ଏହା ବ୍ୟତୀତ ଚାଇନା ତା’ର ତୈଳ ବ୍ୟବହାରର ପ୍ରାୟ ୫ ପ୍ରତିଶତ କମାଇବାରେ ସଫଳ ହୋଇପାରିଛି। ଏହା ସମ୍ଭବପର ହୋଇଛି ଇଲେକଟ୍ରିକ୍‌ ଗାଡ଼ି ଓ ଯାନବାହନ ବ୍ୟବହାର ପଦ୍ଧତିରେ ପରିବର୍ତ୍ତନ ଆଣିକରି। ମଧ୍ୟପ୍ରାଚ୍ୟର ଯୁଦ୍ଧ ତୃତୀୟ ବିଶ୍ୱଯୁଦ୍ଧରେ ପରିଣତ ହେବବୋଲି କହିବା ସମ୍ଭବପର ନୁହେଁ। କିନ୍ତୁ ଭାରତ ତା’ର ଆଭ୍ୟନ୍ତରୀଣ ଶକ୍ତି ସୃଷ୍ଟି କରିବା ଉପରେ ଅଧିକ ଗୁରୁତ୍ୱ ଦେଇପାରିଲେ ଅନ୍ତର୍ଜାତୀୟ ସ୍ତରରେ ଶକ୍ତିଶାଳୀ ଦେଶ ଭାବେ ପରିଗଣିତ ହେବାର ସ୍ବପ୍ନ ସାକାର ସମ୍ଭାବନା ରହିଛି। ନଚେତ୍‌ ଫମ୍ପା ଧ୍ୱନିରେ ଏମିତି ଦୁର୍ବଳ ହୋଇ ଏହି ଦେଶ ରହିଯିବ।

 

Dharitri – Odisha’s No.1 Odia Daily

 


Enter your email to get our daily news in your inbox.

All Right Reserved By Dharitri.Com

୧୦୦ ଫୁଟ ଘେରିବନ୍ଧ ଭୁଶୁଡ଼ିବା ପରେ ତରବରିଆ କାମ, ଯନ୍ତ୍ରୀଙ୍କ ଦେଖାନାହିଁ, ଯନ୍ତ୍ର କରୁଛି…

ମହାକାଳପଡ଼ା,୫ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ରଡ଼ିଆ-କଂସାର-ବଡ଼ ଦାଣ୍ଡୁଆ ଲୁଣା ଘେରିବନ୍ଧ ନିର୍ମାଣ କାର୍ଯ୍ୟରେ ବହୁ କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି।…

କେସିଙ୍ଗା ଅବକାରୀ ଥାନାରେ ନୂଆ ଓଆଇସିଙ୍କ ଯୋଗଦାନ

କେସିଙ୍ଗା,୫ା୯(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ଅବକାରୀ ଥାନାରେ ନୂତନ ଭାବେ ମଳୟ ପ୍ରଧାନ ଓଆଇସି ଭାବେ ଯୋଗଦାନ କରିଛନ୍ତି। ସେ ଏହା ପୂର୍ବରୁ ବରଗଡ଼ରେ ଏଆଇସି…

ହୃଦୟ ଜିଣିଲେ ହାର୍ଦ୍ଦିକ ପାଣ୍ଡ୍ୟା: ଭାରତୀୟ ସୈନ୍ୟଙ୍କ ସହ…

ନୂଆଦିଲ୍ଲୀ,୫।୯: ଭାରତୀୟ କ୍ରିକେଟ ଦଳର ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଫଟୋ BSF (ସୀମା ସୁରକ୍ଷା ବଳ) କର୍ମଚାରୀଙ୍କ ସହ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ସେ…

ସ୍ତ୍ରୀ ପଛେ ପଛେ ସ୍ବାମୀଙ୍କ ମୃତ୍ୟୁ, ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳି ଆଣିଲେ ୨ ମୃତଦେହ, ସନ୍ଦେହରେ…

ଭଦ୍ରକ,୫ା୯(ସନାତନ ରାଉତ): ମୃତ୍ୟୁର ୨ ଦିନ ପରେ ବ୍ୟବଚ୍ଛେଦ ପାଇଁ ମାଟି ତଳୁ ଖୋଳା ହେଲା ଶବ। ସାପ କାମୁଡ଼ାରେ ମୃତ୍ୟୁ ହୋଇଥିବା ସନ୍ଦେହ କରି ପରିବାର…

‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’

ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ…

ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କଲା ଆମେରିକା; ଖାର୍ଗ ଦ୍ୱୀପ ନିକଟରେ ୪ କ୍ଷେପଣାସ୍ତ୍ର ମାଡ଼

ତେହରାନ,୫।୯: ଆମେରିକା ଖାର୍ଗ ଦ୍ୱୀପ ନିକଟରେ ଏକ ଇରାନୀ ତୈଳ ଟ୍ୟାଙ୍କର ଉପରେ ଆକ୍ରମଣ କରିଛି। ଆମେରିକା ଜାହାଜ ଉପରେ ଲଗାତାର ଚାରୋଟି କ୍ଷେପଣାସ୍ତ୍ର ମାଡ଼ କରିଛି।…

ଶିକ୍ଷକ ସମ୍ମାନ ସମାରୋହ: ଆଦର୍ଶ ଶିକ୍ଷୟିତ୍ରୀ-ଶିକ୍ଷକ ସମ୍ବର୍ଦ୍ଧିତ

କଟକସଦର,୫ା୯(ସୁଶାନ୍ତ କୁମାର ଜେନା): ପବିତ୍ର ଗୁରୁଦିବସ ଉପଲକ୍ଷେ କଟକ ସଦର ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ବ୍ରହ୍ମପୁରଠାରେ ଶନିବାର ଶିକ୍ଷକ ସମ୍ମାନ ସମାରୋହ- ୨୦୨୬ର ଆୟୋଜନ କରାଯାଇଥିଲା। ଏହି…

ଅନନ୍ୟ ଗୁରୁ: ଅବସର ପରେ ବି ଛାତ୍ରୀଛାତ୍ରଙ୍କୁ ଦେଉଛନ୍ତି ସାମାଜିକ ଶୃଙ୍ଖଳାର ବାର୍ତ୍ତା

ଦାରିଙ୍ଗବାଡ଼ି,୫ା୯(ଅରୁଣ ସାହୁ): ଆଜି ପବିତ୍ର ଗୁରୁଦିବସ ଏହି ସମୟରେ ଅଞ୍ଚଳରେ ରହିଥିବା ଅନେକ ବର୍ଷୀୟାନ ଗୁରୁ ଅବସର ନେବା ପରେ ମଧ୍ୟ ଜାରି ରଖିଛନ୍ତି ଛାତ୍ରୀଛାତ୍ରଙ୍କୁ ଉତ୍ତମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri