ଏଇ ଭାରତରେ

ଉତ୍ତରପ୍ରଦେଶ ସୋନଭଦ୍ରର ଦ୍ୱାଦଶ ଶ୍ରେଣୀ ଦିବ୍ୟାଙ୍ଗ ଛାତ୍ର ଇନ୍ଦ୍ରେଶ କୁମାର। ସେ ଏକ ନିଆରା ଉଦ୍ଭାବନ କରିଛନ୍ତି। ଏହା ହେଉଛି ଏକ ହେଲ୍‌ମେଟ, ଯାହା ସଡ଼କ ଦୁର୍ଘଟଣାକୁ ରୋକିବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିପାରିବ। ହେଲ୍‌ମେଟର ବିଶେଷତ୍ୱ ହେଉଛି ତାହାକୁ ଚାଳକ ନ ପିନ୍ଧିବା ପର୍ଯ୍ୟନ୍ତ ବାଇକ ଷ୍ଟାର୍ଟ ହେବ ନାହିଁ। ଏଥିସହ ଯଦି ବାଇକ ଚଳାଉଥିବା ବ୍ୟକ୍ତି ମଦ୍ୟପାନ କରିଛନ୍ତି ତେବେ ଦୁର୍ଗନ୍ଧ ଯୋଗୁ ବି ବାଇକ ଷ୍ଟାର୍ଟ ହେବ ନାହିଁ। ଇନ୍ଦ୍ରେଶ କୁହନ୍ତି, ଏହି ହେଲ୍‌ମେଟ ପିନ୍ଧିବା କାରଣରୁ ମୃତ୍ୟୁ ସଂଖ୍ୟା ହ୍ରାସ ପାଇବ ଓ ମଦ୍ୟପାନ କମ୍‌ ହୋଇପାରିବ। ଇନ୍ଦ୍ରେଶ କୁମାର ସୋନଭଦ୍ରର ରୋବର୍ଟସଗଞ୍ଜ ବ୍ଲକ ମଧୁପୁର ଗାଁର ବାସିନ୍ଦା। ସେ ସୋନଭଦ୍ରର ଚୁରକ ଜୟ ଜ୍ୟୋତି ଇଣ୍ଟର କଲେଜର ଛାତ୍ର। ସେ ଚାଲିବାକୁ ଅସମର୍ଥ। ତାଙ୍କ ଗୋଡରେ ୫୦ ପ୍ରତିଶତ ଅକ୍ଷମତା ଅଛି। ଏହା ସତ୍ତ୍ୱେ ସେ ଏପରି ହେଲ୍‌ମେଟ ଉଦ୍ଭାବନ କରିଥିବାରୁ ଉତ୍ତରପ୍ରଦେଶ ପରିବହନ ମନ୍ତ୍ରୀ ଦିନଶଙ୍କର ସିଂ ତାଙ୍କୁ ସମ୍ମାନିତ କରିବା ସହ ୫୦,୦୦୦ ଟଙ୍କା ପୁରସ୍କାର ଆକାରରେ ପ୍ରଦାନ କରିଛନ୍ତି। ଇନ୍ଦ୍ରେଶ କୁମାର ବର୍ତ୍ତମାନ ତାଙ୍କ ଉଦ୍ଭାବନକୁ ପେଟେଣ୍ଟ କରିବାକୁ ପ୍ରସ୍ତୁତ ହେଉଛନ୍ତି। ମଦ୍ୟପାନ କରି ବାଇକରୁ ଖସିପଡ଼ି ତାଙ୍କ ପିତା ଆହତ ହେବା ପରେ ଏଭଳି ହେଲ୍‌ମେଟ ତିଆରି କରିବାର କଳ୍ପନା ତାଙ୍କ ମନରେ ଆସିଥିଲା। ପରେ ବହୁ ଗବେଷଣା କରି ସେ ଏହାକୁ ତିଆରି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

ସମ୍ଭାବ୍ୟ ଶାନ୍ତି

ଶେଷରେ ଇରାନ ସହ ଆମେରିକା-ଇସ୍ରାଏଲର ଯୁଦ୍ଧ ମଧ୍ୟରେ ସବୁଠାରୁ ବଡ଼ ପ୍ରତୀକ୍ଷିତ କୂଟନୈତିକ ସଫଳତା ମିଳିଛି, ଯେଉଁଥିରେ ଆମେରିକା ଏବଂ ଇରାନ ସେମାନଙ୍କ ଅସ୍ତ୍ରବିରତିକୁ ୬୦ ଦିନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri