ଏଇ ଭାରତରେ

ଚୋର ଘରୁ ଚୋରି କରିବାକୁ ଯାଇ କିଛି ନ ପାଇ ବହୁସମୟରେ ଗୃହକର୍ତ୍ତାଙ୍କୁ ଆକ୍ରମଣ କରନ୍ତି, ଏପରି କି ସେମାନଙ୍କ ଜୀବନ ବି ନେଇଯାଆନ୍ତି। କିନ୍ତୁ କେତେଜଣ ଚୋର ଘରୁ କିଛି ନ ପାଇ ଶେଷରେ ଗୃହସ୍ବାମୀଙ୍କ ଉଦ୍ଦେଶ୍ୟରେ ଟଙ୍କା ଦେଇଯିବା ଭଳି ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଦିଲ୍ଲୀର ରୋହିଣୀର ସେକ୍ଟର ୮ରେ ଘଟିଛି ଏହି ଘଟଣା। ସେଠାରେ ଚୋରମାନେ ଏକ ଘରେ ପ୍ରବେଶ କରି ନଗଦ ଟଙ୍କା କିମ୍ବା ଅଳଙ୍କାର ସାମଗ୍ରୀ ପାଇଲେ ନାହିଁ। ଏପରି କି ମୋବାଇଲ ଏବଂ ଲାପ୍‌ଟପ ଖୋଜିଲେ ବି ତାଙ୍କ ଆଖିରେ ପଡ଼ିଲାନାହିଁ। ପରେ ଚୋରମାନେ ବିରକ୍ତ ହୋଇ ଘରର ଦ୍ୱାରମୁହଁରେ ୫ ଶହ ଟଙ୍କିଆ ନୋଟ ରଖିଦେଇଗଲେ। ଚୋରମାନଙ୍କର ଏହି କାର୍ଯ୍ୟ ଏବେ ଭାଇରାଲ ହେବାରେ ଲାଗିଛି। ଘରର ମାଲିକ ମଧ୍ୟ ନିଶ୍ଚିତ କରିଛନ୍ତି ତାଙ୍କ ଘରୁ କିଛି ଚୋରି ହୋଇ ନାହିଁ। ସରକାରୀ ଚାକିରିରୁ ଅବସର ନେଇଥିବା ଜଣେ ବୟସ୍କ ବ୍ୟକ୍ତି ତାଙ୍କ ସ୍ତ୍ରୀଙ୍କ ସହ ଦିଲ୍ଲୀର ରୋହିଣୀରେ ରହୁଛନ୍ତି। ସେମାନେ ଘରେ ନ ଥିବା ବେଳେ ଚୋରମାନେ ପଶିଥିଲେ। ଏହିପରି ଆଉ ଏକ ଘଟଣା ଦିଲ୍ଲୀରେ ପୂର୍ବରୁ ଘଟିସାରିଛି। ଜୁନ୍‌ରେ ଶାହାଦରା ଅଞ୍ଚଳରେ ଏକ ଦମ୍ପତିଙ୍କ ଘରୁ ଚୋରି କରିବା ସମୟରେ ତାଙ୍କଠାରୁ ମାତ୍ର ୨୦ ଟଙ୍କା ମିଳିଥିଲା। ପରେ ଚୋରମାନେ ସେମାନଙ୍କୁ ୧୦୦ ଟଙ୍କା ଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri