ଏଇ ଭାରତରେ

କୃଷକ ଓ ଉପଭୋକ୍ତାଙ୍କ ମଧ୍ୟରେ ମଧ୍ୟସ୍ଥ ବେଶି ଲାଭ କରିଥାନ୍ତି। ଏଭଳି ସମସ୍ୟା ଦୂର ଲାଗି ମହାରାଷ୍ଟ୍ରର ଅଙ୍କିତ ଘାର୍ଗେ ଏବଂ ଜୟ ସିଦ୍ଧପୁରା ବିନା କମିଶନରେ କୃଷକମାନଙ୍କ ଆୟ ୨ଗୁଣ କରିପାରିଛନ୍ତି। ଅଙ୍କିତ କମ୍ପ୍ୟୁଟର ଇଞ୍ଜିନିୟରିଂରେ ଡିଗ୍ରୀ ହାସଲକରି ପୁଣେରେ ଚାକିରି କରିଥିଲେ। କିନ୍ତୁ ସେ ଚାକିରି ଛାଡ଼ି ୨୦୧୭ରେ କୃଷକମାନଙ୍କ ପାଇଁ ଏକ ୟୁଟ୍ୟୁବ୍‌ ଚ୍ୟାନେଲ ଆରମ୍ଭ କରିଥିଲେ। ପରେ ଇଣ୍ଡିଆନ ଫାର୍ମର ଏଣ୍ଟରପ୍ରେନ୍ୟୁର (ଆଇଏଫ୍‌ଇ) ଗଠନକରି ତା’ ମାଧ୍ୟମରେ କୃଷକଙ୍କଠାରୁ ଉତ୍ପାଦ ସଂଗ୍ରହକରି ବିକ୍ରି କରୁଛନ୍ତି। ଉତ୍ପାଦନ ମୂଲ୍ୟ ବ୍ୟତୀତ କେବଳ ପ୍ୟାକେଜଂ ବାବଦରେ ୧୦ଟଙ୍କା ନେଉଛନ୍ତି। ଏବେ ତାଙ୍କ ୟୁଟ୍ୟୁବ୍‌ ଚ୍ୟାନେଲରେ ୨.୫ ଲକ୍ଷ ସବ୍‌ସ୍କ୍ରାଇବର ଯୋଡ଼ିହୋଇ ଥିବାବେଳେ ଇ-ମାର୍କେଟିଂ ବ୍ୟବସ୍ଥାରେ ମହାରାଷ୍ଟ୍ର ଓ ମଧ୍ୟପ୍ରଦେଶରୁ ୨୦ ଜଣ ଚାଷୀ ସାମିଲ ହୋଇଗଲେଣି। ଅଙ୍କିତ ଓ ଜୟ କୃଷକମାନଙ୍କଠାରୁ ୨୫ ପ୍ରକାର ଉତ୍ପାଦ ସଂଗ୍ରହକରି ସତରାସ୍ଥିତ ଷ୍ଟୋରରେ ଗଚ୍ଛିତ ରଖୁଛନ୍ତି। ପରେ ଏହାକୁ ପ୍ୟାକିଂକରି ଖାଉଟିଙ୍କ ନିକଟରେ ପହଞ୍ଚାଉଛନ୍ତି। ଏବେ ଏହି ବ୍ୟବସ୍ଥାରେ ଗୁଜରାଟ, କେରଳ, କର୍ନାଟକ, ଉତ୍ତରପ୍ରଦେଶ, ପଶ୍ଚିମବଙ୍ଗ ଓ ଆସାମର କୃଷକମାନଙ୍କୁ ସାମିଲକରିବାକୁ ସେମାନେ ଲକ୍ଷ୍ୟ ରଖିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

ଦୁଇ ଆଞ୍ଚଳିକ ପ୍ରତିଦ୍ୱନ୍ଦ୍ୱୀ

ନିକଟରେ ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ ଭାରତ ଗସ୍ତରେ ଆସିଥିଲେ। ସେତେବେଳେ ସେ କହିଥିଲେ, ଭାରତ ହେଉଛି ଆମେରିକାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ରଣନୈତିକ ଭାଗୀଦାରି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri