ମାଞ୍ଜାପାଇ ବ୍ୟାଗ ନାଁ ଶୁଣିଛନ୍ତି କି? ଏମିତି ଏକପ୍ରକାର ସୂତାବ୍ୟାଗ ପରିବେଶ ପ୍ରଦୂଷଣ ରୋକିବାରେ ମୁଖ୍ୟ ଭୂମିକା ନେଉଛି। ଏହି ବ୍ୟାଗ୍ର ରଙ୍ଗ ହଳଦିଆ। ଆଇଏଏସ୍ ଅଧିକାରୀ ସୁପ୍ରିୟା ସାହୁ ଏହାର ବ୍ୟବହାରକୁ ବ୍ୟାପକ କରିବାକୁ ଲାଗିପଡ଼ିଛନ୍ତି। ସୁପ୍ରିୟା ଏବେ ତାମିଲନାଡୁର ପରିବେଶ, ଜଳବାୟୁ ପରିବର୍ତ୍ତନ ଓ ଜଙ୍ଗଲ ବିଭାଗର ଅତିରିକ୍ତ ସଚିବ ଭାବେ କାର୍ଯ୍ୟରତ। ମାଞ୍ଜାପାଇ ବ୍ୟାଗ୍ ବହୁ ପୂର୍ବରୁ ଲୋକେ ବ୍ୟବହାର କରୁଥିଲେ। ଏହାକୁ ଲୋକପ୍ରିୟ କରିବା ଲାଗି ସୁପ୍ରିୟା ଓ ତାଙ୍କ ଟିମ୍ ମାଞ୍ଜାପାଇ ବ୍ୟାଗ ଅଭିଯାନ ଆରମ୍ଭ କରିଛନ୍ତି। ଏକକ ବ୍ୟବହାରଯୋଗ୍ୟ ପ୍ଲାଷ୍ଟିକରୁ ଲୋକମାନଙ୍କୁ ଦୂରେଇ ନେବା ଏହି ଅଭିଯାନର ମୁଖ୍ୟ ଲକ୍ଷ୍ୟ। କେବଳ ଏତିକି ନୁହେଁ, ସୁପ୍ରିୟା ଏବଂ ତାଙ୍କ ଟିମ୍ ଗତ ୧୨ ମାସରେ ୧,୭୦୦ ଟନ୍ ବର୍ଜ୍ୟ ପ୍ଲାଷ୍ଟିକ ସଂଗ୍ରହ କରିସାରିଲେଣି। ସୁପ୍ରିୟା ମୁଖ୍ୟତଃ ସ୍କୁଲ ପିଲାମାନଙ୍କୁ ନେଇ ଏହି କାମ କରୁଛନ୍ତି ଓ ସେମାନଙ୍କ ଦ୍ୱାରା ୩୦୦୦ ଇକୋ କ୍ଲବ୍ ବି ଗଠନ କରିସାରିଛନ୍ତି। ଏହି ବ୍ୟାଗ୍କୁ ଏବେ ସେ ସବୁ ଜିଲାର ପଞ୍ଚାୟତ ଓ ଗାଁ ସ୍ତରରେ ପହଞ୍ଚାଇବା ଲାଗି ଯୋଜନା କରିଛନ୍ତି।
କୁଆଡ଼େ ଗଲା ପ୍ରତିଯୋଗିତା
ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…
ବିକାଶୋନ୍ମୁଖୀ ଭାରତର ଦୁଃଖ
ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…
ଇସ୍ତଫାର ରାଜନୈତିକ ରଙ୍ଗ
ଆଇଏଏସ୍ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…
ଏଇ ଭାରତରେ
ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…
ଋଣ ଅଧିକାର ନୁହେଁ
ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…
ସମ୍ଭବାମି ଯୁଗେ ଯୁଗେ
ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…
ସହଯୋଗ ଅଭାବ
ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…
Archives

