ଏଇ ଭାରତରେ

ବ୍ୟବହୃତ ପ୍ଲାଷ୍ଟିକ୍‌ ବୋତଲ ଓ ଷଢ଼େଇ(ମୁଖ୍ୟତଃ ପିଇବା ପରେ ଫିଙ୍ଗି ଦିଆଯାଉଥିବା ଖାଲି ପଇଡ଼)ରେ କରାଯାଇଥିବା ମିନି ବା ଛୋଟ ଜଙ୍ଗଲ କେବେ ଦେଖିଛନ୍ତି? ଏପରି ମିନି ଜଙ୍ଗଲ କରିଛନ୍ତି ଭୋପାଳର ସାକ୍ଷୀ ଭରଦ୍ୱାଜ। ସାକ୍ଷୀ ମାଇକ୍ରୋବାୟୋଲୋଜିରେ ଡିଗ୍ରୀ ହାସଲ କରିଛନ୍ତି। ସେ ବିଭିନ୍ନ ସ୍ଥାନରୁ ଅଦରକାରୀ ପ୍ଲାଷ୍ଟିକ ବୋତଲ ଓ ଷଢ଼େଇ ସଂଗ୍ରହ କରିବା ପରେ ତାହାକୁ ସଫା କରି ସେଥିରେ ଗଛ ଲଗାଉଛନ୍ତି । ସାକ୍ଷୀ ୪୦୦୦ରୁ ଊର୍ଦ୍ଧ୍ୱ ଗଛ ଲଗାଇଛନ୍ତି। ଏହି ସବୁ ଗଛ ଘରର କାନ୍ଥରେ ଝୁଲନ୍ତା ଅବସ୍ଥାରେ କିମ୍ବା ଚଟାଣରେ ରଖାଯାଇଛି। ସେ ପ୍ରାୟ ୪୫୦ ପ୍ରଜାତିର ଓଷଧୀୟ ଓ ସୌନ୍ଦର୍ଯ୍ୟବର୍ଦ୍ଧକ ଗଛ ଲଗାଇଛନ୍ତି। ଏଥିରେ ୧୫୦ ପ୍ରଜାତିର ବିଦେଶୀ ଗଛ ବି ଅଛି। ଗଛରେ ଜିଆଖତ ଓ କିଚେନ ବର୍ଜ୍ୟରୁ ପ୍ରସ୍ତୁତ ଖତ ଦିଆଯାଉଛି। ସାକ୍ଷୀ ବ୍ୟବହୃତ କ୍ଷୀର ପ୍ୟାକେଟ ସଂଗ୍ରହ କରି ଚାରା ଉତ୍ତାରୁଛନ୍ତି ଓ ଆଗକୁ ଏକ ନର୍ସରି କରି ବିଦେଶୀ ତଥା ବିରଳ ଗଛ ଲୋକଙ୍କୁ ଯୋଗାଇ ଦେବା ଲାଗି ଯୋଜନା କରିଛନ୍ତି। ସାକ୍ଷୀଙ୍କ ମତରେ, ଘରେ ଏଭଳି ମିନି ଜଙ୍ଗଲ କରିବା ଦ୍ୱାରା ଘରର ପରିବେଶ ପ୍ରଦୂଷଣମୁକ୍ତ ହେବା ସହ ତାହା ମାନସିକ ଶାନ୍ତିଦାୟକ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ସତ୍ୟରେ ସମାଧାନ

ଗୋଟିଏ ମୁହୂର୍ତ୍ତ ପାଇଁ ଭାବନ୍ତୁ ଯେ ମୁଁ ଜଣେ ଶକ୍ତିଶାଳୀ ବ୍ୟକ୍ତି। ଯିଏ ସହଜରେ ଭାରି ଓଜନ ଉଠାଇପାରେ ଏବଂ ମୁଁ ପୂରା ଫିଟ୍‌। ଯଦି କେହି…

ସମସ୍ୟା- ଅର୍ଥନୀତିର ନା ମୂଲ୍ୟବୋଧର

ଆମେ ଭାରତୀୟମାନେ ଏବେ ଦୈନନ୍ଦିନ ଆମର ଜୀବନଟିକୁ ଯେପରି ବଞ୍ଚୁଛୁ ତାହା ହିଁ ଏବର ଭାରତ ନିର୍ମାଣ କରୁଛି, ଯେଉଁ ଜୀବନ ଦର୍ଶନ ଓ ଜଗତ ଦୃଷ୍ଟିକୁ…

ଅପହୃତ କଳାକୃତି

ଆମ ରାଜ୍ୟର ଶିଳ୍ପୀମାନେ ନିପୁଣ କାରିଗରି କୌଶଳ ପ୍ରୟୋଗକରି ନିହାଣ ମୁନରେ ପଥର ଦେହରେ ଜୀବନ୍ତ କଳାକୃତି ନିର୍ମାଣ କରିପାରୁଥିଲେ। ସେଥିରେ ଦୈନନ୍ଦିନର ଜୀବନଶୈଳୀ ସହ ଆମ…

ସ୍ଥିରତାକୁ ଗୁରୁତ୍ୱ

ସିବିଆଇ ନିର୍ଦ୍ଦେଶକ ଭାବରେ ପ୍ରବୀଣ ସୁଦ୍‌ଙ୍କ କାର୍ଯ୍ୟକାଳ ଆଉ ୧ବର୍ଷ ବଢ଼ିିବା ଅପ୍ରତ୍ୟାଶିତ ନ ଥିଲା। ଔପଚାରିକ ଭାବରେ, ସରକାର ନିରନ୍ତରତା ଏବଂ ସ୍ଥିରତା ନାମରେ ଏହି…

ଏଇ ଭାରତରେ

ଜଣେ ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ପରିବାର ପ୍ରଚେଷ୍ଟାରେ ମହାରାଷ୍ଟ୍ର ରାଜ୍ୟ ପୁଣେର ଜୁନ୍ନାର ପାହାଡ଼ ଏବେ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଛି। ଏହାର ସବୁଜ ଆକର୍ଷଣ ପର୍ଯ୍ୟଟକଙ୍କୁ ବିମୋହିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri