ଏଇ ଭାରତରେ

ବର୍ଜ୍ୟ ଜଳକୁ ବିଶୁଦ୍ଧ କରିବାରେ ଡ. ପ୍ରସନ୍ନ ଜଗଦେଓଙ୍କ ପ୍ରୟାସ ପ୍ରଶଂସନୀୟ। ସେ ଜୈବିକ ପଦ୍ଧତି ଅର୍ଥାତ୍‌ ଡକ୍‌ଓ୍ବିଡ (ଔଷଧୀୟ ଗୁଣ ଏକପ୍ରକାର ଦଳ) ଦ୍ୱାରା ଏହା କରୁଛନ୍ତି। ପ୍ରସନ୍ନ ମେରାଇନ ବାୟୋଟେକ୍‌ନୋଲୋଜିରେ ୟୁନିଭର୍ସିଟି ଅଫ ଇଷ୍ଟ ଆଙ୍ଗଲିୟା (ବ୍ରିଟେନ)ରେ ୨୦୦୯-୧୦ରେ ଡିଗ୍ରୀ ହାସଲ କରିବା ପରେ ୨୦୧୦ରେ ପୁଣେର ଫର୍ଗୁଶନ କଲେଜରେ ଅଧ୍ୟାପକ ଭାବେ ଯୋଗ ଦେଇଥିଲେ। ସେଠାରେ ପୂଜା ତେନ୍ଦୁଲକର ତାଙ୍କୁ ଏହି ଦଳ ବିଷୟରେ ଅବଗତ କରିଥିଲେ। ସେମାନେ ମିଳିତ ଭାବେ ଏହା ଉପରେ ଗବେଷଣା କରି ଓ୍ବେଷ୍ଟ ଓ୍ବାଟର ଟ୍ରିଟମେଣ୍ଟ କରିବାକୁ ସ୍ଥିର କରିଥିଲେ। ପରେ ସେମାନେ ଲିମନିୟନ (ଏକପ୍ରଜାତିର ଡକ୍‌ଓ୍ବିଡ) ଗ୍ରୀନ୍‌ ସଲ୍ୟୁଶନ ଷ୍ଟାର୍ଟଅପ୍‌ ଗଠନ କରିଥିଲେ। ଏବେ ଏହି ଦଳ ମାଧ୍ୟମରେ ଛୋଟ ନଦୀ, ନାଳ ଓ ପୋଖରୀଗୁଡ଼ିକର ପୁନରୁଦ୍ଧାର କରୁଛନ୍ତି। ସେମାନେ ୩୦ଟି ପ୍ରୋଜେକ୍ଟ ଶେଷ କରିସାରିଲେଣି। ସେମାନେ ବାୟୋଲୋଜିକାଲ ପଦ୍ଧତିରେ ଦିନକୁ ୧ କିଲୋ ଲିଟରରୁ ଆରମ୍ଭ କରି ୩,୦୦୦ କିଲୋଲିଟର ପର୍ଯ୍ୟନ୍ତ ଜଳକୁ ଜୀବାଣୁ ମୁକ୍ତ କରିପାରୁଛନ୍ତି। ଡକ୍‌ଓ୍ବିଡର ୩୭ଟି ପ୍ରଜାତି ମଧ୍ୟରୁ ୪ କିମ୍ବା ୫ଟି ଭାରତରେ ଅଛି। କେବଳ ଏତିକି ନୁହେଁ, ଜଳାଶୟ କଡ଼ରେ ଦେଶୀ ଗଛ ସବୁ ରୋପଣ କରି ମୃତ୍ତିକା କ୍ଷୟ ରୋକିବା ଲାଗି ପଦକ୍ଷେପ ନେଉଛନ୍ତି ପ୍ରସନ୍ନ। ଜଳାଶୟ ପୁନରୁଦ୍ଧାର କାର୍ଯ୍ୟରେ ପ୍ରୋଜେକ୍ଟଗୁଡ଼ିକରେ ଛାତ୍ର ଏବଂ ସ୍ଥାନୀୟ ଗ୍ରମବାସୀମାନେ ଭାଗ ନେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥା ଓ ପରମ୍ପରା

ବିଶ୍ୱର ସାମାଜିକ ଚଳଣିରେ ଅନେକ ପ୍ରଥା ଓ ପରମ୍ପରା ସନ୍ନିବେସିତ, ଯାହା ମଣିଷକୁ ଏକ ଅନୁଶାସନରେ ରହି ଶୃଙ୍ଖଳିତ ଜୀବନଯାପନ କରିବାକୁ ପ୍ରେରଣା ଦେଇଥାଏ। ବିଶ୍ୱ ସାମାଜିକ…

ଓଡ଼ିଶାରେ ସମବାୟ

୧୮୯୭ ମସିହାରେ ଉତ୍କଳ ଗୌରବ ମଧୁସୂଦନ ଦାସ ୟୁରୋପ ଦେଶଗୁଡ଼ିକୁ ଭ୍ରମଣ କାଳରେ ସେଠାରେ ଦେଖାଦେଇଥିବା ଶିଳ୍ପ ବିପ୍ଳବର ମୁକାବିଲା ପାଇଁ ସମବାୟଭିତ୍ତିକ ଅନୁଷ୍ଠାନଗୁଡ଼ିକ ସଫଳତାର ସହିତ…

ଫୁଟ୍‌ବଲରେ ଟ୍ରମ୍ପ୍‌ କାର୍ଡ

ବିଶ୍ୱକପ୍‌ ଫୁଟ୍‌ବଲ ୨୦୨୬ କ୍ରୀଡ଼ାପ୍ରେମୀଙ୍କୁ ଆବୋରି ରଖିଛି। ଏହି ସମୟରେ ଗୋଟେ ମିମ୍‌ ସୋସିଆଲ ମିଡିଆରେ ବେଶି ଘୂରି ବୁଲୁଥିବା ଦେଖାଯାଉଛି। ଆମେରିକା ଫୁଟ୍‌ବଲ ଦଳର ଷ୍ଟ୍ରାଇକର୍‌ଙ୍କୁ…

ହାତରୁ ଖସୁଛି ସୁରକ୍ଷା

ଭାରତରେ ହାତଟଣା ରିକ୍ସା ଓ ସାଇକେଲ-ରିକ୍ସା ସ୍ବଳ୍ପ ବାଟ ଯିବା ଆସିବାରେ ବହୁଳ ବ୍ୟବହୃତ ହେଉଥତ୍ଲା। ରିକ୍ସା ଚାଳକ ଉପରେ ଶାରୀରିକ କଷ୍ଟ, ଧତ୍ମା ଗତି ଓ…

ଏଇ ଭାରତରେ

ଅବସର ଜୀବନ ଶେଷ ନୁହେଁ। ଏହାପରେ ନିଜେ ଭଲ ପାଉଥିବା ଯେକୌଣସି ବୃତ୍ତିକୁ ଆପଣାଇ ପୁନର୍ବାର ରୋଜଗାର କରିବା ସହ ଏକ ସୁସ୍ଥ ଓ ଚଳଚଞ୍ଚଳ ଜୀବନ…

ମଣିଷକୃତ ବିପର୍ଯ୍ୟୟ

ପର୍ଯ୍ୟାୟକ୍ରମେ ଘଟୁନଥିବା ବିପଦକୁ ବିପର୍ଯ୍ୟୟ କୁହାଯାଏ। ଆଗକାଳରେ ଆଗରୁ ତାହା ଜାଣିହେଉନଥିଲା ବୋଲି ପର୍ଯ୍ୟାୟ-ହୀନ ବା ବିପର୍ଯ୍ୟୟ କୁହାଯାଉଛି। ତାହା ଯଦି ଭୌଗୋଳିକ କାରଣରୁ ଘଟିଥାଏ, ତାକୁ…

ଚାକିରିଆ ମାନସିକତା

ମୁଁ ପାଠ ପଢ଼ିବି। ବଡ଼ ମଣିଷ ହେବି। ବଡ଼ ଚାକିରି କରିବି। ବେସରକାରୀ ଚାକିରି ନୁହେଁ, କେବଳ ସରକାରୀ ଚାକିରି। ସମସ୍ତଙ୍କ ମୁହଁରେ ଏଇ ଗୋଟିଏ କଥା।…

ଏଇ ଭାରତରେ

ରକ୍ତଦାନ ମହାପୁଣ୍ୟ, ଏହି ଉକ୍ତିର ଯଥାର୍ଥତା ପ୍ରତିପାଦନ କରିଛନ୍ତି ତେଲଙ୍ଗାନାର ଭି. ରାମକୃଷ୍ଣ ରେଡ୍ଡୀ। ସେ ୩୦ ବର୍ଷ ଧରି ରକ୍ତଦାନ କାର୍ଯ୍ୟକ୍ରମକୁ ସଫଳତାର ସହ ସଞ୍ଚାଳନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri