ଏଇ ଭାରତରେ

ପିଲାଦିନେ ଅଭାବକୁ ପାଖରୁ ଦେଖିଥିବା ଜଣେ ଦିନ ମଜୁରିଆଙ୍କ ପୁଅ ସ୍କୁଲ ପ୍ରଧାନଶିକ୍ଷକ ହେବା ପରେ ସ୍କୁଲକୁ ଏକ ସ୍ମାର୍ଟ କରିବାରେ ସକ୍ଷମ ହୋଇଛନ୍ତି। ସ୍କୁଲରେ କାନ୍ଥରେ ପ୍ରେରଣାଦାୟକ ଚିତ୍ର ଅଙ୍କନ କରିବା ସହ ସ୍କୁଲରେ ଆକର୍ଷଣୀୟ ଉଦ୍ୟାନ ଓ ଲାଇବ୍ରେରି କରିଛନ୍ତି। ଏହି ପ୍ରଧାନଶିକ୍ଷକ ଜଣକ ହେଉଛନ୍ତି କର୍ନାଟକ କାଲିଓ୍ବାଲା ଗାଁର ୩୯ ବର୍ଷୀୟ ଭେରନ୍ନା ମାଡିଓ୍ବାଲାର। ତାଙ୍କ ପିତା ଜଣେ ଦିନ ମଜୁରିଆ ଥିଲେ ଓ ପରିବାର ପାଇଁ ଦିନକୁ ଦୁଇବେଳା ଖାଇବା ଯୋଗାଡ଼ କରିବା କଷ୍ଟକର ଥିଲା ବୋଲି କହନ୍ତି ଭେରନ୍ନା। ସେଥିପାଇଁ ସବୁ ପ୍ରତିକୂଳ ପରିସ୍ଥିତିକୁ ସାମ୍ନା କରି ସେ ଉଚ୍ଚଶିକ୍ଷା ଲାଭ କଲେ ଓ ୨୦୦୭ରେ ଜଣେ ଶିକ୍ଷକ ହୋଇପାରିଲେ। ପରେ ୨୦୧୬ରେ ନିଡାଗୁଡ଼ି ଆମ୍ବେଡକର ସ୍କୁଲରେ ପ୍ରଧାନ ଶିକ୍ଷକ ଭାବେ ଯୋଗଦେଲେ। ପ୍ରଥମେ ସେ ସ୍କୁଲରେ ବୃକ୍ଷରୋପଣ କରି ସ୍କୁଲ ମରାମତି କାମ ଆରମ୍ଭ କରିଥିଲେ। ଏହାକୁ ସେ ଫେସ୍‌ବୁକ୍‌ରେ ଶେୟାର କରିବା ପରେ ତାଙ୍କୁ ଅନୁଦାନ ମିଳିବା ଆରମ୍ଭ ହୋଇଗଲା। ମହୀଶୂରର ଜଣେ ବ୍ୟକ୍ତି ୧.୫ ଲକ୍ଷ ଟଙ୍କା ଦାନ କରିବା ସହ ଅନ୍ୟ ଜଣେ ସ୍ମାର୍ଟ ଟିଭି ଦେଇଥିଲେ। ସ୍କୁଲରେ ବି ଏକ ଲାଙ୍ଗୁଏଜ ଲାବ ମଧ୍ୟ ଖୋଲିଯାଇଛି। ଏହି ସ୍କୁଲରେ ପିଲାମାନଙ୍କ ସଂଖ୍ୟା ବଢ଼ି ୭୬ରୁ ଏବେ ୧୩୬ରେ ପହଞ୍ଚିଛି।


Enter your email to get our daily news in your inbox.

All Right Reserved By Dharitri.Com

ଜୀବନର ଲକ୍ଷ୍ୟ

ଗୁଜରାଟର ଏକ ଦମ୍ପତି ସେମାନଙ୍କ ଦୁଇଶହ କୋଟି ଟଙ୍କା ମୂଲ୍ୟର ସମ୍ପତ୍ତିକୁ ରାସ୍ତାରେ ଯାଉଥିବା ସାଧାରଣ ଲୋକଙ୍କୁ ବାଣ୍ଟିଦେଇ ଜୈନଧର୍ମ ଅନୁଯାୟୀ ଅତ୍ୟନ୍ତ କଷ୍ଟସାଧ୍ୟ ସନ୍ନ୍ୟାସୀ...

ଏଇ ଭାରତରେ

ସମ୍ପ୍ରତି ଇଲେକ୍‌ଟ୍ରୋନିକ ବର୍ଜ୍ୟ ବା ଇ-ଓ୍ବେଷ୍ଟ ସମସ୍ୟା ବଢ଼ିବାରେ ଲାଗିଛି। ଏହା ପରିବେଶ ପ୍ରଦୂଷଣ ବୃଦ୍ଧି କରୁଛି। ଏଣୁ ଏଭଳି ଇ-ଓ୍ବେଷ୍ଟ ସମସ୍ୟା ବିଷୟରେ ଚିନ୍ତା...

ବେଦରେ ସମ୍ପତ୍ତି ବିବାଦ

ବେଦ ହେଉଛି ହିନ୍ଦୁମାନଙ୍କର ୩୦୦୦ ବର୍ଷର ପୁରୁଣା ଶାସ୍ତ୍ର। ଏହାକୁ ମଧ୍ୟ ଜ୍ଞାନର ଗ୍ରନ୍ଥ କୁହାଯାଏ। ଏହା ମୁଖ୍ୟତଃ କାବ୍ୟ(ମନ୍ତ୍ର) ଏବଂ ଗଦ୍ୟ(ବ୍ରାହ୍ମଣ)କୁ ନେଇ ଗଠିତ।...

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri