ଏଇ ଭାରତରେ

ପେଟ୍‌ ବଟଲକୁ ରିସାଇକେଲ କରି ସେଥିରୁ କରଡ଼ା ଏବଂ ପରେ ବିଭିନ୍ନ ପ୍ରକାର ଉତ୍ପାଦ ତିଆରି କରୁଛନ୍ତି ତାମିଲନାଡୁର ପିତା-ପୁତ୍ର ଯୋଡ଼ି। କେ. ଶଙ୍କର ଓ ତାଙ୍କ ପୁଅ ସେନ୍ଥିଲ ଶ୍ରୀ ରେଙ୍ଗା ପଲିମର କମ୍ପାନୀ ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ପେଟ୍‌ ବଟଲକୁ ରିସାଇକେଲ କରି ସେଥିରୁ ଜ୍ୟାକେଟ, ଟି-ଶାର୍ଟ, ବ୍ଲେଜର ଏବଂ ବଟମ ଆଦି ପ୍ରସ୍ତୁତ କରାଯାଉଛି। ଏହି କମ୍ପାନୀରେ ଦିନକୁ ୧୫ ଲକ୍ଷ ବଟଲ ରିସାଇକେଲ ହେଉଛି। ସେମାନେ ପ୍ରସ୍ତୁତ କରୁଥିବା ପୋଷାକରେ ବ୍ରାଣ୍ଡ୍‌ ରଖିଛନ୍ତି ଇକୋଲାଇନ। ୮ଟି ପେଟ୍‌ ବଟଲରେ ଗୋଟିଏ ଟି-ଶାର୍ଟ, ୨୦ଟିରେ ଗୋଟିଏ ଜ୍ୟାକେଟ ଓ ୩୦ଟି ବଟଲରେ ଗୋଟିଏ ବ୍ଲେଜର ତିଆରି କରାଯାଇପାରୁଛି। ବାପ-ପୁଅ ତିନି ଦଶନ୍ଧି ଧରି ଦେଶ ଓ ଦେଶ ବାହାରେ ବିଭିନ୍ନ ରିସାଇକେଲ ସଂସ୍ଥା ସହ ଜଡ଼ିତ ହେବାପରେ ଶେଷରେ ପ୍ଲାଷ୍ଟିକ ବର୍ଜ୍ୟର ସମାଧାନ ଲାଗି ଏହି ଉପାୟ ଆପଣାଇଛନ୍ତି। ୨୦୦୮ରେ ସେମାନେ ପ୍ରଥମେ ରେଙ୍ଗା ପଲିମର ପ୍ରତିଷ୍ଠା କରିଥିଲେ। ଏବେ ଏହା ୧୦୦ କୋଟି ଟଙ୍କା କାରବାର କରୁଛି। କେ. ଶଙ୍କର ଆଇଆଇଟିରୁ ଡିଗ୍ରୀ ହାସଲ କରିଛନ୍ତି ଓ ପୁଅ ସାଧାରଣ ଡିଗ୍ରୀ କରି ପିତାଙ୍କ ସହ କାର୍ଯ୍ୟ କରୁଛନ୍ତି। ଉତ୍ପାଦର ମୂଲ୍ୟ ୫୦୦ରୁ ୬୦୦୦ ଟଙ୍କା ଯାଏ ରଖାଯାଇଛି। ସେମାନେ ମାସକୁ ୨୦,୦୦୦ ଅର୍ଡର ପାଉଛନ୍ତି। ପେଟ୍‌ ବଟଲ ସଂଗ୍ରହ କରିବା ପାଇଁ ସେମାନେ ୫୦,୦୦୦ ବର୍ଜ୍ୟଗୋଟାଳିଙ୍କୁ ଆନ୍ଧ୍ରପ୍ରଦେଶ, କେରଳ, କର୍ନାଟକ, ତାମିଲନାଡୁ ଓ ପୁଡୁଚେରୀରେ ନିୟୋଜିତ କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ବିକଳ୍ପର ବାର୍ତ୍ତାବହ

ଅଭିଜିତ ଦୀପ୍‌କେ ରାଜନୀତି ଏଭଳି ଏକ କ୍ଷେତ୍ର, ଯେଉଁଥିରେ ଯାହାଙ୍କର ଯେତେ ବ୍ୟକ୍ତିଗତ ସମ୍ପର୍କ ଥାଏ ସେ ସେତେ ଲୋକପ୍ରିୟତା ଅର୍ଜନ କରିଥାଏ। ହେଲେ ଭାରତୀୟ ରାଜନୈତିକ…

ମାଧବଙ୍କ ଦୃଷ୍ଟିରେ ମୋଦି

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମହତ୍ତ୍ୱପୂର୍ଣ୍ଣ ସଫଳତାରେ ପହଞ୍ଚତ୍ୱେ ବୋଲି ରାମ ମାଧବ ଏକ ସୁନ୍ଦର ଲେଖା ଲେଖିଛନ୍ତି। ସେ ଲେଖିଛନ୍ତି, ଜୁନ୍‌ ୧୦ରେ ପ୍ରଧାନମନ୍ତ୍ରୀ ଭାବରେ ମୋଦି…

ବାଳାଶ୍ରମରେ ବାପୁ

ଦ୍ବିତୀୟ ପର୍ଯ୍ୟାୟ ହରିଜନ ପଦଯାତ୍ରା ଆରମ୍ଭ (୨୧-୫-୧୯୩୪) ହେବାର ୧୨ ଦିନ ପରେ ଅର୍ଥାତ ଜୁନ୍‌ ୨ ତାରିଖ ଦିନ ବାପୁ ଯାଜପୁର ପାର୍‌ ହୋଇ ଭଦ୍ରକ…

ହିଂସାର ଉତ୍ସବ

ଏକ ସମୟ ଥିଲା ଯେତେବେଳେ ସିନେମା ସମାଜକୁ ଏକ ଦର୍ପଣ ଭାବରେ ନେଇଥିଲା। ସମାଜର ଦାରିଦ୍ର୍ୟ, ଶୋଷଣ, ପ୍ରେମ ଓ ପ୍ରତାରଣା ଏହାର ବିଷୟବସ୍ତୁ ଥିଲା। କିନ୍ତୁ…

ଇଡି ପୁନର୍ଗଠନ

ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି)କୁ ବିସ୍ତାର କରିବା ପାଇଁ କେନ୍ଦ୍ର ନିଷ୍ପତ୍ତି ନେଇଛି। ଏହା ଦର୍ଶାଏ ଯେ, ଇଡି ଆଉ ଏକ ସ୍ବତନ୍ତ୍ର ଆର୍ଥିକ ତଦନ୍ତ ସଂସ୍ଥା ନୁହେ,ଁ…

ଏଇ ଭାରତରେ

କେରଳମର ଯୁବ ଫଟୋଗ୍ରାଫର ନନ୍ଦୁ କେ.ଏସ୍‌. କହନ୍ତି, କ୍ୟାମେରା କେବଳ ସୁନ୍ଦର ଦୃଶ୍ୟ ଉତ୍ତୋଳନ ପାଇଁ ନୁହେଁ; ବରଂ ଏହା ସ୍ବଚ୍ଛତା, ଏକତା ଆଣିପାରେ, ପଦକ୍ଷେପ ପାଇଁ…

ଏକାଧିକ ବ୍ୟାଙ୍କ ଆକାଉଣ୍ଟ ରହିଛି କି

ମୋ କଲେଜ ପଢ଼ା ସମୟର ସାଙ୍ଗ ‘ନରେନ୍ଦ୍ର’ କଥା କହୁଛି। ତାଙ୍କର ଏକ ଭଲ ଅଭ୍ୟାସ ଥିଲା ଡାକଘର ବ୍ୟତୀତ ସେ ସମୟରେ ଯେତେ ସବୁ ଛୋଟବଡ଼…

ପୁସ୍ତକରେ ବନ୍ଦୀ ଶୈଶବ

ଏକ ସମୟ ଥିଲା, ସା ହେଲେ ପିଲାଙ୍କ ଚିତ୍କାର ଓ ଦୌଡ଼ାଦୌଡ଼ିରେ ଗାଁର ଖେଳପଡ଼ିଆ ହସୁଥିଲା। ଖେଳପଡ଼ିଆରେ ସେମାନେ ଶିଖୁଥିଲେ ସହଯୋଗ, ମିତ୍ରତା, ସହନଶୀଳତା ଓ ଜୀବନର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri