ଏଇ ଭାରତରେ

ମୃତକଙ୍କ ଦଶାହ କର୍ମରେ ହେଉଥିବା ଅଯଥା ଖର୍ଚ୍ଚ ରୋକିବା ପାଇଁ ବାରାଣସୀର ୱାଜିଦପୁରର ଲୋକମାନେ ଏକଜୁଟ ହୋଇଛନ୍ତି। ଗାଁରେ କାହାର ମୃତ୍ୟୁରେ ଦଶାହ କର୍ମ ନ କରି ଏ ବାବଦରେ ହେଉଥିବା ଖର୍ଚ୍ଚରେ ପିଲାମାନଙ୍କ ପାଠପଢ଼ା ହେବ ଓ ଏହି ଦିନ ଗାଁରେ ଚାରା ରୋପଣ କରାଯିବ ବୋଲି ହରହୁଆର ୱାଜିଦପୁର ଗ୍ରାମବାସୀ ନିଷ୍ପତ୍ତି ନେଇଛନ୍ତି। ଗାଁ ମୁଖିଆ ଲଲମାନ ଯାଦବ କହିଛନ୍ତି, କୌଣସି ବ୍ୟକ୍ତିଙ୍କ ମୃତ୍ୟୁ ପରେ ଦଶାହ କର୍ମ ପାଇଁ ତାଙ୍କ ପରିବାରକୁ ବହୁତ ଚିନ୍ତା କରିବାକୁ ପଡ଼ିଥାଏ। ଅନେକ ଗରିବ ପରିବାରକୁ ଏନେଇ ଋଣ ନେବାକୁ ପଡ଼ିଥାଏ। ଏଣିକି ଆଉ ଏଭଳି ସ୍ଥିତି ଉପୁଜିବ ନାହିଁ। ନିଷ୍ପତ୍ତି ଅନୁଯାୟୀ ଏକ କମିଟି ଗଠନ କରାଯିବ ଏବଂ ଦଶାହ କର୍ମରେ ହେବାକୁ ଥିବା ଖର୍ଚ୍ଚ ସମ୍ପୃକ୍ତ ପରିବାରର ସାଧ୍ୟ ଅନୁଯାୟୀ ଜମା କରାଯିବ। ଏହା ପରେ କମିଟି ନିଷ୍ପତ୍ତି ଅନୁସାରେ ସେହି ଟଙ୍କା ଗାଁର ଗରିବ ପିଲାଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ହେବ। ଦଶାହ ଦିନ ପଞ୍ଚାୟତ ଭବନରେ କେବଳ ଶୋକସଭା ଅନୁଷ୍ଠିତ ହେବ। ଶୋକସଭା ବୈଠକ ପରେ ମୃତକଙ୍କ ପୁଅଙ୍କ ସଂଖ୍ୟା ଅନୁସାରେ ଚାରା ସର୍ବସାଧାରଣ ଜମିରେ କିମ୍ବା ମୃତ ବ୍ୟକ୍ତିଙ୍କ ଜମିରେ ଲଗାଯିବ। ମାତାପିତାଙ୍କ ମୃତ୍ୟୁପରେ ବୃକ୍ଷଗୁଡିକ ସେମାନଙ୍କର ପ୍ରତୀକ ଭାବରେ ସ୍ମରଣୀୟ ହେବେ। ବୃକ୍ଷଗୁଡିକର ସୁରକ୍ଷା ଦୟିତ୍ୱ ପୁଅମାନେ ତୁଲାଇବେ ଓ ଏହାଦ୍ୱାରା ପରିବେଶ ସଂରକ୍ଷଣ ହୋଇପାରିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଏ’ ରୁ ‘ବି’

ଗତ କିଛି ବର୍ଷ ମଧ୍ୟରେ ଭାରତର ମାନବ ଅଧିକାର ରେକର୍ଡ ଉପରେ ଅନ୍ତର୍ଜାତୀୟ ସ୍ତରରେ ତୀକ୍ଷ୍‌ଣ ନଜର ରଖାଯାଇଛି। ନିକଟରେ ମଣିପୁରରେ ଦେଖାଦେଇଥିବା ଜାତିଆଣ ବିବାଦରେ...

ମହାତ୍ମା ଓ ମଜଦୁର

ଅଷ୍ଟାଦଶ ଶତାବ୍ଦୀରେ ଇଉରୋପର ଶିଳ୍ପ ବିପ୍ଳବ ପରେ ଯେଉଁ ବୁର୍ଜୁଆ ଗୋଷ୍ଠୀର ଆବିର୍ଭାବ ଘଟିଲା, ସେମାନେ ଶ୍ରମ ତୁଳନାରେ ପୁଞ୍ଜିକୁ ଅଧିକ ଗୁରୁତ୍ୱ ଦେଲେ ଏବଂ...

ନୈତିକତାର ନତମସ୍ତକ ନ ହେଉ

ମଣିଷ ସମାଜରେ ସର୍ବଶ୍ରେଷ୍ଠ ପ୍ରାଣୀ ହିସାବରେ ମର୍ଯ୍ୟାଦାର ସହ ବଞ୍ଚିଥାଏ କେବଳ ନୀତି, ନୈତିକତା, ଆଦର୍ଶ, ବିବେକ, ନିଷ୍ଠା ଆଦିର ପରିପୂର୍ଣ୍ଣ ଜୀବନକୁ ପାଥେୟ କରି,...

ଏଇ ଭାରତରେ

ଏମିତି ଘର, ଯାହା ମାଟିରେ ରହିବ ପୁଣି ପାଣିରେ ଭାସିବ। ଏଭଳି ଏକ ଆମ୍ଫିବିୟସ (ଉଭୟ ମାଟି ଓ ପାଣିରେ ରହି ପାରୁଥିବା) ଘର ନିର୍ମାଣ...

ଏଇ ଭାରତରେ

ଜିଆଖତରୁ ବର୍ଷକୁ ୧.୫ କୋଟି ଟଙ୍କା ରୋଜଗାର କରୁଛନ୍ତି କଶ୍ମୀରର ଅବଦୁଲ ଅହାଦ ଲୋନ୍‌। ସେ ତାଙ୍କର ୫ ଏକର ପରିମିତ ଆପଲ ଓ ଓ୍ବାଲ୍‌ନଟ୍‌...

ବିଭାଗର ନାମ ଭିଜିଲାନ୍ସ

ହରିଶଙ୍କର ମିଶ୍ର ଆମ ରାଜ୍ୟରେ ଯେଉଁ ପ୍ରବକ୍ତାମାନେ ରାଜ୍ୟ ଦୁର୍ନୀତିମୁକ୍ତ ବୋଲି ପ୍ରଚାର ସର୍ବସ୍ବ ଡିଣ୍ଡିମ ପିଟୁଛନ୍ତି ସେମାନେ ନିଶ୍ଚିତ ଦୁର୍ନୀତିକୁ ରାଜ୍ୟର ନୀତି ଭାବେ...

ଓଡ଼ିଆ ଭାଷା ସାହିତ୍ୟରେ ‘ବର୍ଣ୍ଣବୋଧ’

ବିିପିନ ବିହାରୀ ରାଉତ ଚକା ଚକା ଭଉଁରି, ମାମୁ ଘର ଚଉଁରି’, ‘ରାତି ପାହିଲାଣି ରାବଇ କାଉ, ଉଠ ଉଠ ମଠ ନ କର ଆଉ’,...

ଡଙ୍ଗା ଯାଉଛି କୁଆଡ଼େ

ଗୁଜରାଟ ପୋରବନ୍ଦର ଉପକୂଳରେ ତଟ ସୁରକ୍ଷା ବାହିନୀ, ଆତଙ୍କବାଦୀ ନିରୋଧୀ ସ୍କ୍ବାଡ୍‌ (ଏଟିଏସ୍‌) ଏବଂ ନାର୍କୋଟିକ୍ସ କଣ୍ଟ୍ରୋଲ ବୋର୍ଡ(ଏନ୍‌ସିବି)ର ମିଳିତ ଅଭିଯାନରେ ୮୬ କେ.ଜି. ଡ୍ରଗ୍ସ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri