ଏଇ ଭାରତରେ

ଏ ଦୋସ୍ତି ହମ ନେହିଁ ତୋଡଙ୍ଗେ…ଗୀତଟି ବଲିଉଡ୍‌ର ବ୍ଲକବଷ୍ଟର ଚଳଚ୍ଚିତ୍ର ଶୋଲେର। ଏହି ଗୀତରେ ଦୁଇ ସାଙ୍ଗଙ୍କ ବନ୍ଧୁତା ଦର୍ଶାଯାଇଛି। ଚଳଚ୍ଚିତ୍ରରେ ଜୟ ଏବଂ ବୀରୁଙ୍କ ମଧ୍ୟରେ ଥିବା ରିଲ୍‌ ଲାଇଫର ବନ୍ଧୁତାର ଉଦାହରଣ ଏବେ ରିୟଲ ଲାଇଫ୍‌ରେ ଘଟିଛି। ଜୟଙ୍କ ଜୀବନ ବଞ୍ଚାଇବା ପାଇଁ ବୀରୁ ନିଜ ଜୀବନକୁ ବିପଦରେ ପକାଇଥିଲେ। ଉତ୍ତରପ୍ରଦେଶ ଫିରୋଜବାଦରେ ମଧ୍ୟ ଏଭଳି ଘଟଣା ସାମ୍ନାକୁ ଆସିଛି। ଏଠାରେ ଜଣେ ବ୍ୟକ୍ତି ତାଙ୍କ ବନ୍ଧୁଙ୍କ ଜଳୁଥିବା ଚିତା ଉପରକୁ ଡେଇଁ ନିଜ ଜୀବନ ଦେଇଛନ୍ତି। ଫିରୋଜବାଦ ପୋଲିସ ଷ୍ଟେଶନ ନାଗଲା ଖଙ୍ଗର ଅଞ୍ଚଳର ସ୍ବରୂପଘାଟର ବାସିନ୍ଦା ଆନନ୍ଦ ଗୌରବ ଏବଂ ଅଶୋକ ବହୁତ ଭଲ ବନ୍ଧୁ ଥିଲେ। ଉଭୟ ସାଙ୍ଗ ପ୍ରାଥମିକ ବିଦ୍ୟାଳୟରେ ଏକାଠି ଅଧ୍ୟୟନ କରିଥିଲେ। ଗତ ଶନିବାର ଅଶୋକଙ୍କର କର୍କଟ ରୋଗରେ ମୃତ୍ୟୁ ଘଟିଥିଲା। ଆନନ୍ଦ ଏହି ଦୁଃଖକୁ ସହ୍ୟ କରିପାରିଲେ ନ ଥିଲେ। ଯେତେବେଳେ ଅଶୋକଙ୍କର ଶେଷ ରୀତିନୀତି କରାଯାଇଥିଲା, ସେତେବେଳେ ଆନନ୍ଦ ତାଙ୍କ ଜଳୁଥିବା ଚିତା ଉପରେ ଚଢ଼ି ଯାଇଥିଲେ। ଚିତାରେ ଚଢ଼ି ଆନନ୍ଦଙ୍କ ଶରୀର ୯୫ ପ୍ରତିଶତ ଜଳି ଯାଇଥିଲା। ପରେ ତାଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଆଗ୍ରା ମେଡିକାଲ କଲେଜ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଜଳବାୟୁ ପରିବର୍ତ୍ତନ ସଙ୍କଟ ଗମ୍ଭୀର ହେବାରେ ଲାଗିଛି। ପ୍ରାକୃତିକ ବିପର୍ଯ୍ୟୟର ତୀବ୍ରତା ବୃଦ୍ଧି ପାଉଥିବାବେଳେ କୃଷି ଓ ଜୀବନ ଜୀବିକା ପ୍ରଭାବିତ ହେଉଛି। ଏହାକୁ ନେଇ ଜାତୀୟ…

ଶେଷ ଧାଡ଼ିର ସ୍ବର

ଜଣେ ସରଳ, ଆଦିବାସୀ ମଣିଷର ବ୍ୟାଙ୍କକୁ ‘ଗୁହାରି’ ସାରା ବିଶ୍ୱକୁ ଚକିତ କଲା। ନିଜ ମୃତ ଭଉଣୀର ଖାତାରେ ଥିବା ଟଙ୍କା ଉଠାଣ ପାଇଁ କେତେଥର ବ୍ୟାଙ୍କକୁ…

ପରା ଓ ଅପରା ବିଦ୍ୟା

ବିଦ୍ୟା ୟା ବିମୁକ୍ତୟେ’ ଏମନ୍ତ ଆପ୍ତ ବାକ୍ୟ ସହିତ ସମସ୍ତେ ଊଣା ଅଧିକେ ଅବଗତ। ବିଷ୍ଣୁ ପୁରାଣରେ ଉଲ୍ଲିଖିତ ଏହି କଥାଟି ଏକ ଅବିସମ୍ବାଦିତ ସତ୍ୟ ଭାବରେ…

୩ ବର୍ଷ ପରେ ମଣିପୁର

ମଣିପୁରରେ ୨୦୨୩ ମେ’ ୩ରେ ଘଟିଥିବା ଜାତିଆଣ ହିଂସାକୁ ଏବେ ୩ ବର୍ଷ ପୂରିଛି। ଏହି ସମୟ ମଧ୍ୟରେ ନିର୍ବାଚିତ ମୁଖ୍ୟମନ୍ତ୍ରୀ ଏନ୍‌. ବୀରେନ୍‌ ସିଂ ପଦବୀରୁ…

ଏଇ ଭାରତରେ

ନଡ଼ିଆକତାକୁ ସାମଗ୍ରୀ ତିଆରି କରିବାରେ ଯେତିକି ବ୍ୟବହାର କରାଯାଉଛି ତାହାଠାରୁ ଅଧିକ ବର୍ଜ୍ୟ ଆକାରରେ ପିଙ୍ଗି ଦିଆଯାଉଛି। ତେବେ ଏହି କତା ବର୍ଜ୍ୟକୁ କେରଳର ଅର୍ଦ୍ରା ନାୟର…

ଯୋଗ ଦିବାରାତ୍ରି

ଭାରତ ନେତୃତ୍ୱରେ ସାରା ବିଶ୍ୱରେ ପାଳିତ ଯୋଗଦିବସରେ ଶହଶହ ଯୋଗୀ ଓ ଯୋଗିନୀ ବିଭିନ୍ନ ଆସନ, ପ୍ରାଣାୟାମ ଇତ୍ୟାଦି ପତଞ୍ଜଳିକୃତ ଯୋଗମାର୍ଗ ପ୍ରଦର୍ଶନ କରନ୍ତି । ଯୋଗ କଲେ…

ସବୁଜ ଶକ୍ତି ଓ ନିଯୁକ୍ତି ସୁଯୋଗ

ଶ୍ୱତାପନ ଓ ଜଳବାୟୁ ପରିବର୍ତ୍ତନ ପରି ଗମ୍ଭୀର ପରିବେଶ ସମସ୍ୟାର ପ୍ରଚ୍ଛଦରେ ରହିଛି ଶକ୍ତି ଉତ୍ପାଦନର ପ୍ରମୁଖ ଉତ୍ସ କୋଇଲା, ପେଟ୍ରୋଲିୟମ ତୈଳ ଏବଂ ପ୍ରାକୃତିକ ଗ୍ୟାସ…

ପକ୍ଷପାତ ବିଚାର

ଆପଣ ଯଦି ଜଣେ ସାଧାରଣ ବ୍ୟକ୍ତି, ତେବେ ଯେକୌଣସି ଦଳକୁ ସମର୍ଥନ କରିପାରିବେ ଏବଂ ଭୋଟ ଦେଇପାରିବେ। ଡିଏମ୍‌କେ, ଏଡିଏମ୍‌କେ, ଟିଡିପି, ଏନ୍‌ସିପି, ପିଡିପି, ଟିଏମ୍‌ସି, ଆଇଏନ୍‌ସି,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri