ଏଇ ଭାରତରେ

ଆମ୍ବ ଅମଳ ସମୟ ଚାଲିଛି। ଏହି ସମୟରେ ଆମ୍ବ ବଗିଚା ଜଗିବାକୁ ହୁଏ। ଲୋକମାନେ ତ ଆମ୍ବ ବଗିଚା ଜଗନ୍ତି, କିନ୍ତୁ କୁକୁରମାନେ ଏହାକୁ ଜଗିବା ଭଳି ଘଟଣା ସାମ୍ନାକୁ ଆସିଛି ମଧ୍ୟପ୍ରଦେଶର ଜବଲପୁରରେ। ଏଠାରେ ସଂକଳ୍ପ ସିଂଙ୍କ ଆମ୍ବ ବଗିଚାକୁ କୁକୁରମାନେ ଜଗି ଦୁର୍ଲ୍ଲଭ ଆମ୍ବ ଉତ୍ପାଦନରେ ସାହାଯ୍ୟ କରୁଛନ୍ତି। କୁକୁର ଦିନରାତି ବଗିଚା ଜଗୁଛନ୍ତି। ସଂକଳ୍ପଙ୍କ ବଗିଚାରେ ୨୪ କିସମର ଆମ୍ବ ଅଛି। ଏଥିମଧ୍ୟରେ ସବୁଠୁ ଉନ୍ନତ ତଥା ସ୍ବାଦିଷ୍ଟ କିସମ ମଲ୍ଲିକା ଅନ୍ୟତମ। ଏହି ବଗିଚାରେ ୮ଟି କିସମର ବିଦେଶୀ ଆମ୍ବ ଉତ୍ପାଦନ କରାଯାଉଛି। ଉତ୍ପାଦିତ ଆମ୍ବକୁ ସେ ଦେଶର ବିଭିନ୍ନ ସ୍ଥାନକୁ ପଠାଇବା ସହ ବିଦେଶକୁ ମଧ୍ୟ ରତ୍ପାନି କରୁଛନ୍ତି। ମିୟାଜାକୀ ଆମ୍ବ କେଜି ପ୍ରତି ୧ ହଜାର ଟଙ୍କାରୁ ଅଧିକ ମୂଲ୍ୟରେ ବିକ୍ରି ହେଉଛି। ମୁଖ୍ୟତଃ ଏହି କିସମର ଆମ୍ବ ଚୋରି ରୋକିବାକୁ ସଂକଳ୍ପ ବଗିଚାରେ କୁକୁରମାନଙ୍କୁ ଜଗୁଆଳି ଭାବେ ମୁତୟନ କରିଛନ୍ତି। ୪ ଏକର ବିଶିଷ୍ଟ ଆମ୍ବ ବଗିଚାକୁ ଲୋକ ଦେଖିବାକୁ ଆସୁଛନ୍ତି। ଏପରିକି ସେଠାରେ ଲୋକେ ଆମ୍ବ ବଗିଚାରେ ଭୋଜି କରିବାର ବ୍ୟବସ୍ଥା କରିଛନ୍ତି ସଂକଳ୍ପ ସିଂ। ଯେଉଁମାନେ ବଗିଚା ବୁଲି ଦେଖନ୍ତି ସେମାନଙ୍କୁ ବିଭିନ୍ନ କିସମ ଆମ୍ବ ଚିହ୍ନାଇବା ଲାଗି ଲୋକ ନିଯୁକ୍ତ କରିଛନ୍ତି। ବିଭିନ୍ନ ପ୍ରକାର ଦୁର୍ଲଭ ଆମ୍ବ ଉତ୍ପାଦନ ଲାଗି ସଂକଳ୍ପଙ୍କୁ ରାଜ୍ୟ ସ୍ତରରେ ପୁରସ୍କୃତ କରାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

କୁଆଡ଼େ ଗଲା ପ୍ରତିଯୋଗିତା

ରତ ଏକ ଉଦାରୀକୃତ ଓ ପ୍ରତିଯୋଗିତାମୂଳକ ଅର୍ଥନୀତି ଦିଗରେ ଆଗକୁ ବଢୁଛି ବୋଲି ଦୀର୍ଘଦିନ ଧରି କୁହାଯାଉଛି। କିନ୍ତୁ ସାମ୍ପ୍ରତିକ ତଥ୍ୟ ଓ ଅଧ୍ୟୟନ ଏହି ଧାରଣା…

ବିକାଶୋନ୍ମୁଖୀ ଭାରତର ଦୁଃଖ

ଉତ୍ତର-ପୂର୍ବାଞ୍ଚଳ ରାଜ୍ୟ ଅରୁଣାଚଳ ପ୍ରଦେଶର ପ୍ରାୟ ୫୦ କିଲୋମିଟର ଅଞ୍ଚଳ ମଧ୍ୟକୁ ଚାଇନା ଅନୁପ୍ରବେଶ କରିସାରିଲାଣି। ଏକଥା କହିଛନ୍ତିି ରାଜ୍ୟର ଭାଜପା ସାଂସଦ ତାପିର ଗାଓ ା…

ଇସ୍ତଫାର ରାଜନୈତିକ ରଙ୍ଗ

ଆଇଏଏସ୍‌ ଅଫିସର ଦିବ୍ୟା ମିତ୍ତଲ ୧୩ ବର୍ଷ ଚାକିରି କରିବା ପରେ ଉତ୍ତର ପ୍ରଦେଶର ଆଗାମୀ ନିର୍ବାଚନର ମାତ୍ର କିଛି ମାସ ପୂର୍ବରୁ ଦେଇଥିବା ଇସ୍ତଫାକୁ ନେଇ…

ଏଇ ଭାରତରେ

ଘରୁ ବାଇକରେ ବାହାରକୁ ଯାଇଥିବା ଦୁଇ ପୁଅ ରାସ୍ତାରେ ଦୁର୍ଘଟଣାର ସମ୍ମୁଖୀନ ହୋଇ ବଡ଼ପୁଅର ମୃତ୍ୟୁ ହେଲା ଏବଂ ସାନ ବଞ୍ଚିଗଲେ। ଏହା ହେଉଛି ୨୦୧୫ର ଘଟଣା।…

ଋଣ ଅଧିକାର ନୁହେଁ

ନିକଟରେ ବାଇଶ ହଜାର କୋଟି ଋଣ ପରିଶୋଧ ପାଇଁ ସାଢ଼େ ଛଅ କୋଟି ଅସୁଲି, ତାହା ସାରା ଭାରତରେ ସର୍ବସାଧାରଣରେ ଏକ ଆଲୋଚ୍ୟର ବିଷୟ ହୋଇଛି। ଅନେକେ…

ସମ୍ଭବାମି ଯୁଗେ ଯୁଗେ

ଅବତାର ମନୁଷ୍ୟକୁ ତା’ର ନିଜତ୍ୱ ଦେଖାଇବାକୁ ଓ ତା’ର ଜନ୍ମଗତ ଅଧିକାର ଆତ୍ମାନନ୍ଦକୁ ଫେରାଇ ଆଣିବାକୁ ଧରାପୃଷ୍ଠରେ ବାରମ୍ବାର ଜନ୍ମଗ୍ରହଣ କରନ୍ତି। ତାଙ୍କୁ ବାରମ୍ବାର ଏ ପୃଥିବୀରେ…

ସହଯୋଗ ଅଭାବ

ବିଶ୍ୱ ବ୍ୟବସ୍ଥାରେ ୧୯୪୫ ପରେ ପରିବର୍ତ୍ତନ ଘଟିଚାଲିଛି । ବ୍ୟବସ୍ଥାର ମୁଖ୍ୟ ସ୍ତମ୍ଭ କୁହାଯାଉଥିବା ମାନବାଧିକାର ପ୍ରତି ସମର୍ଥନ, ଏକାଧିକ ଦେଶର ସହଯୋଗ, ଆଇନର ଶାସନ, ମାନବୀୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri