ଏଇ ଭାରତରେ

ଆମ୍ବୁଲାନ୍ସ ପାଇଁ ପାଖରେ ଟଙ୍କା ନ ଥିବାରୁ ଶିଶୁପୁତ୍ରର ମୃତଦେହକୁ ବ୍ୟାଗରେ ରଖି ୨୦୦ କିଲୋମିଟର ଯାତ୍ରାକରିବା ଭଳି ଏକ ଅମାନବୀୟ ଘଟଣା ସାମ୍‌ନାକୁ ଆସିଛି ପଶ୍ଚିମବଙ୍ଗରେ। ଉତ୍ତର ପଶ୍ଚିମବଙ୍ଗର ମେଡିକାଲ କଲେଜ ଏବଂ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଏକ ଶିଶୁ ପୁତ୍ରର ମୃତ୍ୟୁ ଘଟିଥିଲା। ଆମ୍ବୁଲାନ୍ସ ପାଇଁ ଟଙ୍କା ଅଭାବରୁ ଅସହାୟ ବାପା ଶିଶୁ ମୃତଦେହକୁ ଏକ ବ୍ୟାଗରେ ନେଇ ବସ୍‌ ଯୋଗେ ସିଲିଗୁଡିରୁ କାଲିଆଗଞ୍ଜ ବସଷ୍ଟାଣ୍ଡରେ ପହଞ୍ଚିଥିଲେ। ହସ୍ପିଟାଲରେ ଚିକିତ୍ସା ସମୟରେ ମୃତ୍ୟୁବରଣ କରିଥିବା ଏହି ଶିଶୁର ଘର କାଲିଆଗଞ୍ଜ ଅଞ୍ଚଳର ମୁସ୍ତାଫାନଗର ପଞ୍ଚାୟତର ଡାଙ୍ଗପଡା ଗ୍ରାମରେ। ମୃତ ଶିଶୁର ନାମ ଅସୀମ ଦେବ । ତାଙ୍କ ପିତା କହନ୍ତି, ତାଙ୍କର ପାଞ୍ଚ ମାସର ଯାଆଁଳା ଶିଶୁପୁତ୍ର ଗତ ସପ୍ତାହରେ ଅସୁସ୍ଥ ହୋଇପଡିଥିଲେ। ଚିକିତ୍ସା ପାଇଁ ସେମାନଙ୍କୁ ଉତ୍ତର ପଶ୍ଚିମବଙ୍ଗର ମେଡିକାଲ କଲେଜକୁ ନିଆଯାଇଥିଲା। ଚିକିତ୍ସା ପରେ ଜଣେ ଶିଶୁ ସୁସ୍ଥ ହେବା ପରେ ତାଙ୍କ ମା’ ତାଙ୍କ ସହ କାଲିଆଗଞ୍ଜକୁ ଫେରି ଆସିଥିଲେ। ଅନ୍ୟ ଶିଶୁପୁତ୍ର ଚିକିତ୍ସିତ ହେଉଥିଲେ ଓ ତାଙ୍କର ମୃତ୍ୟୁ ହେବାପରେ ମେଡିକାଲ କଲେଜର ଆମ୍ବୁଲାନ୍ସ ସହିତ ଯୋଗାଯୋଗ କରାଯାଇଥିଲା ଏବଂ ସେମାନେ ମୃତଦେହକୁ କାଲିଆଗଞ୍ଜକୁ ନେବାକୁ ଆଠ ହଜାର ଟଙ୍କା ମାଗିଥିଲେ। ଆମ୍ବୁଲାନ୍ସ ପାଇଁ ତାଙ୍କ ପାଖରେ ଟଙ୍କା ନ ଥିଲା। ଶେଷରେ ସେ ତାଙ୍କ ଶିଶୁପୁତ୍ରର ମୃତଦେହକୁ ପ୍ଲାଷ୍ଟିକ୍‌ରେ ଗୁଡ଼ାଇ ବ୍ୟାଗରେ ରଖି ବସ୍‌ରେ ଆସିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri