ଏଇ ଭାରତରେ

୨୦ ବର୍ଷ ଧରି ଜଣେ ଛାତ୍ର ଏମ୍‌ବିବିଏସ୍‌ ପଢୁଛନ୍ତି, ହେଲେ ପାସ୍‌ କରିପାରିନାହାନ୍ତି। ନା ଡାକ୍ତର ହେଉଛନ୍ତି ଅବା ସିଟ୍‌ ଖାଲି ହେଉଛି। ବାସ୍ତବରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କାନପୁରରେ। ଶାହାଜାହାନପୁରର ବାସିନ୍ଦା ଜିତେନ୍ଦ୍ର ସିଂ ୨୦୦୩ରେ କାନପୁରର ଜିଏସ୍‌ଭିଏମ୍‌ ମେଡିକାଲ କଲେଜରେ ନାମ ଲେଖାଇଥିଲେ। ବେଳେବେଳେ ସେ ପରୀକ୍ଷା ଦେଉଛନ୍ତି ତ ପୁଣି ତିନି-ଚାରି ବର୍ଷ ପାଇଁ ନିଖୋଜ ହୋଇଯାଉଛନ୍ତି। ସେଥିପାଇଁ ମେଡିକାଲ କଲେଜର ଗୋଟିଏ ସିଟ୍‌ ତାଙ୍କ ଯୋଗୁ ଗତ ୨୦ ବର୍ଷ ଧରି ଖାଲି ହୋଇପାରୁନାହିଁ। ଜିତେନ୍ଦ୍ରଙ୍କ ଏହି ଅଜବ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଡିଜିଏମ୍‌ଇ(ଡାଇରେକ୍ଟର ଜେନେରାଲ ମେଡିକାଲ ଏଜୁକେଶନ)କୁ ପଠାଯାଇଛି। ଜିତେନ୍ଦ୍ର ୨୦୦୩ରେ ନାମ ଲେଖାଇବାର କିଛିଦିନ ପରେ କାହାକୁ କିଛି ନ ଜଣାଇ କେଉଁଆଡ଼େ ଚାଲିଗଲେ। ଚାରିବର୍ଷ ପରେ ସେ ୨୦୦୭ରେ ଫେରି ନୂତନ ବ୍ୟାଚ୍‌ ଛାତ୍ରମାନଙ୍କ ସହ ମିଶି ଅଧ୍ୟୟନ କଲେ। ଦୁଇ ବର୍ଷ ଅଧ୍ୟୟନ କରିବା ପରେ ପୁଣି ହଠାତ୍‌ ୨୦୦୯ରେ କୁଆଡ଼େ ଚାଲିଗଲେ। ଫେରିଲେ ୨୦୧୪ରେ ଏବଂ ଦୁଇଟି ଇଣ୍ଟରନାଲ ଟର୍ମ ପରୀକ୍ଷା ଦେବା ପରେ ପୁଣି ନିଖୋଜ ହୋଇଗଲେ। ପୁନର୍ବାର ୨୦୧୭ରେ ଫେରି ଜିତେନ୍ଦ୍ର ତୃତୀୟ ଟର୍ମ ପରୀକ୍ଷା ଦେଲେ ଓ ପାସ୍‌ କଲେ। ୨୦୧୮ରେ ଏମ୍‌ବିବିଏସ୍‌ର ଚତୁର୍ଥ ବର୍ଷରେ ଦୁଇଟି ଟର୍ମ ପରୀକ୍ଷା ଦେଇଥିଲେ ବି ଜିତେନ୍ଦ୍ର ଏଯାବତ୍‌ ପାସ୍‌ କରିପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri