ଏଇ ଭାରତରେ

୨୦ ବର୍ଷ ଧରି ଜଣେ ଛାତ୍ର ଏମ୍‌ବିବିଏସ୍‌ ପଢୁଛନ୍ତି, ହେଲେ ପାସ୍‌ କରିପାରିନାହାନ୍ତି। ନା ଡାକ୍ତର ହେଉଛନ୍ତି ଅବା ସିଟ୍‌ ଖାଲି ହେଉଛି। ବାସ୍ତବରେ ଏମିତି ଏକ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶ କାନପୁରରେ। ଶାହାଜାହାନପୁରର ବାସିନ୍ଦା ଜିତେନ୍ଦ୍ର ସିଂ ୨୦୦୩ରେ କାନପୁରର ଜିଏସ୍‌ଭିଏମ୍‌ ମେଡିକାଲ କଲେଜରେ ନାମ ଲେଖାଇଥିଲେ। ବେଳେବେଳେ ସେ ପରୀକ୍ଷା ଦେଉଛନ୍ତି ତ ପୁଣି ତିନି-ଚାରି ବର୍ଷ ପାଇଁ ନିଖୋଜ ହୋଇଯାଉଛନ୍ତି। ସେଥିପାଇଁ ମେଡିକାଲ କଲେଜର ଗୋଟିଏ ସିଟ୍‌ ତାଙ୍କ ଯୋଗୁ ଗତ ୨୦ ବର୍ଷ ଧରି ଖାଲି ହୋଇପାରୁନାହିଁ। ଜିତେନ୍ଦ୍ରଙ୍କ ଏହି ଅଜବ ମାମଲାର ଚୂଡ଼ାନ୍ତ ନିଷ୍ପତ୍ତି ପାଇଁ ଡିଜିଏମ୍‌ଇ(ଡାଇରେକ୍ଟର ଜେନେରାଲ ମେଡିକାଲ ଏଜୁକେଶନ)କୁ ପଠାଯାଇଛି। ଜିତେନ୍ଦ୍ର ୨୦୦୩ରେ ନାମ ଲେଖାଇବାର କିଛିଦିନ ପରେ କାହାକୁ କିଛି ନ ଜଣାଇ କେଉଁଆଡ଼େ ଚାଲିଗଲେ। ଚାରିବର୍ଷ ପରେ ସେ ୨୦୦୭ରେ ଫେରି ନୂତନ ବ୍ୟାଚ୍‌ ଛାତ୍ରମାନଙ୍କ ସହ ମିଶି ଅଧ୍ୟୟନ କଲେ। ଦୁଇ ବର୍ଷ ଅଧ୍ୟୟନ କରିବା ପରେ ପୁଣି ହଠାତ୍‌ ୨୦୦୯ରେ କୁଆଡ଼େ ଚାଲିଗଲେ। ଫେରିଲେ ୨୦୧୪ରେ ଏବଂ ଦୁଇଟି ଇଣ୍ଟରନାଲ ଟର୍ମ ପରୀକ୍ଷା ଦେବା ପରେ ପୁଣି ନିଖୋଜ ହୋଇଗଲେ। ପୁନର୍ବାର ୨୦୧୭ରେ ଫେରି ଜିତେନ୍ଦ୍ର ତୃତୀୟ ଟର୍ମ ପରୀକ୍ଷା ଦେଲେ ଓ ପାସ୍‌ କଲେ। ୨୦୧୮ରେ ଏମ୍‌ବିବିଏସ୍‌ର ଚତୁର୍ଥ ବର୍ଷରେ ଦୁଇଟି ଟର୍ମ ପରୀକ୍ଷା ଦେଇଥିଲେ ବି ଜିତେନ୍ଦ୍ର ଏଯାବତ୍‌ ପାସ୍‌ କରିପାରି ନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ସଶସ୍ତ୍ର ସୀମା ବଳ(ଏସ୍‌ଏସ୍‌ବି)ର ଜଣେ ପୂର୍ୱତନ ଅଧିକାରୀ ଉତ୍କୃଷ୍ଟ ପାଣ୍ଡେ। ଜୈବିକ ପଦ୍ଧତିରେ ସେ ହଳଦୀ ଏବଂ ଧାନଚାଷ କରି ବିହନ ସଂରକ୍ଷଣ କରୁଛନ୍ତି। ଉତ୍ତରପ୍ରଦେଶ...

ସର୍ୱୋତ୍ତମ ପ୍ରତିନିଧିତ୍ୱ ବ୍ୟବସ୍ଥା

କ୍ଷତା, ଯୋଗ୍ୟତା ଓ ଲୋକପ୍ରିୟତା ନିର୍ୱିଶେଷରେ ହାତୀ ସୁନାକଳସ ଢାଳିଲା ପରି ଆମ ଲୋକପ୍ରତିନିଧିମାନେ ସଦନକୁ ନିର୍ୱାଚିତ ହୋଇଯାଉଛନ୍ତି। ନିର୍ୱାଚନର ନୀତି ନିୟମ ଅନୁଯାୟୀ ଜଣେ...

ସଙ୍କଟରେ ପକ୍ଷୀକୁଳ

ବତ୍ତର୍ର୍ନର ସ୍ତରକୁ ଲକ୍ଷ୍ୟ କଲେ ଜଣାଯାଏ ମଣିଷ ଆଗମନର ଢେର ଆଗରୁ ସୃଷ୍ଟି ହୋଇଥିଲେ ଉଦ୍ଭିଦମାନେ ଆଉ କ୍ରମେ ଉଦ୍ଭବ ହୋଇଥିଲେ ବିବିଧ ପ୍ରାଣୀ। ମଣିଷ...

ଉଦ୍ଦେଶ୍ୟ ଓ ଉଦାସୀନତା

ଭାରତୀୟ ଜନତା ପାର୍ଟି (ଭାଜପା) ଏହାର ବିଚାରଧାରାକୁ କାର୍ଯ୍ୟକାରୀ କରିବା ପାଇଁ ଦୃଢ଼ ସଂକଳ୍ପ ନେଇଛି ଏବଂ ଏହା ତାହାର ମୂଳ ଉଦ୍ଦେଶ୍ୟ। ଦଳ କ୍ଷମତାରେ...

ସ୍ବାସ୍ଥ୍ୟ ଓ ଜୀବନଶୈଳୀ

ପିଲାବେଳର ପାଠ କିଛି ମନେ ଥାଉ କି ନ ଥାଉ, ଏଇ ପଦଟି ସମସ୍ତଙ୍କର ମନେଥିବ – ‘ବିଦ୍ୟା ଅଟଇ ମହାଧନ, ବାଳକେ କର ଉପାର୍ଜନ’।...

୨୦୨୬ର ଚିନ୍ତା

୨୦୨୬ ଦେଶର ରାଜନୈତିକ ଦଳ ଓ ସରକାର ପାଇଁ ବ୍ୟସ୍ତବହୁଳ ହେବା ଅବଶ୍ୟମ୍ଭାବୀ। ଆସାମ, କେରଳ, ତାମିଲନାଡ଼ୁ, ପଶ୍ଚିମବଙ୍ଗ ଓ କେନ୍ଦ୍ରଶାସିତ ଅଞ୍ଚଳ ପୁଡ଼ୁଚେରୀରେ ଆଲୋଚ୍ୟ...

କାର୍ଯ୍ୟରେ ବିଳମ୍ବ

ଜମି ବିବାଦ ଦେଖାଦେଲେ ସରକାରୀ କାମଗୁଡ଼ିକର ସମୟସୀମା ଗଡ଼ିଚାଲେ। ଠିକାଦାର ବିଳମ୍ବ କରନ୍ତି କିମ୍ବା ଏଥିରେ ଜଡ଼ିତ ବିଭାଗଗୁଡ଼ିକ ନିଜ ମୁଣ୍ଡରୁ ଦୋଷ ଖସାଇବାକୁ ଚେଷ୍ଟା...

ଏଇ ଭାରତରେ

ଚାକିରି ଛାଡ଼ି ଛତିଶଗଡ଼ର ଚାଷୀ ସମୀକ୍ଷା ଚନ୍ଦ୍ରକର ଟମାଟୋ ଓ ଅନ୍ୟାନ୍ୟ ପରିବା ଚାଷକରି ଅନ୍ୟମାନଙ୍କ ପାଇଁ ଉଦାହରଣ ପାଲଟିଛନ୍ତି। ସମୀକ୍ଷା ଏମ୍‌ବିଏ ପାସ୍‌ କରିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri