ଏଇ ଭାରତରେ

ସଡ଼କ ଦୁର୍ଘଟଣା ରୋକିବା ପାଇଁ ଅନେକ ସଚେତନତାମୂଳକ କାର୍ଯ୍ୟ କରାଯାଉଛି। କିନ୍ତୁ ଲକ୍ଷ୍ନୌର ଜ୍ୟୋତି ପାଣ୍ଡେଙ୍କ ପଦକ୍ଷେପ ଏସବୁ ମଧ୍ୟରେ ନିଆରା। ସେ ସାଇକେଲ ଆରୋହୀଙ୍କ ସୁରକ୍ଷା ପାଇଁ ମାଗଣାରେ ସେଫ୍ଟି ଲାଇଟ ଲଗାଉଛନ୍ତି। ଫଳରେ ଘନକୁହୁଡ଼ି ଓ ଅନ୍ଧାରରେ ସେମାନଙ୍କ ଜୀବନ ରକ୍ଷା ହୋଇପାରୁଛି। ଜ୍ୟୋତି ‘ସପ୍ନୋ କି ଉଡାଣ ଫାଉଣ୍ଡେଶନ’ ମାଧ୍ୟମରେ ଉଜ୍ଜାଲା ଅଭିଯାନ ନାମରେ ଏହା ଚଳାଉଛନ୍ତି। ଏବେ ସୁଦ୍ଧା ସେ ୧୫୦୦ ସାଇକେଲରେ ଲାଇଟ୍‌ ଲଗାଇ ସାରିଲେଣି। ଏହି କାର୍ଯ୍ୟରେ ତାଙ୍କ ପରିବାର ସହଯୋଗ କରୁଛି। ପ୍ରତିବର୍ଷ ଦେଶରେ ୪୦୦୦ରୁ ଊର୍ଦ୍ଧ୍ୱ ସାଇକେଲ ଆରୋହୀଙ୍କ ମୃତ୍ୟୁ ଘଟୁଥିବା ବେଳେ ଅଧିକାଂଶ କ୍ଷେତ୍ରରେ ସେଫ୍ଟି ଲାଇଟ ନ ଥିବା ଯୋଗୁ ହେଉଛି । ଏଣୁ ଜ୍ୟୋତି ଏହି ଅଭିଯାନ ଚଳାଉଥିବା ପ୍ରକାଶ କରିଛନ୍ତି। ୨୩ ବର୍ଷୀୟା ଜ୍ୟୋତି ଏବେ କଲେଜରେ ପଢୁଛନ୍ତି। କେବଳ ଏତିକି ନୁହେଁ, ସେ ମଧ୍ୟ ଋତୁସ୍ରାବଜନିତ ସମସ୍ୟା ଦୂର କରିବା ଲାଗି ପ୍ରୋଜେକ୍ଟ ଦାଗ, ଅସହାୟ ଲୋକଙ୍କୁ ଖାଦ୍ୟ ଯୋଗାଇବା ଲାଗି ପ୍ରୋଜେକ୍ଟ ଅନ୍ନପୂର୍ଣ୍ଣା ଏବଂ ସଡ଼କରେ କାମ କରୁଥିବା ଲୋକଙ୍କ ପାଇଁ ଛାଇ ପ୍ରୋଜେକ୍ଟ ଚଳାଉଛନ୍ତି। ଏସବୁ ଚଳାଇବା ଲାଗି ସେ ପଢ଼ାରୁ ସମୟ ବାହାର କରି ତିନୋଟି ଜାଗାରେ ପାର୍ଟଟାଇମ କାମ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସବୁ ଜଣାଇବ ‘ଫାଇବ୍ରୋ ସ୍କାନ୍‌’

ବର୍ଷାଋତୁରେ ଲିଭର ସମ୍ବନ୍ଧୀୟ ବଡ଼ ସମସ୍ୟା କାରକ ରୋଗଗୁଡ଼ିକ ହେଉଛି ‘ଜଣ୍ଡିସ୍‌’, ‘ଡେଙ୍ଗୁ’, ‘ଝାଡ଼ାବାନ୍ତି’ ଇତ୍ୟାଦି। ତେବେ ଏସବୁଠାରୁ ବଡ଼ ଗୁରୁତ୍ୱପୂର୍ଣ୍ଣ ହେଉଛି ଅନେକଙ୍କ କ୍ଷେତ୍ରରେ ପେଟ…

ଯେଉଁ ଅନ୍ଧକାରର ଅବସାନ ନାହିଁ

ଆମ ଦେଶରେ କେତେକ ଘଟଣା ବର୍ତ୍ତମାନର ପ୍ରବାହରେ ଘଟିଚାଲିଛି ଯାହାର ଅନ୍ତ ଘଟୁନାହିଁ। ଆମେ କାଳର ହିସାବ ରଖନ୍ତି ନାହିଁ। ଯେପରି ଆଜି ପରେ କାଲି, ବିଂଶଶତାବ୍ଦୀ…

ରୋଷେଇ ଘରେ ଇଥାନଲ

ମଣିଷ ଆଦିମ ଯୁଗରେ ପଥରକୁ ପଥରରେ ଘସି ନିଅଁା ବାହାର କରିଥିଲା। ସେବେଠାରୁ ତାହାର ଅନୁସନ୍ଧିତ୍ସୁ ମନ ବିକଳ୍ପ ବାହାର କରିବାରେ ଲାଗିରହିଛି। ବର୍ତ୍ତମାନର ସ୍ଥିତିକୁ ଦେଖିଲେ…

ଏଇ ଭାରତରେ

ଜଣେ ବ୍ୟକ୍ତିଙ୍କ ଦୃଢ଼ ଇଚ୍ଛାଶକ୍ତି ତାଙ୍କୁ ନୂତନତ୍ୱ ସନ୍ଧାନର ପଥ ଦେଖାଏ ଏବଂ ଲକ୍ଷ୍ୟ ହାସଲ କରିବାରେ ସହାୟକ ହୋଇଥାଏ। ଏମିତି ଜଣେ ବ୍ୟକ୍ତି ହେଉଛନ୍ତି ଗୁଜରାଟର…

ମଶାରି ମଶା

ମଣିଷ କୁଆଡେ ସମୟର ଦାସ। ଏ କଥା କହନ୍ତି ସଭିଏଁ। ବୋଧହୁଏ ସମୟ ସୁଅରେ ସେଇ ଉକ୍ତିରେ ସାମାନ୍ୟ ବ୍ୟତିକ୍ରମ ହେଲା ଭଳିଆ ଛୋଟିଆ ଅନୁଭବଟେ କାହିଁକି…

ଜୁଆଙ୍ଗ ଯୁବତୀଙ୍କ ଜଳନ୍ତା ଜୁଇ

କିଛିଦିନ ହେଲାଣି ଅରୁଚିକର ଖବରମାନଙ୍କର ଶୋଭାଯାତ୍ରାରେ ଓଡ଼ିଶାବାସୀ ବ୍ୟଥିତ-ଭାବପ୍ରବଣ ଓଡ଼ିଆଙ୍କ ପାଇଁ ଅନେକ ଚିନ୍ତାର କାରଣ ପାଲଟିଛି। ଜୁନ୍‌ ଏକୋଇଶରେ ତାମିଲନାଡୁର ଚିଙ୍ଗୁଡ଼ି ପ୍ରସ୍ତୁତୀକରଣ କାରଖାନାରେ ହୋଇଥିବା…

ଇସ୍ରୋ ସଙ୍କଟ

ଘରୋଇ ମହାକାଶ ଗବେଷଣା କ୍ଷେତ୍ରରେ ଭାରତକୁ ୧୮ ଜୁଲାଇରେ ବଡ଼ ସଫଳତା ମିଳିଛି । ହାଇଦ୍ରାବାଦର ବେସରକାରୀ ମହାକାଶ ସଂସ୍ଥା ସ୍କାଏରୁଟ୍‌ ଏରୋସ୍ପେସ୍‌ ଶ୍ରୀହରିକୋଟାସ୍ଥିତ ସତୀଶ ଧାବନ…

ଏଇ ଭାରତରେ

ଏମ୍‌. ନାଗରାଜୈହ ବେଙ୍ଗାଲୁରୁର ବସ୍ତିରେ ରହୁଥିବା ପିଲାଙ୍କ ଭବିଷ୍ୟତ ଗଢ଼ିବା ଲାଗି ଚେଷ୍ଟା ଜାରି ରଖିଛନ୍ତି। ସେ ଅଧାରୁ ପାଠ ଛାଡ଼ିଦେଇଥିବା ଏବଂ ଶିଶୁ ଶ୍ରମିକ ଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri