ଏଇ ଭାରତରେ

ସେବାର ମୂଲ୍ୟ ବୁଝିଥିବା ଜଣେ ଡାକ୍ତର ଓ ତାଙ୍କ ସ୍ତ୍ରୀ ଉତ୍ତରପୂର୍ବାଞ୍ଚଳର ଗ୍ରାମୀଣ ଅଞ୍ଚଳରେ ସୁବିଧାରେ ସ୍ବାସ୍ଥ୍ୟସେବା ଯୋଗାଇ ଦେଉଛନ୍ତି। ଏହି ଦମ୍ପତି ହେଉଛନ୍ତି ସେନାର ପୂର୍ବତନ ଡାକ୍ତର ସୁନୀଲ କୌଲ ଏବଂ ଜେନିଫର୍‌ ଲିଆଙ୍ଗ। ସେମାନେ ମୁଖ୍ୟତଃ ମାନସିକ ରୋଗୀମାନଙ୍କୁ ଶସ୍ତାରେ ଚିକିତ୍ସା ଯୋଗାଇ ଦେଉଛନ୍ତି। ପ୍ରଥମେ ଉକ୍ତ ଦମ୍ପତି ୨୦୦୦ରେ ଗାନ୍ଧିବାଦୀ ସ୍ବର୍ଗତ ରବୀନ୍ଦ୍ରନାଥ ଉପାଧ୍ୟାୟଙ୍କ ସହଯୋଗରେ ଉତ୍ତରପୂର୍ବାଞ୍ଚଳର ଦୁର୍ଗମ ଗାଁରେ ସେବା ଆରମ୍ଭ କରିଥିଲେ। ଏବେ ଆସାମର ୧୩ ଜିଲାର ୨୦ଟି ସ୍ଥାନରେ ଚିକିତ୍ସା ଯୋଗାଇ ଦେଉଛନ୍ତି। ଏହା ବ୍ୟତୀତ ମେଘାଳୟ ଓ ପଶ୍ଚିମବଙ୍ଗର ରୋଗୀମାନେ ବି ଚିକିତ୍ସା ସୁବିଧା ପାଉଛନ୍ତି। ଏଥିପାଇଁ ସେ ମେଣ୍ଟାଲ ଇଲ୍‌ନେସ ଟ୍ରିଟ୍‌ମେଣ୍ଟ ଆଲିଆନ୍ସ(ଏମ୍‌ଆଇଟିଏ) ଏନ୍‌ଜିଓ ଗଠନ କରିଛନ୍ତି। ଏହି ଅଭିଯାନରେ ଅନେକ ଡାକ୍ତର ବି ଯୋଡ଼ି ହୋଇଛନ୍ତି। ଏବେ ୪,୦୦୦ ଲୋକ ସେମାନଙ୍କ ଚିକିତ୍ସାରୁ ଉପକୃତ ହେଉଛନ୍ତି, ଯେଉଁମାନେ ଚିକିତ୍ସା, ଓଷଧ ବାବଦରେ ମାତ୍ର ମାସକୁ ୩୦୦ଟଙ୍କା ଦେଉଛନ୍ତି। ଏମାନଙ୍କୁ ଛାଡ଼ିଦେଲେ ବହୁ ଲୋକଙ୍କୁ ମାଗଣାରେ ଚିକିତ୍ସା ଓ ଓଷଧ ଯୋଗାଇ ଦିଆଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

କଠିନ ପଥ

ଏବେ ଦେଶ ସମ୍ମୁଖରେ କ’ଣ ସମସ୍ୟା ଅଛି, ସ୍ୱାଧୀନତାର ମୌଳିକ ଲକ୍ଷ୍ୟ ପୂରଣ ହୋଇଛି କି ନା ତାହା ଆଲୋଚନା ହେବା ଉଚିତ। ରାଜନୈତିକ ସ୍ୱାଧୀନତା ସତରେ…

ଧର୍ମାନ୍ତରୀକରଣ

ଚଳିତ ସପ୍ତାହରେ ପ୍ରକାଶ ପାଇଥିବା ଏକ ଖବରର ଶୀର୍ଷକ ହେଉଛି ‘ଧର୍ମାନ୍ତରୀକରଣ ଆଇନ ଏପର୍ଯ୍ୟନ୍ତ ଲାଗୁ ହୋଇ ନ ଥିବା ଜାଣିବା ପରେ ପୁଣେ ପୋଲିସ ସେହି…

ପବିତ୍ର ବନ

ବନ ସଂରକ୍ଷଣ ୨ପ୍ରକାର ପଦ୍ଧତିରେ କରାଯାଇଥାଏ। ପ୍ରଥମରେ ‘ଇନ୍‌ ସିଟୁ’ ଏବଂ ୨ୟରେ ‘ଏକ୍‌ସ ସିଟୁ’ ସଂରକ୍ଷଣ। କିନ୍ତୁ ଜଙ୍ଗଲକୁ ତା’ର ପ୍ରାକୃତିକ ସ୍ଥିତିରେ ସଂରକ୍ଷିତ ବା…

ସ୍ବାଗତଯୋଗ୍ୟ ସମୀକ୍ଷା

ଓଡ଼ିଶାର ପରବର୍ତ୍ତୀ ପୋଲିସ ମହାନିର୍ଦ୍ଦେଶକ(ଡିଜିପି) ନିଯୁକ୍ତିକୁ ନେଇ ବିବାଦ ଲାଗିରହିଛି। ପ୍ରକୃତରେ ସଞ୍ଜୀବ ପଣ୍ଡା କିମ୍ବା ଏହି ଦୌଡ଼ରେ ଥିବା ଅନ୍ୟ ଅଧିକାରୀମାନଙ୍କୁ ନେଇ ଏହା ହୋଇନାହିଁ।…

ଏଇ ଭାରତରେ

ଜମ୍ମୁକଶ୍ମୀରରେ ଆର୍ଦ୍ରଭୂମି ଓ ବହିରାଗତ ପକ୍ଷୀଙ୍କ ସୁରକ୍ଷାରେ ଲାଗିପଡ଼ିଛନ୍ତି ଏକ ମହିଳା ଟିମ୍‌। ଏହି ଟିମ୍‌ରେ ୧୫ ଜଣ ମହିଳା ଓ ବାଳିକା ରହିଛନ୍ତି। ସେମାନେ ସଲିମ…

ସମାଜର ବିଫଳତା ନା ସମୟର ଆବଶ୍ୟକତା

ଗଛର ମୂଳ ଯେତେ ଦୃଢ଼, ଗଛ ସେତେ ସୁଦୃଢ଼। ସେହିପରି ବୟୋଜ୍ୟେଷ୍ଠମାନେ ହେଉଛନ୍ତି ପରିବାର ଓ ସମାଜର ମୂଳଦୁଆ। ସେମାନଙ୍କ ଅନୁଭବ, ତ୍ୟାଗ ଓ ଜୀବନବୋଧ ସମାଜକୁ…

ଚାଇନା ପାଇଁ ଆହ୍ବାନ

ନିକଟରେ ଚାଇନାର ପୂର୍ବତନ ପ୍ରଧାନମନ୍ତ୍ରୀ ଝୁ ରୋଙ୍ଗ୍‌ଜିଙ୍କର ୯୭ ବର୍ଷ ବୟସରେ ମୃତ୍ୟୁହେବା ପରେ ତାଙ୍କ ପାଇଁ ଚତୁର୍ଦ୍ଦିଗରୁ ଶ୍ରଦ୍ଧାଞ୍ଜଳିର ସୁଅ ଛୁଟିଥିଲା। ସେ ଥିଲେ ଆର୍ଥିକ…

ଡିଜିଟାଲ ସାର୍ବଭୌମତ୍ୱ

ଆଜିକାଲି ଭୌଗୋଳିକ ସୀମା ସରହଦକୁ ଅତିକ୍ରମକରି ମଣିଷ ଆଭାସିକ ଡିଜିଟାଲ ପୃଥିବୀରେ ଦୈନିକ ଜୀବନଯାପନ କଲାଣି। ଇଣ୍ଟରନେଟ୍‌ ଆସିବା ପରେ ଭୌଗୋଳିକ ସୀମା ପ୍ରତିରକ୍ଷା ପାଇଁ ରହିଲା,…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri