ଏଇ ଭାରତରେ

ପରିବେଶକୁ ପ୍ଲାଷ୍ଟିକ ବର୍ଜ୍ୟମୁକ୍ତ କରିବା ଲାଗି ଭାରତରେ ଯେଉଁ କେତେଜଣ ଉଦ୍ୟମ କରୁଛନ୍ତି ସେମାନଙ୍କ ମଧ୍ୟରେ କପିଳ ଭାଟିଆ ଅନ୍ୟତମ। ସେ ପ୍ଲାଷ୍ଟିକ୍‌ ବୋତଲକୁ ରିସାଇକ୍ଲିଂ କରି ସେଥିରୁ ପୋଷାକ ପ୍ରସ୍ତୁତ କରୁଛନ୍ତି। କପିଳ ୨୦୨୧ରେ ମୁମ୍ବାଇରେ ୟୁନିରେକ୍‌ ଷ୍ଟାର୍ଟ ଅପ୍‌ ପ୍ରତିଷ୍ଠା କରି ତା’ ମାଧ୍ୟମରେ ଏହା କରୁଛନ୍ତି। ପ୍ରତ୍ୟେକ ଆଇଟମ୍‌ରେ ୧୨ଟି ୧ଲିଟିରିଆ ପ୍ଲାଷ୍ଟିକ ବୋତଲ ରିସାଇକେଲ ହେଉଛି। କପିଳ ପ୍ରଥମ ଅର୍ଡରରେ ୫୦୦ ଟି-ଶାର୍ଟ ତିଆରି କରିଥିଲେ। ଏବେ ପ୍ରତି ୬ ମାସରେ ୧୦,୦୦୦ ପୋଷାକ ସେ ବିକ୍ରି କରୁଛନ୍ତି ଓ ଏଥିରେ ୧,୨୦,୦୦୦ ବର୍ଜ୍ୟ ବୋତଲ ରିସାଇକେଲ ହେଉଛି। ଟି-ଶାର୍ଟ ବ୍ୟତୀତ ପ୍ଲାଷ୍ଟିକ ବର୍ଜ୍ୟରୁ ଜ୍ୟାକେଟ, ବ୍ଲେଜର, ଟ୍ରାଉଜର ଆଦି ତିଆରି କରାଯାଉଛି। ଦିନକୁ ଏଭଳି ୮୦୦ ପୋଷାକ ହୋଇପାରୁଛି। ୟୁନିରେକ୍‌ ମାସକୁ ପାଖାପାଖି ୫,୦୦୦ ୟୁନିଟ ପାଇଁ ଅର୍ଡର ପାଉଛି। ଗତବର୍ଷ ୨.୫ ଟନ୍‌ରୁ ଅଧିକ ପ୍ଲାଷ୍ଟିକ ବୋତଲ ରିସାଇକେଲ କରାଯାଇଛି; ଯଦ୍ଦ୍ବାରା ପରିବେଶ ପ୍ରଦୂଷଣ ଅନେକାଂଶରେ ଦୂର ହେବା ସହ ୪୦,୦୦୦ କେଜି କାର୍ବନ ନିର୍ଗମନ ହ୍ରାସ କରାଯାଇପାରିଛି। କାତାର ବିଶ୍ୱକପ୍‌ ବେଳେ ସେ ୧୭ଟି ଦେଶର ପ୍ରତିନିଧିମାନଙ୍କ ପାଇଁ ଟି-ଶାର୍ଟ ମଧ୍ୟ ତିଆରି କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଗୁଆଗଛର ବ୍ୟବସାୟିକ ଦିଗକୁ ଭଲ ଭାବେ ଠାବ କରିଛନ୍ତି କର୍ନାଟକର ସୁରେଶ ଏସ୍‌.ଆର୍‌। ସେ ଓ ତାଙ୍କ ସ୍ତ୍ରୀ ମୈଥିଲି ମିଶି ଗୁଆଗଛରୁ ଏକ ପ୍ରକାର...

ବିଶେଷଣ ଭେଳିକି

ଧ୍ରୁବ ଚରଣ ଘିବେଲା ସତର ପରିଭାଷା ଯଦି ସମାଲୋଚନା, ତେବେ ମିଛର ପରିଭାଷା କ’ଣ ହୋଇପାରେ? ଯାହାଙ୍କ ଭାଷାରେ ସତ ହୁଏ ସମାଲୋଚନା, ସେଇମାନଙ୍କ ତୁଣ୍ଡରେ...

ଓଡ଼ିଆ ଜାତି ଓ ପୋଥି ପରମ୍ପରା

ଡ. ପ୍ରଫୁଲ୍ଲ କୁମାର ସାହୁ ଆମ ଦେଶରେ କାଗଜ ପ୍ରଚଳନ ପୂର୍ବରୁ ତାଳପତ୍ର ଥିଲା ଏକ ପ୍ରମୁଖ ଲିଖନ ସାମଗ୍ରୀ। ସେତେବେଳେ ଲୌହ ଲେଖନୀ ଦ୍ୱାରା...

ଜୀବନକୁ ପାଣିଛଡ଼ାଇ

ଚଳିତ ମାସ ୧୯ ତାରିଖରେ ଝାରସୁଗୁଡ଼ା ଜିଲା ଲଖନପୁର ଦେଇ ପ୍ରବାହିତ ମହାନଦୀରେ ଏକ ଡଙ୍ଗା ବୁଡ଼ିଯିବାରୁ ୮ ଜଣଙ୍କ ପ୍ରାଣହାନି ଘଟିଯାଇଛି। ଛତିଶଗଡ଼ ଅତର୍ଲିଆ...

ଏଇ ଭାରତରେ

ପିଲାମାନଙ୍କୁ ପରୀକ୍ଷାରେ ଭଲ ନମ୍ବର ଆଣିବାକୁ ଅଭିଭାବକ କହିଥାନ୍ତି ଓ ଚାପ ବି ପକାନ୍ତି। ପ୍ରତିକ୍ରିୟାରେ ପିଲାମାନେ ବେଳେବେଳେ ଚାପଗ୍ରସ୍ତ ହୋଇଯାନ୍ତି। କିନ୍ତୁ ଏଭଳି କ୍ଷେତ୍ରରେ...

କ୍ଷେପଣାସ୍ତ୍ର ଅଗ୍ନି-୫

ପ୍ର. ରମେଶ ଚନ୍ଦ୍ର ପରିଡ଼ା   ମାନବିକତାର ସର୍ବଶ୍ରେଷ୍ଠ ସ୍ବରୂପ ପ୍ରକଟିତ ହୋଇଥାଏ ‘ବସୁଧୈବ କୁଟୁମ୍ବକମ୍‌’ ଚିନ୍ତାଧାରାରେ। ଆଜିର ଧ୍ୱଂସମୁଖୀ ବିଶ୍ୱକୁ ଏହାହିଁ କେବଳ ଦେଇପାରନ୍ତା...

ନିର୍ବାଚନୀ ଇସ୍ତାହାର: ଏକ ଦୃଷ୍ଟିପାତ

ସୌଭାଗ୍ୟ ସୁନ୍ଦରରାୟ   ଅଷ୍ଟାଦଶ ଲୋକ ସଭା ନିର୍ବାଚନ ପାଇଁ ଇତିମଧ୍ୟରେ ବିଭିନ୍ନ ରାଜନୈତିକ ଦଳର ନିର୍ବାଚନୀ ଇସ୍ତାହାର ପ୍ରକାଶ ପାଇଛି। ସେଥିମଧ୍ୟରୁ ପ୍ରମୁଖ ଦଳ...

ପିଲାଙ୍କ ସ୍ୱାସ୍ଥ୍ୟ

ନେସ୍‌ଲେ ଭଳି ବହୁରାଷ୍ଟ୍ରୀୟ କମ୍ପାନୀ ବିଭିନ୍ନ ଦେଶରେ ଭିନ୍ନ ପ୍ରକାରର ଶିଶୁ ଖାଦ୍ୟ ପ୍ରସ୍ତୁତ କରୁଛି । ଏହାକୁ ଆଧୁନିକ ଭାଷାରେ ‘କର୍ପୋରେଟ୍‌ ରେସିଜିମ୍‌’ ବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri