ଏଇ ଭାରତରେ

ଏମିତି କୃଷକ ହୁଏତ ଭାରତରେ କାହିଁକି ସାରା ବିଶ୍ୱରେ ବି କମ୍‌ ଥିବେ, ଯିଏ ନିଜେ ଚାଷ କରି ବିଭିନ୍ନ କିସମର ଦେଶୀ ବିହନ ସଂଗ୍ରହ କରିବା ସହ ଅନ୍ୟ ଚାଷୀମାନଙ୍କୁ ମାଗଣାରେ ତାହାକୁ ବାଣ୍ଟୁଛନ୍ତି। ମଧ୍ୟପ୍ରଦେଶର ନର୍ମଦାପୁରମ୍‌ ଗଲେ ଦେଖିବେ ସେହି କୃଷକ ମାନସିଂ ଗୁର୍ଜରଙ୍କୁ। ମାନସିଂ ୬୦୦ରୁ ଊର୍ଦ୍ଧ୍ୱ ଦେଶୀ ବିହନ ସଂଗ୍ରହ କରି ରଖିଛନ୍ତି। ଏହାର ଚାଷ କରି ପ୍ରତିବର୍ଷ ଅନେକ ହଜାର ଚାଷୀଙ୍କୁ ସେମାନଙ୍କ ଆବଶ୍ୟକତା ଅନୁଯାୟୀ ବିହନ ମାଗଣାରେ ଦେଉଛନ୍ତି। ବଡ଼ କଥା ହେଉଛି, ମାନସିଂ ଜୈବିକ ପଦ୍ଧତିରେ ୧୨ ବର୍ଷ ବୟସରୁ ଚାଷ କରୁଛନ୍ତି। ତାଙ୍କ ଚାଷ ପଦ୍ଧତି ସମ୍ପର୍କରେ ଚାଷୀମାନଙ୍କୁ ପ୍ରଶିକ୍ଷଣ ବି ଦେଉଛନ୍ତି। ସେ ନିଜ କ୍ଷେତରେ ୭ ଫୁଟର ଲାଉ ଓ ୩୦ କେଜି ଓଜନର ତରଭୂଜ ଫଳାଇବାରେ ସକ୍ଷମ ହୋଇଛନ୍ତି। ଦେଶୀ ବିହନ ସଂରକ୍ଷଣ କାର୍ଯ୍ୟ କରିବା ପାଇଁ ତାଙ୍କ ପରିବାରର ପୂର୍ବଜମାନଙ୍କଠାରୁ ସେ ପ୍ରେରଣା ପାଇଥିଲେ। ଏବେ ତାଙ୍କ ପାଖରେ ୨୩୦ ପ୍ରଜାତିର ଧାନ, ୧୦୦ ପ୍ରକାର ଗହମ, ୧୫୦ରୁ ଅଧିକ କିସମର ପରିବା ମଞ୍ଜି ଅଛି। ଲାଉର ୧୬ କିସମ ଓ ଲଙ୍କାର ୨୭ ପ୍ରକାର ମଞ୍ଜି ମଧ୍ୟ ତାଙ୍କ ନିକଟରେ ଉପଲବ୍ଧ ହେଉଛି। ଏହା ବ୍ୟତୀତ ୩୦ ପ୍ରଜାତିର ଡାଲି ବି ତାଙ୍କ ସଂଗ୍ରହାଳୟରେ ଅଛି। ମାନସିଂ ଏତେ କିସମର ବିହନ ବଞ୍ଚାଇ ରଖିବା ଲାଗି ୧୭ ଏକର ଜମିରେ ଚାଷ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଦିଲ୍ଲୀର କିଡ୍‌ଓ୍ବାଇ ନଗରରେ ଚାଲୁଛି ଏକ ନିଆରା ସ୍କୁଲ। ଏହି ସ୍କୁଲର ଘର ନାହିଁ କି କୌଣସି ସରକାରୀ ପାଠ୍ୟକ୍ରମ ଅନୁଯାୟୀ ଶିକ୍ଷା ଦିଆଯାଉନାହିଁ। ପିଲାମାନେ ଗଛମୂଳେ…

ନେତା ହେବାକୁ ଅନୁକୂଳ ପରିବେଶ

ସଭା ସମିତି, ଜଳଖିଆ ଦୋକାନ, ଚା’ ଦୋକାନ, ପାନ ଦୋକାନ ଆଗରେ ଓ ଘରେ ବସି ସାଙ୍ଗସାଥୀ ସହିତ କଥାହେଲା ବେଳେ ଅନେକ ଶିକ୍ଷିତ ଲୋକ କହିଥା’ନ୍ତି,…

ନୈତିକ ମୂଲ୍ୟବୋଧ ଓ ଧର୍ମ

ଯେତେବେଳେ ଆମେ ଜଣେ କରୁଥିବା କାର୍ଯ୍ୟକୁ ‘ନୈତିକ’ ବୋଲି ବିଚାର କରୁ, ତାକୁ ଭଲ ଲୋକ କହୁ ଓ ଅନୈତିକ କାର୍ଯ୍ୟ କରୁଥିବା ଲୋକକୁ ମନ୍ଦ ଲୋକ…

ପାଖ ବିଦେଶ

ବାଂଲାଦେଶ ଜାତୀୟ ନିର୍ବାଚନରେ ଭୋଟ ହୋଇଥିବା ୨୯୯ ଆସନ ମଧ୍ୟରୁ ବାଂଲାଦେଶ ନ୍ୟାଶନାଲିଷ୍ଟ ପାର୍ଟି(ବିଏନ୍‌ପି) ଏକାକୀ ୨୦୯ ଆସନ ପାଇଥିବା ବେଳେ ସହଯୋଗୀଙ୍କୁ ମିଶାଇଲେ ସଂଖ୍ୟା ୨୧୨…

ମହେନ୍ଦ୍ରଗିରିର ଶିବ ମହିମା

ମହେନ୍ଦ୍ରଗିରି ପର୍ୱତ, ଯେଉଁ ପର୍ୱତ ଦିନେ ଥିଲା ଶ୍ୱେତକମଣ୍ଡଳ ରାଜ୍ୟର ଅଂଶବିଶେଷ, ଯେଉଁ ପର୍ୱତକୁ ନିଜ କବିତାରେ ସ୍ଥାନ ଦେଇଛନ୍ତି ଗୋଦାବରୀଶ ମିଶ୍ର, ଗୋପବନ୍ଧୁ ଦାସ ଏବଂ…

ଦେଶଭକ୍ତି ଚିନ୍ତା

ଆମ ଦେଶରେ ଜାତୀୟତାବାଦର ଅତ୍ୟଧିକ ଚାହିଦା ରହିଛି, ହେଲେ ସବୁବେଳେ ଏଠାରେ ଏହାର ଅଭାବ ଥିବା ମନେହୁଏ। ମୋ ଜୀବନରେ ଅତିବାହିତ ସବୁ ଦଶନ୍ଧିରେ ‘ବନ୍ଦେ ମାତରମ୍‌’କୁ…

ମୁଁ ଗୋଟିଏ ଗାଈ

ହାଁ ହାଁ ବାଇମନ… ରୁହ ରୁହ…! ଶୀର୍ଷକଟିକୁ ପଢ଼ି ଦେଇ ପିଲାବେଳର ରଚନା ଭାବି ଆଖି ବୁଲାଇ ନିଅନ୍ତୁନି! ଯେମିତି ଆପଣଙ୍କର ପିଲାବେଳ ଆଉ ନାହିଁ! ସେମିତି…

ଆମକୁ ଯାହା ଲଜ୍ଜା ନାହିଁ

ଅମ ଓଡ଼ିଶା ଭାଷା, ସାହିତ୍ୟ, ସଂସ୍କୃତି, ଚଳଣି, ଆମ ଖାଦ୍ୟ, ଆମ ବିଚାରଧାରା ସବୁଠି ବର୍ତ୍ତମାନ ଅନୁପ୍ରବେଶର ଉପଦ୍ରବ। ଏସବୁ ଭିତରେ ଊଣା ଅଧିକେ ହଜିବାକୁ ବସିଲାଣି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri