ଏଇ ଭାରତରେ

୧୦୦ ବର୍ଗଫୁଟ ଜାଗାରେ ଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରିବା ବିଷୟ ଶୁଣି ଆଶ୍ଚର୍ଯ୍ୟ ଲାଗୁଥିବ। ହେଲେ ଏହା ସତ୍ୟ। ନୋଏଡାର ଅବସରପ୍ରାପ୍ତ ଇଂ ରମେଶ ଗେରା ୧୦୦ ବର୍ଗଫୁଟ ଘରେ କେସର ଚାଷ କରି ଅନେକ ଲକ୍ଷ ଟଙ୍କା ରୋଜଗାର କରିବା ସହ ଅନ୍ୟମାନଙ୍କୁ ଏହି ଚାଷ ସମ୍ପର୍କରେ ପ୍ରଶିକ୍ଷଣ ମଧ୍ୟ ଦେଉଛନ୍ତି। ୧୯୮୦ରେ ଏନ୍‌ଆଇଟି କୁରୁକ୍ଷେତ୍ରରୁ ଇଲେକ୍‌ଟ୍ରିକାଲ ଇଞ୍ଜିନିଇରିଂରେ ଡିଗ୍ରୀ ହାସଲ କରିଛନ୍ତି। ଦୀର୍ଘ ୩୫ ବର୍ଷ ଚାକିରି କରିବା ପରେ ଅବସର ନେଇ ଏବେ ଏହି ଚାଷ କରୁଛନ୍ତି ୬୪ ବର୍ଷୀୟ ରମେଶ। ଭାରତର କଶ୍ମୀରରେ କେବଳ କେସର ଚାଷ ହେଉଛି। କିନ୍ତୁ ରମେଶଙ୍କ ଏହି ସଫଳତା ଅନେକଙ୍କୁ କୌଣସି ସ୍ଥାନରେ କେସର ଚାଷ କରିବାର ବାଟ ଦେଖାଇଛି। ସେ ଦକ୍ଷିଣ କୋରିଆରୁ ଅତ୍ୟାଧୁନିକ କୃଷି ସମ୍ପର୍କରେ ଶିକ୍ଷା କରିବା ପରେ ଏହି ଚାଷ କରୁଛନ୍ତି। କେସର ଚାଷ ପାଇଁ ଗୋଟିଏ ପର୍ଯ୍ୟାୟରେ ୪ ମାସ ସମୟ ଲାଗୁଛି ଓ ଏହି ସମୟରେ କେସର ଉତ୍ପାଦନ ହୋଇପାରୁଛି। ଚାଷ ପାଇଁ ଅଧିକ ଖର୍ଚ୍ଚ କହିଲେ କେବଳ ବିଦ୍ୟୁତ୍‌ ଖର୍ଚ୍ଚ ଯାହା ୪ରୁ ୫ ହଜାର ପଡୁଛି। ପ୍ରଥମେ ସେ ୪ ଲକ୍ଷ ମଞ୍ଜିକୁ ୨ ଲକ୍ଷ ଟଙ୍କା ଦେଇ କଶ୍ମୀରରୁ ଆଣିଥିଲେ। ଉତ୍ପାଦନ ପରେ ସେ ୧ କେଜି କେସରକୁ ୨.୫ ଲକ୍ଷ ଟଙ୍କାରେ ବିକୁଛନ୍ତି ଏବଂ ଖୁଚୁରାରେ ବିକିଲେ ୩.୫ ଲକ୍ଷ ଟଙ୍କା ପାଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ଉତ୍ତରପ୍ରଦେଶର ଧୀରଜ ବର୍ମା ବିନା ମାଟି ଅର୍ଥାତ୍‌ କେବଳ ପାଣି (ହାଇଡ୍ରୋପୋନିକ୍ସ ପଦ୍ଧତି)ରେ ଚାଷକରି ପ୍ରଥମ ପର୍ଯ୍ୟାୟରେ ୫ ଟନ୍‌ ଷ୍ଟ୍ରବେରି ଉତ୍ପାଦନ କରିବାକୁ ସକ୍ଷମ ହୋଇଛନ୍ତି।…

ବିଶ୍ୱାସ ଅଛି, ଭରସା ନାହିଁ

ଆଗକୁ ଅନ୍ଧାରପକ୍ଷ ଆସୁଛି। କୁଞ୍ଜବଦଳିଆ, ଦାଆଗେଣ୍ଡାଳିଆ, ସାରସ, ପାତିହଂସ, ଜଡ଼ାହଂସ ସମସ୍ତଙ୍କ ମଧ୍ୟରେ ଭାଳେଣି, ମାଫିଆଙ୍କ ହାତରୁ ଏଥର ନିସ୍ତାର ନାହିଁ। କାକଟପୁର, ଅସ୍ତରଙ୍ଗ, ଦେବୀନଦୀ ମୁହାଣ,…

ଆତଙ୍କବାଦର ପୃଷ୍ଠପୋଷକ କିଏ

ୟୁରୋପୀୟ ପାର୍ଲାମେଣ୍ଟରେ ରୁଷିଆକୁ ‘ଆତଙ୍କବାଦ ପୃଷ୍ଠପୋଷକ ରାଷ୍ଟ୍ର’ ବୋଲି ଘୋଷଣା କରିଥିଲା ବେଳେ ଆମେରିକା ପାକିସ୍ତାନକୁ ସହଯୋଗର ହାତ ବଢ଼ାଇ ନିଜର ମିତ୍ର ରାଷ୍ଟ୍ରର ପରିଚୟ ଦେଇଥିଲା।…

ଆତ୍ମସମର୍ପଣ

ସାର୍ବଭୌମତ୍ୱ ଉଲ୍ଲଂଘନକୁ ଏକ ଦେଶର ଆଞ୍ଚଳିକ ଅଖଣ୍ଡତାର ଉଲ୍ଲଂଘନ କିମ୍ବା ସରକାରୀ କାର୍ଯ୍ୟରେ ହସ୍ତକ୍ଷେପ ବୋଲି କୁହାଯାଏ। ଜଣେ ଆତ୍ମସମର୍ପଣ କରେ ଯେତେବେଳେ ସେ ବିନା ପ୍ରତିରୋଧରେ…

ଶେଷାନ ଓ ଗାଈଆଳ ପିଲା

ଆଲେଖ୍ୟଟିକୁ ଆରମ୍ଭ କରିବା ସ୍ବର୍ଗତଃ ଶେଷାନଙ୍କ ଅଙ୍ଗେଲିଭା ଏକ ଘଟଣାରୁ। ତିରୁନେଲାଇ ନାରାୟଣ ଆୟାର ଶେଷାନ ହେଉଛନ୍ତି ସେହି ଭାରତୀୟ ପ୍ରଶାସନିକ ଅଧିକାରୀ, ଯିଏକି ମୁଖ୍ୟ ନିର୍ବାଚନ…

କର୍ପୋରେଟ୍‌ଙ୍କ ସ୍ବାର୍ଥରେ

ଦେଶର ଦୁର୍ବଳ ହେଉଥିବା ଅର୍ଥନୀତି ଓ ବିଶେଷକରି ଆମେରିକା ପରି ପାଶ୍ଚାତ୍ୟ ସାମ୍ରାଜ୍ୟବାଦୀ ଶକ୍ତିମାନଙ୍କ ଭାରି ଚାପ ମଧ୍ୟରେ କେନ୍ଦ୍ର ସରକାର ବଜେଟ ଆଗତ କରିଛନ୍ତି। ୨୦୨୪…

କଡ଼ା ନିୟମ

ସ୍ବରାଷ୍ଟ୍ର ମନ୍ତ୍ରଣାଳୟ ସଦ୍ୟ ନିର୍ଦ୍ଦେଶନାମା ଜାରି କରିଛି ଯେ, ୨୦୧୧ ଓ ତା’ପର ବ୍ୟାଚ୍‌ ଆଇପିଏସ୍‌ ଅଧିକାରୀଙ୍କୁ କେନ୍ଦ୍ରରେ ଇନ୍ସପେକ୍ଟର ଜେନେରାଲ ପଦବୀ ପାଇଁ ତାଲିକାଭୁକ୍ତ ହେବା…

ବହି କଥା

ଦିନ ଥିଲା ବହି ସହିତ ଅନ୍ତରଙ୍ଗ ହେବାପାଇଁ ନିଭୃତ କକ୍ଷଟିଏ ଲୋଡ଼ା ହେଉଥିଲା। ଯାହାର ନାଁ ଥିଲା ପଢ଼ା ଘର। ସେଇ ପଢ଼ାଘର ସବୁ ଆଜି ବି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri