ଏଇ ଭାରତରେ

ଅଭିଭାବକମାନେ ପିଲାଙ୍କ ପାଇଁ ଜୋତା କିଣି କିଛିଦିନ ପରେ ଛୋଟ ହେଲେ ତାହାକୁ ଫିଙ୍ଗିଦିଅନ୍ତି। କାରଣ ପିଲାଙ୍କ ବୟସ ଅନୁସାରେ ପାଦ ବଢିବା ଯୋଗୁ ତାହା ସେମାନଙ୍କ ପାଦକୁ ଫିଟ୍‌ ହୋଇ ନ ଥାଏ। ତେବେ ପିଲାଙ୍କ ପାଇଁ କମ୍‌ ସମୟ ମଧ୍ୟରେ ବାରମ୍ବାର ଜୋତା କିଣିବା ସମସ୍ୟାର ସମାଧାନ କରିବାରେ ସଫଳ ହୋଇଛନ୍ତି ପୁଣେର ସତ୍ୟଜିତ୍‌ ମିତ୍ତଲ। ସେ ଏଭଳି ଜୋତା ତିଆରି କରୁଛନ୍ତି, ଯାହା ପିଲାଙ୍କ ବୟସ ଅନୁଯାୟୀ ଆଡ୍‌ଜଷ୍ଟ କରାଯାଇପାରୁଛି। ସତ୍ୟଜିତ୍‌ ୨୦୨୨ରେ ଆରେଟୋ ଷ୍ଟାର୍ଟଅପ୍‌ ପ୍ରତିଷ୍ଠା କରି ତା’ମାଧ୍ୟମରେ ଏହି କାର୍ଯ୍ୟ କରୁଛନ୍ତି। ସତ୍ୟଜିତ୍‌ଙ୍କ ବୟସ ୩୦। ସେ ପୋଡିଆଟ୍ରିଷ୍ଟ(ପାଦ ଚିକିତ୍ସକ)ଙ୍କ ସହଯୋଗରେ ଦୁଇବର୍ଷ ଗବେଷଣା କରିବା ପରେ ଏଭଳି ଜୋତା ତିଆରି କରିବାରେ ସଫଳ ହୋଇଛନ୍ତି। ଏହି କାର୍ଯ୍ୟରେ ସତ୍ୟଜିତ୍‌ଙ୍କ ସହ ରହିଛନ୍ତି ତାଙ୍କ ବାଲ୍ୟବନ୍ଧୁ କୃତ୍ତିକା ଲାଲ। ସେ ତିଆରି କରିଥିବା ଜୋତା ପୂରା ନରମ ଓ ୩ଟି ପାଦ ସାଇଜ ଯାଏ ଏହାକୁ ଷ୍ଟ୍ରେଚ୍‌ କରାଯାଇପାରୁଛି। ଏହି ଜୋତାର ମୂଲ୍ୟ ୧,୮୦୦ ଟଙ୍କାରୁ ୨,୬୦୦ ଟଙ୍କା ମଧ୍ୟରେ ରହିଛି । ଷ୍ଟାର୍ଟଅପ୍‌ ଆରମ୍ଭ କରିବାର ୯ ମାସ ମଧ୍ୟରେ ସତ୍ୟଜିତ୍‌ ୬ ହଜାର ହଳ ଜୋତା ବିକ୍ରି କରିସାରିଲେଣି। କେବଳ ଗତମାସରେ ସେ ଏଥିରୁ ୨୧ ଲକ୍ଷ ଟଙ୍କା ରୋଜଗାର କରିଛନ୍ତି । ଏହାର ଅଧିକାଂଶ ଗ୍ରାହକ ହେଉଛନ୍ତି ଦିଲ୍ଲୀ, ପୁଣେ, ମୁମ୍ବାଇ ଏବଂ ବେଙ୍ଗାଲୁରୁ ସହ ଆମେରିକା ଓ ଇଂଲଣ୍ଡର ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଜାପତି ପ୍ରଭାବ

ପ୍ରଜାପତି ପ୍ରଭାବ ହେଉଛି ପଦାର୍ଥ ବିଜ୍ଞାନ ଓ ଗଣିତର ଏକ ଗୁରୁତ୍ୱପୂର୍ଣ୍ଣ ତତ୍ତ୍ୱ। ଏହା ହେଉଛି ଏକ ଅବଧାରଣା ଯେଉଁଥିରେ ଗୋଟିଏ ଜଟିଳ ପ୍ରଣାଳୀରେ କ୍ଷୁଦ୍ର ତଥା…

ଓଡ଼ିଶା ଦିବସର ଅନୁଚିନ୍ତା: ସମୃଦ୍ଧ, ସଶକ୍ତ ଓଡ଼ିଶା

ଆଜିର ଦିନଟି ପ୍ରତ୍ୟେକ ଓଡ଼ିଶାବାସୀଙ୍କ ପାଇଁ ବାର୍ଷିକ କ୍ୟାଲେଣ୍ଡରରେ ଏକ ମହତ୍ତ୍ୱପୂର୍ଣ୍ଣ ଦିନ। ୯୦ବର୍ଷ ତଳେ ଆଜିର ଦିନରେ ସ୍ବତନ୍ତ୍ର ଓଡ଼ିଶା ଗଠିତ ହୋଇଥିଲା, ଯାହା ଭାରତର…

ସଂଜ୍ଞା ବଦଳିପାରେ

ଧାର୍ଯ୍ୟ ସମୟସୀମାର ଦିନକ ପୂର୍ବରୁ ଅର୍ଥାତ୍‌ ୩୦ ମାର୍ଚ୍ଚରେ ଭାରତ ‘ମାଓବାଦୀ ମୁକ୍ତ’ ବୋଲି ସଂସଦରେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଘୋଷଣା କରିଦେଇଛନ୍ତି। ଏହା ନିଶ୍ଚିତ ଭାବେ…

ସୁନା, କଳି ଓ ଅର୍ଥନୀତି

ଏକଦା ରାଜା ପରିକ୍ଷିତ ନିଜ ରାଜ୍ୟ ତଥା ରାଜ୍ୟବାସୀଙ୍କ ଭଲମନ୍ଦ ଜାଣିବା ପାଇଁ ଭ୍ରମଣାର୍ଥେ ବାହାରିଥିଲେ। ଠିକ୍‌ ସେହି ସମୟରେ ଏକ ବିଶାଳ ବପୁଧାରୀ ବ୍ୟକ୍ତି (ଯେକି…

ସମୁଦ୍ରର ନୂଆ ଭୂଗୋଳ

ସମଗ୍ର ପୃଥିବୀରେ ଯେତେ ସମୁଦ୍ର ଅଛି ସେମାନଙ୍କର ଜଳରାଶି ପ୍ରତିବର୍ଷ ୩.୦୬ ମିଲିମିଟର ହାରରେ ବଢିବାରେ ଲାଗିଛି। ସେ ଭିତରୁ ବଙ୍ଗୋପସାଗରରେ ଜଳରାଶି ଅଧିକ ହାରରେ ବୃଦ୍ଧି…

ନିର୍ବାଚନ ପରେ

ଭାରତୀୟ ଅର୍ଥନୀତି ଏକ ଖରାପ ସମୟ ଦେଇ ଗତି କରୁଛି। ୩୦ ମାର୍ଚ୍ଚରେ ଭାରତୀୟ ମୁଦ୍ରା ଖୁବ୍‌ ତଳକୁ ଯାଇ ଏକ ଆମେରିକୀୟ ଡଲାର ତୁଳନାରେ ବିନିମୟ…

ଏଇ ଭାରତରେ

ଦିଲ୍ଲୀ-ଏନ୍‌ସିଆର, ଉତ୍ତରପ୍ରଦେଶ, ହରିୟାଣା ଏବଂ ଗୁଜରାଟର ୨୦ଟି ସରକାରୀ ଓ ୮ଟି ଘରୋଇ ସ୍କୁଲରେ ପିଲାମାନେ ଚାଷକରି ପରିବା ଉତ୍ପାଦନ କରିବାକୁ ସକ୍ଷମ ହୋଇପାରିଛନ୍ତି। ଏହା ସମ୍ଭବ…

ସନ୍ଧିକ୍ଷଣରେ ସବୁଜିମା ସ୍ବାସ୍ଥ୍ୟ

ର୍ତ୍ତମାନ ସମୟର ସବୁଠାରୁ ଉଦ୍‌ବେଗଜନକ ଚିତ୍ରଟି ଜାତିସଂଘର ଜିଏଫ୍‌ଆର୍‌ଏ ରିପୋର୍ଟରୁ ଜଣାପଡ଼ିଛି, ତାହା ହେଉଛି ଆମ ପୃଥିବୀର ବିଶେଷକରି ଜଙ୍ଗଲର ସ୍ବାସ୍ଥ୍ୟ ଓ ସ୍ଥିତି ଭଲ ନାହିଁ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri